ETV Bharat / state

ଦ୍ବିତୀୟ ବର୍ଷ ପୂର୍ତ୍ତିରେ ୧୦ ଦିନିଆ କାର୍ଯ୍ୟକ୍ରମ; ୧୨ରୁ ୨୨ ମଧ୍ୟରେ ଆସିବେ ପ୍ରଧାନମନ୍ତ୍ରୀ

ଓଡ଼ିଶା ସରକାରଙ୍କ ପ୍ରଥମ ବର୍ଷ କାର୍ଯ୍ୟକ୍ରମ ପରି ଦ୍ଵିତୀୟ ବର୍ଷରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ମାର୍ଗଦର୍ଶନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରିପୋର୍ଟ: ଭବାନୀ ଶଙ୍କର ଦାସ

10-day program on the second anniversary
ଦ୍ବିତୀୟ ବର୍ଷ ପୂର୍ତ୍ତିରେ ୧୦ ଦିନିଆ କାର୍ଯ୍ୟକ୍ରମ (ETV BHARAT ODISHA)
author img

By ETV Bharat Odisha Team

Published : May 29, 2026 at 11:20 PM IST

3 Min Read
Choose ETV Bharat

ଭୁବନେଶ୍ବର: ଆସନ୍ତା ଜୁନ ୧୨ରେ ଓଡିଶାରେ ବିଜେପି ସରକାରକୁ ଦୁଇ ବର୍ଷ ପୂରିବାକୁ ଯାଉଛି । ୧୨ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବେ ରାଜ୍ୟ ସରକାର । ୧୦ ଦିନ ମଧ୍ୟରୁ କୌଣସି ଗୋଟେ ଦିନର କାର୍ଯ୍ୟକ୍ରମରେ ସାମିଲ ହେବାକୁ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଏକ ଜନସଭାକୁ ସମ୍ବୋଧନ କରିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଲକ୍ଷ୍ୟ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରକଳ୍ପ ଉଦଘାଟନ ପାଇଁ ପ୍ରସ୍ତୁତ କରାଯାଉଛି । ସେପଟେ ବିଜେଡି ଏହି କାର୍ଯ୍ୟକ୍ରମକୁ ନେଇ ସମାଲୋଚନା କରିଛି । ଯେଉଁ ପ୍ରତିଶ୍ରୁତି ଦେଇ ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଛି, ତାହା ପ୍ରଥମେ ଦେଖନ୍ତୁ କହି କଟାକ୍ଷ କରିଛନ୍ତି ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ।

ଦ୍ବିତୀୟ ବର୍ଷ ପୂର୍ତ୍ତିରେ ୧୦ ଦିନିଆ କାର୍ଯ୍ୟକ୍ରମ; ୧୨ରୁ ୨୨ ମଧ୍ୟରେ ଆସିବେ ପ୍ରଧାନମନ୍ତ୍ରୀ (ETV BHARAT ODISHA)

ବିଜେପି ସରକାରକୁ ଜୁନ ୧୨ ତାରିଖରେ ଦୁଇ ବର୍ଷ ପୂରିବାକୁ ଯାଉଛି । ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ ଦିନିଆ କାର୍ଯ୍ୟକ୍ରମ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି । ଜୁନ୍ ୧୨ରୁ ୨୨ ତାରିଖ ମଧ୍ୟରେ କୌଣସି ଏକ ଦିନ ଓଡ଼ିଶା ସରକାରଙ୍କ ପ୍ରଥମ ବର୍ଷ କାର୍ଯ୍ୟକ୍ରମ ପରି ଦ୍ଵିତୀୟ ବର୍ଷରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ମାର୍ଗଦର୍ଶନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଏକ ଜନସଭାକୁ ସମ୍ବୋଧନ କରିବେ । ବିକଶିତ ଓଡ଼ିଶା - ବିକଶିତ ଭାରତ ଲକ୍ଷ୍ୟ ପାଇଁ ରାଜ୍ୟ ସରକାରଙ୍କୁ ମାର୍ଗଦର୍ଶନ ଦେବେ । ଗତ ୪ ଦିନ ତଳେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦ୍ବିତୀୟ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏନେଇ ସବୁଜ ସଂକେତ ମିଳିଛି ।

