ETV Bharat / state

ପଞ୍ଚାୟତସ୍ତରରେ ବିପର୍ଯ୍ୟୟ ସଙ୍କଟାପନ୍ନ ସ୍ଥିତିର ଆକଳନ, ରାଜ୍ୟରେ ବିକଶିତ ହେବ ଜଳବାୟୁ ସହନଶୀଳ ଭିତ୍ତିଭୂମି

ଜାତିସଂଘ ବିକାଶ କାର୍ଯ୍ୟକ୍ରମ ବା ୟୁଏନ୍‌ଡିପି ବା UNDP ଏବଂ ସିଭିକ୍ ଡାଟା ଲ୍ୟାବ୍ ବା CivicDataLab ସହିତ ଏହି ସହଭାଗିତା ସ୍ଥାପନ କରାଯାଇଛି । ରିପୋର୍ଟ: ଭବାନୀ ଶଙ୍କର ଦାସ

ବିପର୍ଯ୍ୟୟ ବାବଦରେ ସୂଚନା ସଂଗ୍ରହ ବିଫଳତାକୁ ଏଡାଇ ଏବେ ଓଡ଼ିଶା ଡିଜିଟାଲ୍ ବ୍ୟବସ୍ଥା, ରିଅଲ୍ ଟାଇମ୍ ତଥ୍ୟ ବିଶ୍ଳେଷଣ ମାଧ୍ୟମରେ ତ୍ଵରିତ ତଥା ସୁଦୃଢ଼ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା କରିବା ଦିଗରେ ଆଗେଇଛି ।
ବିପର୍ଯ୍ୟୟ ବାବଦରେ ସୂଚନା ସଂଗ୍ରହ ବିଫଳତାକୁ ଏଡାଇ ଏବେ ଓଡ଼ିଶା ଡିଜିଟାଲ୍ ବ୍ୟବସ୍ଥା, ରିଅଲ୍ ଟାଇମ୍ ତଥ୍ୟ ବିଶ୍ଳେଷଣ ମାଧ୍ୟମରେ ତ୍ଵରିତ ତଥା ସୁଦୃଢ଼ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା କରିବା ଦିଗରେ ଆଗେଇଛି । (ETV Bharat Odisha)
author img

By ETV Bharat Odisha Team

Published : September 2, 2026 at 10:57 PM IST

6 Min Read
Choose ETV Bharat

OSDMA MoU with UNDP, CivicDataLab, ଭୁବନେଶ୍ୱର: ୧୯୯୯ ମସିହାରେ ଶତାବ୍ଦୀର ସବୁଠୁ ବଡ଼ ବିପର୍ଯ୍ୟୟକୁ ସାମ୍ନା କରିଥିଲା ଓଡ଼ିଶା । ସରକାରୀ ଭାବେ ପ୍ରାୟ ୧୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ସହ ପ୍ରାୟ ୩୧ ହଜାର ୯୪୫ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ମଧ୍ୟ ହୋଇଥିଲା । ମହାବାତ୍ୟାର ଦୀର୍ଘ ବର୍ଷ ପରେ ଆଜି ଓଡ଼ିଶା ସାରା ବିଶ୍ୱରେ ବିପର୍ଯ୍ୟୟ ପରିଚାଳନାର ଉଦାହରଣ ଭାବେ ଛିଡ଼ା ହୋଇଛି । ଗୋଟେ ପରେ ଗୋଟେ ସରକାର ବଦଳିଛି କିନ୍ତୁ ଓଡ଼ିଶା ଆଜି ବିପର୍ଯ୍ୟୟକୁ ପଛ କରି ଛିଡ଼ା ହୋଇଛି । କେବଳ ବାତ୍ୟା ନୁହେଁ ବନ୍ୟା, ଗ୍ରୀଷ୍ମପ୍ରବାହ ଓ ଅନ୍ୟାନ୍ୟ ବିପର୍ଯ୍ୟୟକୁ ଓଡ଼ିଶା ସଫଳତାର ମୁକାବିଲା କରି ମଡେଲ ସାବ୍ୟସ୍ତ ହୋଇଛି । ବିପର୍ଯ୍ୟୟ ବାବଦରେ ସୂଚନା ସଂଗ୍ରହ ବିଫଳତାକୁ ଏଡାଇ ଏବେ ଓଡ଼ିଶା ଡିଜିଟାଲ୍ ବ୍ୟବସ୍ଥା, ରିଅଲ୍ ଟାଇମ୍ ତଥ୍ୟ ବିଶ୍ଳେଷଣ ମାଧ୍ୟମରେ ତ୍ଵରିତ ତଥା ସୁଦୃଢ଼ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା କରିବା ଦିଗରେ ଆଗେଇଛି ।

