୨୩ ବର୍ଷର ପ୍ରତୀକ୍ଷାର ଅନ୍ତ: ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ସିରିଜ୍ ଜିତିଲା ୱେଷ୍ଟଇଣ୍ଡିଜ୍
ୱେଷ୍ଟଇଣ୍ଡିଜ୍ ଏବଂ ଶ୍ରୀଲଙ୍କା ମଧ୍ୟରେ ଭିଭିଆନ୍ ରିଚାର୍ଡସ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ଡ୍ର’ ରହିଛି।

Published : July 8, 2026 at 1:40 PM IST
West Indies vs Sri Lanka: ୱେଷ୍ଟଇଣ୍ଡିଜ୍ ଏବଂ ଶ୍ରୀଲଙ୍କା ମଧ୍ୟରେ ଭିଭିଆନ୍ ରିଚାର୍ଡସ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଡ୍ର’ ଭାବେ ଶେଷ ହୋଇଛି। ଏହି ମ୍ୟାଚ୍ ରେ ଶ୍ରୀଲଙ୍କା ନିଜର ଦ୍ୱିତୀୟ ପାଳିରେ ୯ ୱିକେଟ୍ ହରାଇ ୨୫୧ ରନ୍ କରିବା ପରେ ପାଳି ସମାପ୍ତି ଘୋଷଣା କରିଥିଲା ଏବଂ ୱେଷ୍ଟଇଣ୍ଡିଜ୍ ସାମ୍ନାରେ ଜିତିବା ପାଇଁ ୩୦୨ ରନ୍ର ବିଜୟ ଲକ୍ଷ୍ୟ ରଖିଥିଲା। ୱେଷ୍ଟଇଣ୍ଡିଜ୍ ନିଜର ଦ୍ୱିତୀୟ ଇନିଂସରେ କୌଣସି ୱିକେଟ୍ ନହରାଇ ୧୦୯ ରନ୍ କରିଥିଲା ଏବଂ ମ୍ୟାଚ୍ଟି ଡ୍ର’ ରହିଥିଲା।
ଦ୍ୱିତୀୟ ଟେଷ୍ଟ ଡ୍ର’ ଭାବରେ ଶେଷ ହେବା ସହ ୱେଷ୍ଟଇଣ୍ଡିଜ୍ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍କୁ ୧-୦ରେ ନିଜ ନାମରେ କରିନେଇଛି। ୱେଷ୍ଟଇଣ୍ଡିଜ୍ ଦୀର୍ଘ ୨୩ ବର୍ଷ ପରେ ଶ୍ରୀଲଙ୍କା ବିପକ୍ଷରେ କୌଣସି ଟେଷ୍ଟ ସିରିଜ୍ ଜିତିଛି। ଏହାସମେତ ଗତ ୩ ବର୍ଷ ୫ ମାସ ମଧ୍ୟରେ କ୍ୟାରିବିଆନ୍ ଦଳର ଏହା ପ୍ରଥମ ଟେଷ୍ଟ ସିରିଜ୍ ବିଜୟ ଅଟେ।
A tight affair between the West Indies and Sri Lanka has seen the hosts do enough to hold onto the Sobers-Tissera Trophy at stumps on the fifth day of the second #WTC27 Test in Antigua 👏
— ICC (@ICC) July 7, 2026
Full scorecard 👉 https://t.co/uWRwZgvBIw pic.twitter.com/3tXm84XEG3
