ETV Bharat / state

ମୁସ୍ତାଫିଜୁର ରହମାନଙ୍କୁ ରିଲିଜ କରିବ KKR, ନିର୍ଦ୍ଦେଶ ଦେଲା BCCI

ଆଇପିଏଲ 2026ରେ ସାମିଲ ହୋଇପାରିବେନି ବାଂଲାଦେଶର ପେସ ବୋଲର ମୁସ୍ତାଫିଜୁର ରହମାନ ।

Bangladesh pacer Mustafizur Rahman
Bangladesh pacer Mustafizur Rahman (ANI)
author img

By ETV Bharat Odisha Team

Published : January 3, 2026 at 1:47 PM IST

|

Updated : January 3, 2026 at 2:37 PM IST

1 Min Read
Choose ETV Bharat

ହାଇଦ୍ରାବାଦ: କୋଲକାତା ନାଇଟ ରାଇଡର୍ସ ଦଳରେ ବାଂଲାଦେଶର ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ ସାମିଲ କରିବା ନେଇ ଉପୁଜିଥିବା ବିବାଦ ମଧ୍ୟରେ ବିସିସିଆଇ ବଡ ନିଷ୍ପତ୍ତି ନେଇଛି । ଫ୍ରାଞ୍ଚାଇଜ ମାଲିକ ଶାହାରୁଖ ଖାନଙ୍କୁ ଆଗାମୀ ଆଇପିଏଲ ସିଜନ ପୂର୍ବରୁ ଏହି ବାଂଲାଦେଶ ଖେଳାଳିଙ୍କୁ ମୁକ୍ତ କରିବାକୁ ଅନୁରୋଧ କରିଛି ବିସିସିଆଇ । ଦେଶରେ ବାଂଲାଦେଶ ବିରୋଧୀ ଭାବନାକୁ ଦୃଷ୍ଟିରେ ରଖି ବିସିସିଆଇ ଏପରି ନିଷ୍ପତ୍ତି ନେଇଛି ।

ବିସିସିଆଇ ସଚିବ ଦେବଜିତ ସାଇକିଆ କହିଛନ୍ତି "ସାମ୍ପ୍ରତିକ ଘଟଣାକ୍ରମକୁ ନଜରରେ ରଖି ବିସିସିଆଇ ଆଇପିଏଲ ଫ୍ରାଞ୍ଚାଇଜ କେକେଆରକୁ ନିର୍ଦ୍ଦେଶ ଦେଇଛି ଯେ ମୁସ୍ତାଫିଜୁର ରହମାନ ଦଳରୁ ମୁକ୍ତ କରିବାକୁ । ତାଙ୍କୁ ରିଲିଜ କରାଯିବା ପରେ ଯଦି କେକେଆର ତରଫରୁ ଆଉ ଜଣେ ଖେଳାଳି ସାମିଲ କରିବାକୁ ଅନୁରୋଧ ଆସେ ତାହା ମଧ୍ୟ କରାଯିବ । "

ବିଶେଷସୁତ୍ର ଅନୁଯାୟୀ, ବିବାଦ ପରେ ମଧ୍ୟ କେକେଆର ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ ରିଲିଜ କରିବାକୁ ପ୍ରସ୍ତୁତ ନଥିଲା । ଯାହା ଫଳରେ ବିସିସିଆଇ ଏପରି ପଦକ୍ଷେପ ନେବାକୁ ବାଧ୍ୟହେଲା । ଯଦିଓ କେକେଆର ବର୍ତ୍ତମାନ ସୁଦ୍ଧା ବିସିସିଆଇର ନିଷ୍ପତ୍ତି ଉପରେ କୌଣସି ବିବୃତ୍ତି ରଖିନାହିଁ, ତଥାପି ମାର୍ଚ୍ଚ 26ରୁ ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜ ରହମାନଙ୍କୁ ରିଲିଜ କରିବ ବୋଲି ଆଶା କରାଯାଉଛି ।

ଡିସେମ୍ବର 16 ତାରିଖରେ ଦୁବାଇରେ ଅନୁଷ୍ଠିତ ଆଇପିଏଲ ନିଲାମରେ ମୁସ୍ତାଫିଜୁର ରହମାନଙ୍କ ବେଶ ଫ୍ରାଇସ ରହିଥିଲା 2 କୋଟି ଟଙ୍କା । ରହମାନଙ୍କୁ ନେବାକୁ ଚେନ୍ନାଇ ସୁପର କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସକୁ କଡା ଟକ୍କର ଦେଇ 9.20 କୋଟି ଟଙ୍କାରେ କିଣିଥିଲା କୋଲକାତା ନାଇଟ ରାଇର୍ଡ୍ସ ।

ବାଂଲାଦେଶରେ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ହତ୍ୟା ଘଟଣା ପରେ ଦୁଇ ଦେଶ ମଧ୍ୟରେ କୁଟନୈତିକ ବିବାଦ ଜାରି ରହିଛି । ଏହାରି ମଧ୍ୟରେ ବାଂଲାଦେଶ କ୍ରିକେଟର ମୁସ୍ତାଫିଜୁରଙ୍କ ଆଇପିଏଲରେ ଅଂଶଗ୍ରହଣକୁ ନେଇ ବିସିସିଆଇ ଉପରେ ଚାପ ବୃଦ୍ଧି ପାଉଥିଲା। ଫ୍ରାଞ୍ଚାଇକୁ ମଧ୍ୟ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଶେଷରେ ଏଥିରେ ପୂର୍ଣ୍ଣଚ୍ଛେଦ ପଡିଛି ।

ମୁସ୍ତାଫିଜୁର ରହମାନ 2016ରେ ସନରାଇଜର୍ସ ହ୍ରାଇଦବାଦ ଟିମ୍‌ରେ ଆଇପିଏଲରେ ଡେବ୍ୟୁ କରିଥିଲେ । ପୁରା ସିଜିନରେ 16 ମ୍ୟାଚ ଖେଳି 17ଟି ଓ୍ବିକେଟ ନେଇଥିଲେ । ସେହିପରି 2018ରେ ମୁମ୍ବାଇ ଇଣ୍ଡିଆନ୍ସ, 2021ରେ ରାଜସ୍ଥାନ ରୟାଲ୍ସ, 2022-23ରେ ଦିଲ୍ଲୀ କ୍ୟାପିଟାଲ୍ସ, 2024ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିଥିଲେ । ଆଇପିଏଲ କ୍ୟାରିୟରେ ମୋଟ 60ଟି ମ୍ୟାଚ ଖେଳି 65 ଟି ଓ୍ବିକେଟ ନେଇଛନ୍ତି ମୁସ୍ତାଫିଜୁର ।

ଏହା ମଧ୍ୟ ପଢନ୍ତୁ-କାଶ୍ମୀରୀ କ୍ରିକେଟରଙ୍କ ହେଲମେଟରେ ପାଲେଷ୍ଟାଇନ ଫ୍ଲାଗ୍; ପୋଲିସର ଛାନଭିନ୍

Last Updated : January 3, 2026 at 2:37 PM IST