ETV Bharat / state

ବାଲେଶ୍ୱର ଦେଶର ସର୍ବାଧିକ ପ୍ରଦୂଷିତ ସହର

ବାୟୁ ପ୍ରଦୂଷଣରେ ନୂଆଦିଲ୍ଲୀକୁ ଟପିଲା ବାଲେଶ୍ୱର । ଏପଟେ ରାଜ୍ୟର ସବୁଠାରୁ ପ୍ରଦୂଷିତ ସହର ତାଳଚେରକୁ ମଧ୍ୟ ପଛରେ ପକାଇ ଦେଇଛି ବାଲେଶ୍ୱର ।

State Pollution Control Board
ବାୟୁ ପ୍ରଦୂଷଣରେ ନୂଆଦିଲ୍ଲୀକୁ ଟପିଲା ବାଲେଶ୍ୱର (File pic)
author img

By ETV Bharat Odisha Team

Published : December 25, 2025 at 9:34 PM IST

|

Updated : December 25, 2025 at 11:09 PM IST

2 Min Read
Choose ETV Bharat

ଭୁବନେଶ୍ୱର: ଦେଶର ରାଜଧାନୀ ଦିଲ୍ଲୀର ବିଷାକ୍ତ ବାୟୁ ଜନ ସାଧାରଣଙ୍କ ଜୀବନକୁ ବିପଦରେ ପକାଇଥିବା ବେଳେ ଓଡ଼ିଶାର ବାଲେଶ୍ୱରରେ ଦିଲ୍ଲୀ ତୁଳନାରେ ବାୟୁ ଗୁଣବତ୍ତା ଆହୁରି ଅଧିକ ଖରାପ ଥିବା ରେକର୍ଡ କରାଯାଇଛି । ଏପରିକି କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥ୍ୟ ଅନୁସାରେ ଗୁରୁବାର ଦିନ ବାୟୁ ଗୁଣବତ୍ତା କ୍ଷେତ୍ରରେ ବାଲେଶ୍ୱର ରାଜ୍ୟର ସବୁଠାରୁ ପ୍ରଦୂଷିତ ସହର ତାଳଚେରକୁ ମଧ୍ୟ ପଛରେ ପକାଇ ଦେଇଛି ।

ବାୟୁ ପ୍ରଦୂଷଣରେ ନୂଆଦିଲ୍ଲୀକୁ ଟପିଲା ବାଲେଶ୍ୱର-

ଓଡିଶାର ବାଲେଶ୍ୱର ଜିଲ୍ଲା ଦେଶର ସର୍ବାଧିକ ପ୍ରଦୂଷିତ ସହର । କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁସାରେ ଗୁରୁବାର ଅପରାହ୍ନ ୪ଟା ସମୟରେ ବାଲେଶ୍ୱରର AQI ୩୩୮ ରହିଥିବା ବେଳେ ୩୨୦ AQI ସହିତ ତାଳଚେର ଦେଶର ଦ୍ୱିତୀୟ ସ୍ଥାନରେ ରହିଥିଲା । ତେବେ ଦେଶର ସର୍ବାଧିକ ପ୍ରଦୂଷିତ ସହର ଭାବରେ ପରିଚିତ ଦିଲ୍ଲୀରେ ଗୁରୁବାର ଦିନ ଅପରାହ୍ନ ୪ଟା ସମୟରେ AQI ୨୩୪ ରହିଥିବା ବେଳେ ଗାଜିଆବାଦରେ ୨୮୦, ହାୱଡାରେ ୨୬୦, ଓଡିଶାର ଅନୁଗୁଳ ୨୭୬ ରହିଥିବା ବେଳେ ବାରିପଦାରେ ୩୦୧ AQI ରହିଥିଲା ।

Central Pollution Control Board
ବାୟୁ ପ୍ରଦୂଷଣରେ ନୂଆଦିଲ୍ଲୀକୁ ଟପିଲା ବାଲେଶ୍ୱର (Central Pollution Control Board)


ଦେଶରେ ପ୍ରଦୂଷଣରେ ଟପ ୧୦ ସହର-
କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁସାରେ ଦେଶର ଟପ ୧୦ ପ୍ରଦୂଷିତ ସହର ମଧ୍ୟରେ ରହିଛି ବାଲେଶ୍ୱରରେ ୩୩୮ ଦେଶର ସର୍ବାଧିକ । ଏହା ପରେ ରହିଛି ତାଳଚେର ୩୨୦, ହଳଦିଆ ୩୧୬, ରୂପନଗର ୩୧୧, ବିଶାଖାପାଟନମ୍ ୩୦୩, ବାରିପଦା ୩୦୧, ଦିଲ୍ଲୀ ୨୩୪, ଗାଜିଆ ବାଦ ୨୮୦, ହାୱଡା ୨୬୦, ନୋଏଡା ୨୫୬ ଭଳି ଅନେକ ସହର ମଧ୍ୟ ପଛକୁ ପଛ ପ୍ରଦୂଷିତ ସହର ଭାବରେ ରହିଛି ।

catio
ବାୟୁ ପ୍ରଦୂଷଣରେ ନୂଆଦିଲ୍ଲୀକୁ ଟପିଲା ବାଲେଶ୍ୱର (Central Pollution Control Board)