Prime Minister will arrive between 12th and 22nd
୧୨ରୁ ୨୨ ମଧ୍ୟରେ ଆସିବେ ପ୍ରଧାନମନ୍ତ୍ରୀ (ETV BHARAT ODISHA)



ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଗୋଟିଏ କିମ୍ବା ଦୁଇଟି ବଡ଼ ଯୋଜନା ଘୋଷଣା କରିବାକୁ ଯୋଜନା କରୁଛନ୍ତି । ରାଜସ୍ୱ ବିଭାଗ ପକ୍ଷରୁ ଆମ ଗାଁ ଆମ ତହସିଲ ଆରମ୍ଭ ହେବ । ସେହିପରି ବିଭିନ୍ନ ବିଭାଗକୁ ପ୍ରସ୍ତାବ ମଗାଯାଇଛି । ଅଧିକ ହିତାଧିକାରୀ ଉପକୃତ ହେବାକୁ ଥିବା ଯୋଜନାକୁ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଘୋଷଣା କରାଯିବ । ଏହା ସହ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ, ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ସେହିପରି ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀଙ୍କ ପକ୍ଷରୁ ବିଭିନ୍ନ ଯୋଜନାର ଶୁଭାରମ୍ଭ ଓ ଶିଳାନ୍ୟାସ କରାଯିବ । ସେଥିପାଇଁ ବିଭାଗଗୁଡ଼ିକୁ ଯୋଜନାର ତାଲିକା ପ୍ରସ୍ତୁତ କରି ସପ୍ତାହେ ମହଲତ ଦିଆଯାଇଛି । ସେହିପରି ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ସଚିବଙ୍କ ସହ ଦ୍ବିତୀୟ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଛନ୍ତି । ବିଭିନ୍ନ ବିଭାଗର ସଫଳତା ଓ ଉପଲବ୍ଧି ବିଷୟରେ ଆଲୋଚନା ହୋଇଛି ।

ବିଜେପି ସରକାରକୁ ଜୁନ ୧୨ ତାରିଖରେ ଦୁଇ ବର୍ଷ ପୂରିବାକୁ ଯାଉଛି । ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ ଦିନିଆ କାର୍ଯ୍ୟକ୍ରମ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି ।
ବିଜେପି ସରକାରକୁ ଜୁନ ୧୨ ତାରିଖରେ ଦୁଇ ବର୍ଷ ପୂରିବାକୁ ଯାଉଛି । ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ ଦିନିଆ କାର୍ଯ୍ୟକ୍ରମ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି । (ETV BHARAT ODISHA)



ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ରାଜ୍ୟର ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ । ସରକାରଙ୍କୁ ଉତ୍ସାହିତ କରିବା ପାଇଁ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ । ପ୍ରଥମ ବର୍ଷ ପୂର୍ତ୍ତିରେ ମଧ୍ୟ ଆସିଥିଲେ । ଚଳିତ ବର୍ଷ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନିକଟରେ ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆମନ୍ତ୍ରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଆସିବା ପାଇଁ ରାଜି ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସ୍ପଷ୍ଟ ହୋଇଛି । କିନ୍ତୁ ତାରିଖ ଧାର୍ଯ୍ୟ ହୋଇନାହିଁ । ଆସନ୍ତା ୧୨ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବେ । ୧୦ ଦିନ ମଧ୍ୟରୁ କୌଣସି ଗୋଟେ ଦିନ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଲକ୍ଷ୍ୟ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରକଳ୍ପ ଉଦଘାଟନ ପାଇଁ ପ୍ରସ୍ତୁତ କରାଯାଉଛି । ସେହିପରି ବହୁ ପ୍ରକଳ୍ପ ମଧ୍ୟ ଭୂମିପୂଜନ ହେବ । ବିଭିନ୍ନ ବିଭାଗ ଏହା ଲିଷ୍ଟ କରୁଛନ୍ତି । ରାଜସ୍ଵ ବିଭାଗର ଆମ ଗାଁ ଆମ ତହସିଲ ଆରମ୍ଭ ହେବ ।"

