ETV Bharat / sports

T20 World Cup: ଗୌତମ ଗମ୍ଭୀରଙ୍କ ଉପରେ ବର୍ଷିଲେ ଶ୍ରୀକାନ୍ତ; "ଏମିତି ଚାଲିଲେ ବରବାଦ ହୋଇଯିବେ"

T20 World Cup 2026: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଶୋଚନୀୟ ପରାଜୟ ପରେ ବର୍ତ୍ତମାନ ଲଗାତର ସମାଲୋଚନାର ଶିକାର ହୋଇଛନ୍ତି ମୁଖ୍ୟ କୋଚ୍ ଗୌତମ ଗମ୍ଭୀର।

Srikkanth On Gautam Gambhir
ଗୌତମ ଗମ୍ଭୀରଙ୍କ ଉପରେ ବର୍ଷିଲେ ଶ୍ରୀକାନ୍ତ (IANS)
author img

By ETV Bharat Sports Team

Published : February 24, 2026 at 12:52 PM IST

2 Min Read
Choose ETV Bharat

Srikkanth On Gautam Gambhir: ଟି-୨୦ ବିଶ୍ୱକପ୍ ୨୦୨୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଶୋଚନୀୟ ପରାଜୟ ପରେ ବର୍ତ୍ତମାନ ଲଗାତର ସମାଲୋଚନାର ଶିକାର ହୋଇଛନ୍ତି ମୁଖ୍ୟ କୋଚ୍ ଗୌତମ ଗମ୍ଭୀର। ଟିମ୍‌ର ରଣନୀତି ଏବଂ ପ୍ଲେଇଙ୍ଗ-୧୧ ଚୟନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ୧୯୮୩ ବିଶ୍ୱକପ୍ ବିଜେତା କ୍ରିଷ୍ଣାମାଚାରୀ ଶ୍ରୀକାନ୍ତ। ନିଜର ରୋକ୍‌ଠୋକ୍ ଅନ୍ଦାଜ ପାଇଁ ଜଣାଶୁଣା ଶ୍ରୀକାନ୍ତ, ଗମ୍ଭୀରଙ୍କୁ କଡ଼ା ଭାଷାରେ ସମାଲୋଚନା କରି କହିଛନ୍ତି ଯେ, ଯଦି ଏଭଳି ନିଷ୍ପତ୍ତି ଜାରି ରହେ, ତେବେ ଗମ୍ଭୀରଙ୍କ କ୍ୟାରିୟର "ରୁଇନ୍" ବା ବରବାଦ ହୋଇଯିବ।

ଅକ୍ଷର ପଟେଲଙ୍କୁ ବାଦ୍ ଦେବା ନିଷ୍ପତ୍ତିକୁ ନେଇ କ୍ଷୋଭ

ଶ୍ରୀକାନ୍ତ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି, "ମୁଁ ବୁଝିପାରୁନି ଗମ୍ଭୀର କ’ଣ କରୁଛନ୍ତି? ଜଣେ କୋଚ୍‌ଙ୍କ କାମ କ’ଣ ରଣନୀତି ପ୍ରସ୍ତୁତ କରିବା ଏବଂ ସଠିକ୍ ପ୍ଲେଇଙ୍ଗ-୧୧ ବାଛିବା ନୁହେଁ କି? ଦଳର ଉପ-ଅଧିନାୟକ ଅକ୍ଷର ପଟେଲଙ୍କୁ କେଉଁ ଆଧାରରେ ଦଳରୁ ବାଦ୍ ଦିଆଗଲା? ଏହା ଏକ ଅତି ସାଧାରଣ ଜ୍ଞାନର କଥା, ଯାହା ଗମ୍ଭୀର ଏବଂ ତାଙ୍କ ସହ ଥିବା ଅନ୍ୟ କୋଚ୍‌ମାନେ ବୁଝିପାରିଲେ ନାହିଁ।"

ସେ ଆହୁରି ମଧ୍ୟ କଟାକ୍ଷ କରି କହିଛନ୍ତି, "ଭାରତୀୟ ଟି-୨୦ ଦଳରେ ଯିଏ ଉପ-ଅଧିନାୟକ ହେଉଛି, ତାକୁ ହିଁ ଦଳରୁ ବାହାର କରିଦିଆଯାଉଛି। ପୂର୍ବରୁ ଶୁବମନ ଗିଲ୍‌ଙ୍କ ସହ ଏମିତି ହୋଇଥିଲା, ଏବେ ଅକ୍ଷରଙ୍କ ପାଳି। ଏମିତି ହେଲେ ଭବିଷ୍ୟତରେ କେହି ଉପ-ଅଧିନାୟକ ପଦ ପାଇଁ ଆଗ୍ରହ ଦେଖାଇବେ ନାହିଁ।

