ETV Bharat / state

Assembly Bypolls: ବିଧାନସଭା ଉପନିର୍ବାଚନ, 3 ରାଜ୍ୟର 4 ଆସନରେ ମତଦାନ

କର୍ଣ୍ଣାଟକର ବାଗଲକୋଟ ଏବଂ ଦାଭାନଗେରେ ଦକ୍ଷିଣ ଆସନ, ନାଗାଲାଣ୍ଡର କୋରିଡାଙ୍ଗ ଆସନ ଏବଂ ତ୍ରିପୁରାର ଧର୍ମନଗରରେ ଉପନିର୍ବାଚନ ମତଦାନ

Assembly Bypolls
ବିଧାନସଭା ଉପନିର୍ବାଚନ (ETV Bharat)
author img

By ETV Bharat Odisha Team

Published : April 9, 2026 at 7:43 AM IST

1 Min Read
Choose ETV Bharat

ହାଇଦ୍ରାବାଦ: ଆଜି (ଗୁରୁବାର) ଆସାମ, କେରଳମ୍‌ ଓ ପୁଡୁଚେରୀରେ 296ଟି ଆସନ ପାଇଁ ବିଧାନସଭା ନିର୍ବାଚନ ମତଦାନ ଚାଲିଛି । ସେହିପରି 3ଟି ରାଜ୍ୟ କର୍ଣ୍ଣାଟକ, ନାଗାଲାଣ୍ଡ ଏବଂ ତ୍ରିପୁରାର 4ଟି ଆସନରେ ଉପନିର୍ବାଚନ ପାଇଁ ଭୋଟିଂ ହେଉଛି । କର୍ଣ୍ଣାଟକରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେଉଛି । ମେ' 4 ତାରିଖରେ ଭୋଟ ଗଣତି ସହ ଫଳାଫଳ ଘୋଷଣା ହେବ ।

ବିଧାନସଭା ଉପନିର୍ବାଚନ:

ଆଜି ସକାଳ 7ଟାରୁ କର୍ଣ୍ଣାଟକର ବାଗଲକୋଟ ଏବଂ ଦାଭାନଗେରେ ଦକ୍ଷିଣ ଆସନ, ନାଗାଲାଣ୍ଡର କୋରିଡାଙ୍ଗ ଆସନ ଏବଂ ତ୍ରିପୁରାର ଧର୍ମନଗରରେ ମତଦାନ ଆରମ୍ଭ ହୋଇଛି । ସେପଟେ ବୁଧବାର ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗୋଆର ପୋଣ୍ଡା ଆସନରେ ଉପନିର୍ବାଚନ ବାତିଲ କରାଯାଇଛି । କୋର୍ଟ ଉଲ୍ଲେଖ କରିଛନ୍ତି ଯେ, ବିଧାନସଭାର କାର୍ଯ୍ୟକାଳ ଶେଷ ହେବା ପାଇଁ ଆଉ ଗୋଟିଏ ବର୍ଷରୁ କମ୍ ସମୟ ବାକି ଅଛି । ଏଥିପାଇଁ ଉପନିର୍ବାଚନର ଆବଶ୍ୟକତା ନାହିଁ ।

କଂଗ୍ରେସ ବନାମ ବିଜେପି:

କର୍ଣ୍ଣାଟକରେ, ମୁଖ୍ୟତଃ କଂଗ୍ରେସ ଏବଂ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି । ଶାସକ କଂଗ୍ରେସ ଦାଭାନଗେରେ ଦକ୍ଷିଣରେ କର୍ଣ୍ଣାଟକ ମନ୍ତ୍ରୀ ଏସଏସ ମଲ୍ଲିକାର୍ଜୁନଙ୍କ ପୁଅ ସମର୍ଥ ଶାମାନୁରଙ୍କୁ ଏବଂ ବାଗାଲକୋଟରେ ଉମେଶ ମେଟିକୁ ପ୍ରାର୍ଥୀ କରିଛି । ସେହିପରି ବିଜେପି, ପ୍ରାର୍ଥୀ ଟି ଦାସକାରିୟାପ୍ପା ଏବଂ ବୀରଭଦ୍ରାୟ ଚରଣୀମଠଙ୍କୁ ପ୍ରାର୍ଥୀ କରିଥିବା ବେଳେ ଦୁଇ ଦଳ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ନାଗାଲାଣ୍ଡର କୋରିଡାଙ୍ଗ ଆସନରେ 6 ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ତ୍ରିପୁରାରେ, ଧର୍ମନଗର ଆସନରେ ବିଜେପି, କଂଗ୍ରେସ ଏବଂ ସିପିଆଇ(ଏମ୍) ପ୍ରାର୍ଥୀଙ୍କ ମଧ୍ୟରେ ଏକ ବହୁମୁଖୀ ପ୍ରତିଯୋଗିତା ଦେଖାଯାଉଛି । 3 ରାଜ୍ୟ ଉପନିର୍ବାଚନ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଶୃଙ୍ଖଳିତ ଏବଂ ନିରପେକ୍ଷ ନିର୍ବାଚନ ଉପରେ ନଜର ରଖାଯାଇଛି ।

ସେପଟେ ଏପ୍ରିଲ 23ରେ ଗୁଜରାଟର ଉମରେଥ ଏବଂ ମହାରାଷ୍ଟ୍ରର ରାହୁରୀ ଏବଂ ବାରାମତିରେ ଭୋଟ୍ ହେବାକୁ ସ୍ଥିର ହୋଇଛି । ବିଧାୟକମାନଙ୍କ ମୃତ୍ୟୁ ଯୋଗୁଁ ସମସ୍ତ ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ହେଉଛି । ବିମାନ କ୍ରାସରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ପରେ ବାରାମତିରେ ଉପନିର୍ବାଚନ ହେବାକୁ ଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...

ବିଧାନସଭା ନିର୍ବାଚନ 2026: ଗୁରୁବାର ଆସାମ, କେରଳମ, ପୁଡୁଚେରୀରେ ଭୋଟ୍; 3ଟି ରାଜ୍ୟରେ ଉପନିର୍ବାଚନ; ଗୋଆ ନିର୍ବାଚନ ବାତିଲ

କେରଳମ୍‌-ଆସାମ-ପୁଡୁଚେରୀରେ ନିର୍ବାଚନ ପ୍ରଚାର ଶେଷ, ଆସନ୍ତାକାଲି ଭୋଟିଂ