ETV Bharat / state

ବ୍ରହ୍ମପୁରରେ 2 ଦିନିଆ ଏୟାର ଡିଫେନ୍ସ ଆଣ୍ଡ ସିକ୍ୟୁରିଟି ଆନ୍ତର୍ଜାତିକ ସମ୍ମିଳନୀ ଉଦଘାଟିତ

ଆର୍ମି ଏୟାର ଡିଫେନ୍ସ କଲେଜ (AADC) ଏବଂ ବ୍ରହ୍ମପୁର ନିଷ୍ଟ ବିଶ୍ୱବିଦ୍ୟାଳୟ ଦ୍ୱାରା ମିଳିତ ଭାବେ 2 ଦିନିଆ ଏୟାର ଡିଫେନ୍ସ ଆଣ୍ଡ ସିକ୍ୟୁରିଟି (ଆଇସିଏଡିଏସ୍-2026) ସମ୍ମିଳନୀ ଆୟୋଜିତ ହୋଇଯାଇଛି ।

2 days International Conference on Air Defense and Security inaugurated in Berhampur Nist University
ବ୍ରହ୍ମପୁର ନିଷ୍ଟ ବିଶ୍ୱବିଦ୍ୟାଳୟରେ 2 ଦିନିଆ ଏୟାର ଡିଫେନ୍ସ ଆଣ୍ଡ ସିକ୍ୟୁରିଟି ଆନ୍ତର୍ଜାତିକ ସମ୍ମିଳନୀ ଉଦ୍‌ଘାଟିତ (ETV Bharat Odisha)
author img

By ETV Bharat Odisha Team

Published : February 13, 2026 at 2:05 PM IST

1 Min Read
Choose ETV Bharat

ବ୍ରହ୍ମପୁର: ବ୍ରହ୍ମପୁର ନିଷ୍ଟ ବିଶ୍ୱବିଦ୍ୟାଳୟ ପରିସରରେ 2 ଦିନିଆ ଏୟାର ଡିଫେନ୍ସ ଆଣ୍ଡ ସିକ୍ୟୁରିଟି (ଆଇସିଏଡିଏସ୍-2026) ସମ୍ମିଳନୀ ଗତକାଲି (ଗୁରୁବାର) ଉଦଘାଟିତ ହୋଇଯାଇଛି । ଏହି ସମ୍ମିଳନୀଟି ଆର୍ମି ଏୟାର ଡିଫେନ୍ସ କଲେଜ (AADC) ଏବଂ ବ୍ରହ୍ମପୁର ନିଷ୍ଟ ବିଶ୍ୱବିଦ୍ୟାଳୟ ଦ୍ୱାରା ମିଳିତ ଭାବେ ଆୟୋଜିତ ହୋଇଯାଇଛି । ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ DRDO ବେଙ୍ଗାଲୁରୁର ମହାନିର୍ଦ୍ଦେଶକ ଡ଼. ବିନୟ କେ. ଦାସ ଯୋଗ ଦେଇଛନ୍ତି ।

2 days International Conference on Air Defense and Security inaugurated in Berhampur Nist University
ବ୍ରହ୍ମପୁର ନିଷ୍ଟ ବିଶ୍ୱବିଦ୍ୟାଳୟରେ 2 ଦିନିଆ ଏୟାର ଡିଫେନ୍ସ ଆଣ୍ଡ ସିକ୍ୟୁରିଟି ଆନ୍ତର୍ଜାତିକ ସମ୍ମିଳନୀ ଉଦ୍‌ଘାଟିତ (ETV Bharat Odisha)

ଏୟାର ଡିଫେନ୍ସ ଆଣ୍ଡ ସିକ୍ୟୁରିଟି ସମ୍ମିଳନୀ:
ଏୟାର ଡିଫେନ୍ସ ଆଣ୍ଡ ସିକ୍ୟୁରିଟି (ଆଇସିଏଡିଏସ୍-2026) ସମ୍ମିଳନୀଟି DRDO ପକ୍ଷରୁ ଆୟୋଜିତ ହୋଇଥିଲା । ଏଥିରେ 350ରୁ ଅଧିକ ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଛି । ସେଥିମଧ୍ୟରୁ ୫୭ଟି ବିଷୟବସ୍ତୁକୁ IEEE ସମ୍ମିଳନୀରେ ପ୍ରକାଶ ପାଇଁ ଗୃହୀତ କରାଯାଇଛି । ଏହି ସମ୍ମିଳନୀର ଉଦଘାଟନୀ ଉତ୍ସବ ଷ୍ଟିଫେନ୍ ହକିଂ ସିନେପ୍ଲେକ୍ସରେ ଆୟୋଜିତ ହୋଇଯାଇଛି । ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବୃନ୍ଦ ଯୋଗଦାନ କରିଥିଲେ ।

