ETV Bharat / sports

ଆଜିଠୁ ମହିଳା ପ୍ରିମିୟର ଲିଗ୍‌: ପଢନ୍ତୁ ସମ୍ପୂର୍ଣ୍ଣ ସୂଚୀ, ଏହି ଚ୍ଯାନେଲରେ ମାଗଣାରେ ଦେଖିପାରିବେ ମ୍ୟାଚ୍

ମହାରାଷ୍ଟ୍ର ନଭି ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ । ଚତୁର୍ଥ ସଂସ୍କରଣରେ ଭାଗ ନେଉଛନ୍ତି 5ଟି ଦଳ ।

Representational Image
Representational Image (Etv Bharat)
author img

By ETV Bharat Odisha Team

Published : January 9, 2026 at 1:53 PM IST

|

Updated : January 9, 2026 at 2:14 PM IST

2 Min Read
Choose ETV Bharat

ହାଇଦ୍ରାବାଦ: ଆଜିଠୁ ଆରମ୍ଭ ହେଉଛି ବିଶ୍ବର ସବୁଠାରୁ ଲୋକପ୍ରିୟ ଫଟାଫଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମହିଳା ପ୍ରିମିୟର ଲିଗ୍‌ର ଚତୁର୍ଥ ସଂସ୍କରଣ । ମହାରାଷ୍ଟ୍ର ନଭି ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଖେଳାଯିବ ଉଦଘାଟନୀ ମ୍ୟାଚ । ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ବ ନେଇଥିବା ହର୍ମନପ୍ରୀତ କୌର ଏବଂ ରୟାଲ ଚ୍ୟାଲେଞ୍ଜର୍ସ ଅଧିନାୟିକା ସ୍ମୃତି ମନ୍ଧନାଙ୍କ ଦଳ ମଧ୍ୟରେ ଲଢେଇ ଦେଖିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । ଟ୍ରଫି ହାତେଇବା ପାଇଁ 5 ଦଳ ମଧ୍ୟରେ ହେବ ଜୋରଦାର ଫାଇଟ । ଟୁର୍ଣ୍ଣାମେଣ୍ଟରେ ମୋଟ 22ଟି ମ୍ୟାଚ ଖେଳାଯିବ, ଫାଇନାଲ ଫେବୃଆରୀ 5 ତାରିଖରେ ଗୁଜରାଟ ଭଦୋଦରାରେ ଅନୁଷ୍ଠିତ ହେବ ।

ମହିଳା ପ୍ରିମିୟର ଲିଗ୍‌ କେତେବେଳେ ଖେଳାଯିବ ?

ଡବ୍ଲୁପିଏଲ ମ୍ୟାଚ ଗୁଡିକ ଅପରାହ୍ନ 3ଟା 30ରେ ଆରମ୍ଭ ହେବ । ରାତିରେ ହେବାକୁଥିବା ମ୍ୟାଚ ସନ୍ଧ୍ୟା 7ଟା 30ରୁ ଆରମ୍ଭ ହେବ ।

କେଉଁଥିରେ ଦେଖିବେ WPL ମ୍ୟାଚ?

ମହିଳା ପ୍ରିମିୟର ଲିଗ୍‌ର ସମସ୍ତ ମ୍ୟାଚ ଷ୍ଟାର ସ୍ପୋର୍ଟ୍ସ ନେଟଓ୍ବର୍କରେ ପ୍ରସାରିତ ହେବ । ଲାଇଭ ଷ୍ଟ୍ରିମିଂ ମଧ୍ୟ ଜିଓ ହଟଷ୍ଟାର ଆପ୍ ରେ ଉପଲବ୍ଧ ରହିବ ।

ଦିଲ୍ଲୀ କ୍ୟାପିଟାଲ୍ସ:

ଦିଲ୍ଲୀ ଦଳର ଅଧିନାୟକ ରହିଛନ୍ତି ଜେମିମା ରୋଡ୍ରିଗ୍ସ । ଅନ୍ୟ ଖେଳାଳି ହେଉଛନ୍ତି ତାନିଆ ଭାଟିଆ, ଏମ ମମତା, ଲୌରା ଓ୍ବାଲଭାର୍ଡଟ, ଶେଫାଳି ବର୍ମା, ମାରିଜେନ୍‌ କାପ୍‌, ଚିନେଲ ହେନରୀ, ଲିଜେଲ ଲି, ଆଲାନା କିଙ୍ଗ, ଲୁସି ହାମିଲଟନ, ସ୍ନେହ ରାଣା, ମିନୁ ମଣି, ଶ୍ରୀଚରଣୀ, ଦିଆ ଯାଦବ, ନିକି ପ୍ରସାଦ, ନନ୍ଦନୀ ଶର୍ମା ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ:

