ETV Bharat / state

ବାଲେଶ୍ୱରରେ ପ୍ରଦୂଷଣ ଟେନସନ; 7 ଦିନ ପାଇଁ କଟକଣା ଜାରି

ବାଲେଶ୍ୱରରେ ପ୍ରଦୂଷଣ ବଢ଼ିବା ନେଇ ବଢ଼ିଲା ଚିନ୍ତା । କଟକଣା ଲାଗୁ କଲା ଜିଲ୍ଲା ପ୍ରଶାସନ । 7 ଦିନ ରହିବ କଟକଣା ।

Air Pollution
ବାଲେଶ୍ୱରରେ ପ୍ରଦୂଷଣ ଟେନସନ (ETV Bharat Odisha)
author img

By ETV Bharat Odisha Team

Published : January 5, 2026 at 11:02 PM IST

1 Min Read
Choose ETV Bharat

ବାଲେଶ୍ୱର: ଜିଲ୍ଲାରେ ବର୍ତ୍ତମାନ ପ୍ରଦୂଷିତ ବାୟୁର ମତ୍ରାକୁ ଦୃଷ୍ଟିରେ ରଖି ଏବଂ GRAP ଷ୍ଟେଜ୍–II ମାର୍ଗଦର୍ଶିକା ଅନୁସାରେ, ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ଧାରା–୧୬୩ ଅନୁଯାୟୀ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି ।


ଏହି ଆଦେଶ ବାଲେଶ୍ୱର ପୌରପାଳିକା ଏବଂ ଅନ୍ୟ ଏନଏସି ଓ ମ୍ୟୁନିସିପାଲଟି ଅଞ୍ଚଳରେ ଆଗାମୀ ୭ ଦିନ ଯାଏ ବଳବତ୍ତର ରହିବ । ଆବଶ୍ୟକ ପଡିଲେ ଏହାର ଅବଧି ବୃଦ୍ଧି ପାଇବ ।

Balasore Air Pollution
ବାଲେଶ୍ୱରରେ ପ୍ରଦୂଷଣ ଟେନସନ (ETV Bharat Odisha)

ପ୍ରତିଦିନ ସନ୍ଧ୍ୟା ୬ ରୁ ସକାଳ ୧୦ ଟା ପର୍ଯ୍ୟନ୍ତ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ନିଷିଦ୍ଧ ରହିବ । ପୌରପାଳିକା ସୀମାଭିତରେ ଭଙ୍ଗାରୁଜା ଓ ମାଟି କାମ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ । ପୌରପାଳିକା ଓ NHAI ପକ୍ଷରୁ ସମସ୍ତ ରାସ୍ତାରେ ଦିନକୁ ଅତି କମରେ ୩ ଥର ପାଣି ପକାଯିବ । ବାଲେଶ୍ୱର ସହର ଓ ଅନ୍ୟ ULB ଅଞ୍ଚଳରେ ଭାରୀ ଟ୍ରକ୍ ପ୍ରବେଶ ସଂପୂର୍ଣ୍ଣ ନିଷିଦ୍ଧ ରହିବ । ଆବର୍ଜନା ଖୋଲା ଜଳାଇବା, ଢାବାରେ କୋଇଲା ଜଳାଇବା ଏବଂ ଯେକୌଣସି ପ୍ରକାର ଖୋଲା ଅଗ୍ନି ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି ।

Air Pollution
ବାଲେଶ୍ୱରରେ ପ୍ରଦୂଷଣ ଟେନସନ (ETV Bharat Odisha)


ଉପଜିଲ୍ଲାପାଳ, ବାଲେଶ୍ୱର/ନୀଳଗିରି ଏବଂ ଆରଟିଓ, ବାଲେଶ୍ୱର ପକ୍ଷରୁ କୋଇଲା, ସାନ ଓ ବଡ଼ ଖଣିଜ ଏବଂ ଫ୍ଲାୟ ଆଶ୍ ଭରା ଟ୍ରକ୍‌ମାନଙ୍କ ଦିନରେ ଚଳାଚଳ ଉପରେ ପୃଥକ ନିୟନ୍ତ୍ରଣ ଜାରି କରାଯିବ । ବିନା ତର୍ପୋଲିନ ଟ୍ରକ୍‌ ଗୁଡ଼ିକୁ NH-16, ରାଜ୍ୟ ରାଜପଥ, ଜିଲ୍ଲା ମୁଖ୍ୟ ସଡ଼କ ଓ ଅନ୍ୟାନ୍ୟ ରାସ୍ତାରେ ଚଳାଚଳକୁ ଅନୁମତି ମିଳିବ ନାହିଁ ।

Air Pollution Balasore
ବାଲେଶ୍ୱରରେ ପ୍ରଦୂଷଣ ଟେନସନ (ETV Bharat Odisha)


ଅନୁମତି ବିନା କୌଣସି ଇଟା ଭାଟି NHAI ଏବଂ ଜାତୀୟ ରାଜପଥ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସମସ୍ତ ନିର୍ମାଣ ସ୍ଥଳରେ ନିୟମିତ ପାଣି ଛିଟାକୁ ତଦାରଖ କରିବେ। ଏପରି ଆଦେଶ ତୁରନ୍ତ ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Air Pollution Balasore
ବାଲେଶ୍ୱରରେ ପ୍ରଦୂଷଣ ଟେନସନ (ETV Bharat Odisha)

ପୋଲିସ, ପୌରପାଳିକା/ULB, ସମସ୍ତ କାର୍ଯ୍ୟନିର୍ବାହୀ ସଂସ୍ଥା ଏବଂ RTO କୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉପଜିଲ୍ଲାପାଳ, ବାଲେଶ୍ୱର ଓ ନୀଳଗିରି ପକ୍ଷରୁ ପ୍ରତିଦିନ ନିରୀକ୍ଷଣ କରି ଅନୁସରଣ ରିପୋର୍ଟ ଜିଲ୍ଲା ପ୍ରଶାସନକୁ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Air Pollution Balasore
ବାଲେଶ୍ୱରରେ ପ୍ରଦୂଷଣ ଟେନସନ (ETV Bharat Odisha)

ଏହା ବି ପଢନ୍ତୁ- ବାଲେଶ୍ୱର ଦେଶର ସର୍ବାଧିକ ପ୍ରଦୂଷିତ ସହର

ଇଟିଭି ଭାରତ, ବାଲେଶ୍ୱର