ETV Bharat / state

ବାଘ ବଂଶବୃଦ୍ଧି ପାଇଁ ପ୍ରୟାସ; ଦେବ୍ରୀଗଡ଼କୁ ଆସିବେ 2 ନୂଆ ବାଘ

ବାଘ ବଂଶବୃଦ୍ଧିରେ ମିଳୁନି ସଫଳତା । ସାଥ୍ ଦେଉନି ଭାଗ୍ୟ । ମାତ୍ର ପ୍ରୟାସ ଜାରି ରହିଛି । ଜିପିଏସ ଟ୍ରାକିଙ୍ଗ କରାଯାଉଛି। କ୍ୟାମେରା ମାଧ୍ୟମରେ ମନିଟରିଙ୍ଗ ଜାରି ରହିଛି ।

2 new tigers to arrive to Debrigarh
ଦେବ୍ରୀଗଡ଼କୁ ଆସିବେ 2 ନୂଆ ବାଘ (Etv Bharat)
author img

By ETV Bharat Odisha Team

Published : January 5, 2026 at 7:32 PM IST

1 Min Read
Choose ETV Bharat

ଭୁବନେଶ୍ୱର: ବାଘ ସଂଖ୍ୟା ବୃଦ୍ଧି କରିବା ପାଇଁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ପୁଣି ଦୁଇଟି ବାଘ ଆଣିବା ପାଇଁ ଯୋଜନା ଚାଲିଛି । ଏଥିପାଇଁ ନ୍ୟାସନାଲ ଟାଇଗର କନଜର୍ଭେସନ ସହ ଆଲୋଚନା ଚାଲିଛି । ଏହି ବାଘ ଦୁଇଟି ବରଗଡ ଜିଲ୍ଲାସ୍ଥିତ ଦେବ୍ରୀଗଡ ସଂରକ୍ଷିତ ଅଭୟାରଣ୍ୟକୁ ଫଠାଯିବ । ୩୫୪ ବର୍ଗ କିଲୋମିଟର ବିଶିଷ୍ଟ ଏହି ଅଭୟାରଣ୍ୟରକୁ ବାଘ ଆଣିବା ପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗ ଲୋଡିଛନ୍ତି ସରକାର ।

ଏ ନେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି, ‘ନିକଟ ଭବିଷ୍ୟତରେ ବାଘ ଆଣିବା ନେଇ ଯୋଜନା ଚାଲିଛି। ନ୍ୟାସନାଲ ଟାଇଗର କନଜର୍ଭେସନ ସହ ଆମେ ଯୋଗାଯୋଗରେ ଅଛୁ। ମାତ୍ର ଦେବ୍ରୀଗଡ଼ରେ ବ୍ୟାଘ୍ର ଆଣିବା ପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗ ଦରକାର। ଆମେ ସେମାନଙ୍କ ସହ ଆଲୋଚନା ଜାରି ରଖିଛୁ। ଯେଉଁ ଅଞ୍ଚଳରେ ଜନସାଧାରଣଙ୍କ ସହଯୋଗ ମିଳିବ ସେଠାରେ ବାଘ ଆଣିବାକୁ ଚେଷ୍ଟା କରିବୁ । ’

ଦେବ୍ରୀଗଡ଼କୁ ଆସିବେ 2 ନୂଆ ବାଘ (Etv Bharat)

ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆହୁରି କହିଛନ୍ତି, ‘ପୂର୍ବରୁ ଶିମିଳିପାଳକୁ ଯମୁନା ଏବଂ ଜିନତକୁ ଅଣାଯାଇଥିଲା। ମାତ୍ର ଏ ପର୍ଯ୍ୟନ୍ତ ବଂଶବୃଦ୍ଧିରେ ଆମେ ସଫଳତା ପାଇପାରିନୁ। ସେମାନେ ସୁରକ୍ଷିତ ଅଛନ୍ତି। ବଂଶବୃଦ୍ଧି ନେଇ ଭାଗ୍ୟ ଆମକୁ ସାଥ୍ ଦେଇନି। ତଥାପି ବାଘ ବଂଶବୃଦ୍ଧି ନେଇ ପ୍ରୟାସ ଜାରି ରହିଛି। ଜିପିଏସ ଟ୍ରାକିଙ୍ଗ କରାଯାଉଛି। କ୍ୟାମେରା ମାଧ୍ୟମରେ ମନିଟରିଙ୍ଗ ଜାରି ରହିଛି ।’