ଜୁନ୍ ୧୨ରୁ ୨୨ ତାରିଖ ମଧ୍ୟରେ କୌଣସି ଏକ ଦିନ ଓଡ଼ିଶା ସରକାରଙ୍କ ପ୍ରଥମ ବର୍ଷ କାର୍ଯ୍ୟକ୍ରମ ପରି ଦ୍ଵିତୀୟ ବର୍ଷରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ମାର୍ଗଦର୍ଶନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଏକ ଜନସଭାକୁ ସମ୍ବୋଧନ କରିବେ ।
ଜୁନ୍ ୧୨ରୁ ୨୨ ତାରିଖ ମଧ୍ୟରେ କୌଣସି ଏକ ଦିନ ଓଡ଼ିଶା ସରକାରଙ୍କ ପ୍ରଥମ ବର୍ଷ କାର୍ଯ୍ୟକ୍ରମ ପରି ଦ୍ଵିତୀୟ ବର୍ଷରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ମାର୍ଗଦର୍ଶନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଏକ ଜନସଭାକୁ ସମ୍ବୋଧନ କରିବେ । (ETV BHARAT ODISHA)



ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମକୁ ସମାଲୋଚନା କରିଛନ୍ତି ବିଜେଡି ନେତା ସଞ୍ଜୟ କୁମାର ଦାସବର୍ମା । ସଞ୍ଜୟ କହିଛନ୍ତି, "ବିଜେପି ସରକାର ୧୦ ଦିନ ପରେ ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରୀୟ ବିଜେପି ନେତା ଓଡିଶା ବିଜେପିର ପ୍ରତିଶ୍ରୁତି ପତ୍ର ଦେଖନ୍ତୁ । ଯେଉଁ ପ୍ରତିଶ୍ରୁତି ଦେଇ ବିଜେପି ଓଡ଼ିଶାବାସୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଛନ୍ତି, ତାହା ଦେଖନ୍ତୁ । ଓଡ଼ିଶାର ପ୍ରତ୍ୟେକ ବର୍ଗ ଆଜି ଲାଂଛିତ ଓ ଅପମାନିତ ହୋଇଛନ୍ତି । ପ୍ରତିଶ୍ରୁତି ଆଜି ପ୍ରତାରଣାରେ ପରିଣତ ହୋଇଥିବା ଲୋକେ ଅନୁଭବ କରିଛନ୍ତି । ୩ ମାସ ହେଲାଣି ଲୋକେ ବିଭିନ୍ନ ଭତ୍ତା ପାଉ ନାହାନ୍ତି । ପ୍ରତ୍ୟେକ କ୍ଷେତ୍ରରେ ଡବଲ ଇଞ୍ଜିନ ସରକାର ଅପମାନିତ କରିଛି । ବିଜେପି ଅହଂକାର ଛାଡି ଆତ୍ମ ସମୀକ୍ଷା କରୁ । ଅହଂକାର କାଳେ କାଳେ ରହେନାହିଁ । ୫ ରାଜ୍ୟରେ ନିର୍ବାଚନ ପରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବଢ଼ିଛି ।"

ଏହା ମଧ୍ୟ ପଢ଼ନ୍ତୁ- ୩୦ରୁ ଆରମ୍ଭ ହେବ SIR, ବି.ଏଲ୍.ଓ ମାନଙ୍କୁ ସହଯୋଗ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଅପିଲ୍

ଏହା ମଧ୍ୟ ପଢ଼ନ୍ତୁ- SIR ପ୍ରସ୍ତୁତି ପାଇଁ କଡ଼ା ନିର୍ଦ୍ଦେଶ: ଦାୟିତ୍ବରେ ଥିବା ଅଧିକାରୀଙ୍କ ବଦଳିରେ ରୋକ, ଖାଲି ପଦ ପୂରଣ ପାଇଁ ସିଏସଙ୍କ ନିର୍ଦ୍ଦେଶ

ଇଟିଭି ଭାରତ, ଭୁବନେଶ୍ବର