ରାୟଗଡା ହାଇସ୍କୁଲରେ ଅଘଟଣ; ନିଆଁରେ ପୋଡି ୪ ଛାତ୍ର ଗୁରୁତର
ରାୟଗଡ ଜିଲ୍ଲା ପାଇକଡାକୁଲୁଗୁଡା ଉନ୍ନିତ ଉଚ୍ଚ ବିଦ୍ୟାଳରେ ଅଘଟଣ । ନିଆଁରେ ପୋଡି ୪ ଛାତ୍ର ଗୁରୁତର ।


Published : January 5, 2026 at 8:44 PM IST
Paikdakulguda High School in Bissam Cuttack block of Rayagada ରାୟଗଡ଼ା: ଜିଲ୍ଲାର ବିଷମ କଟକ ବ୍ଲକ ଅନ୍ତର୍ଗତ ପାଇକଡାକୁଲୁଗୁଡା ଉନ୍ନିତ ଉଚ୍ଚ ବିଦ୍ୟାଳୟ ପରିସରରେ ନିଆଁରେ ପୋଡି ହୋଇ ୪ଜଣ ଛାତ୍ର ଗୁରୁତର ହୋଇଛନ୍ତି । ଜଣକର ଅବସ୍ଥା ସଙ୍କଟାପନ୍ନ ରହିଛି ।
ଘଟଣରୁ ପ୍ରକାଶ ଯେ ଆଜି ଅପରାହ୍ନ ୩ଟା ସମୟରେ ବିଦ୍ୟାଳୟ କିଛି ଛାତ୍ର ପରିସ୍ରା କରିବାକୁ ଯାଇଥିଲେ । ସେ ସମୟରେ ବିଦ୍ୟାଳୟର ଜଣେ ଛାତ୍ର ୪ଜଣ ଛାତ୍ରଙ୍କ ଉପରେ ଥିନର ପକାଇ ଦିଆସିଲି ଲଗାଇ ଦେଇଥିଲେ । ଯାହାଫଳରେ ପିଲା ମାନଙ୍କ ଶରୀର ଅଗ୍ନି ସଂଯୋଗ ହୋଇ ପିଲା ମାନେ ଜଳିଯାଉଥିଲେ । ଖବର ପାଇଁ ବିଦ୍ୟାଳୟ ଶିକ୍ଷକ ମନେ ଚାରିଜଣ ଛାତ୍ରଙ୍କୁ ଉଦ୍ଧାର କରି ବିଷମ କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ (Bissam Cuttack Community Health Centre) କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଛନ୍ତି । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଖ୍ରୀଷ୍ଠୀୟାନ୍ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।

ଆହତ ମାନଙ୍କ ମଧ୍ୟରେ ବିରାଜ ଟାକ୍ରି ଗୁରୁତର ରହିଛି । ତେବେ ଆହତ ମାନେ ହେଲେ ସପ୍ତମ ଶ୍ରେଣୀ ଛାତ୍ର ବିରାଜ ଟାକ୍ରି, ନଳିନ ହୁଇକା, ରୋହିତ ଖରା ଏବଂ ପଂଚମ ଶ୍ରେଣୀ ଛାତ୍ର ସୁଦାବ ବାଘ ଅଟନ୍ତି । ବିଦ୍ୟାଳୟ କାର୍ଯ୍ୟ ସମୟ ଭିତରେ ଛାତ୍ର ମାନେ ପୋଡିଯିବା ଏକ ନିନ୍ଦନିୟ ଘଟଣା ହୋଇଥିବା ବେଳେ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ ।
କେଉଁ ପରିସ୍ଥିତିରେ ଏପରି ଦୁର୍ଘଟଣା ଘଟିଲା ସେ ସଂକ୍ରାନ୍ତରେ ପ୍ରଧାନ ଶିକ୍ଷକ ଚନ୍ଦନ କଲକାଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ ହାଇସ୍କୁଲ କ୍ୟାମ୍ପସରେ ଥିଲେ ଖବର ପାଇଁ ମେଡିକାଲ ଆସିଥିବା କହିବା ସହ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ସେ ସଂକ୍ରାନ୍ତରେ ବିଦ୍ୟାଳୟର ଉପସ୍ଥିତ ଅନ୍ୟ ଶିକ୍ଷକ ମାନଙ୍କୁ ପଚାରି ବୁଝିବେ ବୋଲି ପ୍ରକାଶ କରିଛନ୍ତି ।
ହାଇସ୍କୁଲର ପ୍ରଧାନ ଶିକ୍ଷକ ଚନ୍ଦନ କଲକା କହିଛନ୍ତି, "ଅନ୍ୟ ଶିକ୍ଷକଙ୍କ ଉପସ୍ଥିତିରେ ଏପରି ଘଟଣା କିପରି ଘଟିଲା ତାହାର ତଦନ୍ତ କରାଯିବ । ଆମେ ଦୁର୍ଘଟଣାର ପରିସ୍ଥିତି ବୁଝିବାକୁ ଚେଷ୍ଟା କରୁଛୁ।"
ଇଟିଭି ଭାରତ, ରାୟଗଡା