ଆରସିବି ଅଧିନାୟକ ସ୍ମୃତି ମନ୍ଧାନା ରହିଥିବା ବେଳେ, ଦଳର ଅନ୍ୟ ଖେଳାଳିମାନେ ହେଉଛନ୍ତି ରିଚା ଘୋଷ, ଜର୍ଜିଆ ଭୋଲ, ଗୌତମୀ ନାୟକ, ଗ୍ରେସ ହାରିସ, ନାଡିନ ଡି କ୍ଲାର୍କ, ପୂଜା ଭାଷ୍ଟ୍ରାକର, ରାଧା ଯାଦବ, ଶ୍ରେୟଙ୍କା ପାଟିଲ, ଅରୁନ୍ଧତୀ ରେଡ୍ଡୀ, ଲୌରେନ ବେଲ, ଡି ହେମଲଥା, ସାୟାଲି ସତଘରେ, ପ୍ରେମା ରାଓ୍ବତ, ଲିନ୍ସେ ସ୍ମିଥ, କୁମାର ପ୍ରତୀଶା ।

ଗୁଜରାଟ ଜିଆଣ୍ଟ୍ସ:

ଆସଲି ଗାର୍ଡନର (ଅଧିନାୟକ), ବେଥ ମୋନି, ୟାସ୍ତିକା ଭାଟିଆ, ଶିବାନୀ ସିଂ, ଡେନି ଓ୍ବାଟ ହୋଜ, ସୋଫି ଡିଭାଇନ, ଜର୍ଜିଆ ଓ୍ବାରେହମ, କିମ୍‌ ଗାର୍ଟ, ରେଣୁକା ସିଂ ଠାକୁର, ଟିଟା ସାଧୁ, ତନୁଜା କାନଓ୍ବାର, କ୍ବିସ୍ୟୁ ଗୌତମ, ରାଜେଶ୍ବେରୀ ଗାଏକ୍ବାଡେ, ଭାରତୀ ଫୁଲମାଲି, ହପି କୁମାର ଓ ଆୟୁସି ସୋନି ।

ୟୁପି ଓ୍ବାରିୟର୍ଜ:

ମେଗ ଲାନିଙ୍ଗ (ଅଧିନାୟକ), ଶ୍ବେତା ସେହରାଓ୍ବତ, ଶିପ୍ରା ଗିରି, କିରଣ ନବଗିରି, ହର୍ଲିନ ଦେଓଲ, ଫୋବି ଲିଚଫିଲ୍ଡ, ଦୀପ୍ତି ଶର୍ମା, ଡେଣ୍ଡ୍ରା ଡଟେନ, ସୋଫି ଏକ୍ଲେଷ୍ଟୋନ, ଆଶା ଶୋବନା ଜୟ, ଶିଖା ପାଣ୍ଡେ, କ୍ରାନ୍ତି ଗୌର, ପ୍ରତୀକା ରାଓ୍ବଲ, ସିମରନ ଶେଖ, କ୍ଲୋଏ ଟ୍ରାଏନ, ଜି ତ୍ରିଶା, ସୁମନ ମୀନା, ଚାର୍ଲି ନଟ୍‌ ।

ମୁମ୍ବାଇ ଇଣ୍ଡିଆନ୍ସ:

ହର୍ମନପ୍ରୀତ କୌର (ଅଧିନାୟକ), ଜି କମଲିନି, ରାହିଲା ଫିର୍ଦୋସ, ହେଲି ମାଥ୍ୟୁସ, ଅମନଜୋତ କୌର, ଆମେଲିଆ କେର, ନଟ ସ୍କାଇଭ ବ୍ରଣ୍ଟ, ନିକୋଲା କେରେ, ଶବନିମ ଇସମାଇଲ, ପୁନମ ଖେମନାର, ମିଲି ଇଲିଙ୍ଗଓ୍ବାର୍ଥ, ଏସ ସଜନା, ନିକୋଲା କେରେକି, ସଂସ୍କୃତି ଗୁପ୍ତା, ସାଇକା ଇଶାକ, କ୍ରାନ୍ତି ରେଡ୍ଡୀ, ତ୍ରୀବେଣୀ ବୈଷ୍ଣବ ।

ଏହା ମଧ୍ୟ ପଢନ୍ତୁ-ଜାନୁଆରୀ 9ରୁ WPL 2026, RCB-MI ମଧ୍ୟରେ ଖେଳାଯିବ ଓପନିଂ ମ୍ୟାଚ

Last Updated : January 9, 2026 at 2:14 PM IST