ETV Bharat / state

ମହିଳା ହାବିଲଦାରଙ୍କ ନିର୍ଯାତନା ଅଭିଯୋଗ; ବଦଳିଲେ ଅନୁଗୋଳ ରିଜର୍ଭ ଇନ୍ସପେକ୍ଟର

ମହିଳା ହାବିଲଦାର ସୁମିତ୍ରା ବିଶ୍ୱାଳଙ୍କ ଅଭିଯୋଗ ଓ ଏନେଇ ଏସପିଙ୍କ ତଦନ୍ତ ଆଧାରରେ ଆରଆଇ ଗୋବିନ୍ଦ ମାହାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଭାଗ । ରିପୋର୍ଟ- ସଂଗ୍ରାମ ରଞ୍ଜନ ନାଥ ।

Angul Reserve Inspector transferred after allegations of harassment by female habildar
ମହିଳା ହାବିଲଦାରଙ୍କ ନିର୍ଯାତନା ଅଭିଯୋଗ; ବଦଳିଲେ ଅନୁଗୋଳ ରିଜର୍ଭ ଇନ୍ସପେକ୍ଟର (ETV BHARAT ODISHA)
author img

By ETV Bharat Odisha Team

Published : April 29, 2026 at 11:07 PM IST

2 Min Read
Choose ETV Bharat

ଅନୁଗୋଳ: ଶେଷରେ ବଦଳିଲେ ଅନୁଗୋଳ ରିଜର୍ଭ ଇନ୍ସପେକ୍ଟର ଗୋବିନ୍ଦ ମାହାରୀ । କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଉତ୍ତର କେନ୍ଦ୍ରାଞ୍ଚଳ ରେଞ୍ଜ୍ ଆଇଜି ସତ୍ୟବ୍ରତ ଭୋଇ । ଘଟଣାରେ ମହିଳା ହାବିଲଦାର ସୁମିତ୍ରା ବିଶ୍ୱାଳଙ୍କ ଅଭିଯୋଗ ଓ ଏନେଇ ଏସପିଙ୍କ ତଦନ୍ତ ଆଧାରରେ ଆରଆଇ ଗୋବିନ୍ଦ ମାହାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଭାଗ ।

ମହିଳା ହାବିଲଦାରଙ୍କ ନିର୍ଯାତନା ଅଭିଯୋଗ; ବଦଳିଲେ ଅନୁଗୋଳ ରିଜର୍ଭ ଇନ୍ସପେକ୍ଟର (ETV BHARAT ODISHA)

ଗତ ଏପ୍ରିଲ 1 ତାରିଖରେ ନିର୍ଯାତନା ଅଭିଯୋଗ ଆଣିବା ସହ ଚାକିରିରୁ ଇସ୍ତଫା ଦେଇଥିବା ମହିଳା ହାବିଲଦାର ସୁମିତ୍ରା ବିଶ୍ୱାଳ, ଶେଷରେ ନିଜ ଦାବିକୁ ନେଇ ଅନୁଗୋଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ । ପୂର୍ବରୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆ ଯାଉଥିବା ଅଭିଯୋଗ ଆଣିଥିଲେ ସୁମିତ୍ରା । ରିଜର୍ଭ ଇନ୍ସପେକ୍ଟର (RI) ଗୋବିନ୍ଦ ମାହାରୀ ଓ ହାବିଲଦାର ଶୁଭକାନ୍ତ ସାହୁଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ଏସପିଙ୍କୁ ଦେଇଥିଲେ ଇସ୍ତଫା ପତ୍ର । ତେବେ ତାଙ୍କ ଇସ୍ତଫା ଗ୍ରହଣ ନକରି ବିଭାଗୀୟ ତଦନ୍ତ ଜାରି ରହିଥିଲା । ତଦନ୍ତ ପରେ ଯାହା ପଦକ୍ଷେପ ନିଆଯିବ ବୋଲି ଏସପି ପ୍ରତିଶୃତି ଦେବାପରେ ସୁମିତ୍ରା ପୁଣି ଥରେ ଚାକିରୀରେ ଯୋଗ ଦେଇଥିଲେ ।

