ETV Bharat / state

ପୁଣି ରାଜଧାନୀରେ ଅଗ୍ନିକାଣ୍ଡ; ଲୋକାୟୁକ୍ତଙ୍କ କାର୍ଯ୍ୟାଳୟରେ ଲାଗିଲା ନିଆଁ, ପାଉଁଶ ହୋଇଗଲା ଜରୁରୀ ଦସ୍ତାବିଜ୍

ଲୋକାୟୁକ୍ତଙ୍କ କାର୍ଯ୍ୟାଳୟର ଥିବା ଅନେକ ଜରୁରୀ କାଗଜପତ୍ର ଜଳି ଯାଇଛି । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ନିଆଁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀର ପ୍ରୟାସ ।

a fire broke out in lokayukta office
ତୋଷାଳି ଭବନସ୍ଥିତ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟରେ ଲାଗି ଯାଇଛି ନିଆଁ (Etv Bharat)
author img

By ETV Bharat Odisha Team

Published : February 26, 2026 at 12:05 PM IST

|

Updated : February 26, 2026 at 1:56 PM IST

2 Min Read
Choose ETV Bharat

FIRE ACCIDENT LOKAYUKTA OFFICE, ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଧଉଳି ଥାନା ଅନ୍ତର୍ଗତ ନୂଆଗାଁ ଛକ ନିକଟ ମୁଖ୍ୟରାସ୍ତା ପାର୍ଶ୍ଵରେ ଥିବା ଏସପି ଗ୍ରୁପ୍ ସୁପର ମାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣା ମନରୁ ଲିଭିନି । ପୁଣି ରାଜଧାନୀରେ ଘଟିଛି ଆଉ ଏକ ଅଗ୍ନିକାଣ୍ଡ । ଭୁବନେଶ୍ୱର ତୋଷାଳୀ ଭବନସ୍ଥିତ ବି-୨ ତଳ ମହଲାରେ ଥିବା ଓଡ଼ିଶା ଲୋକୟୁକ୍ତଙ୍କ କାର୍ଯ୍ୟାଳୟରେ ଆଜି (ଗୁରୁବାର) ସକାଳ ପ୍ରାୟ ୧୦ଟା ସମୟରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି।

ଜରୁରୀ କାଗଜପତ୍ର ଜଳିପୋଡି ପାଉଁଶ

ତୋଷାଳି ଭବନସ୍ଥିତ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟରେ ଲାଗି ଯାଇଛି ନିଆଁ (Etv Bharat)

ଅଗ୍ନିକାଣ୍ଡରେ ଲୋକୟୁକ୍ତଙ୍କ କାର୍ଯ୍ୟାଳୟର ରେକର୍ଡ ରୁମରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କିଛି ସଲିଂ ଓ ରେକ୍ ପୋଡି ଯାଇଥିବା ବେଳେ ଏକ କମ୍ପ୍ୟୁଟର ଓ ଏସି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସବୁଠୁ ବଡ଼ କଥା ହେଉଛି, ନିଆଁରେ ଅନେକ ଜରୁରୀ କାଗଜପତ୍ର ଜଳିପୋଡି ପାଉଁଶ ହୋଇଯାଇଛି। ଆଉ କିଛି ଦସ୍ତାବିଜ୍ ଅଧାପୋଡା ଅବସ୍ଥାରେ ରୁମ ଭିତରେ ପଡି ରହିଛି। ପାଣି ମାଡ଼ରେ ସେଗୁଡିକ ଓଦା ହୋଇ ନଷ୍ଟ ହୋଇଯାଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ତୁରନ୍ତ ଆୟତ୍ତ କରିବାରେ ସଫଳ ହୋଇଛି। ଏହି ଅଘଟଣରେ ଲୋକୟୁକ୍ତଙ୍କ କାର୍ଯ୍ୟାଳୟର କୌଣସି କର୍ମଚାର କିମ୍ବା ଅଧିକାରୀ ଆହତ ହୋଇନାହାନ୍ତି। ତେବେ ସୌଭାଗ୍ୟବଶଃତ କମ ସମୟ ମଧ୍ୟରେ ନିଆଁ ଆୟତ୍ତ କରାଯାଇଥିବାରୁ ବଡ଼ କ୍ଷତିକୁ ଅଟକା ଯାଇପାରିଛି। ସୁରକ୍ଷାକୁ ନଜରରେ ରଖି ଖାରବେଳନଗର ଥାନାଧିକାରୀ ରଜନୀକାନ୍ତ ମିଶ୍ର ପୋଲିସ ଟିମ୍ ସହ ଘଟଣାସ୍ଥଳରେ ଜଗି ରହିଥିଲେ। ତେବେ ଦିନର ଡ୍ୟୁଟି ଆରମ୍ଭରୁ ଅଗ୍ନିକାଣ୍ଡ ଘଟିଥିବାରୁ ତୋଷାଳି ଭବନ ପରିସରରେ କର୍ମଚାରୀ ଓ ଅଫିସରଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

a fire broke out in lokayukta office
ତୋଷାଳି ଭବନସ୍ଥିତ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟରେ ଲାଗି ଯାଇଛି ନିଆଁ (Etv Bharat)

କଣ କହିଲେ ଆସିଷ୍ଟାଣ୍ଟ ଫାୟାର ଅଫିସର....

