ଢେଙ୍କାନାଳରେ ରାଜ୍ୟର ତୃତୀୟ ଚାଉଳ ATM ଶୁଭାରମ୍ଭ; 24 ଘଣ୍ଟିଆ ସୁବିଧା ପାଇବେ ହିତାଧିକାରୀ
ରାଜ୍ୟ ଯୋଗାଣ ମନ୍ତ୍ରୀ କଲେ ଗ୍ରେନ୍ ଏଟିଏମ୍ ଉଦଘାଟନ । ଆଙ୍ଗୁଠି ଟିପିଲେ ୨୪ ଘଣ୍ଟିଆ ଚାଉଳ ପାଇବେ ହିତାଧିକାରୀ । ରିପୋର୍ଟ- ଉର୍ମିଳା ପାତ୍ର


Published : August 31, 2026 at 5:35 PM IST
ଢେଙ୍କାନାଳ: ରାଜ୍ୟରେ ଖୋଲିଲା ତୃତୀୟ ଗ୍ରେନ୍ ବା ଚାଉଳ ଏଟିଏମ । ଆଉ ଡିଲର ପାଖରେ ହିତାଧିକାରୀଙ୍କୁ ଦେବାକୁ ପଡିବନି ଲମ୍ବା ଲାଇନ । ଆଙ୍ଗୁଠି ଟିପିଲେ ହିତାଧିକାରୀଙ୍କୁ ମିଳିଯିବ ତାଙ୍କ ପ୍ରାପ୍ୟ ଚାଉଳ । ଏକା ସାଙ୍ଗରେ ଜଣେ ହିତଧିକାରୀ 40 କେଜି ଚାଉଳ ଉଠାଇ ପାରିବେ l ଏହି ଏଟିଏମରେ ହିତାଧିକାରୀମାନଙ୍କୁ ମିଳିଯିବ ୨୪ ଘଣ୍ଟିଆ ସେବା ।
ଏହାପରେ କେନ୍ଦୁଝର ଜିଲ୍ଲା ପରେ ପ୍ରର୍ଯ୍ୟାୟ କ୍ରମେ ସମସ୍ତ ଜିଲ୍ଲାରେ ଖୋଲିବ ଚାଉଳ ଏଟିଏମ । ହିତାଧିକାରୀମାନଙ୍କୁ ୨୪ଘଣ୍ଟିଆ ସେବା ଯୋଗାଇବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ଏହି ଏଟିଏମ ସେବା ପ୍ରଦାନ କରାଯାଉଛି । ଟିପଚିହ୍ନ ଦେଇ ଆଧାର ଅପଡେଟ ପରେ ହିତାଧିକାରୀଙ୍କ ପ୍ରାପ୍ୟ ଚାଉଳ ମିଳିଯିବ ।
ଆଜି ଢେଙ୍କାନାଳରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରାଜ୍ୟର ଏହି ତୃତୀୟ ଗ୍ରେନ ଏଟିଏମ ଉଦ୍ଘାଟନ କରିଛନ୍ତି । ଢେଙ୍କାନାଳବାସୀ ଏହି ସେବାର ସୁଯୋଗ ନେବାକୁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି । ଓଡିଶା ରାଜ୍ୟ ଯୋଗାଣ ନିଗମ ଲିଃ ଏବଂ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଦ୍ୱାରା ଏହି ଏଟିଏମକୁ ପରିଚାଳନା କରାଯିବ ।
ତେବେ ଏହି ସେବା ପାଇବା ପରେ ଉପସ୍ଥିତ ହିତାଧିକାରୀମାନେ ବେଶ ଖୁସି ଓ ଉତ୍ସାହିତ ହୋଇପଡିଛନ୍ତି। ଚାଉଳ ପାଇଥିବା ହିତାଧିକାରୀ ସସ୍ମିତା ସରକାର କହିଛନ୍ତି, "ପ୍ରଥମ ଥର ପାଇଁ ଢେଙ୍କାନାଳରେ ଚାଉଳ ଏଟିଏମ ହୋଇଥିବାରୁ ଆମେ ବହୁତ ଖୁସି l ଆଗରୁ ଆମକୁ ଡିଲରକୁ ଯାଇ ଘଣ୍ଟା ଘଣ୍ଟା ଲାଇନରେ ଛିଡ଼ାହୋଇ ଚାଉଳ ଆଣିବାକୁ ପଡୁଥିଲା l ଯଦି ଚାଉଳ ସାରିଯାଇଥିଲା, ଆମକୁ ନିରାଶରେ ଫେରିବାକୁ ପଡୁଥିଲା l ଏହି ଚାଉଳ ଏଟିଏମ ହେବା ଦ୍ୱାରା ହିତାଧିକାରୀମାନେ ୨୪ ଘଣ୍ଟିଆ କାର୍ଡରେ ନମ୍ବର ପକାଇକି ଚାଉଳ ସୁବିଧା ପାଇପାରିବେ ।"
ଏହି ଅବସରରେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ , ପୌର ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ଦାସ, ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ ଓ ବିଭାଗୀୟ ଅଧିକାରୀ, କର୍ମଚାରୀମାନେ ଉପସ୍ଥିତ ଥିଲେ ।
ଏହା ବି ପଢନ୍ତୁ- ଢେଙ୍କାନାଳରେ ଜଣ୍ଡିସ ଆତଙ୍କ ! 10ରୁ ଉର୍ଦ୍ଧ୍ୱ ସ୍କୁଲ ଛାତ୍ରଛାତ୍ରୀ ଆକ୍ରାନ୍ତ
ଇଟିଭି ଭାରତ, ଢେଙ୍କାନାଳ

