ETV Bharat / state

ବାସନ୍ତି ଭିଲ୍ଲା ଅଗ୍ନିକାଣ୍ଡରେ ୩ ଜଣଙ୍କ ମୃତ୍ୟୁ; ଆପାର୍ଟମେଣ୍ଟ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ମୃତକଙ୍କ ପରିବାର

ଖରା ଛୁଟି ବୋଲି 4 ଦିନ ତଳେ ଗାଁରୁ ଭୁବନେଶ୍ୱର ଆସିଥିଲା କୁନିଝିଅଟି । ହେଲେ କିଏ ଜାଣିଥିଲା ଆଉ କେବେ ସେ ଗାଁକୁ ଫେରିବନି ବୋଲି ! ରିପୋର୍ଟ-ସତ୍ୟଜିତ ରାଉତ

Etv Bharat3 dead in Basanti Villa fire incident
ବାସନ୍ତି ଭିଲ୍ଲା ଅଗ୍ନିକାଣ୍ଡରେ ୩ ଜଣଙ୍କ ମୃତ୍ୟୁ; ଆପାର୍ଟମେଣ୍ଟ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ମୃତକଙ୍କ ପରିବାର (Etv Bharat)
author img

By ETV Bharat Odisha Team

Published : May 6, 2026 at 7:50 PM IST

|

Updated : May 6, 2026 at 8:12 PM IST

2 Min Read
Choose ETV Bharat

ଭୁବନେଶ୍ୱର: ଲକ୍ଷ୍ମୀସାଗର କେନାଲ ରୋଡ ପାର୍ଶ୍ୱରେ ଥିବା ବାସନ୍ତି ଭିଲ୍ଲା ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣା ସମସ୍ତଙ୍କ ଛାତି ଥରାଇ ଦେଇଛି । ପ୍ରଚଣ୍ଡ ନିଆଁର ଆଁରେ ପୋଡି ହୋଇ କେୟାରଟେକର୍ ବୟସ୍କ ଦମ୍ପତ୍ତି ଓ ତାଙ୍କ କୁନି ନାତୁଣୀଙ୍କ ଜୀବନ ଚାଲିଯିବା ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଖରା ଛୁଟି ବୋଲି 4 ଦିନ ତଳେ ଗାଁରୁ ଭୁବନେଶ୍ୱର ଆସିଥିଲା କୁନିଝିଅଟି । ହେଲେ କିଏ ଜାଣିଥିଲା ଆଉ କେବେ ସେ ଗାଁକୁ ଫେରିବନି ବୋଲି !

ଏହି ଦୁଃଖଦ ଘଟଣା ପରେ ସାମ୍ନାକୁ ଆସିଛି ଆପାର୍ଟମେଣ୍ଟର ତ୍ରୁଟି । ଏହି ଆପାର୍ଟମେଣ୍ଟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବା ଅଗ୍ନିଶମ ବାହିନୀ ସ୍ପଷ୍ଟ କରିଛି। ଦୁର୍ଘଟଣା ପାଇଁ ଆପାର୍ଟମେଣ୍ଟ କର୍ତ୍ତୃପକ୍ଷଙ୍କ ଅବହେଳାକୁ ମୃତକଙ୍କ ପରିବାର ଲୋକ ଦାୟୀ କରିଛନ୍ତି। ଲକ୍ଷ୍ମୀସାଗର ଥାନାରେ ଆପର୍ଟମେଣ୍ଟ କର୍ତ୍ତୃପକ୍ଷଙ୍କ ବିରୋଧରେ ଏତଲା କରିବୁ ବୋଲି ମୃତ ବିଶ୍ୱନାଥ ବେହେରାଙ୍କ ବଡ଼ପୁଅ କୈଳାସ କହିଛନ୍ତି।