ପଞ୍ଚାୟତସ୍ତରରେ ବିପର୍ଯ୍ୟୟ ସଙ୍କଟାପନ୍ନ ସ୍ଥିତିର ଆକଳନ, ରାଜ୍ୟରେ ବିକଶିତ ହେବ ଜଳବାୟୁ ସହନଶୀଳ ଭିତ୍ତିଭୂମି (ETV Bharat Odisha)

ଓସ୍‌ଡମା ପକ୍ଷରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ :-

ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଡାଟା ଭିତ୍ତିକ, ବୈଜ୍ଞାନିକ ଏବଂ ପ୍ରଯୁକ୍ତିସମ୍ପନ୍ନ ତଥା ସୁଦୃଢ଼ କରିବା ଦିଗରେ ଓଡ଼ିଶା ଆଗକୁ ବଢ଼ୁଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ତଥା ଓସ୍‌ଡମା ପକ୍ଷରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଜାତିସଂଘ ବିକାଶ କାର୍ଯ୍ୟକ୍ରମ ବା ୟୁଏନ୍‌ଡିପି ବା UNDP ଏବଂ ସିଭିକ୍ ଡାଟା ଲ୍ୟାବ୍ ବା CivicDataLab ସହିତ ଏହି ସହଭାଗିତା ସ୍ଥାପନ କରାଯାଇଛି । ଏହି ଦୁଇଟି ପ୍ରମୁଖ ସହଯୋଗିତା ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା କ୍ଷମତାକୁ ତୃଣମୂଳ ସ୍ତରରେ ଅଧିକ ସୁଦୃଢ଼ କରିବ । ଏହା ସହିତ ରାଜ୍ୟକୁ ଏକ ବିପର୍ଯ୍ୟୟ ସହନଶୀଳ ଓ ସୁରକ୍ଷିତ ରାଜ୍ୟରେ ପରିଣତ କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।

ଲୋକସେବା ଭବନ କନଭେନସନ ସେଣ୍ଟରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ୟୁଏନ୍‌ଡିପି ଭାରତର ଆବାସିକ ପ୍ରତିନିଧି ଆଞ୍ଜେଲା ଲୁସିଗି ଏବଂ ସିଭିକ୍ ଡାଟା ଲ୍ୟାବର ନିର୍ଦ୍ଦେଶକ ତଥା ସହପ୍ରତିଷ୍ଠାତା ଗୌରବ ଗୋଧୱାନୀଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ।
ଲୋକସେବା ଭବନ କନଭେନସନ ସେଣ୍ଟରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ୟୁଏନ୍‌ଡିପି ଭାରତର ଆବାସିକ ପ୍ରତିନିଧି ଆଞ୍ଜେଲା ଲୁସିଗି ଏବଂ ସିଭିକ୍ ଡାଟା ଲ୍ୟାବର ନିର୍ଦ୍ଦେଶକ ତଥା ସହପ୍ରତିଷ୍ଠାତା ଗୌରବ ଗୋଧୱାନୀଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । (ETV Bharat Odisha)

