ETV Bharat / state

ଘନ କୁହୁଡି ପାଇଁ 5 ବିମାନର ଗତିପଥ ପରିବର୍ତ୍ତନ, ଘରୁ ବାହାରିବା ଆଗରୁ ବିମାନ ସମୟ ଯାଞ୍ଚ କରିବାକୁ ଅନୁରୋଧ

3ଟି ରାୟପୁରକୁ ଏବଂ 2 ଟି କୋଲକାତାକୁ ପରିବର୍ତ୍ତନ କରାଯାଇଛି। ସେଥିମଧ୍ୟରୁ 3 ଟି ବିମାନ ଦିଲ୍ଲୀରୁ ଆସୁଥିବା ବେଳେ ଗୋଟିଏ ଚେନ୍ନାଇ ଏବଂ ଗୋଟିଏ ବେଙ୍ଗାଲୁୁରୁରୁ ଆସୁଥିଲା।

Biju Patnaik International Airport
ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର (ETV BHARAT ODISHA)
author img

By ETV Bharat Odisha Team

Published : January 1, 2026 at 1:45 PM IST

1 Min Read
Choose ETV Bharat

ଭୁବନେଶ୍ବର: ଆଜି ସକାଳୁ ସକାଳୁ ଘନ କୁହୁଡିରେ ଢାଙ୍କି ହୋଇଥିଲା ଭୁବନେଶ୍ବର । ଯାହା ଫଳରେ ବିମାନଚଳାଚଳ ବାଧାପ୍ରାପ୍ତ ହୋଇଛି । ଘନ କୁହୁଡି ପାଇଁ 5 ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି । 3ଟି ରାୟପୁରକୁ ଏବଂ 2 ଟି କୋଲକାତାକୁ ପରିବର୍ତ୍ତନ କରାଯାଇଛି। ସେଥିମଧ୍ୟରୁ 3 ଟି ବିମାନ ଦିଲ୍ଲୀରୁ ଆସୁଥିବା ବେଳେ ଗୋଟିଏ ଚେନ୍ନାଇ ଏବଂ ଗୋଟିଏ ବେଙ୍ଗାଲୁୁରୁରୁ ଆସୁଥିଲା। ସକାଳ ସାଢେ 6 ଟା ବେଳେ ରନଓ୍ବେରେ ଦୃଶ୍ୟମାନ 50 ମିଟର ଥିଲା, ସେଥିପାଇଁ ବିମାନ ଉଡି ପାରିନଥିଲା। ଅତି କାମରେ ଦୃଶ୍ୟମାନ 550 ମିଟର ରହିଲେ ବିମାନ ଉଡାଣ ହୋଇଥାଏ।

ବିଜୁ ପଟ୍ଟନାୟକ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ (ETV BHARAT ODISHA)
  • କୁହୁଡି ପାଇଁ ଭୁବନେଶ୍ବର ଆସୁଥିବା 5 ବିମାନର ଗତିପଥ ପରିବର୍ତ୍ତନ
  • 3 ଟି ବିମାନ ଦିଲ୍ଲୀରୁ ଆସୁଥିବା ବେଳେ ରାୟପୁରକୁ ଗତିପଥ ପରିବର୍ତ୍ତନ କରାଯାଇଛି
  • 2 ଟି ଚେନ୍ନାଇ ଏବଂ ଗୋଟିଏ ବେଙ୍ଗାଲୁୁରୁ ଆସୁଥିବା ବେଳେ କୋଲକାତାକୁ ଗତିପଥ ପରିବର୍ତ୍ତନ କରାଯାଇଛି

ଭୁବନେଶ୍ୱରରୁ ଡେରାଡୁନ ସକାଳ 6 ଟା ରେ ଥିବା ବିମାନ ଦିନ 10 ଟାରେ ଉଡାଣ କରିଛି । ସେହିପରି ଜୟପୁର ଉତକେଲା ବିମାନ ମଧ୍ୟ ବିଳମ୍ବରେ ଉଡାଣ ଭରିଛି। ପ୍ରୋଟୋକଲ ଅନୁସାରେ ଯାତ୍ରୀଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଆଗକୁ କୁହୁଡି ଜାରି ରହିବ। ଅଧିକ କୁହୁଡି ହେବା ଯୋଗୁଁ ବିମାନ ସେବାରେ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି, ଯାତ୍ରୀ ଟିଏ ଯେଭଳି ଭାବରେ କୌଣସି ଅସୁବିଧାରେ ନପଡ଼ନ୍ତି ତେଣୁ ଘରୁ ବାହାରିବା ଆଗରୁ ବିମାନ ସମୟ ଯାଞ୍ଚ କରିବାକୁ ଅନୁରୋଧ କରିଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ।

Biju Patnaik International Airport
ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର (ETV BHARAT ODISHA)
ନୂତନ ବର୍ଷ ୨୦୨୬ର ପ୍ରଥମ ସକାଳରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ କୁହୁଡି ଦେଖିବାକୁ ମିଳିଛି। ଭୁବନେଶ୍ୱର ସହର ଆଜି ଘନ କୁହୁଡ଼ିର ଏକ ଧଳା ଚାଦର ତଳେ ଶୋଇ ରହିଥିବା ପରି ଦୃଶ୍ୟମାନେ ହେଉଥିଲା । ଯେଉଁ ସମୟରେ ଲୋକମାନେ ବର୍ଷର ପ୍ରଥମ ସୂର୍ଯ୍ୟୋଦୟ ଦେଖିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଥିଲେ, ସେତିକି ବେଳେ ପ୍ରକୃତିର ଏହି କୁହୁଡ଼ିଆ ରୂପ ସୂର୍ଯ୍ୟଙ୍କୁ ସମ୍ପୂର୍ଣ୍ଣ ଭାବେ ଘୋଡାଇ ଦେଇଥିଲା, ଯାହାକି ସକାଳ 5 ଟାରୁ 10 ଟା ମଧ୍ୟରେ ହଠାତ୍‌ କୁହୁଡ଼ି ଏତେ ମାତ୍ରାରେ ବଢିଯାଇଥିଲା ଯେ ଚାଳକଙ୍କ ପାଇଁ ଗାଡି ଆଗକୁ ବଢାଇବା କଷ୍ଟସାଧ୍ୟ ହୋଇଥିଲା। ସକାଳ 8 ଟା ପର୍ଯ୍ୟନ୍ତ ମଧ୍ୟ ଅନେକ ସ୍ଥାନରେ ଦୃଶ୍ୟମାନ ଦୂରତା 50 ମିଟରରୁ କମ୍ ରହିଥିଲା ।
Biju Patnaik International Airport
ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-'ଏୟାରପୋର୍ଟ ଆସିବା ପୂର୍ବରୁ ଚେକ୍ କରନ୍ତୁ ଫ୍ଲାଇଟ୍ ଷ୍ଟାଟସ୍'- ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ

ଇଟିଭି ଭାରତ, ଭୁବନେଶ୍ବର