ETV Bharat / state

ସରକାରୀ ପାଣ୍ଠି ହେରଫେର ଅଭିଯୋଗ: ଭିଜିଲାନ୍ସ ଜାଲରେ ପୂର୍ବତନ ଭାରପ୍ରାପ୍ତ ପ୍ରିନ୍ସପାଲ

ସମ୍ବଲପୁର ଜିଲ୍ଲା ଲଇଡ଼ା ଗ୍ରାମର ଦୁତିକା ସାହୁ କଲେଜର ପୂର୍ବତନ ପ୍ରିନ୍ସପାଲ ଇନଚାର୍ଜ ଡକ୍ଟର ବସନ୍ତ କୁମାର ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ l ରିପୋର୍ଟ: ବାଦଶାହ ଜୁସ୍ମନ ରଣା

Allegations of misappropriation of government funds: Former acting principal in the vigilance net
ସରକାରୀ ପାଣ୍ଠି ହେରଫେର ଅଭିଯୋଗ: ଭିଜିଲାନ୍ସ ଜାଲରେ ପୂର୍ବତନ ଭାରପ୍ରାପ୍ତ ପ୍ରିନ୍ସପାଲ (ETV Bharat Odisha)
author img

By ETV Bharat Odisha Team

Published : August 26, 2026 at 8:16 PM IST

1 Min Read
Choose ETV Bharat

Principal in the Vigilance Net, ସମ୍ବଲପୁର: ୭୩ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ପାଣ୍ଠି ହେରଫେର କରିଥିବା ଅଭିଯୋଗରେ ପୂର୍ବତନ ପ୍ରିନ୍ସପାଲ ଇନ୍ ଚାର୍ଜଙ୍କୁ ଗିରଫ୍ କରଯାଇଥିବା ସୂଚନା ଦେଇଛି ଭିଜିଲାନ୍ସ ବିଭାଗ l


ଓଡ଼ିଶା ଭିଜିଲାନ୍ସ ଆଜି (ବୁଧବାର) ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଲଇଡ଼ା ଗ୍ରାମର ଦୂତିକା ସାହୁ କଲେଜର ପୂର୍ବତନ ଇନ୍ ଚାର୍ଜ ପ୍ରିନସିପାଲ ଏବଂ ରାଜନୀତି ବିଜ୍ଞାନର ବର୍ତ୍ତମାନର ଅଧ୍ୟାପକ ଡକ୍ଟର ବସନ୍ତ କୁମାର ନାୟକଙ୍କୁ ଗିରଫ କରିଛି । ଡକ୍ଟର ନାୟକଙ୍କୁ ୨୦୧୯-୨୦ ରୁ ୨୦୨୪-୨୫ ଆର୍ଥିକ ବର୍ଷରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୭୩ ଲକ୍ଷ ୪୪ ହଜାର ୯୫୦ ଟଙ୍କା ସରକାରୀ ପାଣ୍ଠିର ଆର୍ଥିକ ହେରଫେର ମାମଲାରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି ଏବଂ ତାଙ୍କୁ ସମ୍ବଲପୁରର ମାନ୍ୟବର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସଙ୍କ କୋର୍ଟକୁ ପଠାଯାଇଛି l

୭୩ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ପାଣ୍ଠି ହେରଫେର କରିଥିବା ଅଭିଯୋଗରେ ପୂର୍ବତନ ଇନ୍ ଚାର୍ଜ ପ୍ରିନ୍ସପାଲ ଙ୍କୁ ଗିରଫ୍ କରଯାଇଥିବା ସୂଚନା ଦେଇଛି ଭିଜିଲାନ୍ସ ବିଭାଗ l
୭୩ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ପାଣ୍ଠି ହେରଫେର କରିଥିବା ଅଭିଯୋଗରେ ପୂର୍ବତନ ଇନ୍ ଚାର୍ଜ ପ୍ରିନ୍ସପାଲ ଙ୍କୁ ଗିରଫ୍ କରଯାଇଥିବା ସୂଚନା ଦେଇଛି ଭିଜିଲାନ୍ସ ବିଭାଗ l (ETV Bharat Odisha)


