ETV Bharat / state

ସମ୍ବଲପୁର ଜିଲ୍ଲାରେ ସାର କଳାବଜାରୀ ଅଭିଯୋଗ: ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଭେଟିଲେ କୃଷକ ସଂଗଠନ

ଖରିଫ୍ ଋତୁ ଆରମ୍ଭ ନହେଉଣୁ ଅଭାବୀ ସାର ବିକ୍ରି ଅଭିଯୋଗ ନେଇ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଭେଟିଛି, ଜିଲ୍ଲା କୃଷକ ସୁରକ୍ଷା ସଂଗଠନ । ରିପୋର୍ଟ- ବାଦଶାହା ଜୁସ୍ମନ ରଣା

Allegation of black marketing of fertilizers in Sambalpur district Farmers organization meets the District Chief Agriculture Officer
ସମ୍ବଲପୁର ଜିଲ୍ଲାରେ ସାର କଳାବଜାରୀ ଅଭିଯୋଗ: ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଭେଟିଲେ କୃଷକ ସଂଗଠନ (ETV BHARAT ODISHA)
author img

By ETV Bharat Odisha Team

Published : June 30, 2026 at 8:20 PM IST

2 Min Read
Choose ETV Bharat

SAMBALPUR FERTILIZER SCARECITY, ସମ୍ବଲପୁର: ଖରିଫ୍ ଋତୁ ଆରମ୍ଭ ନହେଉଣୁ ସମ୍ବଲପୁର ଜିଲ୍ଲାରେ ଦେଖା ଯାଇଛି ଅଭାବୀ ସାର ବିକ୍ରି l ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି l ଚାଷୀ ଅଭିଯୋଗ କରିଛନ୍ତି ଯେ, ବର୍ତ୍ତମାନ ଜିଲ୍ଲା ପ୍ରଶାସନ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ସାରର 60 ପ୍ରତିଶତ ସେବା ସମବାୟ ସମିତି ଜରିଆରେ ବିକ୍ରି କରୁଥିବା ବେଳେ 40 ପ୍ରତିଶତ ବେସରକାରୀ ଡିଲରମାନଙ୍କ ଜରିଆରେ ବିକ୍ରି କରୁଛି l ତେବେ ସମସ୍ୟା ଏହା ହେଉଛି, ସେବା ସମବାୟ ସମିତିଗୁଡ଼ିକରେ ସାରର ଅଭାବ ଦେଖିବାକୁ ମିଳୁଥିବା ବେଳେ ପ୍ରାଇଭେଟ ଡିଲରମାନେ ମନମୁଖୀ କରି ଅଧିକ ଦାମରେ ସାର ବିକ୍ରି କରୁଛନ୍ତି l ଅର୍ଥାତ୍ ଏହି ପ୍ରାଇଭେଟ ଡିଲରମାନେ ସାରର ଅଭାବ ଦେଖାଇ ଚାଷୀଙ୍କୁ ଅଧିକ ଦାମରେ ସାର ବିକ୍ରି କରୁଛନ୍ତି l

ସମ୍ବଲପୁର ଜିଲ୍ଲାରେ ସାର କଳାବଜାରୀ ଅଭିଯୋଗ: ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଭେଟିଲେ କୃଷକ ସଂଗଠନ (ETV BHARAT ODISHA)



ଏଭଳି ପରିସ୍ଥିତିରେ ଆଜି (ମଙ୍ଗଳବାର) ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନର ଏକ ଟିମ୍ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଘେରିଛି l ଚାଷ ଆରମ୍ଭ ନହେଉଣୁ ଜିଲ୍ଲାରେ ଅଭାବୀ ସାର ବିକ୍ରି ସମସ୍ୟା ନେଇ ଜିଲ୍ଲା କୃଷି ଅଧିକାରୀଙ୍କୁ ଅବଗତ କରାଇବା ସହ ଡିଲରମାନଙ୍କ ଦ୍ୱାରା ହେଉଥିବା ସାର କଳାବଜାରୀ ରୋକିବାକୁ ଦାବି କରିଛି l ନହେଲେ ଆଗକୁ ଚାଷୀ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛି l

ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନର ସଭାପତି ବ୍ୟୋମକେଶ ଠାକୁର ଏହି ପ୍ରସଙ୍ଗରେ କହିଛନ୍ତି ଯେ, "ଖରିଫ ଋତୁ ଆରମ୍ଭ ହେଉ ହେଉ ସାରର କଳାବଜାରୀ ଆରମ୍ଭ ହୋଇଗଲାଣି । ଏହାସହ ସାରର କୃତ୍ରିମ ଅଭାବ ପରିସ୍ଥିତି ସୃଷ୍ଟି ହୋଇଛି l ଏହା ଦ୍ୱାରା ପ୍ରକୃତ ଚାଷୀ ସାର ପାଉନାହିଁ l ସରକାର କହିଛନ୍ତି ଯେ, 60% ସାର ସେବା ସମବାୟ ସମିତି ଗୁଡ଼ିକୁ ଦିଆଯିବ ଓ 40% ସାର ପ୍ରାଇଭେଟ ଡିଲର ମାନଙ୍କୁ ଦିଆଯିବ l ତେବେ ଆମେ ଦେଖିବାକୁ ପାଇଛୁ ଯେ ବର୍ତ୍ତମାନ ସେବା ସମବାୟ ସମିତି ଗୁଡ଼ିକରେ ସାର ନାହିଁ । ଅନ୍ୟପଟେ ପ୍ରାଇଭେଟ ଡିଲର ମାନଙ୍କ ପାଖରେ ସାର ମହଜୁଦ ଅଛି l ତେଣୁ ଆମେ ଆଜି ଜିଲ୍ଲା କୃଷି ଅଧିକାରୀଙ୍କୁ କହିଛୁ ଯେ, ଯେଉଁଠୁ ଋଣ ନେଉଥିବା ଚାଷୀ ସାର ନିଏ ଅଥବା ନଗଦ ଟଙ୍କା ଦେଇ ସାର କିଣେ ସେହି ସେବା ସମବାୟ ସମିତି ଗୁଡ଼ିକରେ କାହିଁକି ସାର ପର୍ଯ୍ୟାପ୍ତ ପରିମାଣରେ ନାହିଁ ? ଏହାସହ ପ୍ରାଇଭେଟ ଡିଲରଙ୍କୁ କାହିଁକି ସାର ଆଗୁଆ ଦିଆଯାଉଛି ? ଏହି ପ୍ରଶ୍ନ ଚାଷୀ ସଂଗଠନ କରିଛି l ଅନ୍ୟପଟେ ପ୍ରାଇଭେଟ ଡିଲର ମାନଙ୍କୁ ଯେଉଁ ସାର ଦିଆଯାଉଛି, ତାହା ପ୍ରକୃତ ଚାଷୀ ପାଉଛି ନାଁ କଳାବଜାରୀ ହେଉଛି ଏନେଇ ଚାଷୀ ସଂଗଠନ ପ୍ରଶ୍ନ କରିଛି l ଏହା ସହ ପ୍ରାଇଭେଟ ଡିଲର ମାନଙ୍କ ସାର ବିକ୍ରି ର ପରିଚାଳନା କିପରି ହେଉଛି ଏହା ଉପରେ ନଜର ରଖାଯାଇଛି କି ନାହିଁ ସାର ଠିକ ଦାମ ରେ ବିକ୍ରି ହେଉଛି କି ନାହିଁ ସେନେଇ ଚାଷୀ ସଂଗଠନ ପ୍ରଶ୍ନ କରିଛି l ସେବା ସମବାୟ ସମିତି ଗୁଡିକୁ ଆଗୁଆ ସାର ଯୋଗାଇ ଦେବାକୁ ଆମେ ଦାବି କରିଛୁ," ବୋଲି ଶ୍ରୀଯୁକ୍ତ ବ୍ୟୋମକେଶ ଠାକୁର ସୂଚନା ଦେଇଛନ୍ତି l

ଖରିଫ୍ ଋତୁ ଆରମ୍ଭ ନହେଉଣୁ ଅଭାବୀ ସାର ବିକ୍ରି ଅଭିଯୋଗ ନେଇ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଭେଟିଛି, ଜିଲ୍ଲା କୃଷକ ସୁରକ୍ଷା ସଂଗଠନ ।
ଖରିଫ୍ ଋତୁ ଆରମ୍ଭ ନହେଉଣୁ ଅଭାବୀ ସାର ବିକ୍ରି ଅଭିଯୋଗ ନେଇ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଭେଟିଛି, ଜିଲ୍ଲା କୃଷକ ସୁରକ୍ଷା ସଂଗଠନ । (ETV BHARAT ODISHA)