ବର୍ତ୍ତମାନ ସୁମିତ୍ରାଙ୍କୁ ରିଜର୍ଭରୁ ବଦଳି କରାଯାଇ ଟ୍ରାଫିକ ନିୟନ୍ତ୍ରଣରେ ରଖା ଯାଇଥିଲା । କିନ୍ତୁ ଦୀର୍ଘ ଦିନ ହେଲା କେବଳ ତଦନ୍ତ ଚାଲିଥିବା ବେଳେ ଯେଉଁ ଦୁଇ ଅଧିକାରୀଙ୍କ ବିରୁଦ୍ଧରେ ସେ ଅଭିଯୋଗ କରିଥିଲେ, ସେମାନଙ୍କ ବିରୁଦ୍ଧରେ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇନଥିଲା । ତେଣୁ ନ୍ୟାୟ ନ ମିଳିବାରୁ ଆଜି ସେ ଆମରଣ ଅନଶନ କରିଥିଲେ । ଏହାପରେ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ସୁମିତ୍ରାଙ୍କ ସହ ଆଲୋଚନା କରିଥିଲେ । ତାପରେ ରିଜର୍ଭ ଇନ୍ସପେକ୍ଟର ଗୋବିନ୍ଦ ମାହାରିଙ୍କୁ ଏଠାରୁ କଳାହାଣ୍ଡି ବଦଳି କରାଯାଇଛି । ଏହାଛଡା ଅନ୍ୟ ଅଭିଯୋଗ ଗୁଡ଼ିକ ଉପରେ ମଧ୍ୟ ତଦନ୍ତ ଚାଲିଛି ବୋଲି ଆଇଜି ବୁଝାଇବା ପରେ ସୁମିତ୍ରା ଅନଶନରୁ ଓହରିଛନ୍ତି ।

ତଦନ୍ତ ପରେ ଯାହା ପଦକ୍ଷେପ ନିଆଯିବ ବୋଲି ଏସପି ପ୍ରତିଶୃତି ଦେବାପରେ ସୁମିତ୍ରା ପୁଣି ଥରେ ଚାକିରୀରେ ଯୋଗ ଦେଇଥିଲେ ।
ତଦନ୍ତ ପରେ ଯାହା ପଦକ୍ଷେପ ନିଆଯିବ ବୋଲି ଏସପି ପ୍ରତିଶୃତି ଦେବାପରେ ସୁମିତ୍ରା ପୁଣି ଥରେ ଚାକିରୀରେ ଯୋଗ ଦେଇଥିଲେ । (ETV BHARAT ODISHA)

