ETV Bharat / state

ସେବାୟତଙ୍କ ବିବାଦ ମଧ୍ୟରେ ଏବର୍ଷ ବି ହୋଇପାରିଲାନି ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଜାତ

ବ୍ରାହ୍ମଣ ବଡୁ ଓ ପୂଜା ପଣ୍ଡା ନିଯୋଗକୁ ନେଇ ବୈଠକ ହୋଇଥିଲା । ଜିଲାପାଳଙ୍କ ସହ ବୈଠକ ସରିଲା, ହେଲେ ବାହାରିଲା ନାହିଁ ସଠିକ ନିଷ୍କର୍ଷ ।

ସେବାୟତଙ୍କ ବିବାଦ ମଧ୍ୟରେ ଏବର୍ଷ ବି ହୋଇପାରିଲାନି ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଜାତ
ସେବାୟତଙ୍କ ବିବାଦ ମଧ୍ୟରେ ଏବର୍ଷ ବି ହୋଇପାରିଲାନି ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଜାତ (ETV BHARAT ODISHA)
author img

By ETV Bharat Odisha Team

Published : February 23, 2026 at 7:01 PM IST

2 Min Read
Choose ETV Bharat

ଭୁବନେଶ୍ବର: ଆଶା ଥିଲା ୧୧ ବର୍ଷ ପୁରୁଣା ବିବାଦର ଅବସାନ ଘଟିବ । ୧୧ ବର୍ଷ ହେବ ଯେଉଁ ପରମ୍ପରା ବନ୍ଦ ହୋଇ ରହିଛି, ତାହାକୁ ସୁରୁଖୁରୁରେ ସମ୍ପାଦନ କରିବାକୁ । ମାତ୍ର ପ୍ରଶାସନର ସବୁ ଉଦ୍ୟମ ଓ ଆଶା ପାଣି ଫଟକି ଯାଇଛି । ଦୁଇ ସେବାୟତ ଗୋଷ୍ଠୀଙ୍କ ବିବାଦ ବଳବତ୍ତର ରହିଛି । ଏବି ପ୍ରଭୁ ଲିଙ୍ଗରାଜଙ୍କ ପରମ୍ପରା ଅନୁଷ୍ଠିତ ହୋଇପାରି ନାହିଁ । ଆମେ କହୁଛୁ, ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଜାତ କଥା ।

ସେବାୟତଙ୍କ ବିବାଦ ମଧ୍ୟରେ ଏବର୍ଷ ବି ହୋଇପାରିଲାନି ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଜାତ (ETV BHARAT ODISHA)

ଚଳିତ ବର୍ଷ ମଧ୍ୟ ଅନିଶ୍ଚିତତାରେ ରହିଥିବା ହାଣ୍ଡିଭଙ୍ଗା ଜାତ, ଗତ ଶନି ବାର ଅନୁଷ୍ଠିତ ହେବାର ଆଶା ଉପୁଜିଥିଲା । ସେବା ପୂଜାରୀ ୧୧ ବର୍ଷର ବାସନ୍ଦ ପରେ ଖୁଣ୍ଟିଆ ସେବାୟତ କପିଳେଶ୍ୱର ମନ୍ଦିରକୁ ଯାଇନୀତିକାନ୍ତି ବା ପୂଜା ଆରମ୍ଭ କରିବା ପରେ ହାଣ୍ଡିଭଙ୍ଗା ନୀତିର ପୂଜନୀତି ଆରମ୍ଭ ହୋଇଥିଲା। ମଲିଆ ଓ ଖୁଣ୍ଟିଆ ସେବାୟତ ଉଭୟଙ୍କ ଭିତରେ ଥିବା ବିବାଦ ଜିଲ୍ଲାପାଳ ଓ ଉଚ୍ଚ ନ୍ୟାୟାଳୟଙ୍କ ନିଷ୍ପତି କ୍ରମେ ତୁଟାଇଥିବା ବେଳେ ଉଭୟ ମିଶି ପୂଜା କରିଥିଲେ । ଅବକାଶ ନୀତି, ମଙ୍ଗଳ ଆଳତି, ସୂର୍ଯ୍ୟପୂଜା ସହ ହାଣ୍ଡିଭଙ୍ଗା ନୀତି ହୋଇଥିଲା । ହେଲେ ଲିଙ୍ଗରାଜ ମନ୍ଦିରର ସେବାୟତଙ୍କ କିଛି ଦାବିକୁ ନେଇ ଲିଙ୍ଗରାଜ କପିଳେଶ୍ୱର ଯିବେକି ନାହିଁ ତାହା ଦ୍ବନ୍ଦରେ ଥିବା ବେଳେ ପୁଣି ଅନିଶ୍ଚିତତାରେ ରହିଯାଇଥିଲା ମହାପ୍ରଭୁଙ୍କ ହାଣ୍ଡି ଭଙ୍ଗା ଯାତ ।

