ଟି-୨୦ ବିଶ୍ୱକପ୍ ସେମିଫାଇନାଲ୍ ପୂର୍ବରୁ ଭଗବାନ ସିଦ୍ଧିବିନାୟକଙ୍କ ଶରଣରେ ଅକ୍ଷର, ଅଭିଷେକ ଓ ଇଶାନ: ଦେଖନ୍ତୁ ଭିଡିଓ
ଟି-୨୦ ବିଶ୍ୱକପ୍ ସେମିଫାଇନାଲ୍ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ଯୁବ ତାରକା ଅଭିଷେକ ଶର୍ମା, ଅକ୍ଷର ପଟେଲ ଓ ଇଶାନ କିଶାନଙ୍କୁ ମୁମ୍ବାଇର ପ୍ରସିଦ୍ଧ ଶ୍ରୀ ସିଦ୍ଧିବିନାୟକ ମନ୍ଦିରରେ ଦେଖିବାକୁ ମିଳିଛି।

Published : March 4, 2026 at 3:58 PM IST
India Stars Visit Siddhivinayak: ଟି-୨୦ ବିଶ୍ୱକପ୍ ୨୦୨୬ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ମାର୍ଚ୍ଚ ୫ ତାରିଖରେ ମୁମ୍ବାଇର ପ୍ରସିଦ୍ଧ ୱାଙ୍ଖେଡେ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ। ଏହି ହାଇ-ଭୋଲଟେଜ୍ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ଯୁବ ତାରକା ଖେଳାଳି ଅଭିଷେକ ଶର୍ମା, ଅକ୍ଷର ପଟେଲ ଓ ଇଶାନ କିଶାନଙ୍କୁ ମୁମ୍ବାଇର ପ୍ରସିଦ୍ଧ ଶ୍ରୀ ସିଦ୍ଧିବିନାୟକ ମନ୍ଦିରରେ ଦେଖିବାକୁ ମିଳିଛି।
ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
ସୁପର-୮ ପର୍ଯ୍ୟାୟରେ ୱେଷ୍ଟଇଣ୍ଡିଜକୁ ମାତ୍ ଦେଇ ଭାରତ ସେମିଫାଇନାଲରେ ପ୍ରବେଶ କରିଛି। ତେବେ ଇଂଲଣ୍ଡ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ଅଭିଷେକ ଶର୍ମା, ଇଶାନ କିଷାନ ଓ ଅକ୍ଷର ପଟେଲ ଭଗବାନ ଗଣେଶଙ୍କ ଆଶୀର୍ବାଦ ନେବାକୁ ପହଞ୍ଚିଥିଲେ। ଭାରତୀୟ ଖେଳାଳି ମାନଙ୍କର ଏହି ଭକ୍ତିପୂର୍ଣ୍ଣ ମୁହୂର୍ତ୍ତର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
Mumbai, Maharashtra: Ahead of India’s semi-final match, Ishan Kishan, Abhishek Sharma, and Axar Patel visited Shri Siddhivinayak Temple in Mumbai to seek blessings of Lord Ganesha pic.twitter.com/NLLxRcIVT3
— IANS (@ians_india) March 4, 2026
ଫର୍ମକୁ ନେଇ ଚର୍ଚ୍ଚାରେ ଅଭିଷେକ ଓ ଇଶାନ
ଚଳିତ ବିଶ୍ୱକପରେ ଅଭିଷେକ ଶର୍ମାଙ୍କ ବ୍ୟାଟରୁ ସେମିତି କିଛି ବଡ଼ ସ୍କୋର ଦେଖିବାକୁ ମିଳିନାହିଁ। ସେ ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିବାରୁ ତାଙ୍କ ଫର୍ମକୁ ନେଇ ସମାଲୋଚନା ମଧ୍ୟ ହେଉଛି। ସେହିପରି ଇଶାନ କିଶାନ ମଧ୍ୟ କେବଳ ଦୁଇଟି ମ୍ୟାଚରେ ଭଲ ପ୍ରଦର୍ଶନ କରିଛନ୍ତି। ଏଭଳି ସ୍ଥିତିରେ ସେମିଫାଇନାଲ ଭଳି ବଡ଼ ମ୍ୟାଚରେ ଏହି ଦୁଇ ଓପନରଙ୍କ ଉପରେ ସମସ୍ତଙ୍କ ନଜର ରହିବ। ନିଜର ଆଲୋଚକମାନଙ୍କୁ ବ୍ୟାଟ୍ ଜରିଆରେ ଜବାବ ଦେବା ପାଇଁ ଅଭିଷେକଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ।
PHOTO | Members of the Indian cricket team paid a visit to Siddhivinayak temple in Mumbai ahead of their semi-finals against England tomorrow.