ଓଡ଼ିଶା ଭିଜିଲାନ୍ସ ଦ୍ୱାରା ତଦନ୍ତ ସମୟରେ, ଡକ୍ଟର ବସନ୍ତ କୁମାର ନାଏକ କଲେଜ ଭିତ୍ତିଭୂମି କାର୍ଯ୍ୟ ପାଇଁ ଆବଣ୍ଟିତ ପାଣ୍ଠିକୁ କୌଣସି କାମ ନକରି ଆତ୍ମସାତ କରିଥିବା ଜଣାପଡ଼ିଥିଲା । ଅନ୍ୟାନ୍ୟ ଅଭିଯୋଗ ମଧ୍ୟରେ ମିଥ୍ୟା ବିଲ୍ ଏବଂ ଅନୁମୋଦିତ ପାଣ୍ଠି ବିରୁଦ୍ଧରେ ସଂସ୍ଥାଗତ ଉପକରଣ ଗ୍ରହଣ ନକରିବା ଅଭିଯୋଗ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଏହା ବ୍ୟତୀତ, ସ୍ୱୟଂଚାଳିତ ଏବଂ ଡିଜିଟାଲ୍ ପରିଚାଳନା ସଫ୍ଟୱେର୍ କାର୍ଯ୍ୟାନ୍ୱୟନ ବାହାନାରେ ସରକାରୀ ଅନୁଦାନର ଅନ୍ୟତ୍ର ବ୍ୟବହାର କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଲଇଡା ଗ୍ରାମର ଦୁତିକା ସାହୁ କଲେଜର ପୂର୍ବତନ ଇନ ଚାର୍ଜ ପ୍ରିନସିପାଲ ଏବଂ ରାଜନୀତି ବିଜ୍ଞାନର ବର୍ତ୍ତମାନର ଅଧ୍ୟାପକ ଡକ୍ଟର ବସନ୍ତ କୁମାର ନାୟକ
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଲଇଡା ଗ୍ରାମର ଦୁତିକା ସାହୁ କଲେଜର ପୂର୍ବତନ ଇନ ଚାର୍ଜ ପ୍ରିନସିପାଲ ଏବଂ ରାଜନୀତି ବିଜ୍ଞାନର ବର୍ତ୍ତମାନର ଅଧ୍ୟାପକ ଡକ୍ଟର ବସନ୍ତ କୁମାର ନାୟକ (ETV Bharat Odisha)
ଏ ସମ୍ପର୍କରେ ଅଭିଯୁକ୍ତ ଡକ୍ଟର ବସନ୍ତ ନାୟକଙ୍କ ବିରୁଦ୍ଧରେ ସମ୍ବଲପୁର ଭିଜିଲାନ୍ସ ପି.ଏସ୍ ମାମଲା ନଂ ୧୩/୨୦୨୬, ୟୁ/ଏସ୍ ୧୩(୨) ଆର୍/ଡବ୍ଲୁ ୧୩ (୧) (ଏ)/ ୩୧୬ (୫)/ ୬୧ (୨) ବିଏନ୍ଏସ୍, ୨୦୨୩ ରୁଜୁ କରାଯାଇଛି । ଏହାସହ ମାମଲାର ତଦନ୍ତ ଜାରି ରଖିଛି ଭିଜିଲାନ୍ସ ବିଭାଗ । ଡକ୍ଟର ନାୟକଙ୍କୁ ସରକାରୀ ପାଣ୍ଠିର ଆର୍ଥିକ ହେରଫେର ମାମଲାରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଥିବା ବେଳେ ତାଙ୍କୁ ସମ୍ବଲପୁରର ମାନ୍ୟବର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସଙ୍କ କୋର୍ଟକୁ ପଠା ଯାଇଛି l

ଏହା ମଧ୍ୟ ପଢ଼ନ୍ତୁ- ସ୍ୱାମୀ-ସ୍ତ୍ରୀ ଝଗଡାର ସମାଧାନ ପାଇଁ ଆସିଥିଲେ ଶ୍ବଶୁର, ଧାରୁଆ ଅସ୍ତ୍ରରେ ହତ୍ୟା କଲା ଜ୍ବାଇଁ

ଏହା ମଧ୍ୟ ପଢ଼ନ୍ତୁ- କହି କହି ଥକିଲେ; ଶେଷରେ ସ୍କୁଲରେ ତଲା ପକାଇଲେ ଗାଁ ଲୋକେ, ବାହାରେ ପଢ଼ିଲେ ପିଲା

ଏହା ମଧ୍ୟ ପଢ଼ନ୍ତୁ- ବଡ଼ ଧରଣର ବାଇକ ରାକେଟ୍ ଠାବ: 13 ବାଇକ ଜବତ, 5 ଗିରଫ୍
ଇଟିଭି ଭାରତ, ସମ୍ବଲପୁର