ବିକାଶମୂଳକ ଯୋଜନାକୁ ଅଧିକ ସୁଦୂରପ୍ରସାରୀ ଲକ୍ଷ୍ୟ :-

ଲୋକସେବା ଭବନ କନଭେନସନ ସେଣ୍ଟରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ୟୁଏନ୍‌ଡିପି ଭାରତର ଆବାସିକ ପ୍ରତିନିଧି ଆଞ୍ଜେଲା ଲୁସିଗି ଏବଂ ସିଭିକ୍ ଡାଟା ଲ୍ୟାବର ନିର୍ଦ୍ଦେଶକ ତଥା ସହପ୍ରତିଷ୍ଠାତା ଗୌରବ ଗୋଧୱାନୀଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । OSDMA ପକ୍ଷରୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁସ୍ମିତା ବେହେରା ଏହି ବୁଝାମଣାପତ୍ର ସ୍ଵାକ୍ଷର କରିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ବିପର୍ଯ୍ୟୟ ଘଟିବା ପରେ କେବଳ ପ୍ରତିକ୍ରିୟା ପ୍ରକାଶ କରିବା ପରିବର୍ତ୍ତେ ବିପର୍ଯ୍ୟୟ ପୂର୍ବରୁ ସଠିକ ତଥ୍ୟ ଆଧାରରେ ପ୍ରସ୍ତୁତ ରହିବା ଓ ବିପଦକୁ ଆକଳନ କରିବା ଆଜିର ସମୟର ଆହ୍ୱାନ । ସଠିକ ତଥ୍ୟ ଆଧାରିତ ନିଷ୍ପତ୍ତି ହିଁ ଲୋକଙ୍କ ଧନଜୀବନ ରକ୍ଷା କରିବା ସହ ବିକାଶମୂଳକ ଯୋଜନାକୁ ଅଧିକ ସୁଦୂରପ୍ରସାରୀ କରିପାରିବ । ସୁବ୍ୟବସ୍ଥିତ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଓଡ଼ିଶାର ସ୍ୱୀକୃତିକୁ ଏହି ସହଭାଗିତା ନୂତନ ପରିଚୟ ଦେବ ।"

ବିପର୍ଯ୍ୟୟ ବାବଦରେ ସୂଚନା ସଂଗ୍ରହ ବିଫଳତାକୁ ଏଡାଇ ଏବେ ଓଡ଼ିଶା ଡିଜିଟାଲ୍ ବ୍ୟବସ୍ଥା, ରିଅଲ୍ ଟାଇମ୍ ତଥ୍ୟ ବିଶ୍ଳେଷଣ ମାଧ୍ୟମରେ ତ୍ଵରିତ ତଥା ସୁଦୃଢ଼ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା କରିବା ଦିଗରେ ଆଗେଇଛି ।
ବିପର୍ଯ୍ୟୟ ବାବଦରେ ସୂଚନା ସଂଗ୍ରହ ବିଫଳତାକୁ ଏଡାଇ ଏବେ ଓଡ଼ିଶା ଡିଜିଟାଲ୍ ବ୍ୟବସ୍ଥା, ରିଅଲ୍ ଟାଇମ୍ ତଥ୍ୟ ବିଶ୍ଳେଷଣ ମାଧ୍ୟମରେ ତ୍ଵରିତ ତଥା ସୁଦୃଢ଼ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା କରିବା ଦିଗରେ ଆଗେଇଛି । (ETV Bharat Odisha)

୩୦ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ HRVA :-

ସହଭାଗିତା ଅଧୀନରେ ଓସ୍‌ଡମା ଏବଂ ୟୁଏନ୍‌ଡିପି ମିଳିତ ଭାବେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଏକ ବ୍ୟାପକ ‘ବିପଦ, ଆଶଙ୍କା ଏବଂ ସଂକଟାପନ୍ନ ସ୍ଥିତି ଆକଳନ’ ବା Hazard, Risk and Vulnerability Assessment - HRVA କାର୍ଯ୍ୟକାରୀ କରିବେ । ଏହି ପ୍ରକଳ୍ପ ଅଧୀନରେ ବାତ୍ୟା ଓ ବନ୍ୟା ପ୍ରବଣ ୧୦ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ଗ୍ରାମ ସ୍ତରରୁ ଏବଂ ଅବଶିଷ୍ଟ ୨୦ଟି ଜିଲ୍ଲାରେ ଗ୍ରାମ ପଞ୍ଚାୟତ ସ୍ତରରୁ ତଥ୍ୟ ସଂଗ୍ରହ କରାଯିବ । ଏହି ସମସ୍ତ ତଥ୍ୟକୁ ନେଇ ଏକ ଡାଇନାମିକ୍ GIS-ସକ୍ଷମ ଡିଜିଟାଲ୍ ପ୍ଲାଟଫର୍ମ ପ୍ରସ୍ତୁତ ହେବ । ଯାହା ଜଳବାୟୁ ପରିବର୍ତ୍ତନ ଅନୁସାରେ ନିୟମିତ ଅପଡେଟ ହୋଇପାରିବ । ଜିଲ୍ଲାସ୍ତରୀୟ ରିସ୍କ ଆଟଲାସ୍ ତଥା ନୀତି ନିର୍ଦ୍ଧାରଣରେ ସହାୟକ ହେବ । HRVA ଆକଳନ ସମ୍ପୂର୍ଣ୍ଣ ଡିଜିଟାଲ ପ୍ଲାଟଫର୍ମରେ ପ୍ରସ୍ତୁତ ହେବ । ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅନୁସାରେ ଏହାକୁ ସମୟ ଅନୁସାରେ ଅପଡେଟ ବା Dynamic Update କରାଯାଇପାରିବ । ଏହା ଦ୍ୱାରା ରାଜ୍ୟରେ ବିପର୍ଯ୍ୟୟ ପ୍ରଶମନ, ପୂର୍ବ ପ୍ରସ୍ତୁତି, ଜଳବାୟୁ ସହନଶୀଳତା ଏବଂ ଦୀର୍ଘସ୍ଥାୟୀ ବିକାଶ ମୂଳକ ଯୋଜନା ପାଇଁ ଏକ ସଠିକ ଓ ବୈଜ୍ଞାନିକ ଆଧାର ବ୍ୟବସ୍ଥା ଉପଲବ୍ଧ ହେବ ।

