ETV Bharat / sports

ଇଂଲଣ୍ଡ କ୍ରିକେଟ୍ ଦଳକୁ ବଡ଼ ଝଟକା: କୋଚିଂ ଅଫର୍‌କୁ ମନା କଲେ ମାଇକେଲ୍ ହସି!

ମାଇକେଲ୍ ହସି ଏବଂ ଷ୍ଟିଫେନ୍ ଫ୍ଲେମିଙ୍ଗ୍ ଚେନ୍ନାଇ ସୁପର କିଙ୍ଗସରେ ପୂର୍ବରୁ ମଧ୍ୟ ଏକାଠି କାମ କରିସାରିଛନ୍ତି।

Blow For England Cricket
ଇଂଲଣ୍ଡ କ୍ରିକେଟ୍ ଦଳକୁ ବଡ଼ ଝଟକା! (IANS)
author img

By ETV Bharat Sports Team

Published : September 2, 2026 at 2:18 PM IST

1 Min Read
Choose ETV Bharat

ହାଇଦ୍ରାବାଦ: ଇଂଲଣ୍ଡ କ୍ରିକେଟ୍ ଦଳ ବର୍ତ୍ତମାନ ଏକ ପରିବର୍ତ୍ତନର ସମୟ ଦେଇ ଗତି କରୁଛି। ଷ୍ଟିଫେନ୍ ଫ୍ଲେମିଙ୍ଗ୍ ନୂଆ ଟେଷ୍ଟ କୋଚ୍ ହୋଇଛନ୍ତି, କିନ୍ତୁ ତାଙ୍କୁ ନୂଆ ସପୋର୍ଟ ଷ୍ଟାଫ୍‌ର ମଧ୍ୟ ଆବଶ୍ୟକତା ରହିଛି। ଏହି ସମୟରେ ଅଷ୍ଟ୍ରେଲିଆର ଦିଗ୍ଗଜ ଖେଳାଳି ମାଇକେଲ୍ ହସି ଇଂଲଣ୍ଡ ଦଳର ବ୍ୟାଟିଂ କୋଚ୍ ପଦ ଗ୍ରହଣ କରିବାକୁ ପ୍ରତ୍ୟାଖ୍ୟାନ କରିଛନ୍ତ। ଏହା ବଦଳରେ ସେ ଅଷ୍ଟ୍ରେଲୀୟ ଦଳ ସହିତ ଜଣେ ପାର୍ଟ-ଟାଇମ୍ ପରାମର୍ଶଦାତା ଭାବେ ଜଡ଼ିତ ହୋଇଛନ୍ତି। କହି ରଖୁଛୁ ଯେ ମାଇକେଲ୍ ହସି ଏବଂ ଷ୍ଟିଫେନ୍ ଫ୍ଲେମିଙ୍ଗ୍ ଚେନ୍ନାଇ ସୁପର କିଙ୍ଗସରେ ପୂର୍ବରୁ ମଧ୍ୟ ଏକାଠି କାମ କରିସାରିଛନ୍ତି। ତେଣୁ ମାଇକେଲ୍ ବ୍ୟାଟିଂ କୋଚ୍ ପଦ ହାତଛଡ଼ା କରିବା ପ୍ରକୃତରେ ଏକ ଚମକାଇଲା ଭଳି ନିଷ୍ପତ୍ତି।

‘ଦ ଗାର୍ଜିଆନ୍’ ରିପୋର୍ଟ ଅନୁସାରେ, ମାଇକେଲ୍ ହସି ବ୍ୟାଟିଂ କୋଚ୍ ପଦ ସ୍ୱୀକାର କରିବା ପରିବର୍ତ୍ତେ ଅଷ୍ଟ୍ରେଲିଆ ଦଳର ପରାମର୍ଶଦାତା ହେବାକୁ ନିଷ୍ପତ୍ତି ନେଇଛନ୍ତି। କାରଣ ଏହାଦ୍ୱାରା ସେ ନିଜ ସୂଚୀରେ କିଛିଟା ସମୟ ବାହାର କରିପାରିବେ ଏବଂ ଫ୍ରାଞ୍ଚାଇଜ୍ କ୍ରିକେଟ୍, ଦ ହଣ୍ଡ୍ରେଡ୍ ଲିଗ୍ ତଥା କମେଣ୍ଟ୍ରିର ବର୍ତ୍ତମାନର ପ୍ରତିବଦ୍ଧତା ଗୁଡ଼ିକୁ ମଧ୍ୟ ପୂରଣ କରିପାରିବେ। ହସି ଗତ ମାସରେ ଷ୍ଟିଫେନ୍ ଫ୍ଲେମିଙ୍ଗ୍‌ଙ୍କ ସହ ବ୍ୟାଟିଂ କୋଚ୍ ପଦକୁ ନେଇ ଆଲୋଚନା କରିଥିଲେ, କିନ୍ତୁ ସେ ଏହି ଅଫର୍‌କୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।

