ETV Bharat / state

ରାଜ ଭବନ ଉଦ୍ୟାନରେ ଖଚାଖଚ ଭିଡ; ମନ ଟାଣୁଛି ଅଟଳ ବନର ସୌନ୍ଦର୍ଯ୍ୟ

ପୁଲର ମହକ ଆଉ ଉଦ୍ୟାନ ସୌନ୍ଦର୍ଯ୍ୟରେ ବିଭୋର ରାଜଧାନୀବାସୀ । ବର୍ଷକ ପରେ ପର୍ଯ୍ୟଟକଙ୍କୁ ପାଖରେ ପାଇ ଯେମିତି ଆନନ୍ଦରେ ଆତ୍ମହରା ହୋଇପଡୁଛି ଏଇ ରାଜ ଭବନ ଉଦ୍ୟାନ ।

A huge crowd of tourists in the Raj Bhavan garden
ରାଜ ଭବନ ଉଦ୍ୟାନରେ ପର୍ଯ୍ୟଟକଙ୍କ ଖଚାଖଚ ଭିଡ (Etv Bharat)
author img

By ETV Bharat Odisha Team

Published : January 11, 2026 at 2:01 PM IST

|

Updated : January 11, 2026 at 4:05 PM IST

2 Min Read
Choose ETV Bharat

ଭୁବନେଶ୍ୱର: ସର୍ବସାଧାରଣଙ୍କ ପାଇଁ ଖୋଲିଛି ଲୋକଭବନ ଉଦ୍ୟାନ ବା ରାଜ ଭବନ ଉଦ୍ୟାନ । ମନ ମୋହୁଛି ଭଳିକି ଭଳି ଫୁଲ। ପୁଲର ମହକ ଆଉ ଉଦ୍ୟାନ ସୌନ୍ଦର୍ଯ୍ୟରେ ବିଭୋର ରାଜଧାନୀବାସୀ । ବର୍ଷକ ପରେ ପର୍ଯ୍ୟଟକଙ୍କୁ ପାଖରେ ପାଇ ଯେମିତି ଆନନ୍ଦରେ ଆତ୍ମହରା ହୋଇପଡୁଛି ଏଇ ରାଜ ଭବନ ଉଦ୍ୟାନ । ପ୍ରଥମ ଦିନରେ ଏଠି ୫ ହଜାରରୁ ଉର୍ଧ୍ଵ ଲୋକ ଭିଡ ଜମିଛି ।

ଆକର୍ଷଣ ସାଜିଛି ଅଟଳ ବନ

ରାଜ ଭବନ ଉଦ୍ୟାନରେ ପର୍ଯ୍ୟଟକଙ୍କ ଖଚାଖଚ ଭିଡ (Etv Bharat)

ଶନିବାରଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ଲୋକଭବନ ଉଦ୍ୟାନ ବା ରାଜ ଭବନ ଉଦ୍ୟାନ। ଏଥର ୧୦ରୁ ୨୦ ତାରିଖ ଯାଏ ଖୋଲା ରହିବ। ଏବେ ସାଧାରଣ ଲୋକ ବି ରାଜଭବନ ଉଦ୍ୟାନକୁ ଯାଇ ପାରିବେ ଏବଂ ଏଠାରେ ଥିବା ସୌଦର୍ଯ୍ୟକୁ ଉପଭୋଗ କରିପାରିବେ। ବର୍ଷକୁ ଗୋଟିଏ ଥର ହିଁ ସର୍ବସାଧାରଣଙ୍କ ପାଇଁ ଖୋଲା ରୁହେ ରାଜ ଭବନ ଉଦ୍ୟାନ । କେବଳ ରାଜଧାନୀବାସୀ ନୁହେଁ, ରାଜ୍ୟର କୋଣ ଅନୁକୋଣରୁ ଲୋକମାନେ ଆସି ଉଦ୍ୟାନରେ ଥିବା ଭଳିକି ଭଳି ଫୁଲର ସମ୍ଭାର ଦେଖିଥାନ୍ତି ।

A huge crowd of tourists in the Raj Bhavan garden
ରାଜ ଭବନ ଉଦ୍ୟାନରେ ପର୍ଯ୍ୟଟକଙ୍କ ଖଚାଖଚ ଭିଡ (Etv Bharat)

ଏଠିକୁ କିଏ ପରିବାର ସହ ଆସୁଛନ୍ତି ତ କିଏ ପିଲାମାନଙ୍କୁ ନେଇ ଆସୁଛନ୍ତି । ରାଜଭବନକୁ ଏତେ ପାଖରୁ ଦେଖିବା ତଥା ଏଠାରେ ଥିବା ଉଦ୍ୟାନର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାର ସୁଯୋଗ ଯେମିତି କେହି ହାତଛଡା କରିବାକୁ ଚାହୁଁନାହାନ୍ତି । ଏଥର ରାଜ ଭବନର ସବୁଠାରୁ ଆକର୍ଷଣ ସାଜିଛି ଅଟଳ ବନ। ଏହା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସମ୍ମାନରେ କରାଯାଇଛି।