ଜାତିସଂଘ ବିକାଶ କାର୍ଯ୍ୟକ୍ରମ ବା ୟୁଏନ୍‌ଡିପି ବା UNDP ଏବଂ ସିଭିକ୍ ଡାଟା ଲ୍ୟାବ୍ ବା CivicDataLab ସହିତ ଏହି ସହଭାଗିତା ସ୍ଥାପନ କରାଯାଇଛି ।
ଜାତିସଂଘ ବିକାଶ କାର୍ଯ୍ୟକ୍ରମ ବା ୟୁଏନ୍‌ଡିପି ବା UNDP ଏବଂ ସିଭିକ୍ ଡାଟା ଲ୍ୟାବ୍ ବା CivicDataLab ସହିତ ଏହି ସହଭାଗିତା ସ୍ଥାପନ କରାଯାଇଛି । (ETV Bharat Odisha)

ଗଠନ ହେବ ସ୍ୱତନ୍ତ୍ର ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକ୍ଚର :-

ସେହିପରି ସିଭିକ ଡାଟା ଲ୍ୟାବ ସହିତ ହୋଇଥିବା ଅଣଆର୍ଥିକ ଚୁକ୍ତିନାମା ଓଡ଼ିଶାରେ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଏକ ସ୍ୱତନ୍ତ୍ର ‘ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକ୍ଚର’ ଗଠନ କରିବ । ଏହି ସଂସ୍ଥା ନିଜର ‘ଇଣ୍ଟେଲିଜେଣ୍ଟ ଡାଟା ସଲ୍ୟୁସନ୍ସ ଫର୍ ଡିଜାଷ୍ଟର ରିସ୍କ ରିଡକ୍ସନ୍’ ବା IDS-DRR ପ୍ଲାଟଫର୍ମ ମାଧ୍ୟମରେ ବିଭିନ୍ନ ବିଭାଗର ତଥ୍ୟକୁ ଏକତ୍ରିତ କରି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ସମସ୍ତ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପାଇଁ ରିଅଲ-ଟାଇମ୍ ଡ୍ୟାସବୋର୍ଡ ଏବଂ ବିଶ୍ଳେଷଣାତ୍ମକ ତଥ୍ୟ ଉପଲବ୍ଧ କରାଇବ । ପ୍ରାରମ୍ଭିକ ପର୍ଯ୍ୟାୟରେ ନଦୀ ବନ୍ୟା, ଉପକୂଳବର୍ତ୍ତୀ ବନ୍ୟା ଓ ଗ୍ରୀଷ୍ମ ପ୍ରବାହ, ଅଂଶୁଘାତ ଜନିତ ବିପଦ ଉପରେ ଏହା ସଠିକ ପୂର୍ବାନୁମାନ ଓ ତ୍ଵରିତ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବ । ଏହି ବ୍ୟବସ୍ଥା ଦ୍ଵାରା ବିଭିନ୍ନ ବିଭାଗ ଓ ଉତ୍ସରୁ ମିଳୁଥିବା ତଥ୍ୟକୁ ସମନ୍ଵିତ କରି ଏକ ମାନକ ରୂପ ଦିଆଯିବ ।

ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ତଥା ଓସ୍‌ଡମା ପକ୍ଷରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।
ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ତଥା ଓସ୍‌ଡମା ପକ୍ଷରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । (ETV Bharat Odisha)

ପାରମ୍ପରିକ ପଦ୍ଧତିରୁ ଉର୍ଦ୍ଧ୍ୱକୁ ଯାଇ ପଦକ୍ଷେପ :-

ଦୁଇଟି ବୁଝାମଣାପତ୍ର ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ପାରମ୍ପରିକ ପଦ୍ଧତିରୁ ଉର୍ଦ୍ଧ୍ୱକୁ ନେଇ ସମ୍ପୂର୍ଣ୍ଣ ବୈଜ୍ଞାନିକ, ଡାଟା-ଭିତ୍ତିକ ଏବଂ ଡିଜିଟାଲ୍ ଭାବେ ଅଧିକ ଶକ୍ତିଶାଳୀ କରିବ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ 'ଜିରୋ କାଜୁଆଲିଟି' ଲକ୍ଷ୍ୟ ହାସଲ ଦିଗରେ ଏହା ଏକ ବଡ଼ ପଦକ୍ଷେପ ସାବ୍ୟସ୍ତ ହେବ । ବିପର୍ଯ୍ୟୟ ପରିଚାଳନା ତଥା ସ୍ଥାନୀୟ ସମୁଦାୟର ସହନଶୀଳତା, ପୂର୍ବପ୍ରସ୍ତୁତି ଏବଂ ଦକ୍ଷତା ବୃଦ୍ଧିରେ UNDP ର ଦୀର୍ଘ ବର୍ଷର ବିଶ୍ୱସ୍ତରୀୟ ତଥା ଜାତୀୟ ଅଭିଜ୍ଞତା ଓଡ଼ିଶାକୁ ଏହି କ୍ଷେତ୍ରରେ ବିଶେଷ ଭାବେ ସହାୟକ ହେବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସ୍ପେଶାଲ ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ୍, OSDMAର ପରାମର୍ଶଦାତା ଡ. କମଳ ଲୋଚନ ମିଶ୍ର, OSDMAର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁସ୍ମିତା ବେହେରା ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Assessment of disaster risk at the panchayat level climate resilient infrastructure to be developed in the state
ପଞ୍ଚାୟତସ୍ତରରେ ବିପର୍ଯ୍ୟୟ ସଙ୍କଟାପନ୍ନ ସ୍ଥିତିର ଆକଳନ, ରାଜ୍ୟରେ ବିକଶିତ ହେବ ଜଳବାୟୁ ସହନଶୀଳ ଭିତ୍ତିଭୂମି (ETV Bharat Odisha)