ଆଜି ବିଭାଗରୁ ନ୍ୟାୟ ପାଇବା ପରେ ହାବିଲଦାର ସୁମିତ୍ରା ବିଶ୍ବାଳ କହିଛନ୍ତି ଯେ, "ମୁଁ RI ଗୋବିନ୍ଦ ମାହାରୀ ଓ ହାବିଲଦାର ଶୁଭକାନ୍ତ ସାହୁଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲି । ମୁଁ ଇସ୍ତଫା ପତ୍ର ଏସପିଙ୍କୁ ଦେଇଥିଲି । ତା ପରେ ଇସ୍ତଫାପତ୍ର ଗ୍ରହଣ ବି କରିଲେନି । ପ୍ରତିଶ୍ରୁତି ଦିଆଗଲା କି ଆମର ଆଇସିସି କମିଟି ଓ ଆମର ଡିଏସପି ମ୍ୟାଡାମ ୟୋଗେଶ୍ବରୀ ମ୍ୟାଡାମ ଅଛନ୍ତି, ତାଙ୍କ ତତ୍ବାବଧାନରେ ଏନକ୍ବାରୀ ହେହ ତଦନ୍ତ ହେବ ବୋଲି କହିଥିଲେ । ଏନକ୍ବାରୀ ହେଲା ପରେ ମଧ୍ୟ ବହୁତ ପ୍ରମାଣ ତାଙ୍କ ବିରୋଧରେ ଆସିଛି । ପୂରା 100 ପର୍ସେଣ୍ଟ ତାଙ୍କ ବିରୋଧରେ ଆସିଛି । ସେ ଶୁଭକାନ୍ତ ନିଜେ ମଧ୍ୟ ମାନି ସାରିଛି କି ମୁଁ ସୁମିତ୍ରା ବିଶ୍ବାଳଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ଯାହା ବି ହୋଇଛି, ମୁଁ ସବୁ ଆରଆଇ ସାର୍ ଗୋବିନ୍ଦ ମାହାରୀଙ୍କ ନିର୍ଦ୍ଦେଶରେ କରିଛି ବୋଲି ନିଖିତ ଆକାରରେ ଦେଇଛି, ବୟାନ ବି ଦେଇଛି, ଭିଡିଓ ବି ଦେଇଛି । ମୁଁ ଯେତେବେଳେ ଟ୍ରେଜେରିରେ ଥିଲି, ସେତେବେଳେ ମଧ୍ୟ ଆରଆଇ ଅଣ୍ଟେନସନାଲି ଯାଇ ଚେକ୍ କରନ୍ତି । ଜିଲ୍ଲାରେ ଆଜ୍ଞା ବହୁତ ଜାଗାରେ ଡ୍ୟୁଟିରେ ଅଛନ୍ତି ଷ୍ଟାଫ୍, ଅନ୍ୟ କେଉଁଠିକି ଯିବେନି, କେବଳ ଅଣ୍ଟେନସନାଲି ଭାବେ ସୁମିତ୍ରା ବିଶ୍ବାଳ କେଉଁଠି ଅଛି ବୋଲି ସେ ଚେକ୍ କରିବା ପାଇଁ ଯାଆନ୍ତି। ମୁଁ ପ୍ରେଜେଣ୍ଟ ଥିଲେ ବି ଡ୍ୟୁଟିରେ, ଟେଜେରୀରୁ ମୁଁ ଡାଏରୀ ନେଇକି ଆସିବି, ଡ୍ୟୁଟି ରେଜିଷ୍ଟର ପ୍ରେଜେଣ୍ଟ କରିବି ତାଙ୍କ ସାମ୍ନାରେ, ତାପରେ ବି ସେ ଡ୍ୟୁଟିରେ ଆବସେଣ୍ଟ ଅଛି ବୋଲି ମୋତେ ଡରାଇବେ ଧମକାଇବେ, ଏକ୍ସପ୍ଲାନେସନ ମାଗିବେ । ମୁଁ ଯଦି କହିବ ସାର୍ ମୁଁ ପ୍ରଜେଣ୍ଟ ଅଛି ଆପଣ ଆବସେଣ୍ଟ କେମିତି କହୁଛନ୍ତି। ମୋତେ କହିବେ ମୁଁ ଆରଆଇ, ମୋତେ ଜାଣିନ ତୁମେ । ମୁଁ ଏବେ ଏସପି ସାର୍ଙ୍କ ପାଖେ ଅଡର୍ଲି କରିଦେବି । ଏମିତି ସେମିୀତ ବିଭିନ୍ନ ଧମକ ଚମକ ଦିଅନ୍ତି ।"

ନ୍ୟାୟ ନ ମିଳିବାରୁ ଆଜି ସେ ଆମରଣ ଅନଶନ କରିଥିଲେ ସୁମିତ୍ରା ବିଶ୍ବାଳ ।
ନ୍ୟାୟ ନ ମିଳିବାରୁ ଆଜି ସେ ଆମରଣ ଅନଶନ କରିଥିଲେ ସୁମିତ୍ରା ବିଶ୍ବାଳ । (ETV BHARAT ODISHA)

"ସେ ଯେଉଁ ଆଲିଗେସନ ଆଣିଥିଲେ RIଙ୍କ ଏଗେନେଷ୍ଟରେ ତାଙ୍କର ଜଣେ ସହଯୋଗୀଙ୍କ ଏଗେନେଷ୍ଟରେ, ସେ ବିଷୟରେ ଏସପି ଏନକ୍ବାରୀ କରିକି ସବମିଟ୍ କରିଛନ୍ତି । ତାକୁ ଆଧାର କରିକି RIଙ୍କୁ ହେଡକ୍ବାଟର ତାଙ୍କୁ ବଦଳି କରିଛନ୍ତି କଳାହାଣ୍ଡି । ଫର୍ଦର ଆକ୍ସନ ପରେ ନିଆଯିବ," ବୋଲି ଆଇଜି ସତ୍ୟବ୍ରତ ଭୋଇ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପୋଲିସ ବିରୁଦ୍ଧରେ ନିର୍ଯାତନା ଅଭିଯୋଗ: ଚାକିରୀ ଛାଡ଼ିଲେ ମହିଳା ହାବିଲଦାର

ଇଟିଭି ଭାରତ, ଅନୁଗୋଳ