ବାସନ୍ତି ଭିଲ୍ଲା ଅଗ୍ନିକାଣ୍ଡରେ ୩ ଜଣଙ୍କ ମୃତ୍ୟୁ; ଆପାର୍ଟମେଣ୍ଟ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ମୃତକଙ୍କ ପରିବାର (Etv Bharat)
ନ ଥିଲା ଅଗ୍ନି ନିରାପତ୍ତା ବ୍ୟବସ୍ଥାଲକ୍ଷ୍ମୀସାଗରର ପ୍ଲଟ୍ ନଂ. ୨୨୨ ଓ ୨୨୬ରେ ଠିଆ ହୋଇଛିଏହି ଆପର୍ଟମେଣ୍ଟ ବାସନ୍ତି ଭିଲ୍ଲା । ନିର୍ମାଣର ବହୁବର୍ଷ ପରେ ବି ଏହି କୋଠାରେ କୌଣସି ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବା ଦେଖିବାକୁ ମିଳିଛି। ଏପରିକି ଅଗ୍ନି ନିର୍ବାବକ ଉପକରଣ ମଧ୍ୟ ନଥିଲା। ଏନେଇ ଭୁବନେଶ୍ୱର ଡେପୁଟି ଫେୟାର ଅଫିସର ନାରାୟଣ ଦାଶ କହିଛନ୍ତି, 'ଭୋର ପ୍ରାୟ ୪ଟା ୪୧ରେ ଖବର ପାଇ ଆମେ ଘଟଣାସ୍ଥଳକୁ ଯାଇଥିଲୁ। ଭୁବନେଶ୍ୱର ଅଗ୍ନିଶମ କେନ୍ଦ୍ରର ୮ ଜଣିଆ ଟିମ୍ ନିଆଁକୁ ଆୟତ୍ତ କରିଥିଲେ। ଆପାର୍ଟମେଣ୍ଟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିଲା। ଏନେଇ ତଦନ୍ତ କରାଯାଇ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ' ବୋଲି DFO ଦାଶ କହିଛନ୍ତି।
3 dead in Basanti Villa fire incident
ବାସନ୍ତି ଭିଲ୍ଲା ଅଗ୍ନିକାଣ୍ଡରେ ୩ ଜଣଙ୍କ ମୃତ୍ୟୁ; ଆପାର୍ଟମେଣ୍ଟ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ମୃତକଙ୍କ ପରିବାର (Etv Bharat)
୧୦ ବର୍ଷରୁ ଊର୍ଦ୍ଧ୍ଵ ହେବ ଆପର୍ଟମେଣ୍ଟରେ କାମ କରୁଥିଲେପରିବାର ଲୋକଙ୍କ ସୂଚନା ଅନୁଯାୟୀ, ମୃତ ବିଶ୍ୱନାଥ ବେହେରାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗୋପୀନାଥପୁର ଗାଁରେ। ସେ ୧୦ ବର୍ଷରୁ ଊର୍ଦ୍ଧ୍ଵ ହେବ ବାସନ୍ତି ଭିଲ୍ଲା ଆପାର୍ଟମେଣ୍ଟରେ ରହି କେୟାରଟେକର୍ ଭାବେ କାମ କରୁଥିଲେ। ଦିନବେଳା ସେ ଆପର୍ଟମେଣ୍ଟ ମଧ୍ୟ ଜଗୁଥିଲେ। ତାଙ୍କ ସ୍ତ୍ରୀ ସୁଲଭା (୬୨) ୮ ବର୍ଷ ହେବ ଆସି ଆପର୍ଟମେଣ୍ଟରେ କାମ କରୁଥିଲେ। ଆପର୍ଟମେଣ୍ଟର ବେସମେଣ୍ଟର ଲିଫ୍ଟ ପାଖରେ ଥିବା ଏକ ରୁମରେ ଦମ୍ପତ୍ତି ରହୁଥିଲେ। ଆପାର୍ଟମେଣ୍ଟ ବାସିନ୍ଦାମାନେ ଟଙ୍କା ଯୋଗାଡ କରି ଉଭୟଙ୍କୁ ମାସିକ ଦରମା ଦେଉଥିଲେ।
3 dead in Basanti Villa fire incident
