ETV Bharat / state

ମୟୂରଭଞ୍ଜରୁ ଲୁଟ, ଗଞ୍ଜାମରୁ ଗିରଫ ଲୁଟେରା; ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ରୁପା ଜବତ

୭.୫୦୦ କେଜି ଓଜନର ରୁପା ଅଳଙ୍କାର, ୬୦ ଗ୍ରାମ ଓଜନର ସୁନା ଗହଣା ଅଳଙ୍କାର , ଏକ ମୋବାଇଲ ଫୋନ ଓ଼ ଦୁଇଟି ବାଇକକୁ ଜବତ କରିଛି ପୋଲିସ। ରିପୋର୍ଟ ସଞ୍ଜୟ ପରିଡା

Mayurbhanj and Ganjam police busted robbery gang
୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ରୁପା ଜବତ (ETV Bharat Odisha)
author img

By ETV Bharat Odisha Team

Published : August 28, 2026 at 7:48 AM IST

2 Min Read
Choose ETV Bharat

ରାଇରଙ୍ଗପୁର: ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ମୟୂରଭଞ୍ଜ ପୋଲିସ। ଗଞ୍ଜାମ ଜିଲ୍ଲାରୁ ଡକାୟତ ଗ୍ୟାଙ୍ଗର ମୁଖିଆକୁ ଧରିବା ସହିତ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଓ଼ ରୂପା ଗହଣା ଜବତ କରିଛି ପୋଲିସ। ଏ ନେଇ ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲାର ଆସ୍କା ଅଞ୍ଚଳରୁ ଲୁଟେରା ନରେଶ ପ୍ରଧାନକୁ ଗିରଫ କରିଛି ମୟୂରଭଞ୍ଜ ପୋଲିସ । ତା ନିକଟରୁ ୭.୫୦୦ କେଜି ଓଜନର ରୁପା ଅଳଙ୍କାର, ୬୦ ଗ୍ରାମ ଓଜନର ସୁନା ଗହଣା ଅଳଙ୍କାର , ଏକ ମୋବାଇଲ ଫୋନ ଓ଼ ଦୁଇଟି ବାଇକକୁ ଜବତ କରିଛି ପୋଲିସ।

ମୟୂରଭଞ୍ଜରୁ ଲୁଟ, ଗଞ୍ଜାମରୁ ଗିରଫ ଲୁଟେରା (ETV Bharat Odisha)

ମୟୂରଭଞ୍ଜରୁ ଲୁଟ, ଗଞ୍ଜାମରୁ ଜବତ ସୁନାରୁପା

ନରେଶ ନାମରେ ପୂର୍ବରୁ ଭୁବନେଶ୍ୱର, ଯାଜପୁରର ଧର୍ମଶାଳା, ବଡ଼ଚଣା, ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଓ ଏବେ କୁଳିଅଣା, ଯଶିପୁର, ଝାରପୋଖରିଆ, ମୋରଡା ଥାନାରେ ବିଭିନ୍ନ ମାମଲା ରୁଜୁ ହୋଇଥିବାର ସୂଚନା ମିଳିଛି।

Mayurbhanj and Ganjam police busted robbery gang
୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ରୁପା ଜବତ (ETV Bharat Odisha)

ଗତ ଅଗଷ୍ଟ ୨୨ ତାରିଖ ଦିନ ଅପରାହ୍ନ ୧ଟା ସମୟରେ ମୋରୋଡା ଥାନା ଅନ୍ତର୍ଗତ ସାନମୁଣ୍ଢାବଣି ସାପ୍ତାହିକ ହାଟରୁ ଗହଣା ବ୍ୟବସାୟୀ ତପନ କୁମାର ପରିଡା ନିଜ କାର ଯୋଗେ ଘରକୁ ଫେରୁଥିବା ସମୟରେ ନୂଆଗାଁ ପୋଖରୀ ନିକଟରେ ଦୁଇଟି ବାଇକରେ ଚାରି ଜଣ ଡକାୟତ ତାଙ୍କୁ ଅଟକାଇ ବନ୍ଧୁକ ଦେଖାଇ ୯ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଓ଼ ରୂପା ଗହଣା ଲୁଟ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ତେବେ ଡକାୟତ ମାନେ ଆସିଥିବା ଗୋଟିଏ ବାଇକ ଷ୍ଟାର୍ଟ ନ ହେବାରୁ ସେ ବାଇକକୁ ଛାଡି ପଳେଇ ଯାଇଥିଲେ। ଡକାୟତି ହୋଇଥିବା ନେଇ ତପନ ମୋରଡା ଥାନାରେ ଅଭିଯୋଗ କରିବା ପରେ ପୋଲିସ କେସ ନଂ ୩୩୪/୨୬ ରେ ଏକ ମାମଲା ରୁଜୁ କରିଥିଲା ।