ଓଡ଼ିଶାରେ ପ୍ରଦୂଷିତ ଟପ ୫ ସହର-
ବାଲେଶ୍ୱର AQI ୩୩୮ ରହିଥିବା ବେଳେ AQI ୩୨୦ ସହିତ ତାଳଚେର, ଅନୁଗୁଳ ୨୭୬ ବାରିପଦା ୩୦୧ ଭୁବନେଶ୍ୱର ୨୩୯ ବ୍ୟାସନଗର ୨୬୦ କଟକ ୨୬୨ AQI ରହିଛି ।

Central Pollution Control Board
ବାୟୁ ପ୍ରଦୂଷଣରେ ନୂଆଦିଲ୍ଲୀକୁ ଟପିଲା ବାଲେଶ୍ୱର (Central Pollution Control Board)



ଏପଟେ ପରିବେଶବିତ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି, "ପୂର୍ବରୁ କେନ୍ଦ୍ର ସରକାରଙ୍କ ସମଗ୍ର ଦେଶର ୧୩୧ ଟି ସହର ରହିଥିବା ବେଳେ ଓଡ଼ିଶାରେ ୭ଟି ସହର ରହିଛି । ବିଭିନ୍ନ ଉତ୍ସରୁ ପ୍ରଦୂଷଣ ଅଧିକ ଦେଖାଯାଉଛି । ନିର୍ମାଣ କାର୍ଯ୍ୟ ବର୍ଷତମାମ ରହୁଛି । ରାସ୍ତା ଉପରେ ବାଲି ଗୋଡ଼ି ଆଦି ଜମି ହୋଇ ରହୁଛି । ଗାଡି ଚାଲିବା ଦ୍ୱାରା ସେହି ଧୂଳି ଉଡୁଛି । ଯାହା ଫଳରେ AQI ମାପିଲେ ଏହାର ମାତ୍ର ଅଧିକ ରହୁଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି । ଯାହା ସଠିକ ଭାବରେ କାର୍ଯ୍ୟକାରୀ ହେଉନାହିଁ । କେନ୍ଦ୍ର ସରକାର ସହରରେ ଜଙ୍ଗଲ ସୃଷ୍ଟି କରାଯିବା ଆବଶ୍ୟକ । ଯାହା ଅଧିକ ସଂଖ୍ୟାରେ ନଗର ବନସୃଷ୍ଟି କରାଯିବ ଯାହା ଫଳରେ ପ୍ରଦୂଷଣ କମ ରହିବ ।"

Central Pollution Control Board
ବାୟୁ ପ୍ରଦୂଷଣରେ ନୂଆଦିଲ୍ଲୀକୁ ଟପିଲା ବାଲେଶ୍ୱର (Central Pollution Control Board)

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପରିବେଶ ପ୍ରଦୂଷଣ ବୈଜ୍ଞନିକ ନିରଞ୍ଜନ ମଲ୍ଲିକ କହିଛନ୍ତି, "ଅନେକ ସମୟରେ ରାସ୍ତାରେ ଧୂଳି ଉଡିବା, ବିଲଡିଂ କାମ ଲାଗି ରହିବା ସହିତ ଅତ୍ୟଧିକ ଗାଡି ଚଳଚଳ କରିବା ଆଦି ପାଇଁ ଅନେକ ସମୟରେ AQI ର ମାତ୍ର ଅଧିକ ରହୁଛି ।"

Central Pollution Control Board
ବାୟୁ ପ୍ରଦୂଷଣରେ ନୂଆଦିଲ୍ଲୀକୁ ଟପିଲା ବାଲେଶ୍ୱର (Central Pollution Control Board)

ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ବାଲେଶ୍ୱରରେ ସର୍ବାଧିକ AQI ରହିବା ମୁଖ୍ୟ କାରଣ ହେଉଛି ପାଖାପାଖି ଅଂଚଳରେ ରାସ୍ତା କାମ ହେବା ସହିତ ବିଲଡିଂ କାମ ହେବା ଦ୍ୱାରା AQI ମାତ୍ରା ବଢିଥାଏ । ତେବେ ଏହାର ପ୍ରତିକାର କିଛି କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି ।

ଏହା ବି ପଢନ୍ତୁ- ବିଷାକ୍ତ ବଳୟ ଘେରରେ ଦିଲ୍ଲୀ-ଏନସିଆର: ବାୟୁର ଗୁଣବତ୍ତା ମାନ ସବୁଠି 'ଅତି ଖରାପ' ପର୍ଯ୍ୟାୟରେ

ଇଟିଭି ଭାରତ, ଭୁବନେଶ୍ୱର

Last Updated : December 25, 2025 at 11:09 PM IST