ବାସନ୍ତି ଭିଲ୍ଲା ଅଗ୍ନିକାଣ୍ଡରେ ୩ ଜଣଙ୍କ ମୃତ୍ୟୁ; ଆପାର୍ଟମେଣ୍ଟ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ମୃତକଙ୍କ ପରିବାର (Etv Bharat)
୪ ଦିନ ହେବ ଗାଁରୁ ଆସିଥିଲେ ନାତୁଣୀବିଶ୍ଵନାଥଙ୍କ ବଡ଼ପୁଅ କୈଳାସ ଓ ସାନପୁଅ ରମେଶ ନିଜ ପରିବାର ସହ ଗାଁରେ ରୁହନ୍ତି। ବଡ଼ପୁଅଙ୍କ ଗୋଟିଏ ଝିଅ ଏବଂ ସାନପୁଅଙ୍କ ଗୋଟିଏ ଝିଅ ଓ ଗୋଟିଏ ପୁଅ। ମୃତା ତେଜସ୍ୱୀନି ରମେଶଙ୍କ ଝିଅ। ସୁଲଭା କିଛିଦିନ ତଳେ ବୁଲିବାକୁ ଗାଁକୁ ଯାଇଥିଲେ। ସେ ୪ ଦିନ ହେବ ଗାଁରୁ ଫେରିବା ବେଳେ ନାତୁଣୀଙ୍କୁ ସାଙ୍ଗରେ ନେଇ ଆସିଥିଲେ। ଖରାଛୁଟି ପାଇଁ ତେଜସ୍ୱୀନି ଗାଁରୁ ଭୁବନେଶ୍ୱର ବୁଲିବାକୁ ଆସିଥିଲା ବୋଲି କୈଳାସ କହିଛନ୍ତି।
3 dead in Basanti Villa fire incident
ବାସନ୍ତି ଭିଲ୍ଲା ଅଗ୍ନିକାଣ୍ଡରେ ୩ ଜଣଙ୍କ ମୃତ୍ୟୁ; ଆପାର୍ଟମେଣ୍ଟ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ମୃତକଙ୍କ ପରିବାର (Etv Bharat)
ଅଢ଼େଇ ମାସ ତଳେ ନୀଳପଦ୍ମା ଆପର୍ଟମେଣ୍ଟରେ ଲାଗିଥିଲା ନିଆଁ
3 dead in Basanti Villa fire incident
ବାସନ୍ତି ଭିଲ୍ଲା ଅଗ୍ନିକାଣ୍ଡରେ ୩ ଜଣଙ୍କ ମୃତ୍ୟୁ; ଆପାର୍ଟମେଣ୍ଟ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ମୃତକଙ୍କ ପରିବାର (Etv Bharat)
ଫେବ୍ରୁଆରୀ ୧୩ ରେ ଝରପଡା ଅଞ୍ଚଳରେ ଥିବା ନୀଳପଦ୍ମା ଆପର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ସର୍ଟ ସର୍କିଟରୁ ଦ୍ଵିତୀୟ ମହଲାର ଏକ ଫ୍ଲାଟରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଘଟଣରେ ୩ ଜଣ ବରିଷ୍ଠ ନାଗରିକ ଗୁରୁତର ହୋଇଥିଲେ। ଏଥିସହ ୭ ଜଣ ଆହତ ହୋଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଥିଲା।

ଇଟିଭି ଭାରତ, ଭୁବନେଶ୍ୱର

ଏହା ମଧ୍ୟ ପଢନ୍ତୁ ଶ୍ରୀକ୍ଷେତ୍ରରେ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା; ହନ୍ତସନ୍ତ ହେଉଛନ୍ତି ପର୍ଯ୍ୟଟକ ଓ ପୁରୀ ବାସିନ୍ଦା

ଏହା ମଧ୍ୟ ପଢନ୍ତୁ ମହୁ ସଂଗ୍ରହ ପାଇଁ ଆସି ପଥର ସନ୍ଧିରେ ଫସିଗଲେ ନାବାଳକ; 7 ଘଣ୍ଟା ପରିଶ୍ରମ ପରେ ଉଦ୍ଧାର କଲେ ଅଗ୍ନିଶମ ଦଳ

Last Updated : May 6, 2026 at 8:12 PM IST