ETV Bharat / state

ସନ୍ଦେହଜନକ ଅବସ୍ଥାରେ ଆସାମ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଓଲଟପୁର ଥାନା ଅନ୍ତର୍ଗତ ନୂଆ କଲୋନୀରେ ଜଣେ ଆସାମ ଯୁବକଙ୍କ ଛାତରୁ ପଡି ମୃତ୍ୟୁ ହୋଇଛି । ହେଲେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଅସ୍ପଷ୍ଟ ରହିଛି ।

ASSAM YOUTH DEATH IN CUTTACK
ଆସାମ ଯୁବକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର (ETV Bharat Odisha)
author img

By ETV Bharat Odisha Team

Published : February 26, 2026 at 6:20 PM IST

1 Min Read
Choose ETV Bharat

ରିପୋର୍ଟ: ଉମେଶ ଚନ୍ଦ୍ର ମଲ୍ଲିକ

ନିଆଳି: ଛାତରୁ ପଡ଼ି ଆସାମ ଯୁବକଙ୍କ ମୃତ୍ୟୁ ! ସନ୍ଦେହଜନକ ଅବସ୍ଥାରେ କଟକ ଜିଲ୍ଲା ଓଲଟପୁର ଥାନା ନୂଆ କଲୋନୀରେ ଜଣେ ଆସାମ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ହେଲେ ରୋହନ କାକତି । ସେ ଏସ.ଭି ନିରତାରର ଫିଜିଓଥେରାପି ବିଭାଗରେ ଇନଣ୍ଟନସି ପରେ ସ୍ଥାନୀୟ ଅଞ୍ଚଳରେ ରୋଗୀ ସେବା କରୁଥିଲେ । ପୋଲିସ ତାଙ୍କ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ଏହା ଆତ୍ମହତ୍ୟା ନା ତ୍ୟା ତାହା ଅସ୍ପଷ୍ଟ ରହିଛି ।

ଓଲଟପୁର ଥାନା ଅର୍ନ୍ତଗତ ନୂଆ କଲୋନୀର କବିତା କମ୍ପ୍ଲେକ୍ସରେ ରହୁଥିଲେ ମୃତକ ରୋହନ କାକତି । ସେ ଗତକାଲି (ବୁଧବାର) ଘରୁ ଫେରିଥିବା ବେଳେ ଆଜି (ଗୁରୁବାର) ସକାଳୁ ତାଙ୍କ ମୃତଦେହ ରହୁଥିବା କୋଠା ପାର୍ଶ୍ୱରୁ ମିଳିଛି । ଏନେଇ ଘର ମାଲିକ ବିଶ୍ବଜିତ ମହାନ୍ତି କହିଛନ୍ତି,' ଗତ ୧୫/୦୮/୨୦୨୫ ଠାରୁ ଆସାମ ଅଞ୍ଚଳର ରୋହନ କାକତି ଏଠାରେ ଭଡାରେ ରହିଆସୁଥିଲେ । ୧୦ରୁ ୧୨ ଦିନ ତଳେ ସେ ତାଙ୍କ ଘରକୁ ଯାଇ ଗତକାଲି ଫେରିଥିଲେ । ହେଲେ ଆଜି ସକାଳୁ କିଛି ପିଲା ମୋତେ ଖବର ଦେଇଥିଲେ ଯେ, କାହାର ଏକ ମୃତଦେହ ପଡ଼ିଛ ବୋଲି । ତେଣୁ ମୁଁ ଆସି ଦେଖିଲା ବେଳକୁ ତାହା ରୋହନର ମୃତ୍ୟୁଦେହ ବୋଲି ଜାଣିବା ପରେ ଓଲଟପୁର ପୋଲିସ ଥାନାକୁ ଖବର ଦେଇଥିଲି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ।"

ଏହି ଘଟଣାକୁ ନେଇ କଟକ ସଦର ଏସଡିପିଓ ବିଜୟ କୁମାର ମଲ୍ଲିକ କହିଛନ୍ତି," ଓଲଟପୁର ଥାନାକୁ ସୂଚନା ମିଳିଥିଲା ଯେ, ନୂଆ କଲୋନୀର କବିତା କମ୍ପ୍ଲେକ୍ସ ପାର୍ଶ୍ବରେ ଆସାମର ଜଣେ ଯୁବକଙ୍କ ମୃତଦେହ ପଡ଼ିଛି । ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ତାଙ୍କ ପରିବାର ଲୋକ ପହଞ୍ଚିବା ପରେ ତଦନ୍ତ ଆଗକୁ ବଢିବ । ଏ ଘଟଣା ସମ୍ପର୍କରେ ତାଙ୍କ ନିକଟରେ ଥିବା ଜଣେ ଯୁବକଙ୍କୁ ପଚରାଉଚରା ଜାରି ରହିଛି ।‌ ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ପ୍ରମାଣ ସଂଗ୍ରହ କରିଛି ।‌"

ଏହା ମଧ୍ୟ ପଢନ୍ତୁ...କେତେ ସୁରକ୍ଷିତ ରାଜଧାନୀର ବ୍ୟାବସାୟିକ ପ୍ରତିଷ୍ଠାନ ? ସୁପରମାର୍ଟ ଅଗ୍ନିକାଣ୍ଡ ପରେ ସତର୍କଘଣ୍ଟି, ଅଗ୍ନି ନିରାପତ୍ତାକୁ ନେଇ ଉଠିଲା ପ୍ରଶ୍ନ

ଏହା ମଧ୍ୟ ପଢନ୍ତୁ... ପୁଣି ରାଜଧାନୀରେ ଅଗ୍ନିକାଣ୍ଡ; ଲୋକାୟୁକ୍ତଙ୍କ କାର୍ଯ୍ୟାଳୟରେ ଲାଗିଲା ନିଆଁ, ପାଉଁଶ ହୋଇଗଲା ଜରୁରୀ ଦସ୍ତାବିଜ୍

ଏହା ମଧ୍ୟ ପଢନ୍ତୁ... ପ୍ରେମ ପାଇଁ ଡବଲ ମର୍ଡର, ପ୍ରେମିକ ସହ ମିଶି ହତ୍ୟା ଷଡ଼ଯନ୍ତ୍ର କରିଥିଲା ନାବାଳିକା

ଇଟିଭି ଭିରତ, କଟକ