A huge crowd of tourists in the Raj Bhavan garden
ରାଜ ଭବନ ଉଦ୍ୟାନରେ ପର୍ଯ୍ୟଟକଙ୍କ ଖଚାଖଚ ଭିଡ (Etv Bharat)

ପିଲାଙ୍କୁ ଟାଣୁଛି ହରିଣ ପାର୍କ

A huge crowd of tourists in the Raj Bhavan garden
ରାଜ ଭବନ ଉଦ୍ୟାନରେ ପର୍ଯ୍ୟଟକଙ୍କ ଖଚାଖଚ ଭିଡ (Etv Bharat)

ଏଠାରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ବିଷୟରେ ଅନେକ ଅକୁହା କଥାର କଥାକୁ ସ୍ଥାନିତ କରାଯାଇଛି। ଏଠି ରହିଛି ଯୁଦ୍ଧ ଟ୍ୟାଙ୍କ "ଟି_୫୫" ସହ ସ୍କ୍ରାପ ରୁ ପ୍ରସ୍ତୁତ ଏକ ମଡେଲ ଫାଇଟର ଜେଟ, ଯାହା ଆମ ବୀର ଯବାନଙ୍କର ଆମର ଗାଥା ବିଷୟରେ କହୁଛି। ଖାଲି ସେତିକି ନୁହେ ଏହି ଅଟଳ ବନକୁ ଆହୁରି ସୁନ୍ଦର କରିବା ପାଇଁ କୁତ୍ରିମ ଝରଣା ସହ ରଙ୍ଗ ବେରଙ୍ଗର ଫୁଲରେ ସଜ୍ଜିତ ସେଲ୍ଫି ପଏଣ୍ଟ, ସୁଇମୁଙ୍ଗ ଫୁଲ ଇତ୍ୟାଦି ରହିଛି । ଏସବୁ ସମ୍ଭାର ପୁରା ପରିବେଶକୁ ଦେଶାତ୍ମ ବୋଧ ଭାବନାରେ ଚିତ୍ରିତ କରାଯାଇଛି। ସେତିକି ନୁହେଁ, ରାତି ହେଲେ ଏହି ବନର ଆଲୋକୀକରଣ ଆହୁରି ଆକର୍ଷଣୀୟ ଦିଶୁଛି । ପାଖରେ ଥିବା ସୀଲା ବନ ମଧ୍ୟ ଲୋକଙ୍କୁ ସହର ଭିତରେ ଥିବା ଜଙ୍ଗଲର ଅନୁଭବ ଦେଉଛି। ଆହୁରି ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଡିଅର ବା ହରିଣ ପାର୍କ । ଛୋଟ ଛୋଟ ପିଲାମାନେ ହରିଣ ମନକୁ ଦେଖି ବେଶ ଖୁସି ହେଉଛନ୍ତି।

A huge crowd of tourists in the Raj Bhavan garden
ରାଜ ଭବନ ଉଦ୍ୟାନରେ ପର୍ଯ୍ୟଟକଙ୍କ ଖଚାଖଚ ଭିଡ (Etv Bharat)
ସବୁବର୍ଷ ପରି ରାଜ ଭବନ ସମ୍ମୁଖରେ ଥିବା ଫାଉଣ୍ଟେନ ବା ଜଳଫୁଆରା, ଝରଣା, ରଙ୍ଗବେରଙ୍ଗର ଦେଶୀ ବିଦେଶୀ ଫୁଲ, ଚଢେଇଙ୍କ କିଚିରି ମିଚିରି ଶବ୍ଦ, ମୟୁର, କୁକୁଡ଼ା, ପକ୍ଷୀଘର, ଭଳିକି ଭଳି ମାଛ ପରିବେଶ ଶୋଭାକୁ ଆହୁରି ମନୋରମ କରୁଛି। ଯେମିତି ରାଜ ଭବନ ଉଦ୍ୟନା ନୁହେଁ ଇନ୍ଦ୍ର ଭୁବନର କେଉଁ ପାରିଜାତ ବନ । ପ୍ରଥମ ଦିନରୁ ହିଁ ଏଠି ଖଚାଖଚ ଭିଡ ଦେଖିବାକୁ ମିଳିଥିଲା । ଦର୍ଶକଙ୍କ ପାଇଁ ଏହା ୧୦ ତାରିଖରୁ ଖୋଲୁଛି । ପ୍ରତିଦିନ ଅପରାହ୍ନ୨ ଟା ରୁ ସନ୍ଧ୍ୟା ୬ ୩୦ ଯାଏ ଖୋଲା ରହୁଛି। ତେବେ ଛୁଟି ଦିନ ମାନଙ୍କରେ ବେଶ ଭିଡ ଜମୁଛି। ପ୍ରଥମ ଦିନରେ ୫ ହଜାରରୁ ଉର୍ଧ୍ଵ ଲୋକ ଆସିଥିବା ବେଳେ ଆଗାମୀ ଦିନରେ ଆହୁରି ଅଧିକ ଭିଡ ରହିବା ବୋଲି ଆଶା କରାଯାଇଛି।
A huge crowd of tourists in the Raj Bhavan garden
ରାଜ ଭବନ ଉଦ୍ୟାନରେ ପର୍ଯ୍ୟଟକଙ୍କ ଖଚାଖଚ ଭିଡ (Etv Bharat)
ଭରପୁର ମଜା ଉଠାଉଛନ୍ତି ପର୍ଯ୍ୟଟକ
A huge crowd of tourists in the Raj Bhavan garden
ରାଜ ଭବନ ଉଦ୍ୟାନରେ ପର୍ଯ୍ୟଟକଙ୍କ ଖଚାଖଚ ଭିଡ (Etv Bharat)

