ବରଗଡ଼ର 22 ବର୍ଷୀୟ ଝିଅ ତନିଷା ଉଡ଼ାଇବେ ଇଣ୍ଡିଗୋ ବିମାନ
କାଲିଫୋର୍ଣ୍ଣିଆରେ ପାଇଲଟ ପ୍ରଶିକ୍ଷଣ ପରେ ଇଣ୍ଡିଗୋ ଏୟାରଲାଇନ୍ସରେ ତନିଷା ଆରମ୍ଭ କରିଛନ୍ତି କ୍ୟାରିୟର । ରିପୋର୍ଟ-ରାଜେଶ ସରାପ

Published : September 2, 2026 at 10:04 PM IST
BARGARH GIRL TANISHA INDIGO PILOT, ବରଗଡ଼: ବରଗଡ଼ର ଝିଅ ତନିଷା ଅଗ୍ରୱାଲ ଉଡ଼ାଇବେ ଇଣ୍ଡିଗୋ ବିମାନ । କାଲିଫୋର୍ଣ୍ଣିଆରେ ପାଇଲଟ ପ୍ରଶିକ୍ଷଣ ପରେ ଇଣ୍ଡିଗୋ ଏୟାରଲାଇନ୍ସରେ ତନିଷା ଆରମ୍ଭ କରିଛନ୍ତି କ୍ୟାରିୟର । ସେପଟେ ଝିଅର ସଫଳତାରେ ଖୁସି ପୂରା ପରିବାର ଓ ବନ୍ଧୁ ବାନ୍ଧବ ।
ସ୍ୱପ୍ନ ଦେଖିବା ସହଜ, କିନ୍ତୁ ସେହି ସ୍ୱପ୍ନକୁ ସାକାର କରିବା ପାଇଁ ଦୃଢ଼ ଇଚ୍ଛାଶକ୍ତି, ପରିଶ୍ରମ ଓ ନିଷ୍ଠାର ଆବଶ୍ୟକତା ରହିଥାଏ । ଏହାକୁ ପ୍ରମାଣ କରିଛନ୍ତି, ବରଗଡ଼ର ଝିଅ ତନିଷା ଅଗ୍ରୱାଲ । ଆକାଶରେ ବିମାନ ଉଡ଼ାଇବାର ସ୍ୱପ୍ନ ଦେଖିଥିବା ତନିଷା ଏବେ ସେହି ସ୍ୱପ୍ନକୁ ସାକାର କରିଛନ୍ତି । ପାଇଲଟ ପ୍ରଶିକ୍ଷଣ ସମ୍ପୂର୍ଣ୍ଣ କରି ସେ ଦେଶର ପ୍ରମୁଖ ବିମାନ ସେବା ସଂସ୍ଥା ଇଣ୍ଡିଗୋ ଏୟାରଲାଇନ୍ସରେ ପାଇଲଟ ଭାବେ ଯୋଗ ଦେଇଛନ୍ତି । ବରଗଡ଼ର ପ୍ରଥମ ମହିଳା ପାଇଲଟ ଭାବେ ଆଜି ତନିଷା ଅଞ୍ଚଳର ନାଁ ରଖିଛନ୍ତି ।
ବରଗଡ଼ ଟାଉନର ସୁପର ମାର୍କେଟ ପଛପଟେ ବାସକରୁଥିବା ମନୋଜ ଅଗ୍ରୱାଲ ଓ ପ୍ରତିମା ଅଗ୍ରୱାଲଙ୍କ ଝିଅ ହେଉଛନ୍ତି ତନିଷା । ନିଜର ଲକ୍ଷ୍ୟକୁ ନେଇ ଆଗକୁ ବଢ଼ିଥିବା ତନିଷା ଆମେରିକାର କାଲିଫୋର୍ଣ୍ଣିଆରେ ପାଇଲଟ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ଦୀର୍ଘ ପ୍ରଶିକ୍ଷଣ ଓ କଠିନ ପରିଶ୍ରମ ପରେ ସେ ପାଇଲଟ ପ୍ରଶିକ୍ଷଣ ସମ୍ପୂର୍ଣ୍ଣ କରିଛନ୍ତି ।


ଏହା ମଧ୍ୟ ପଢ଼ନ୍ତୁ- ପ୍ରବଳ ବର୍ଷା ଓ ଘୂର୍ଣ୍ଣିଝଡ଼ରେ ବେହାଲ ବରଗଡ଼ ଜିଲ୍ଲା, ଶତାଧିକ ଘର କ୍ଷତିଗ୍ରସ୍ତ
ଇଟିଭି ଭାରତ, ବରଗଡ଼