— Press Trust of India (@PTI_News) March 4, 2026
Source: Third Party pic.twitter.com/9UH7RgtlBW
ୱାଙ୍ଖେଡେରେ ଭାରତର ପତିଆରା
ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷରେ ଭାରତର ରେକର୍ଡ ବେଶ୍ ଶକ୍ତିଶାଳୀ। ବର୍ତ୍ତମାନ ସୁଦ୍ଧା ଭାରତରେ ଦୁଇ ଦଳ ମଧ୍ୟରେ ୧୬ଟି ଟି-୨୦ ଖେଳାଯାଇଛି। ଏଥିରୁ ଭାରତ ୧୦ଟି ମ୍ୟାଚ୍ ଜିତିବାରେ ସଫଳ ହୋଇଥିବା ବେଳେ ଇଂଲଣ୍ଡ ୬ଟି ମ୍ୟାଚରେ ବିଜୟ ଲାଭ କରିଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ୱାଙ୍ଖେଡେ ମଇଦାନରେ ଦୁଇଟି ମ୍ୟାଚ୍ ଖେଳାଯାଇଥିବା ବେଳେ ଉଭୟ ଦଳ ଗୋଟିଏ ଲେଖାଏଁ ବିଜୟ ହାସଲ କରିଛନ୍ତି। ଭାରତ ଏବଂ ଇଂଲଣ୍ଡ ଟି-୨୦ ବିଶ୍ୱକପ୍ ଇତିହାସରେ ପାଞ୍ଚ ଥର ମୁହାଁମୁହିଁ ହୋଇଛନ୍ତି। ଭାରତ ତିନୋଟି ବିଜୟ ସହିତ ଆଗୁଆ ଅଛି, ଯେତେବେଳେ କି ଇଂଲଣ୍ଡ ଦୁଇଟିରେ ବିଜୟ ହାସଲ କରିଛି। ୨୦୦୭ ସଂସ୍କରଣ ସବୁଠାରୁ ସ୍ମରଣୀୟ। ଏହି ସମୟରେ ଗ୍ରୁପ-ଷ୍ଟେଜ୍ ମ୍ୟାଚ୍ ସମୟରେ ଷ୍ଟୁଆର୍ଟ ବ୍ରଡଙ୍କ ଏକ ଓଭରରେ ଯୁବରାଜ ସିଂହ ଛଅଟି ବୋଲରେ ଛଅଟି ଛକା ମାରିଥିଲେ।
ସେମିଫାଇନାଲ୍ ଜିତି ଫାଇନାଲ୍ ଟିକେଟ୍ ହାସଲ କରିବା ପାଇଁ ଭାରତୀୟ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ। ତେବେ ଭଗବାନଙ୍କ ଆଶୀର୍ବାଦ ଏବଂ ଖେଳାଳିଙ୍କ ଦମଦାର ଫର୍ମ ଭାରତକୁ ବିଜୟୀ କରୁଛି କି ନାହିଁ, ତାହା ମାର୍ଚ୍ଚ ୫ ତାରିଖରେ ସ୍ପଷ୍ଟ ହେବ।