ଅନ୍ୟପଟେ ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ ସତ୍ୟବାନ ସୋରେନ କହିଛନ୍ତି,"ଚଳିତ ଖରିଫ ଋତୁରେ ଚାଷୀମାନେ କିପରି ସୁଲଭ ମୂଲ୍ୟରେ ସାର ପାଇପାରିବେ, ସେଥିପାଇଁ ଚାଷୀମାନେ କିଛି ଦାବି କରିବା ସହ କିଛିଟା ପ୍ରସ୍ତାବ ଦେଇଛନ୍ତି l ତେବେ ସେବା ସମବାୟ ସମିତି ଗୁଡ଼ିକରେ ପର୍ଯ୍ୟାୟକ୍ରମ ସାର ଯୋଗାଇ ଦିଆଯାଉଛି l"

ଏଭଳି ପରିସ୍ଥିତିରେ ଆଜି (ମଙ୍ଗଳବାର) ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନର ଏକ ଟିମ୍ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଘେରିଛି l
ଏଭଳି ପରିସ୍ଥିତିରେ ଆଜି (ମଙ୍ଗଳବାର) ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନର ଏକ ଟିମ୍ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଘେରିଛି l (ETV BHARAT ODISHA)


ସମ୍ବଲପୁର ଜିଲ୍ଲାରେ ଖରିଫ ଋତୁରେ 58 ହଜାର ମେଟ୍ରିକଟନ୍ ସାରର ଆବଶ୍ୟକତା ପଡିଥାଏ । ଏଥିରେ ଡିଏପି, ୟୁରିଆ, କମ୍ପ୍ଲେକ୍ସ ଓ ପଟାସ୍ ସାର ଆଦି ରହିଛି l ତେବେ କେଵଳ 37 ହଜାର ମେଟ୍ରିକ ଟନ୍ ୟୁରିଆ ସାରର ଆବଶ୍ୟକତା ପଡ଼ିଥାଏ l ତେବେ ସରକାର ଚାହୁଛନ୍ତି ୟୁରିଆ ବଦଳରେ କମ୍ପ୍ଲେସ ସାରକୁ ଚାଷୀ ଅଧିକ ବ୍ୟବହାର କରନ୍ତୁ ଅଥବା ଜୈବିକ ସାର ବ୍ୟବହାର କରନ୍ତୁ ବୋଲି l କାରଣ ଅଧିକ ୟୁରିଆ ସାର ବ୍ୟବହାର ହେଲେ ମାଟି ଟାଣ ହୋଇଥାଏ l ତେଣୁ ସଚେତନତା ମଧ୍ୟ କରାଯାଉଛି l ତେବେ ବର୍ତ୍ତମାନ ସୁଦ୍ଧା ମୋଟ୍ ଆବଶ୍ୟକତାର 30% ୟୁରିଆ ସାର ଆମେ ପାଇଛୁ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସତ୍ୟବାନ ସୋରେନ l

ସମ୍ବଲପୁର ଜିଲ୍ଲା କୃଷି ଭବନ
ସମ୍ବଲପୁର ଜିଲ୍ଲା କୃଷି ଭବନ (ETV BHARAT ODISHA)

ଏହା ମଧ୍ୟ ପଢ଼ନ୍ତୁ- ଭିଜିଲାନ୍ସ ଜାଲରେ ଯନ୍ତ୍ରୀ ପଦ୍ମଲୋଚନ ନାୟକ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ 7ଟି ସ୍ଥାନରେ ଚଢ଼ାଉ ଜାରି

ଏହା ମଧ୍ୟ ପଢ଼ନ୍ତୁ- ଭିଜିଲାନ୍ସ ଜାଲରେ ଆଉ ଜଣେ କୋଟିପତି ଯନ୍ତ୍ରୀ; ୭ ସ୍ଥାନରେ ଚଢ଼ାଉ, ଠାବ ହେଲାଣି ୩୨ ପ୍ଲଟ୍ ସମେତ ଟଙ୍କା ଓ ସୁନା ଅଳଙ୍କାର

ଏହା ମଧ୍ୟ ପଢ଼ନ୍ତୁ- ବନ୍ଧା ହେଲେ କୁବେର ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା, ଆୟ ଠାରୁ 798 ପ୍ରତିଶତ ସମ୍ପତ୍ତି ଠୁଳ ଅଭିଯୋଗ


ଇଟିଭି ଭାରତ, ସମ୍ବଲପୁର