"ଇତିହାସର ସବୁଠୁ ଅପମାନଜନକ ପରାଜୟ"

ଦକ୍ଷିଣ ଆଫ୍ରିକା ବିପକ୍ଷ ଏହି ମ୍ୟାଚ୍‌କୁ ଭାରତୀୟ କ୍ରିକେଟ୍ ଇତିହାସର ସବୁଠୁ ଖରାପ ପରାଜୟ ଭାବେ ବର୍ଣ୍ଣନା କରିଛନ୍ତି ଶ୍ରୀକାନ୍ତ। ତାଙ୍କ ମତରେ, ୨୦୨୨ ସେମିଫାଇନାଲ ପରାଜୟ ପରେ ଏହା ହେଉଛି ଦଳର ଦ୍ୱିତୀୟ ବଡ଼ ବିପର୍ଯ୍ୟୟ। ଏହି ପରାଜୟ ଯୋଗୁଁ ଭାରତ ବର୍ତ୍ତମାନ ଅନ୍ୟ ଦଳର ଫଳାଫଳ ଉପରେ ନିର୍ଭର କରିବା ସ୍ଥିତିକୁ ଆସିଯାଇଛି।

ଭାରତ ରାଇଁ 'କର ବା ମର' ଜିମ୍ବାୱେ ବିପକ୍ଷ ମ୍ୟାଚ୍

ବିଶ୍ୱକପ୍‌ରେ ତିଷ୍ଠି ରହିବାକୁ ହେଲେ ଭାରତକୁ ବର୍ତ୍ତମାନ ନିଜର ପରବର୍ତ୍ତୀ ମ୍ୟାଚ୍ ଜିମ୍ବାୱେ ବିପକ୍ଷରେ ଖେଳିବାକୁ ପଡ଼ିବ। ଏହି ମ୍ୟାଚ୍‌ରେ କେବଳ ଜିତିଲେ ହେବ ନାହିଁ, ବରଂ ନେଟ୍ ରନ୍ ରେଟ୍‌ରେ ସୁଧାର ଆଣିବା ପାଇଁ ଏକ ବଡ଼ ବ୍ୟବଧାନରେ ବିଜୟ ହାସଲ କରିବାକୁ ପଡ଼ିବ। ଏଥିସହିତ ୱେଷ୍ଟଇଣ୍ଡିଜ୍ ଓ ଜିମ୍ବାୱେ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ଉପରେ ମଧ୍ୟ ଭାରତର ନଜର ରହିବ।

ଶ୍ରୀକାନ୍ତଙ୍କ ପରାମର୍ଶ ଦେଇ କହିଛନ୍ତି, "ଭାରତକୁ ବର୍ତ୍ତମାନ ଅନ୍ୟ କାହା ପାଇଁ ପ୍ରାର୍ଥନା କରିବା ପୂର୍ବରୁ ନିଜ ପାଇଁ ପ୍ରାର୍ଥନା କରିବା ଦରକାର, ଯେମିତି ସେମାନେ ନିଜ ଖେଳରେ ସୁଧାର ଆଣିବେ।"

ଭାରତ ପାଇଁ କଷ୍ଟକର ହୋଇପଡ଼ିଛି ସେମିଫାଇନାଲ ରାସ୍ତା

କହି ରଖୁଛୁ ଯେ ଟି-୨୦ ବିଶ୍ୱକପ୍ ୨୦୨୬ର ସୁପର-୮ ପର୍ଯ୍ୟାୟରେ ଟିମ୍ ଇଣ୍ଡିଆର ଆରମ୍ଭ କିଛି ଖାସ୍ ରହିନାହିଁ। ରବିବାର ଦିନ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ମୁକାବିଲାରେ ଟିମ୍ ଇଣ୍ଡିଆ ୭୬ ରନର ବଡ଼ ବ୍ୟବଧାନରେ ଦକ୍ଷିଣ ଆଫ୍ରିକାଠାରୁ ପରାଜିତ ହୋଇଛି। ଯାହାଫଳରେ ସୂର୍ଯ୍ୟକୁମାର ଯାଦବଙ୍କ ଦଳ ପାଇଁ ସେମିଫାଇନାଲ୍ ରାସ୍ତା କଷ୍ଟକର ହୋଇପଡ଼ିଛି।

ଏହା ମଧ୍ୟ ପଢ଼ନ୍ତୁ:

କାହିଁକି ରାଗିଲେ ଶିଖର ଧାୱନ? ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ପୋଷ୍ଟକୁ ନେଇ ଦେଲେ କଡ଼ା ଜବାବ

T20 World Cup: ପାଲେକେଲେରେ ଆଜି ହାଇଭୋଲ୍ଟେଜ୍ ଲଢ଼େଇ; ମୁହାଁମୁହିଁ ହେବେ ଇଂଲଣ୍ଡ ଓ ପାକିସ୍ତାନ