ETV Bharat / state

ମେ' ଦ୍ୱିତୀୟ ସପ୍ତାହ ସୁଦ୍ଧା ମାଟ୍ରିକ ରେଜଲ୍ଟ, ମୂଲ୍ୟାୟନ କରିବେ 12 ହଜାର ଶିକ୍ଷକ

ମାର୍ଚ୍ଚ 19ରୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ । ମୂଲ୍ୟାୟନ କେନ୍ଦ୍ରକୁ ଖାତା ପଠାଇବା ପ୍ରକ୍ରିୟା ଆରମ୍ଭ । 10ରୁ 12 ହଜାର ଶିକ୍ଷକ ଶିକ୍ଷୟତ୍ରୀ ମୂଲ୍ୟାୟନ ପ୍ରକ୍ରିୟାରେ ସାମିଲ ।

Matric Exam Results
ମାଟ୍ରିକ ରେଜଲ୍ଟ (ETV Bharat)
author img

By ETV Bharat Odisha Team

Published : February 25, 2026 at 8:20 PM IST

1 Min Read
Choose ETV Bharat

ରିପୋର୍ଟ: ନାରାୟଣ ସାହୁ

Matric Exam Results କଟକ: ମେ' ଦ୍ୱିତୀୟ ସପ୍ତାହ ମଧ୍ୟରେ ପ୍ରକାଶ ପାଇବ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ । ଚଳିତ ମାସ (ଫେବୃଆରୀ) 19ରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷାର 4ଟି ବିଷୟର ପରୀକ୍ଷା ଶେଷ ହୋଇଛି । ଆଉ ମାତ୍ର ଦୁଇଟି ବିଷୟର ପରୀକ୍ଷା ବାକି ରହିଛି । ପ୍ରଥମ ପର୍ଯ୍ୟାୟରେ ଶେଷ ହୋଇଥିବା 3ଟି ବିଷୟର ଉତ୍ତର ଖାତା ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚିଛି । ମୂଲ୍ୟାୟନ କେନ୍ଦ୍ରକୁ ଖାତା ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ 19ରୁ ଶିକ୍ଷକମାନେ ଖାତା ଦେଖିବା ଆରମ୍ଭ କରିବେ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି ।

ମାଟ୍ରିକ ରେଜଲ୍ଟ (ETV Bharat)

ମାଟ୍ରିକ ପରୀକ୍ଷା ଫଳ:
ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି ଯେ, 2026 ମାଟ୍ରିକ ପରୀକ୍ଷାର ଆଉ ମାତ୍ର 2ଟି ବିଷୟ ବାକି ଅଛି । ପରୀକ୍ଷା ଶେଷ ହେବା ପରେ ଉତ୍ତର ଖାତା ଦେଖିବା ପାଇଁ ନିୟୋଜିତ ହେବାକୁ ଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ ଏକ ବୈଠକ କରାଯିବ । ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମେତ 12 ହଜାରରୁ ଅଧିକ ଶିକ୍ଷକ ସାମିଲ ହେବେ । ନିର୍ଭୁଲ ଭାବରେ ମୂଲ୍ୟାୟନ କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦିଆଯିବ ।

ଖାତା ମୂଲ୍ୟାୟନ:

ସେହିପରି ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଯେପରି ମୂଲ୍ୟାୟନ କେନ୍ଦ୍ରକୁ ଯିବାରେ କୌଣସି ଅସୁବିଧାର ନପଡ଼ନ୍ତି, ତାହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ବୋର୍ଡ ପରାମର୍ଶ ଦେଇଛି । ମାଟ୍ରିକ ପରୀକ୍ଷା ଶେଷ ହେବା ପରେ ହିଁ ସମସ୍ତଙ୍କୁ ନେଇ ବୈଠକ କରାଯିବ । ତେଵେ 55ରୁ 60 ମୂଲ୍ୟାୟନ କେନ୍ଦ୍ରରେ ପାଖାପାଖି 10ରୁ 12 ହଜାର ଶିକ୍ଷକ ଶିକ୍ଷୟତ୍ରୀ ମୂଲ୍ୟାୟନ ପ୍ରକ୍ରିୟାରେ ସାମିଲ ହେବେ । ମାର୍ଚ୍ଚ 19 ତାରିଖରୁ ଖାତା ଦେଖା ଆରମ୍ଭ ହେବାରୁ ଥିବା ବେଳେ ସଠିକ ମୂଲ୍ୟାୟନ ହେବ ବୋଲି ବୋର୍ଡ ସଭାପତି କହିଛନ୍ତି ।

ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି, "ମେ' ମାସ ପ୍ରଥମ କମ୍ବା ଦ୍ବିତୀୟ ସପ୍ତାହରେ ରେଜଲ୍ଟ ପ୍ରକାଶ କରିବା ପାଇଁ ଆମେ ଯୋଜନା କରିଛୁ । ଖାତା ମୂଲ୍ୟାୟନ ପ୍ରକ୍ରିୟା ସଠିକ୍‌ରେ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି ।"

ଏହା ମଧ୍ୟ ପଢ଼ନ୍ତୁ...

ମନୋବଳ ଆଗରେ ହାରିଲା ଶାରୀରିକ ଅକ୍ଷମତା: ଗୋଡ଼ରେ ଲେଖି ମାଟ୍ରିକ ପରୀକ୍ଷା ଦେଲେ ଦିବ୍ୟାଙ୍ଗ ଛାତ୍ରୀ

ପରୀକ୍ଷା କେନ୍ଦ୍ର ବୁଲିଲେ ଗଣଶିକ୍ଷା ମନ୍ତ୍ରୀ: କହିଲେ, ଉପାନ୍ତ ଅଞ୍ଚଳର ପିଲା ପରୀକ୍ଷା କେନ୍ଦ୍ରକୁ ଆସିବା ଉପରେ ଗୁରୁତ୍ୱ ଦିଆଯିବ

ଇଟିଭି ଭାରତ, କଟକ