ETV Bharat / state

'ଆମ ବସ୍' ଦୁର୍ଘଟଣା ନେଇ ବିଧାନସଭାରେ ଉଦବେଗ

ବର୍ଷକ ଭିତରେ 'ଆମ ବସ୍' ନେଲାଣି ୭ ମୁଣ୍ଡ । ଭୁବନେଶ୍ୱରରେ ସର୍ବାଧିକ ଦୁର୍ଘଟଣା ଘଟୁଛି । ବିଧାନସଭାରେ ତଥ୍ୟ ରଖିଲେ ନଗର ଉନ୍ନୟନ ମନ୍ତ୍ରୀ ।

AMA BUS ACCIDENTS ODISHA
'ଆମ ବସ୍' ଦୁର୍ଘଟଣା ନେଇ ବିଧାନସଭାରେ ଉଦବେଗ (File pic)
author img

By ETV Bharat Odisha Team

Published : February 24, 2026 at 7:26 PM IST

1 Min Read
Choose ETV Bharat

ଭୁବନେଶ୍ୱର: ସ୍ମାର୍ଟସିଟିର ଲାଇଫ ଲାଇନ୍ କୁହାଯାଉଥିବା 'ଆମ ବସ' ଏବେ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।ରାଜଧାନୀବାସୀଙ୍କୁ ସୁବିଧାରେ ଗମନାଗମନ ପାଇଁ ସରକାର 'ଆମ ବସ' ପରିବହନ ସୁବିଧା ଉପଲବ୍ଧ କରାଇଥିଲେ ହେଲେ ଏବେ 'ଆମ ବସ' ଖାଲି ସରକାର ନୁହେଁ ଭୁବନେଶ୍ୱରବାସୀଙ୍କ ଚିନ୍ତା ବଢ଼ାଇଛି । ଭୁବନେଶ୍ୱରରେ ଏବେ 'ଆମ ବାସ' ଦୁର୍ଘଟଣା ନିତିଦିନିଆ ଘଟଣାରେ ପରିଣତ ହୋଇଛି । ପ୍ରତି ଦିନ ଆମ ବସ ଦୁର୍ଘଟଣାଗ୍ରସ୍ତ ହେଉଥିବାର ଖବର ସାମ୍ନାକୁ ଆସୁଛି । ଯଦିଓ ପରିବହନ ବିଭାଗ, ନଗର ଉନ୍ନୟନ ବିଭାଗ ଏବଂ 'କୃଟ' ପକ୍ଷରୁ ବହୁବିଧ ବ୍ୟବସ୍ଥା କରାଯାଉଛି, ଆମ ବସ ଡ୍ରାଇଭରଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଉଛି । ଏହାସହ ନିଶାସେବନ ନେଇ ଚେକିଂ କରାଯାଉଛି କିନ୍ତୁ ଅନେକ ସମୟରେ 'ଆମ ବସ' ଅସାବଧାନତା ଯୋଗୁଁ ଛାତିଥରା ଦୁର୍ଘଟଣା ହେଉଛି।ବିଧାନସଭାରୁ ଏଭଳି ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି ।



"ଆମ ବସ୍ ଦୁର୍ଘଟଣାରେ ସର୍ବାଧିକ ଭୁବନେଶ୍ୱରରେ ୬ ଜଣ ମୃତ୍ୟୁବରଣ କରିଥିବା ବେଳେ କଟକରେ ଜଣେ ମୃତ୍ୟୁବରଣ କରିଛନ୍ତି । ସେହିପରି ଆମ ବସ୍ ଦୁର୍ଘଟଣାରେ ବର୍ଷକ ମଧ୍ୟରେ ୮ ଜଣ ହୋଇଛନ୍ତି ଗୁରୁତର । ସର୍ବାଧିକ ଭୁବନେଶ୍ୱର ୪ ଜଣ ଗୁରୁତର ହୋଇଥିବା ବେଳେ ପୁରୀ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ଜଣେ ଲେଖାଏଁ ହୋଇଛନ୍ତି ଗୁରୁତର । ଦୁର୍ଘଟଣା ରୋକିବକୁ ଏହି ବର୍ଷକ ମଧ୍ୟରେ ୨୮ ହଜାର ୭୦୦ ଥର ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛି ।

assembly budget session
ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର (ETV Bharat Odisha)
ତାହା ସହ ସ୍ପିଡ଼ ଲିମିଟକୁ ମଧ୍ୟ ଫିକ୍ସ କରାଯାଇଛି । ଇଲେକ୍ଟ୍ରିକ ବସ୍ ଗୁଡ଼ିକର ବେଗ ୩୫ କିମି ମଧ୍ୟରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଡିଜେଲ ଚଳିତ ବସ୍ ବେଗ ୪୦ ଓ ରାଜପଥରେ ଚାଲୁଥିବା ଆମ ବସ୍ ଗୁଡ଼ିକର ବେଗ ୫୦ କିମି ଭିତରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି," ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ଏହା ବି ପଢନ୍ତୁ- ଦେଢ଼ ବର୍ଷ ମଲେଣି ୧୧୪ ହାତୀ

ଇଟିଭି ଭାରତ, ଭୁବନେଶ୍ୱର