ଏହି ଯାତ୍ରା ହେବକି ନାହିଁ ବୋଲି ବ୍ରାହ୍ମଣ ବଡୁ ଓ ପୂଜା ପଣ୍ଡା ନିଯୋଗକୁ ନେଇ ବୈଠକ ହୋଇଥିଲା । ଜିଲାପାଳଙ୍କ ସହ ବୈଠକ ସରିଲା, ହେଲେ ବାହାରିଲା ନାହିଁ ସଠିକ ନିଷ୍କର୍ଷ । ଠାକୁରଙ୍କ ବିଜୟ ବେଳେ କପିଳେଶ୍ୱର ମନ୍ଦିର ପକ୍ଷରୁ ବାଟ ବରଣ ଓ ଗର୍ଭଗୃହରେ ହେବାକୁ ଥିବା ଭେଟ ଆଳତି କିଏ କରିବେ, ତାହାକୁ ନେଇ ରହିଥିଲା ଦ୍ଵନ୍ଦ୍ବ । ଦ୍ଵନ୍ଦ୍ବ ଦୂର ହେଲେ ଜାତ ହେବ ବୋଲି ସୂଚନା ଦେଇଥିଲେ ସେବାୟତ । ସେମାନଙ୍କ ମତରେ ଏହି ଆଳତି ବ୍ରାହ୍ମଣ ସେବାୟତ କରିଲେ ହିଁ ମହାପ୍ରଭୁ ଲିଙ୍ଗରାଜ କପିଳେଶ୍ୱର ଗମନ କରିବେ ବୋଲି ସେବାୟତଙ୍କ ମତ । ଏହାକୁ ନେଇ କପିଳେଶ୍ୱରରେ ଦୁଇ ସେବାୟତଙ୍କ ବିବାଦ ତୁଟିବା ପରେ ବି ପୁଣି ଲିଙ୍ଗରାଜ ସେବାୟତଙ୍କ ଜିଦିକୁ ନେଇ ଭାଙ୍ଗିଥିଲା ଦୀର୍ଘ ଦିନର ପରମ୍ପରା । ସେପଟେ ଦୁଇ ସେବାୟତ ବିବାଦ ଭୁଲି ଲିଙ୍ଗରାଜଙ୍କ ଆଗମନକୁ ଚାହିଁ ରହିଥିବା ବେଳେ ଏପଟେ ମହାପ୍ରଭୁ ଯିବେ କି ନାଇଁ ତାହା ସ୍ପଷ୍ଟ ହୋଇନଥିଲା ।


ବିବାଦକୁ ନେଇ ଖୁଣ୍ଟିଆ ସେବାୟତ ବିରଂଚି ନାରାୟଣ ଖୁଣ୍ଟିଆଙ୍କ କହିବା ହେଲା, "କପିଳେଶ୍ୱରଙ୍କ ଭୋଗ ପ୍ରସ୍ତୁତିକୁ ନେଇ ବା ରୋଷଶାଳାରେ କିଏ ଭୋଗ ରୋଷେଇ ବା ପ୍ରସ୍ତୁତ କରିବ, ସେନେଇ ମଲିଆ ଓ ଆମ ଭିତରେ ବିବାଦ ଲାଗିରହିଥିବା ବେଳେ ୧୦ରୁ ୧୧ ବର୍ଷ ହେବ ହାଣ୍ଡି ଭଙ୍ଗା ନୀତି ବନ୍ଦ ରହିଛି । ବିବାଦର ସମାଧାନ ହୋଇନଥିବା ବେଳେ ପରମ୍ପରା ଭଂଗ ସହ ସେମାନେ ଜୋର ଜବରଦସ୍ତ ସେବାନୀତି କରିଆସୁଥିଲେ । ୧୧ ବର୍ଷର ବାସନ୍ଦ ପରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପକୁ ନେଇ ଆମେ ମନ୍ଦିରକୁ ପ୍ରବେଶ କକରିଥିବା ବେଳେ ସେବା ନୀତି କରିଥିଲୁ । ଏପରିକି ପୂଜା ନୀତି ସହ କୋଠ ଭୋଗ ବି ପ୍ରସ୍ତୁତ କରିଥିଲୁ । ଆମେ ଆମର ସମସ୍ତ ନୀତି କରିଥିବା ବେଳେ ଆଶା ରଖିଥିଲୁ ଲିଙ୍ଗରାଜଙ୍କୁ ନେଇ ଲିଙ୍ଗରାଜଙ୍କ ସେବାୟତ ଆସିବେ ଓ ଦୀର୍ଘଦିନର ଏହି ପରମ୍ପରାର ବିଛେଦ ଦୂର ହେବ ।"

ସେହିପରି କପିଳଶ୍ୱର ମଲିଆ ସେବାୟତ ଅରବିନ୍ଦ ମଲିଆଙ୍କ କହିବା ହେଲା,"ଆମ ଭିତରେ କିଛି ବିବାଦ ନାହିଁ । ପ୍ରଶାସନର ହସ୍ତକ୍ଷେପ ଓ କୋର୍ଟଙ୍କ ନିଷ୍ପତି କ୍ରମେ ଆମେ ମିଶିକି ସେବାନୀତି କରିଥିଲୁ । ସେମାନେ କୋଠ ଭୋଗ କରିଥିବା ବେଳେ ଆମେ ବରାଦ ଭୋଗ ପ୍ରସ୍ତୁତ କରିଥିଲୁ । କପିଳେଶ୍ୱରଙ୍କ ବିଭିନ୍ନ ନୀତି କରି ଆମେ ସେମାନଙ୍କୁ ଚାହିଁ ରହିଥିଲୁ ବରଣ ପାଇଁ ହେଲେ, ସେମାନେ ଆସିନଥିଲେ ।


ଏହା ମଧ୍ୟ ପଢ଼ନ୍ତୁ- ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏକାମ୍ର କ୍ଷେତ୍ରର ବିକାଶ ପାଇଁ ଖର୍ଚ୍ଚ ହେବ ୩୩୦ କୋଟି

ଏହା ମଧ୍ୟ ପଢ଼ନ୍ତୁ- ମହାଶିବରାତ୍ରି; ନିର୍ଦ୍ଧାରିତ ସମୟ ପୂର୍ବରୁ ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ

ଇଟିଭି ଭାରତ, ଭୁବନେଶ୍ବର