ଏହି ଅପଡେଟ୍ ଏଭଳି ଏକ ସମୟରେ ଆସିଛି, ଯେତେବେଳେ ଇଂଲଣ୍ଡ ଦଳ ବର୍ତ୍ତମାନ ପାକିସ୍ତାନ ବିପକ୍ଷରେ ସିରିଜ୍ ଖେଳୁଛି। ପାକିସ୍ତାନ ଉପରେ ଦଳ ୨-୦ ର ଅଗ୍ରଣୀ ହାସଲ କରିସାରିଛି, କିନ୍ତୁ ଆସନ୍ତା ବର୍ଷ ହେବାକୁ ଥିବା ଆସେସ୍ ସିରିଜ୍ ପୂର୍ବରୁ ପ୍ରସ୍ତୁତିକୁ ମଧ୍ୟ ସୁଦୃଢ଼ କରିବାକୁ ହେବ। ଆସେସ୍ ପୂର୍ବରୁ ଇଂଲଣ୍ଡ ଦଳକୁ ଦକ୍ଷିଣ ଆଫ୍ରିକା, ବାଂଲାଦେଶ ଓ ଅଷ୍ଟ୍ରେଲିଆ ଗସ୍ତର ଚ୍ୟାଲେଞ୍ଜକୁ ମଧ୍ୟ ପାର୍ କରିବାକୁ ପଡ଼ିବ।

କହି ରଖୁଛୁ ଯେ ମାଇକେଲ୍ ହସି ବର୍ତ୍ତମାନ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ରେ ସିଏସକେ (CSK) ସହିତ ବ୍ୟାଟିଂ କୋଚ୍ ଭାବେ ଜଡ଼ିତ ଅଛନ୍ତି। ସେ 'ଦ ହଣ୍ଡ୍ରେଡ୍' ଲିଗ୍‌ରେ 'ଦ ୱେଲ୍ସ ଫାୟାର' ଦଳର ମୁଖ୍ୟ କୋଚ୍ ଭୂମିକା ତୁଲାଇବା ସହ ଫକ୍ସ ସ୍ପୋର୍ଟସ୍ ସହିତ କମେଣ୍ଟ୍ରି କାର୍ଯ୍ୟ ଏବଂ ଚ୍ୟାନେଲରେ କ୍ରିକେଟ୍ ବିଶେଷଜ୍ଞ ଭାବେ ମଧ୍ୟ ନଜର ଆସୁଛନ୍ତି। ବର୍ତ୍ତମାନ ପାଇଁ ତାଙ୍କର ପ୍ରାଥମିକତା ଏହି ସବୁ ଦାୟିତ୍ୱରେ ବଜାୟ ରହିବା ଅଟେ।

ଇଂଲଣ୍ଡ କ୍ରିକେଟ୍ ଦଳର ନୂତନ ହେଡ୍ କୋଚ୍ ଷ୍ଟିଫେନ୍ ଫ୍ଲେମିଙ୍ଗ୍‌ଙ୍କ ସାମ୍ନାରେ ଏକ ନୂଆ ସମସ୍ୟା ଠିଆ ହୋଇଛି। ଯଦିଓ ତାଙ୍କ ସାମ୍ନାରେ ମାର୍କସ ଟ୍ରେସକୋଥିକ୍‌ଙ୍କ ବିକଳ୍ପ ଖୋଲା ରହିଛି। ମାର୍କସ ପାକିସ୍ତାନ ବିପକ୍ଷ ଚଳିତ ଟେଷ୍ଟ ସିରିଜ୍‌ରେ ଅନ୍ତରୀଣ ବ୍ୟାଟିଂ କୋଚ୍ ଭୂମିକା ତୁଲାଉଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ:

ଭାରତୀୟ 'ଏ' ଦଳ ପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡର ବଡ଼ ଘୋଷଣା

ଟିମ୍ ଇଣ୍ଡିଆରୁ ଅଣଦେଖା: ଚୟନକର୍ତ୍ତାଙ୍କୁ ମାତ୍ର ୪ଟି ଶବ୍ଦରେ ଜବାବ ଦେଲେ କୃଣାଲ ପାଣ୍ଡ୍ୟା!

ଆଫଗାନିସ୍ତାନ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା; ଏକାସଙ୍ଗେ ଦଳରୁ ବାଦ୍ ପଡ଼ିଲେ ୮ ଖେଳାଳି