2 new tigers to arrive to Debrigarh
ଦେବ୍ରୀଗଡ଼କୁ ଆସିବେ 2 ନୂଆ ବାଘ (Etv Bharat)

ସୂଚନା ଅନୁଯାୟୀ, ପ୍ରତି ୪ ବର୍ଷରେ ଥରେ ସର୍ବ ଭାରତୀୟ ସ୍ତରରେ ବାଘ ଗଣନା ହୋଇଥାଏ। ଏହା ପୂର୍ବରୁ ୨୦୨୨ ରେ ବାଘ ଗଣତି ହୋଇଥିଲା। ଓଡ଼ିଶାରେ ଯେଉଁ ନିଜସ୍ୱ ବାଘ ଗଣନା କରାଯାଉଛି ସେହି ତଥ୍ୟ ଅନୁଯାୟୀ, ୨୦୨୨ ମସିହାରେ ରାଜ୍ୟରେ ୨୦ଟି ବାଘ ନଜରକୁ ଆସିଥିଲେ। ୨୦୨୩ ରେ ୨୭ଟି ବାଘ ସମେତ ୯ ଟି ଶାବକଙ୍କୁ ଚିହ୍ନଟ କରାଯାଇଥିଲା। ବର୍ତ୍ତମାନ ରାଜ୍ୟରେ ବାଘଙ୍କ ସଂଖ୍ୟା ୩୨ ଥିବାବେଳେ ୯ଟି ଶାବକ ରହିଛନ୍ତି।

2 new tigers to arrive to Debrigarh
ଦେବ୍ରୀଗଡ଼କୁ ଆସିବେ 2 ନୂଆ ବାଘ (Etv Bharat)

ସେହିପରି , ୨୦୨୪ ରେ ରାଜ୍ୟରେ ୩୦ଟି ମହାବଳ ବାଘ ରହିଥିଲେ। ସେଥିରୁ ୧୪ଟି ବାଘୁଣୀ ଥିଲେ। ୮ଟି ଶାବକ ମଧ୍ୟ ଚିହ୍ନଟ କରାଯାଇଥିଲା । ଶିମିଳିପାଳରେ ୨୭ଟି ମହାବଳ ବାଘ ସହ ୮ଟି ଶାବକ ଚିହ୍ନଟ କରାଯାଇଥିଲା । ପାରଳାଖେମୁଣ୍ଡି ବନଖଣ୍ଡରେ ଗୋଟିଏ ବାଘ ଏବଂ ହୀରାକୁଦ ବନଖଣ୍ଡରେ ଗୋଟିଏ ମାତ୍ର ବାଘ ରହିଥିଲେ । ଏହାସହ ରାଜ୍ୟର ବିଭିନ୍ନ ଜଙ୍ଗଲରେ କଳା ବାଘ ୪୦ ପ୍ରତିଶତ ରହିଥିଲେ । ଶିମିଳିପାଳ ଡିଭିଜନରେ ୭ଟି କଳା ବାଘୁଣୀ ଓ ୬ ଟି ବାଘ ଥିବା ଦେଖା ଯାଇଥିଲା ।

ୋ
ୋ (ୋ)

ଇଟିଭି ଭାରତ, ଭୁବନେଶ୍ୱର

ଏହା ମଧ୍ୟ ପଢନ୍ତୁ ବନବିଭାଗ ବନ୍ଦ କରିଦେଲା ଜଙ୍ଗଲ ରାସ୍ତା, ଖାଦ୍ୟ-ପାନୀୟ ପାଇଁ ହନ୍ତସନ୍ତ ଛୋଟକାଇ ଗାଁଲୋକେ

ଏହା ମଧ୍ୟ ପଢନ୍ତୁ କଳାହାଣ୍ଡି କନ୍ଧ ଜନଜାତିଙ୍କ 'ଟୋକି ମରା' ପର୍ବ, ଜାଣନ୍ତୁ ବଳି ପରମ୍ପରା ପଛର ରହସ୍ୟ ?