2 days International Conference on Air Defense and Security inaugurated in Berhampur Nist University
ବ୍ରହ୍ମପୁର ନିଷ୍ଟ ବିଶ୍ୱବିଦ୍ୟାଳୟରେ 2 ଦିନିଆ ଏୟାର ଡିଫେନ୍ସ ଆଣ୍ଡ ସିକ୍ୟୁରିଟି ଆନ୍ତର୍ଜାତିକ ସମ୍ମିଳନୀ ଉଦ୍‌ଘାଟିତ (ETV Bharat Odisha)


ବିଦେଶୀ ବିଶ୍ବବିଦ୍ୟାଳୟର ଅଂଶଗ୍ରହଣ:
ଉଦ୍‌ଘାଟନ କାର୍ଯ୍ୟକ୍ରମ ପରେ ଏକ ସମାନ୍ତରାଳ ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଅନୁମୋଦିତ ସମ୍ମିଳନୀ ଉପବିଷୟ ଉପରେ ପ୍ରବନ୍ଧ ଉପସ୍ଥାପନ କରାଯାଇଥିଲା । ଏହା ସହିତ ଏକ ଭେଣ୍ଡର ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା । ଏଥିରେ ପ୍ରତିରକ୍ଷା ସମ୍ବନ୍ଧୀୟ ପ୍ରଯୁକ୍ତିବିଦ୍ୟା ଏବଂ ଗବେଷଣା ପଦକ୍ଷେପ ପ୍ରଦର୍ଶନ ହୋଇଥିଲା । ଏହି ସମ୍ମିଳନୀରେ ମାଲେସିଆର ଟେଲର ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡ. ନୁର ଜମାନ ଝାଞ୍ଜି ଓ ତୁର୍କୀର କାପାଡୋସିଆ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡ. ଅଲିୟସ ଯୋଗ ଦେଇଥିଲେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଂଶୁମାନ ରାୟ, ରୋମ୍ବସ୍ ଇଣ୍ଟେଲ୍, ବାଙ୍ଗାଲୋରର CSIR-NALର ବରିଷ୍ଠ ବୈଜ୍ଞାନିକ ଡ଼. ଵାଲାମତୀ ଚୌଧୁରୀ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ନିଷ୍ଟ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ଡକ୍ଟର ସୁକାନ୍ତ କୁମାର ମହାପାତ୍ର ଉଦଘାଟନୀ ଭାଷଣ ଦେଇଥିଲେ । ବିଶ୍ବବିଦ୍ୟାଳୟର କୁଳପତି ଡ଼ଃ ପ୍ରିୟଦର୍ଶନ ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:

Interview: ରିସର୍ଚ୍ଚ ମେଥୋଡୋଲୋଜି ଓ ଗବେଷଣାର ଭିତ୍ତିଭୂମିକୁ ଆହୁରି ସୁଦୃଢ କରାଯିବ: ପ୍ରଫେସର ଗୀତାଞ୍ଜଳୀ ଦାଶ

ହଜି ଯାଉଛି ବ୍ରହ୍ମପୁର ପାଟର ଚମକ; ଆଧୁନିକତାର ଛାପ ଦେଇ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଆଗେଇଲେ ଯୁବପୀଢି

ପାଣ୍ଡୁଲିପି ଉପରେ ହେବ ଅଧିକ ଗବେଷଣା; ଲୋକଙ୍କ ନିକଟରେ ଥିବା ପୁରୁଣା ପୋଥିକୁ ଦିଆଯିବ ସମ୍ମାନ, ଦକ୍ଷିଣ ଓଡିଶା 'ସ୍ୱାସ୍ଥ୍ୟ ପୋଥି'ର ଗନ୍ତାଘର

ଇଟିଭି ଭାରତ, ବ୍ରହ୍ମପୁର