ETV Bharat / sports

ଫୁଟବଲ୍ ବିଶ୍ୱକପ୍: ୨୨ଟି ସଂସ୍କରଣରେ କେଉଁ ଦଳ କେତେଥର ହୋଇଛି ଚାମ୍ପିଅନ୍? ଦେଖନ୍ତୁ ପୂରା ତାଲିକା

ଫିଫା ବିଶ୍ୱକପ ୨୦୨୬ ର ଶୁଭାରମ୍ଭ ଜୁନ୍ ୧୧ ରୁ ହେବ। ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ମିଳିତ ଭାବେ ଆମେରିକା, କାନାଡା ଓ ମେକ୍ସିକୋ କରୁଛନ୍ତି।

FIFA World Cup
ଫୁଟବଲ୍ ବିଶ୍ୱକପ୍ (AP)
author img

By ETV Bharat Sports Team

Published : June 3, 2026 at 1:05 PM IST

2 Min Read
Choose ETV Bharat

FIFA World Cup: ଫିଫା ବିଶ୍ୱକପ ୨୦୨୬ ର ଶୁଭାରମ୍ଭ ଜୁନ୍ ୧୧ ରୁ ହେବ। ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ମିଳିତ ଭାବେ ଆମେରିକା, କାନାଡା ଓ ମେକ୍ସିକୋ କରୁଛନ୍ତି। ଫିଫା ବିଶ୍ୱକପ ଇତିହାସରେ ପ୍ରଥମ ଥର ପାଇଁ ମୋଟ ୪୮ଟି ଦଳ ଟାଇଟଲ୍ ହାସଲ କରିବା ପାଇଁ ପରସ୍ପର ସହ ଲଢ଼ିବେ। ଏହି ସିଜନ୍‌ରେ ଆର୍ଜେଣ୍ଟିନା ଦଳ ନିଜର ଟାଇଟଲ୍ ବଜାୟ ରଖିବା ପାଇଁ ମଇଦାନକୁ ଓହ୍ଲାଇବ। ଅନ୍ୟପଟେ ୨୦୨୨ ବିଶ୍ୱକପର ରନର୍ସଅପ୍ ଫ୍ରାନ୍ସ ଦଳ ଏଥର ବିଶ୍ୱକପ୍ ଜିତିବା ଲକ୍ଷ୍ୟ ନେଇ ଓହ୍ଲାଇବ।

ଆପଣ ଜାଣିଛନ୍ତି କି ଫିଫା ବିଶ୍ୱକପ କେବେ ଆରମ୍ଭ ହୋଇଥିଲା? ଏପର୍ଯ୍ୟନ୍ତ ଏହି ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟ କେତେଥର ଆୟୋଜିତ ହୋଇସାରିଛି? ଶେଷରେ କେଉଁ ଦଳ ବିଶ୍ୱକପ ଇତିହାସର ସବୁଠାରୁ ସଫଳ ଦଳ ରହିଛି? ଯଦି 'ନାଁ', ତେବେ ଏଠାରେ ଜାଣନ୍ତୁ ଫୁଟବଲର ଏହି ମହାକୁମ୍ଭ ଫିଫା ବିଶ୍ୱକପ ସହ ଜଡ଼ିତ କିଛି ରୋଚକ ତଥ୍ୟ।

୧୯୩୦ ମସିହାରେ ହୋଇଥିଲା ଫିଫା ବିଶ୍ୱକପ୍‌ର ଶୁଭାରମ୍ଭ

ଫିଫା ବିଶ୍ୱକପ୍‌ର ଶୁଭାରମ୍ଭ ୧୯୩୦ ମସିହାରେ ହୋଇଥିଲା। କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁଁ ୧୯୪୨ ଏବଂ ୧୪୬ ମସିହାରେ ଏହାର ଆୟୋଜନ ହୋଇପାରି ନଥିଲା। ଏହା ପରେ ମଧ୍ୟ ଫିଫା ବିଶ୍ୱକପ୍ ଏପର୍ଯ୍ୟନ୍ତ ୨୨ ଥର ଆୟୋଜିତ ହୋଇସାରିଛି। ଏହା ଏହାର ୨୩ତମ ସଂସ୍କରଣ (ସିଜନ୍) ହେବ। ବ୍ରାଜିଲ୍ ଫିଫା ବିଶ୍ୱକପ୍ ଇତିହାସର ସବୁଠାରୁ ସଫଳ ଦଳ, ଯିଏକି ଏପର୍ଯ୍ୟନ୍ତର ସମସ୍ତ ୨୨ଟି ଯାକ ସଂସ୍କରଣ ପାଇଁ କ୍ୱାଲିଫାଏ କରିଛି।