ମହାବାତ୍ୟା ଅଭିଜ୍ଞତାରୁ ଜିରୋ କାଜୁଆଲିଟି ରାସ୍ତାରେ ରାଜ୍ୟ :-

୧୯୯୯ ଅକ୍ଟୋବର ୨୯ ତାରିଖରେ ଶତାବ୍ଦୀର ସବୁଠୁ ବଡ଼ ବିପର୍ଯ୍ୟୟକୁ ସାମ୍ନା କରିଥିଲା ଓଡିଶା । ମହାବାତ୍ୟା ସିଧାସଳଖ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକରେ ମାଡ଼ ହୋଇଥିଲା । ପ୍ରଭାବରେ ଘଣ୍ଟାକୁ ୨୬୦ରୁ ୨୭୦ କିଲୋମିଟର ବେଗରେ ପବନ ବୋହିଥିଲା । ଓଡିଶା ଉପକୂଳକୁ ଏହା ଛାରଖାର କରିଦେଇଥିଲା । ୧୦ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ୧୮ ଲକ୍ଷ ହେକ୍ଟର ଫସଲ ନଷ୍ଟ ଓ ୨୦ ଲକ୍ଷ ଘର ଭାଙ୍ଗିଥିଲା । ସାଢ଼େ ୪ ଲକ୍ଷ ଗୃହପାଳିତ ପଶୁ ବି ମରିଥିଲେ । ଉପକୂଳ ଓଡ଼ିଶାର ୭୫% ଦ୍ରୁମ ମାଟିରେ ଶୋଇଥିଲା । ପରିବହନ ବ୍ୟବସ୍ଥା, ଟେଲିଫୋନ, ବିଦ୍ୟୁତ ସରବରାହ ଓ ରାସ୍ତାଘାଟର ବହୁ କ୍ଷୟକ୍ଷତି ହୋଇଥିଲା । ସମୁଦ୍ରରୁ ଜନବସତି ଅଞ୍ଚଳକୁ ୨୦ ଫୁଟର ଜୁଆର ପାଣି ମାଡ଼ି ଆସିଥିଲା । ମହାବାତ୍ୟାର ୨୭ ବର୍ଷ ପରେ ଆଜି ଓଡିଶା ସାରା ବିଶ୍ୱରେ ବିପର୍ଯ୍ୟୟ ପରିଚାଳନାର ଉଦାହରଣ ଭାବେ ଛିଡା ହୋଇଛି । ବିପର୍ଯ୍ୟୟକୁ ପଛ କରି ଆଜି ଓଡିଶା ଛିଡା ହୋଇଛି ।

OSDMA ପକ୍ଷରୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁସ୍ମିତା ବେହେରା ଏହି ବୁଝାମଣାପତ୍ର ସ୍ଵାକ୍ଷର କରିଛନ୍ତି ।
OSDMA ପକ୍ଷରୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁସ୍ମିତା ବେହେରା ଏହି ବୁଝାମଣାପତ୍ର ସ୍ଵାକ୍ଷର କରିଛନ୍ତି । (ETV Bharat Odisha)

ଜନ୍ମ ନେଲେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ :-

ବିପର୍ଯ୍ୟୟ ମୁକାବିଲା ପାଇଁ ବିପର୍ଯ୍ୟୟ ପରିଚାଳନା ନୀତି ସହ ଗଠନ ହୋଇଥିଲା ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି । ଗାଁ, ପଞ୍ଚାୟତ, ବ୍ଲକ ଓ ଜିଲ୍ଲାସ୍ତରରେ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଢ଼ା ହୋଇଛି । ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଗଠନ ସହ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ ହେଲା । ମହାବାତ୍ୟା ପରେ ଓଡ଼ିଶା ୧୪ଟି ବାତ୍ୟାର ସମ୍ମୁଖୀନ ହୋଇସାରିଲାଣି । ଏଥିରୁ ୯ଟି ବାତ୍ୟା ସିଧାସଳଖ ଓଡ଼ିଶା ଉପକୂଳରେ ମାଡ଼ ହୋଇଛି, ୫ଟି ବାତ୍ୟାର ପ୍ରଭାବ ପଡ଼ିଛି । କିନ୍ତୁ ଓଡ଼ିଶା ପ୍ରତିଥର ଏହାକୁ ସଫଳତାର ସହ ମୁକାବିଲା କରିଛି । ସୁଦୃଢ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଯୋଗୁଁ ରାଜ୍ୟ ଜିରୋ କାଜୁଆଲିଟିକୁ ନିଶ୍ଚିତ କରିଆସିଛି ।