ବେତନଟି ଏସଡିପିଓ ମିନତୀ ବିଶ୍ୱାଳଙ୍କ ନେତୃତ୍ବରେ ମୋରଡା ପୋଲିସ ଓ଼ ସାଇବର ସେଲକୁ ନେଇ ଗଠିତ ଟିମ ଘଟଣାରେ ସମ୍ପୃକ୍ତ ଅନ୍ୟ ଚାରି ଜଣ ଅପରାଧୀଙ୍କ ଚି଼ହ୍ନଟ ମଧ୍ୟ କରିଛନ୍ତି । ମୋରଡ଼ା ଥାନା ଅଧିକାରୀ ସୁମିତ କୁମାର ସୋରେନ, ଯଶୀପୁର ଥାନା ଅଧିକାରୀ ରାଜେଶ କୁମାର ସେଠୀ, ଆସିକା ଥାନା ଅଧିକାରୀ ସୁଧୀର କୁମାର ସାହୁ, ଅତିରିକ୍ତ ଥାନା ଅଧିକାରୀ ସୌମ୍ୟକାନ୍ତ ଜେନା ଚଢ଼ାଉରେ ସାମିଲ ହୋଇ ଅଭିଯୁକ୍ତକୁ ଗିରଫ କରିବା ସହ ସୁନା ରୁପା ଅଳଙ୍କାର ସବୁ ଜବତ କରିବାରେ ସଫଳ ହୋଇଥିଲେ।

ତେବେ ଗତ ଜୁଲାଇ ମାସରେ ମୋରଡା ଥାନା ଅଧୀନ ପାଟପୁର ଖେଳ ପଡିଆ ନିକଟରେ ଅନିରୁଦ୍ଧ ରଣା ନାମକ ଗହଣା ବ୍ୟବସାୟୀଙ୍କୁ କିଛି ଦୁର୍ବୁତ୍ତ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କାର ଗହଣା ଲୁଟ କରିଥିବାର ଥାନାର ଅଭିଯୋଗ ହୋଇଥିଲା। ପୋଲିସ ଉକ୍ତ ଗହଣା ବ୍ୟବସାୟୀଙ୍କୁ ଥାନାକୁ ଡାକି ଜବତ ହୋଇଥିବା ଗହଣାକୁ ଚି଼ହ୍ନଟ ପାଇଁ ଦେଖାଇଥିଲେ । କିନ୍ତୁ ଉକ୍ତ ଗହଣା ତାଙ୍କର ନୁହେଁ ବୋଲି କହିଛନ୍ତି ଅନିରୁଦ୍ଧ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ରାସଗୋବିନ୍ଦପୁର ପୋଲିସ ଡକାୟତ ଘଟଣାରେ ଚାରିଜଣଙ୍କୁ ଗିରଫ କରିବା ସହିତ ଲକ୍ଷାଧିକ ଟଙ୍କାର ଗହଣା ଜବତ କରିଥିବାର ସୂଚନା ଦେଇଥିଲେ ଏସ୍ଡ଼ିପିଓ ମିନତୀ ବିଶ୍ୱାଳ ଓ଼ ରାସଗୋବିନ୍ଦପୁର ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ।

ଏହା ମଧ୍ୟ ପଢନ୍ତୁ ପୋଲିସକୁ ଖୋଲା ଚ୍ୟାଲେଞ୍ଜ: କୋର୍ଟ ସାମ୍ନାରୁ କାର କାଚ ଭାଙ୍ଗି ତିନି ଲକ୍ଷ ଲୁଟ

ଏହା ମଧ୍ୟ ପଢନ୍ତୁ ରାଜଧାନୀରେ ଲୁଟେରା ଆତଙ୍କ; ମହିଳାଙ୍କ ଚେନ ଲୁଟ୍‌ ବେଳେ ବାଇକରୁ ଖସିପଡ଼ିଲା ଅଭିଯୁକ୍ତ, ମିଳିଲା ବନ୍ଧୁକ

ଇଟିଭି ଭାରତ, ମୟୂରଭଞ୍ଜ