ବ୍ରାଜିଲ୍ ୫ ଥର ଜିତିଛି ଫିଫା ବିଶ୍ୱକପ୍ ଟାଇଟଲ୍

ବ୍ରାଜିଲ୍ ଏକମାତ୍ର ଏମିତି ଦେଶ ଯିଏକି ସମସ୍ତ ୨୨ଟି ଯାକ ସଂସ୍କରଣରେ ଭାଗ ନେଇଛି। ୮ ଥର ସେମିଫାଇନାଲ୍ ଏବଂ ୬ ଥର ଫାଇନାଲ୍ ଖେଳିଥିବା ଏହି ଦେଶ ୧୯୫୮, ୧୯୬୨, ୧୯୭୦, ୧୯୯୪ ଏବଂ ୨୦୦୨ ମସିହାରେ ମୋଟ ୫ ଥର ଟାଇଟଲ୍ ନିଜ ନାମରେ କରିଛି।

ବ୍ରାଜିଲ୍ ବ୍ୟତୀତ ଏହି ଦଳଗୁଡ଼ିକର ରହିଛି ଦମଦାର ପ୍ରଦର୍ଶନ

ବ୍ରାଜିଲ୍ ବ୍ୟତୀତ ଜର୍ମାନୀ ଫିଫା ବିଶ୍ୱକପ୍‌ରେ ୨୦ ଥର ଭାଗ ନେଇଛି। ସମପରି ଇଟାଲୀ ଏବଂ ଆର୍ଜେଣ୍ଟିନା ୧୮ ଥର ଲେଖାଏ, ଫ୍ରାନ୍ସ, ଇଂଲଣ୍ଡ ଓ ସ୍ପେନ୍ ୧୬ ଥର ଲେଖାଏ ଏବଂ ଉରୁଗୁଏ ୧୪ ଥର ଏହି ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟରେ ଖେଳିସାରିଛନ୍ତି। ଟାଇଟଲ୍ (ବିଜେତା) କଥା ଦେଖିବାକୁ ଗଲେ ବ୍ରାଜିଲ୍ ସବୁଠାରୁ ସଫଳ ଦଳ, ଯିଏକି ରେକର୍ଡ ୫ ଥର ବିଶ୍ୱକପ୍ ଜିତିଛି। ଏହା ବ୍ୟତୀତ ଜର୍ମାନୀ ଏବଂ ଇଟାଲୀ ୪ ଥର ଲେଖାଏ, ଆର୍ଜେଣ୍ଟିନା ୩ ଥର, ଫ୍ରାନ୍ସ ଓ ଉରୁଗୁଏ ୨ ଥର ଲେଖାଏ ଏବଂ ସ୍ପେନ୍ ଓ ଇଂଲଣ୍ଡ ଥରେ ଲେଖାଏ ଫିଫା ବିଶ୍ୱକପ୍ ଟାଇଟଲ୍ ନିଜ ନାମରେ କରିଛନ୍ତି।

ଫିଫା ବିଶ୍ୱକପ୍ ବିଜେତା ଦଳର ପୂରା ତାଲିକା:

  • ୧୯୩୦ - ଉରୁଗୁଏ ଆର୍ଜେଣ୍ଟିନାକୁ ହରାଇ ବିଜେତା ହୋଇଥିଲା (୪-୨)
  • ୧୯୩୪ - ଇଟାଲୀ ଚେକୋସ୍ଲୋଭାକିଆକୁ ହରାଇ ବିଜେତା ହୋଇଥିଲା (୨-୧)
  • ୧୯୩୮ - ଇଟାଲୀ ହଙ୍ଗେରୀକୁ ହରାଇ ବିଜେତା ହୋଇଥିଲା (୪-୨)
  • ୧୯୪୨ - ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁଁ ଖେଳାଯାଇ ନାହିଁ
  • ୧୯୪୬ - ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁଁ ଖେଳାଯାଇ ନାହିଁ
  • ୧୯୫୦ - ଉରୁଗୁଏ ବ୍ରାଜିଲକୁ ହରାଇ ବିଜେତା ହୋଇଥିଲା (୨-୧)
  • ୧୯୫୪ - ପଶ୍ଚିମ ଜର୍ମାନୀ ହଙ୍ଗେରୀକୁ ହରାଇ ବିଜେତା ହୋଇଥିଲା (୩-୨)
  • ୧୯୫୮ - ବ୍ରାଜିଲ୍ ସ୍ୱିଡେନକୁ ହରାଇ ବିଜେତା ହୋଇଥିଲା (୫-୨)
  • ୧୯୬୨ - ବ୍ରାଜିଲ୍ ଚେକୋସ୍ଲୋଭାକିଆକୁ ହରାଇ ବିଜେତା ହୋଇଥିଲା (୩-୧)
  • ୧୯୬୬ - ଇଂଲଣ୍ଡ ପଶ୍ଚିମ ଜର୍ମାନୀକୁ ହରାଇ ବିଜେତା ହୋଇଥିଲା (୪-୨)
  • ୧୯୭୦ - ବ୍ରାଜିଲ୍ ଇଟାଲୀକୁ ହରାଇ ବିଜେତା ହୋଇଥିଲା (୪-୧)
  • ୧୯୭୪ - ପଶ୍ଚିମ ଜର୍ମାନୀ ନେଦରଲାଣ୍ଡକୁ ହରାଇ ବିଜେତା ହୋଇଥିଲା (୨-୧)
  • ୧୯୭୮ - ଆର୍ଜେଣ୍ଟିନା ନେଦରଲାଣ୍ଡକୁ ହରାଇ ବିଜେତା ହୋଇଥିଲା (୩-୧)
  • ୧୯୮୨ - ଇଟାଲୀ ପଶ୍ଚିମ ଜର୍ମାନୀକୁ ହରାଇ ବିଜେତା ହୋଇଥିଲା (୩-୧)
  • ୧୯୮୬ - ଆର୍ଜେଣ୍ଟିନା ପଶ୍ଚିମ ଜର୍ମାନୀକୁ ହରାଇ ବିଜେତା ହୋଇଥିଲା (୩-୨)
  • ୧୯୯୦ - ପଶ୍ଚିମ ଜର୍ମାନୀ ଆର୍ଜେଣ୍ଟିନାକୁ ହରାଇ ବିଜେତା ହୋଇଥିଲା (୧-୦)
  • ୧୯୯୪ - ବ୍ରାଜିଲ୍ ଇଟାଲୀକୁ ପେନାଲ୍ଟିରେ ହରାଇ ବିଜେତା ହୋଇଥିଲା (୦-୦, ୩-୨ ପେନାଲ୍ଟି)
  • ୧୯୯୮ - ଫ୍ରାନ୍ସ ବ୍ରାଜିଲକୁ ହରାଇ ବିଜେତା ହୋଇଥିଲା (୩-୦)
  • ୨୦୦୨ - ବ୍ରାଜିଲ୍ ଜର୍ମାନୀକୁ ହରାଇ ବିଜେତା ହୋଇଥିଲା (୨-୦)
  • ୨୦୦୬ - ଇଟାଲୀ ଫ୍ରାନ୍ସକୁ ପେନାଲ୍ଟିରେ ହରାଇ ବିଜେତା ହୋଇଥିଲା (୧-୧, ୫-୩ ପେନାଲ୍ଟି)
  • ୨୦୧୦ - ସ୍ପେନ୍ ନେଦରଲାଣ୍ଡକୁ ହରାଇ ବିଜେତା ହୋଇଥିଲା (୧-୦)
  • ୨୦୧୪ - ଜର୍ମାନୀ ଆର୍ଜେଣ୍ଟିନାକୁ ହରାଇ ବିଜେତା ହୋଇଥିଲା (୧-୦)
  • ୨୦୧୮ - ଫ୍ରାନ୍ସ କ୍ରୋଏସିଆକୁ ହରାଇ ବିଜେତା ହୋଇଥିଲା (୪-୨)
  • ୨୦୨୨ - ଆର୍ଜେଣ୍ଟିନା ଫ୍ରାନ୍ସକୁ ପେନାଲ୍ଟିରେ ହରାଇ ବିଜେତା ହୋଇଥିଲା (୩-୩, ୪-୨ ପେନାଲ୍ଟି)

ଏହା ମଧ୍ୟ ପଢ଼ନ୍ତୁ:

ଫିଫା ବିଶ୍ୱକପ୍ ୨୦୨୬ରେ ଭାରତୀୟ ବଂଶୋଦ୍ଭବ: କିଏ ଏହି ୪ ଫୁଟବଲର୍, ଯିଏ ଅନ୍ୟ ଦେଶ ପାଇଁ ଖେଳିବେ?

FIFA 2026: ଭାରତରେ ଫିଫା ବିଶ୍ୱକପ୍ ୨୦୨୬ ର ଲାଇଭ୍ ପ୍ରସାରଣ କେବେ ଏବଂ କେଉଁଠି ଦେଖିବେ?