ସହାୟ ହେଉଛି ସଠିକ ପାଣିପାଗ ଆକଳନ :-

ଓଡ଼ିଶା ହେଉଛି ବିପର୍ଯ୍ୟୟର ଏନ୍ତୁଡ଼ିସାଳ । ପ୍ରତିବର୍ଷ ବନ୍ୟା, ବାତ୍ୟା, ମରୁଡି ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ବିପର୍ଯ୍ୟୟ ସୁପରିଚାଳନା ନିମନ୍ତେ ପାଣିପାଗ ବିଭାଗର ବଡ଼ ଭୂମିକା ରହିଛି । ବିପର୍ଯ୍ୟୟ ପରିଚାଳନା ସହିତ ପାଣିପାଗର ପୂର୍ବାନୁମାନ ସହଜରେ ଉପଲବ୍ଧ ହୋଇଛି । ଫଳରେ ବହୁ ପରିମାଣରେ ଧନଜୀବନ ହାନିରୁ ରକ୍ଷା କରାଯାଇପାରୁଛି । ଧନଜୀବନ ଓ ଫସଲ ହାନି ଅପେକ୍ଷାକୃତ କମ ହୋଇପାରିଛି । ଦେଶରେ ଓଡ଼ିଶା କେବଳ ଏକମାତ୍ର ରାଜ୍ୟ ଯେଉଁଠି ସମସ୍ତ ୩୦ ଟି ଜିଲ୍ଲାରେ ପର୍ଯ୍ୟବେକ୍ଷଣ କେନ୍ଦ୍ର ରହିଛି । ଏଥି ସହିତ ଗୋପାଳପୁର ଓ ପାରାଦ୍ବୀପରେ ୨ ଟି ରାଡ଼ାର ରହିଛି । ଆଉ ୩ ଟି ଅତ୍ୟାଧୁନିକ ରାଡ଼ାର ଭୁବନେଶ୍ୱର, ସମ୍ବଲପୁର ଓ ବାଲେଶ୍ଵରରେ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଚାଲିଛି ।

Assessment of disaster risk at the panchayat level, climate resilient infrastructure to be developed in the state
ପଞ୍ଚାୟତସ୍ତରରେ ବିପର୍ଯ୍ୟୟ ସଙ୍କଟାପନ୍ନ ସ୍ଥିତିର ଆକଳନ, ରାଜ୍ୟରେ ବିକଶିତ ହେବ ଜଳବାୟୁ ସହନଶୀଳ ଭିତ୍ତିଭୂମି (ETV Bharat Odisha)

ବିପର୍ଯ୍ୟୟ ସହନଶୀଳ ହେବ ଉପକୂଳବର୍ତ୍ତୀ ଅଞ୍ଚଳ :-

ବିପର୍ଯ୍ୟୟ ନିରୋଧି ପ୍ରଚେଷ୍ଟାକୁ ଅଧିକ ଦୃଢ଼ିଭୁତ କରିବା ପାଇଁ ରାଜ୍ୟ ସରକାର ନୂତନ କାର୍ଯ୍ୟ ଯୋଜନା ଆରମ୍ଭ କରିଛନ୍ତି । ଉପକୂଳ ଜୈବ-ବ୍ୟବସ୍ଥାର ପୁନଃସଂସ୍ଥାପନ ଏବଂ ବିପର୍ଯ୍ୟୟ ସହନଶୀଳ ଜିବୀକା ନିର୍ବାହ ପନ୍ଥାଗୁଡିକ ଉପରେ ଗୁରୁତ୍ୱ ଦିଆଯାଉଛି । ଉପକୂଳ ଅଞ୍ଚଳରେ ହେନ୍ତାଳ ବଣର ଘନତା ଏବଂ ସମୁଦ୍ର ଘାସ ଆଦି ବୃଦ୍ଧି କରିବା ନିମନ୍ତେ ଚେଷ୍ଟା ଚାଲିଛି । ଫଳରେ ଲୁଣା ଜୁଆର ଏବଂ ସାମୁଦ୍ରିକ ବାତ୍ୟାର ପ୍ରଭାବକୁ ଅନେକାଂଶରେ ନିୟନ୍ତ୍ରଣ କରିବ । ବାଲେଶ୍ୱର ଜିଲ୍ଲାର ତଳସାରୀ, କେନ୍ଦ୍ରାପଡାର ଭିତରକନିକା, ଗଂଜାମର ବାହୁଡା ଓ ଚିଲିକା ଏବଂ ପୁରୀ ଜିଲ୍ଲାର ଦେବୀ ମୁହାଣ ଓ ଚିଲିକା ଆଦି ଅଂଚଳକୁ ଲକ୍ଷ୍ୟ କରି ପଦକ୍ଷେପ ନିଆଯାଇଛି ।