ଏହି ଉଦ୍ୟାନ ବୁଲିବାକୁ ଆସିଥିବା ରାଜଧାନୀର ଶୁଭଶ୍ରୀ ମହାରଣା କହନ୍ତି, ରାଜଭବନ ସର୍ବସାଧାରଙ୍କ ପାଇଁ ବର୍ଷକୁ ଗୋଟିଏ ଥର ଖୋଲିଥାଏ । ରାଜଭବନ ବିଷୟରେ ଜାଣିବାକୁ ଗୋଟିଏ ସୁଯୋଗ ମିିଳିଥାଏ । ତେଣୁ ଏହି ସୁଯୋଗକୁ ମୁଁ ଛାଡ଼େନାହିଁ । ମୋ ପରିବାର ସହ ଆସି ବୁଲୁଚି। ପ୍ରଥମ ଥର ପାଇଁ ମୁଁ ଏଠିକି ଆସିଛି । ଏହି ସୁଯୋଗର ଭରପୁର ମଜା ଉଠାଉଛି । ଏଠାକାର ସୁନ୍ଦର ପରିବେଶରେ ରାଜଭବନର ଆତିଥ୍ୟ ଓ ତା ସୌଦର୍ଯ୍ୟକୁ ଜାଣିବାର ସୌଭାଗ୍ୟ ମିଳିଛି। ମୋ ପୁଅ ବି ମୋ ସହ ଆସି ଲୋକ ଭବନ ବିଷୟରେ ଜାଣିଛି।

A huge crowd of tourists in the Raj Bhavan garden
ରାଜ ଭବନ ଉଦ୍ୟାନରେ ପର୍ଯ୍ୟଟକଙ୍କ ଖଚାଖଚ ଭିଡ (Etv Bharat)

ସେହିପରି ଆଉ ଜଣେ ରାଜଧାନୀବାସୀ ରୀତାଞ୍ଜଳି କହିଛନ୍ତି, ରାଜଭବନର ଏ ଅପୂର୍ବ ସୌଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଗୋଟିଏ ଥର ସୁଯୋଗ ମିଳିଛି । ତେଣୁ ଏହାକୁ ହାତଛଡା କରିବାକୁ ଚାହୁଁନି । ଆମେ ପରିବାର ସହ ଆସି ବୁଲୁଛୁ ଓ ଏହି ଉଦ୍ୟାନରେ ଥିବା ନୂଆ କରି ଖୋଲିଥିବା ଅଟଳ ବନ ସହ ଏଠାକାର ସୌଦର୍ଯ୍ୟକୁ ଦେଖି ବେଶ ଖୁସି ହେଇଚୁ। ଆଉ ରାଜ ଭବନର ଅକୁହା କଥା ଜାଣି କିଛି ଜାଣିବାର ଜିଜ୍ଞାସା ମଧ୍ୟ ପୁରା ହୋଇଛି।

A huge crowd of tourists in the Raj Bhavan garden
ରାଜ ଭବନ ଉଦ୍ୟାନରେ ପର୍ଯ୍ୟଟକଙ୍କ ଖଚାଖଚ ଭିଡ (Etv Bharat)

ଇଟିଭି ଭାରତ, ଭୁବନେଖ୍ଲର

ଏହା ମଧ୍ୟ ପଢନ୍ତୁ ରାଜ୍ୟରେ ପୁଣି ଚା' ବାଗାନର ଆଶା ତେଜିଲା: କେନ୍ଦୁଝର ତରମାକାନ୍ତରେ ଟି' ବୋର୍ଡ ଟିମ୍

ଏହା ମଧ୍ୟ ପଢନ୍ତୁ ପୁରୀରେ ଡିଜିଟାଲ ପାଠାଗାର; NIC ସହ ଶ୍ରୀମନ୍ଦିର ପ୍ରଶାସନର ଆଲୋଚନା

Last Updated : January 11, 2026 at 4:05 PM IST