ଦ୍ୱିତୀୟ ପାଳିରେ ଜନ୍ କ୍ୟାମ୍ପବେଲ୍ ଏବଂ ବ୍ରାଣ୍ଡନ କିଙ୍ଗ୍ ୱେଷ୍ଟଇଣ୍ଡିଜ୍କୁ ଏକ ଚମତ୍କାର ଆରମ୍ଭ ଦେଇଥିଲେ। ଉଭୟ ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। କ୍ୟାମ୍ପବେଲ୍ ୧୧୩ଟି ବଲ୍ର ସାମ୍ନା କରି ୫୧ ରନ୍ କରି ଅପରାଜିତ ରହିଥିବା ବେଳେ, କିଙ୍ଗ୍ ୫ଟି ଚୌକା ଏବଂ ଗୋଟିଏ ଛକା ସହାୟତାରେ ୫୧ ରନ୍ କରି ନଟ୍ଆଉଟ୍ ରହିଥିଲେ। ଏହାପୂର୍ବରୁ ଶ୍ରୀଲଙ୍କା ନିଜର ଦ୍ୱିତୀୟ ପାଳିରେ ୯ଟି ୱିକେଟ୍ ହରାଇ ୨୫୧ ରନ୍ କରିବା ପରେ ପାଳି ଘୋଷଣା କରିଥିଲା।
ଦଳ ପକ୍ଷରୁ ଦିନେଶ ଚାନ୍ଦିମଲ୍ ଚମତ୍କାର ବ୍ୟାଟିଂ କରି ୧୦୭ଟି ବଲ୍ର ସାମ୍ନା କରି ୭୧ ରନ୍ର ଏକ ଦମଦାର ପାଳି ଖେଳିଥିଲେ। ସମପରି କାମିନ୍ଦୁ ମେଣ୍ଡିସ୍ ୫୮ଟି ବଲ୍ରେ ୪୪ ରନ୍ କରିଥିଲେ। ସୋନାଲ୍ ଦିନୁଶା ୨୮ ରନ୍ ଏବଂ ଧନଞ୍ଜୟ ଡି' ସିଲଭା ୩୪ ରନ୍ର ଯୋଗଦାନ ଦେଇଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ବୋଲିଂରେ ଅଲଜାରୀ ଜୋସେଫ୍ ୨ଟି ୱିକେଟ୍ ଅଖତିଆର କରିଥିବା ବେଳେ, ଶେମାର୍ ଜୋସେଫ୍, ରୋଷ୍ଟନ୍ ଚେଜ୍ ଏବଂ ଜେଡନ୍ ସିଲ୍ସ ଗୋଟିଏ ଲେଖାଏଁ ୱିକେଟ୍ ନେବାରେ ସଫଳ ହୋଇଥିଲେ।
ଶ୍ରୀଲଙ୍କା ନିଜର ପ୍ରଥମ ଇନିଂସରେ ୯ଟି ୱିକେଟ୍ ହରାଇ ୫୪୯ ରନ୍ କରିବା ପରେ ନିଜର ପ୍ରଥମ ପାଳି ଘୋଷଣା କରିଥିଲା। ଦଳ ପକ୍ଷରୁ ଲାହିରୁ ଉଦାରା ଚମତ୍କାର ବ୍ୟାଟିଂ କରି ୧୮୮ ରନ୍ର ଏକ ଉନ୍ନତ ପାଳି ଖେଳିଥିବା ବେଳେ, ସୋନାଲ୍ ୯୨ ରନ୍ ଏବଂ କାମିନ୍ଦୁ ମେଣ୍ଡିସ୍ ୮୪ ରନ୍ର ଯୋଗଦାନ ଦେଇଥିଲେ। ଏହାର ଜବାବରେ ୱେଷ୍ଟଇଣ୍ଡିଜ୍ର ସମ୍ପୂର୍ଣ୍ଣ ଦଳ ପ୍ରଥମ ପାଳିରେ ୪୯୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା।
The latest draw between West Indies and Sri Lanka has caused some small movement in the #WTC27 standings 👊