a fire broke out in lokayukta office
ତୋଷାଳି ଭବନସ୍ଥିତ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟରେ ଲାଗି ଯାଇଛି ନିଆଁ (Etv Bharat)
ଅଗ୍ନିକାଣ୍ଡ ଆୟତ୍ତ କରିବାକୁ ନେତୃତ୍ବ ନେଇଥିବା ଭୁବନେଶ୍ୱର (କଳ୍ପନା) ଅଗ୍ନିଶମ କେନ୍ଦ୍ରର ଆସିଷ୍ଟାଣ୍ଟ ଫାୟାର ଅଫିସର ମନୋରଞ୍ଜନ ରାଉତ କହିଛନ୍ତି, '୧୦ରୁ ୧୫ ମିନିଟ ମଧ୍ୟରେ ଆମେ ନିଆଁ ଲିଭେଇ ଦେଇଥିଲୁ। ଅନ୍ୟ କେଉଁଠି ନିଆଁ କିମ୍ବା ଧୂଆଁ ଥିବା ଆଶଙ୍କା ଥିବାରୁ ଆମେ ଅପେକ୍ଷା କରିଥିଲୁ। ନିଆଁ ଲାଗିଥିବା ନେଇ ସକାଳ ପ୍ରାୟ ୧୦ଟା ବେଳେ ଆମ ପାଖକୁ ଖବର ଯାଇଥିଲା। ସୁରକ୍ଷାକର୍ମୀମାନେ ମଧ୍ୟ ଫାୟାର ଏକ୍ସଷ୍ଟିଂଗ୍ୟୁସର ମାରି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ଏକ ବିଦ୍ୟୁତ ବୋର୍ଡକୁ ଲାଗି ଥିବା ରେକଟି ଜଳି ଯାଇଥିଲା। ପୁରୁଣା ବିଦ୍ୟୁତ ତାରରୁ ସର୍ଟସର୍କିଟ୍ ହୋଇଥାଇପାରେ କିମ୍ବା ବିଦ୍ୟୁତ୍ ତାରରେ ଓଭର ଲୋଡରୁ ଅଗ୍ନିକାଣ୍ଡ ଘଟି ଥାଇପାରେ। ନିଆଁ ଲିଭାଇବାକୁ ଭୁବନେଶ୍ୱରର ଦୁଇଟି ଦମକଳ ଗାଡି ଓ ୧୦ ଜଣ କର୍ମଚାରୀ ନିୟୋଜିତ ହୋଇଥିଲେ। କାହିଁକି ଏମିତି ଅଗ୍ନିକାଣ୍ଡ ଘଟିଲା ସେନେଇ ତଦନ୍ତ କରାଯିବ। କାର୍ଯ୍ୟାଳୟରେ ବିଭିନ୍ନ ଅଗ୍ନି ନିର୍ବାପନ ଉପକରଣ ଆଦି ଥିଲା। କର୍ମଚାରୀମାନେ ତାହା ଦ୍ୱାରା ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ' ବୋଲି ରାଉତ କହିଛନ୍ତି।
a fire broke out in lokayukta office
ତୋଷାଳି ଭବନସ୍ଥିତ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟରେ ଲାଗି ଯାଇଛି ନିଆଁ (Etv Bharat)
'ନିଆଁ ଦେଖି ସୁରକ୍ଷାକର୍ମୀଙ୍କୁ ଡାକିଥିଲୁ'ଏନେଇ ଲୋକଯୁକ୍ତଙ୍କ ଅଫିସରେ କାମ କରୁଥିବା ଜିତେନ୍ଦ୍ର ଦାସ କହିଛନ୍ତି, 'କାମ ସାରି ଆମେ ବସିବା ସମୟରେ ଧୂଆଁ ବାହାରିଥିଲା। ଦୌଡ଼ି ଆସି ଦେଖିବାରୁ କବାଟ କଣରେ ନିଆଁ ବାହାରୁଥିଲା। ଏହାପରେ ଆମେ ସୁରକ୍ଷାକର୍ମୀଙ୍କୁ ଡାକିଥିଲୁ। ଆମେ ସମସ୍ତେ ନିଜସ୍ଵ ଉଦ୍ୟମରେ ପାଣି ପକାଇ ନିଆଁକୁ ଆୟତ୍ତ କରିଥିଲୁ। ରେକର୍ଡ ରୁମରେ ଭିତରେ କୌଣସି କର୍ମଚାରୀ ନ ଥିଲେ' ବୋଲି ଜିତେନ୍ଦ୍ର କହିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ଏହା ମଧ୍ୟ ପଢନ୍ତୁ 21 ଘଣ୍ଟା ପରେ ଲିଭିଲା ଲିଙ୍ଗିପୁର ସୁପରମାର୍ଟ ନିଆଁ, ସ୍ଥିତି ନିୟନ୍ତ୍ରଣ ନେଇ ସୂଚନା ଦେଲେ ଅଗ୍ନିଶମ ଡିଜି

ଏହା ମଧ୍ୟ ପଢନ୍ତୁ ସୁପରମାର୍ଟ ଅଗ୍ନିକାଣ୍ଡ ଘଟଣା; ୪୦ ଘଣ୍ଟା ପରେ ବି କୁହୁଳୁଛି ଧୂଆଁ, ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷତି

Last Updated : February 26, 2026 at 1:56 PM IST