ବାତ୍ୟା ଓ ସୁନାମୀ ସୂଚନା ପାଇଁ ୬ ଜିଲ୍ଲାରେ Alert Siren Tower :-

ସମୁଦ୍ର କୂଳିଆ ଜନସାଧାରଣଙ୍କୁ ବାତ୍ୟା ଓ ସୁନାମୀର ଆଗୁଆ ସୂଚନା ଦେବା ପାଇଁ ୬ ଜିଲ୍ଲାର ୨୨ ବ୍ଲକରେ ୧୨୨ ଟି ସ୍ଥାନରେ Alert Siren Tower ନିର୍ମାଣ କରାଯାଉଛି । ଏହି Alert Siren Tower ଜରିଆରେ ଜନସାଧାରଣ ବାତ୍ୟା ଓ ସୁନାମୀର ଆଗୁଆ ସୂଚନା ପାଇପାରିବେ । ବିପର୍ଯ୍ୟୟ ସମୟରେ ଟେଲି ଯୋଗାଯୋଗ ବିଚ୍ଛିନ୍ନ ସମ୍ଭାବନାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳ, ଓଡ୍ରାଫ ଟିମଙ୍କୁ ସାଟେଲାଇଟ ଫୋନ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ ପାଇଁ ୧୦ ଟି ODRAF ବାହିନୀକୁ ଶକ୍ତି ଚାଳିତ ଡଙ୍ଗା ସହିତ ଜରୁରୀକାଳୀନ ଉପକରଣ ଦିଆଯାଇଛି ।

ଜାତିସଂଘ ଦ୍ୱାରା ଓଡ଼ିଶା ହୋଇଛି ପୁରସ୍କୃତ :-

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ଓଡିଶାକୁ ସ୍ବୀକୃତି ମିଳିଛି । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶା ଜାତିସଂଘ ଦ୍ୱାରା ପୁରସ୍କୃତ ହୋଇଛି । ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ସଂସ୍ଥା ନିଜର ପାରଦର୍ଶିତା ପାଇଁ ସାରା ଦେଶରେ ୧ନଂ ବିପର୍ଯ୍ୟୟ ମୁକାବିଲା ସଂସ୍ଥାର ମାନ୍ୟତା ପାଇଛି । ସୁଭାଷ ବୋଷ ଆପଦ ପ୍ରବନ୍ଧନ ଭଳି ପୁରସ୍କାର ପାଇବାରେ ଗୌରବ ଅର୍ଜନ କରିଛି । ରାଷ୍ଟ୍ରପତିଙ୍କ ହାତରୁ ଓଡ଼ିଶା ୨୦୨୩ ବର୍ଷ ପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ବା OSDMA ଏହି ପୁରସ୍କାର ଗ୍ରହଣ କରିଛି । ପୁରସ୍କାର ବାବଦରେ ଓଡିଶା ନଗଦ ଅର୍ଥରାଶି ଓ ପ୍ରମାଣପତ୍ର ଗ୍ରହଣ କରିଛି ।

ଏହା ମଧ୍ୟ ପଢ଼ନ୍ତୁ: ପୁଞ୍ଜିପତିଙ୍କୁ ଆକୃଷ୍ଟ କରିବାକୁ ଦୁବାଇରେ ଓଡ଼ିଶାର ଇନଭେଷ୍ଟର୍ସ ମିଟ୍‌: ନିବେଶକଙ୍କ ସହ ସିଧାସଳଖ ଆଲୋଚନା କରିବେ ସିଏମ୍
ଏହା ମଧ୍ୟ ପଢ଼ନ୍ତୁ: ନିବେଶକଙ୍କୁ ଆକୃଷ୍ଟ କରିବାକୁ ଦୁବାଇ ଯିବେ ମୋହନ ସରକାର; ଫୋକ୍ସରେ ପେଟ୍ରୋକେମିକାଲ, ଗ୍ରୀନ ଏନର୍ଜି, ଇଲେକ୍ଟ୍ରୋନିକ୍ସ

ଏହା ମଧ୍ୟ ପଢ଼ନ୍ତୁ: କୂଳ ଲଂଘୁଛି ସମୁଦ୍ର, ସରକାରଙ୍କୁ ଘାରିଲା ଚିନ୍ତା; ଖୋଳାଯିବ ନଦୀ ମୁହାଣ ଓ କଢ଼ାଯିବ ପଟୁ: ରାଜସ୍ୱ ମନ୍ତ୍ରୀ

ଇଟିଭି ଭାରତ, ଭୁବନେଶ୍ବର