— ICC (@ICC) July 8, 2026
Full standings 👉 https://t.co/TJt9cbipMe pic.twitter.com/lmDtS1H3JI
କ୍ୟାରିବିଆନ୍ ଦଳ ପକ୍ଷରୁ ଅଧିନାୟକ ଶାଇ ହୋପ୍ ଏବଂ ଜଷ୍ଟିନ୍ ଗ୍ରୀଭ୍ସ ଶତକୀୟ ପାଳି ଖେଳିଥିଲେ। ହୋପ୍ ୧୧୨ ରନ୍ କରିଥିବା ବେଳେ, ଗ୍ରୀଭ୍ସ ୧୮୦ ରନ୍ କରି ପ୍ରଭାତ ଜୟସୂର୍ଯ୍ୟାଙ୍କ ଶିକାର ହୋଇଥିଲେ। ସେହିପରି କ୍ୟାମ୍ପବେଲ୍ ୭୨ ରନ୍ ର ଯୋଗଦାନ କରିଥିଲେ। ଏହି ପରି ପ୍ରଥମ ଇନିଂସ ଆଧାରରେ ଶ୍ରୀଲଙ୍କା ୫୦ ରନ୍ର ଅଗ୍ରଣୀ ହାସଲ କରିଥିଲା। ପ୍ରଥମ ଟେଷ୍ଟ ମ୍ୟାଚ୍କୁ ୱେଷ୍ଟଇଣ୍ଡିଜ୍ ଏକ ପାଳି ଏବଂ ୨୧୭ ରନ୍ରେ ନିଜ ନାମରେ କରିଥିଲା।
ୱେଷ୍ଟଇଣ୍ଡିଜ୍କୁ ୧-୦ରେ ଟେଷ୍ଟ ସିରିଜ୍ ଜିତିବା ସହ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ୨୦୨୫-୨୭ ମାନ୍ୟତାରେ ଚାରି ପଏଣ୍ଟ ମଧ୍ୟ ପାଇଛି। ଶ୍ରୀଲଙ୍କାକୁ ମଧ୍ୟ ଏହି ଡ୍ର’ ମ୍ୟାଚ୍ ପାଇଁ ଚାରୋଟି ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ମିଳିଛି। ତେବେ ଏହି ପଏଣ୍ଟ ଦ୍ୱାରା ଉଭୟ ଦଳର ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ।
ବିଶ୍ୱ ଟେଷ୍ଟ ଚାମ୍ଫିଅନଶିପରେ ୫ମ ସ୍ଥାନରେ ଭାରତ
ଶ୍ରୀଲଙ୍କା ପଏଣ୍ଟ ଟେବୁଲ୍ର ଷଷ୍ଠ ସ୍ଥାନରେ ବଜାୟ ରହିଛି ଏବଂ ଏବେ ଏହାର ମୋଟ ପଏଣ୍ଟ ସଂଖ୍ୟା ୨୦ ହୋଇଯାଇଛି। ଯେଉଁଠାରେ କି ବିଜୟ ପ୍ରତିଶତ ୪୪.୪୪ରୁ ହ୍ରାସ ପାଇ ୪୧.୬୭ ହୋଇଛି। ଅନ୍ୟପଟେ ୱେଷ୍ଟଇଣ୍ଡିଜ୍ ଦଳର ବିଜୟ ପ୍ରତିଶତ ୧୪.୮୧ରୁ ବୃଦ୍ଧି ପାଇ ୧୬.୬୭ ହୋଇଛି, କିନ୍ତୁ ଏହି ଦଳ ଅଷ୍ଟମ ସ୍ଥାନରେ ହିଁ ରହିଛି। ଏହି ମୁକାବିଲା ଦ୍ୱାରା ଭାରତର ସ୍ଥିତି ଉପରେ ମଧ୍ୟ କୌଣସି ପ୍ରଭାବ ପଡ଼ିନାହିଁ ଏବଂ ଟିମ୍ ଇଣ୍ଡିଆ ପଞ୍ଚମ ସ୍ଥାନରେ ବଜାୟ ରହିଛି। ସେହିପରି ପାକିସ୍ତାନ ଦଳ ସବୁଠାରୁ ଶେଷ ସ୍ଥାନ ଅର୍ଥାତ୍ ୯ମ ସ୍ଥାନରେ ରହିଛି।

