ETV Bharat / sports

ରାମୋଜୀ ଗ୍ରୁପ୍‌ର ଉଷୋଦୟ ଏଣ୍ଟରପ୍ରାଇଜେସ୍ କିଣିଲା WAPL ର ସବୁଠାରୁ ଦାମୀ ଟିମ୍; ସେପ୍ଟେମ୍ବର ୧୫ରୁ ଖେଳାଯିବ ଲିଗ୍

ରାମୋଜୀ ଗ୍ରୁପ୍‌ର 'ଉଷୋଦୟ ଏଣ୍ଟରପ୍ରାଇଜେସ୍' ୮୯ ଲକ୍ଷ ଟଙ୍କାର ସବୁଠାରୁ ବଡ଼ ବୋଲି ଲଗାଇ 'ୱିମେନ୍ସ ଆନ୍ଧ୍ର ପ୍ରିମିୟର ଲିଗ୍'ର ଏକ ଦଳ କିଣିଛି।

Womens Andhra Premier League 2026 Amaravati E Champions
ରାମୋଜୀ ଗ୍ରୁପ୍‌ର ଉଷୋଦୟ ଏଣ୍ଟରପ୍ରାଇଜେସ୍ କିଣିଲା WAPL ର ସବୁଠାରୁ ଦାମୀ ଟିମ୍ (Eenadu)
author img

By ETV Bharat Sports Team

Published : August 27, 2026 at 3:07 PM IST

3 Min Read
Choose ETV Bharat

WAPL 2026: କ୍ରିକେଟ୍‌ରେ ମହିଳାମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଆନ୍ଧ୍ର କ୍ରିକେଟ୍ ଆସୋସିଏସନ୍ (ACA) 'ୱିମେନ୍ସ ଆନ୍ଧ୍ର ପ୍ରିମିୟର ଲିଗ୍' (WAPL) ଆରମ୍ଭ କରିଛି। ଏହି ଲିଗ୍ ସେପ୍ଟେମ୍ବର ୧୫ ରୁ ୨୬ ପର୍ଯ୍ୟନ୍ତ ମଙ୍ଗଳଗିରିର ACA ଷ୍ଟାଡିୟମ୍‌ରେ ଖେଳାଯିବ। ଭାରତୀୟ ମହିଳା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟିକା ମିତାଲି ରାଜ୍‌ଙ୍କୁ ଏହି ଲିଗ୍‌ର ବ୍ରାଣ୍ଡ ଆମ୍ବାସଡର କରାଯାଇଛି।

ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ଚାରିଟି ଦଳ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଏଥିମଧ୍ୟରୁ ଗୋଟିଏ ଦଳକୁ ରାମୋଜୀ ଗ୍ରୁପ୍‌ର 'ଉଷୋଦୟ ଏଣ୍ଟରପ୍ରାଇଜେସ୍' ୮୯ ଲକ୍ଷ ଟଙ୍କାର ସବୁଠାରୁ ବଡ଼ ବୋଲି ଲଗାଇ କିଣିଛି ଏବଂ ଏହି ଦଳର ନାମ 'ଅମରାବତୀ ଇ-ଚାମ୍ପିଅନ୍ସ' ରଖାଯାଇଛି। କହି ରଖୁଛୁ ଯେ, ତେଲେଙ୍ଗାନା ପ୍ରିମିୟର ଲିଗ୍ ର ପ୍ରଥମ ସିଜନ୍‌ରେ ରାମୋଜୀ ଗ୍ରୁପ୍‌ର ଦଳ 'ହାଇଦ୍ରାବାଦ ଇ-ଚାମ୍ପିଅନ୍ସ' ମଧ୍ୟ ଟାଇଟଲ୍ ଜିତିଥିଲା।

ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ଚାରିଟି ଦଳ ପାଇଁ ବିଜୟୱାଡ଼ାରେ ଅନୁଷ୍ଠିତ ଖେଳାଳି ନିଲାମ ବେଶ୍ ରୋମାଞ୍ଚକର ଥିଲା। ଫ୍ରାଞ୍ଚାଇଜ୍ ଗୁଡ଼ିକ ମୋଟ ୭୪ ଜଣ ମହିଳା କ୍ରିକେଟରଙ୍କୁ ନିଜ ନିଜ ଦଳରେ ସାମିଲ କରିଛନ୍ତି। ଅଲରାଉଣ୍ଡର ହର୍ନିତା ପ୍ଲାଭିଆ ଏହି ନିଲାମୀରେ ୪.୩୦ ଲକ୍ଷ ଟଙ୍କାର ସବୁଠାରୁ ମହଙ୍ଗା କ୍ରିକେଟର ହୋଇଛନ୍ତି। ତାଙ୍କୁ 'ଗୋଦାବରୀ ଗୋଲ୍ଡେନ ଇଗଲ୍ସ' ଫ୍ରାଞ୍ଚାଇଜ୍ କିଣିଛି।

ଅନ୍ୟପଟେ ୧୨ ବର୍ଷୀୟା ଷଣ୍‌ମୁଖ ପ୍ରିୟାଙ୍କୁ 'ରାୟଲସୀମା ଜେନ ଷ୍ଟାର୍ସ' ନିଜ ଦଳରେ ସାମିଲ କରିଛି। ଯିଏ ଏହି WAPLର ସର୍ବ କିନଷ୍ଠ ଖେଳାଳି ହୋଇପାରିଛନ୍ତି। ଏତେ କମ ବୟସରେ ଏହି ଲିଗ୍‌ରେ ଖେଳିବାର ସୁଯୋଗ ମିଳିବା ତାଙ୍କ କ୍ରିକେଟ୍ କ୍ୟାରିୟର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ସାବ୍ୟସ୍ତ ହେବ।

Womens Andhra Premier League 2026
ସେପ୍ଟେମ୍ବର ୧୫ରୁ ଆରମ୍ଭ ହେବ ୱିମେନ୍ସ ଆନ୍ଧ୍ର ପ୍ରିମିୟର ଲିଗ୍ (Eenadu)

ଲିଗ୍‌ରେ ଭାଗ ନେଉଥିବା ଚାରିଟି ଯାକ ଫ୍ରାଞ୍ଚାଇଜ୍ ନିଜର ନିର୍ଦ୍ଧାରିତ ବଜେଟ୍ ମଧ୍ୟରୁ ପ୍ରମୁଖ ଖେଳାଳିମାନଙ୍କୁ ଚୟନ କରିଛନ୍ତି। ଖେଳାଳିମାନଙ୍କୁ କିଣିବା ପାଇଁ ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌କୁ ୧୫ ଲକ୍ଷ ଟଙ୍କାର ପର୍ସ ଦିଆଯାଇଥିଲା। ପ୍ରତ୍ୟେକ ଦଳକୁ ଅତିକମରେ ୧୮ ଏବଂ ସର୍ବାଧିକ ୨୦ ଜଣ କ୍ରିକେଟରଙ୍କୁ ଦଳଭୁକ୍ତ କରିବାର ସୁଯୋଗ ମିଳିଥିଲା।

ଅମରାବତୀ ଇ-ଚାମ୍ପିଅନ୍ସ ଦଳ:

ଅମରାବତୀ ଇ-ଚାମ୍ପିଅନ୍ସ ଦଳ ନୀରାଗାଟ୍ଟୁ ଅନୁଷା (୨.୧୦ ଲକ୍ଷ), କାନ୍ଦ୍ରେଗୁଲା ଦେବିକା (୨ ଲକ୍ଷ), କତ୍ରାଗଡ୍ଡା ଦୀକ୍ଷା (୧.୯୦ ଲକ୍ଷ), ଶବନମ ଶକିଲ୍ (୧.୩୦ ଲକ୍ଷ), ପି. ରଙ୍ଗାଲକ୍ଷ୍ମୀ (୧ ଲକ୍ଷ), ତରୁଣୀ ଜୋଶୀ (୧.୨୦ ଲକ୍ଷ), କଟ୍ଟା ମହନ୍ତି ଶ୍ରୀ (୮୫ ହଜାର), କେ. ହଂସା (୬୦ ହଜାର), ଅଙ୍କମ ବିଷ୍ଣୁପ୍ରିୟା (୬୦ ହଜାର), ହେମାସାଇ ରାମ୍ୟା (୫୫ ହଜାର), ସୈପୁଜିଥା (୫୦ ହଜାର), ନକ୍କା ସନା (୪୫ ହଜାର), ଓରୁଗନ୍ତୀ ସାହିତଶ୍ରୀ (୪୦ ହଜାର); ଏବଂ ଏମ. ରୁକ୍ସର, ତବାସୁମ, ସାଇଦୀପ୍ତି, ବୋଦ୍ଦୁପଲ୍ଲୀ ତନିଷ୍କା, ଟି. ମଲ୍ଲିକା ଓ ଏମ. ସହସ୍ର ରେଡ୍ଡୀଙ୍କୁ (୩୦ ହଜାର) କିଣିଛି।

ରାୟଲସୀମା ଜେନ ଷ୍ଟାର୍ସ ଦଳ:

ରାୟଲସୀମା ଜେନ ଷ୍ଟାର୍ସ ଦଳ ଭେମୁଲାପତି ସେତୁସାଇ (୨.୧୦ ଲକ୍ଷ ଟଙ୍କା), ପଦ୍ମଜା (୨ ଲକ୍ଷ ଟଙ୍କା), ଗ୍ରୀଷ୍ମା ସୈନୀ ରେଡ୍ଡୀ (୧.୨୦ ଲକ୍ଷ ଟଙ୍କା), ଶ୍ରୀଚରଣୀ (୧.୧୦ ଲକ୍ଷ ଟଙ୍କା), ଧାତ୍ରୀ (୧ ଲକ୍ଷ ଟଙ୍କା), ବାସଭୀ ଅଖିଳପାବନୀ (୧ ଲକ୍ଷ ଟଙ୍କା), ମଲ୍ଲି ଅନୁଷା (୯୦ ହଜାର ଟଙ୍କା), ସାଇଲକ୍ଷ୍ମୀ (୮୦ ହଜାର ଟଙ୍କା), ଚିନ୍ନାସିରିଷା (୬_୫ ହଜାର ଟଙ୍କା), ପୂଜିତା (୬୦ ହଜାର ଟଙ୍କା), ଶୁଭା ଶ୍ରୀ (୫୦ ହଜାର ଟଙ୍କା), ହେମା ରୋଶିନୀ (୫୦ ହଜାର ଟଙ୍କା), ଲିଖିତା (୫୦ ହଜାର ଟଙ୍କା), ମେଘନାଶ୍ରୀ (୩୫ ହଜାର ଟଙ୍କା), ମୁନି ନିତିଶା (୩୦ ହଜାର ଟଙ୍କା), ହଂସିରେଡ୍ଡୀ (୩୦ ହଜାର ଟଙ୍କା), ଷଣ୍‌ମୁଖପ୍ରିୟା (୩୦ ହଜାର ଟଙ୍କା), ବର୍ଷା (୩୦ ହଜାର ଟଙ୍କା), ହର୍ଷିତା ଗୌଡ଼ା (୩୦ ହଜାର ଟଙ୍କା) ଏବଂ ଚୈତ୍ରା (୩୦ ହଜାର ଟଙ୍କା) ଙ୍କୁ କିଣିଛି।।

ଗୋଦାବରୀ ଗୋଲ୍ଡେନ ଇଗଲ୍ସ ଦଳ:

ଗୋଦାବରୀ ଗୋଲ୍ଡେନ ଇଗଲ୍ସ ଦଳ ହର୍ନିତା ପ୍ଲାଭିଆ ପରେରା (୪.୩୦ ଲକ୍ଷ), ପୁଷ୍ପିତା ଗୌଡ଼ା (୧.୬୦ ଲକ୍ଷ), ଅକ୍ଷୟା (୧.୪୦ ଲକ୍ଷ), ଉଦବିତା (୧.୧୦ ଲକ୍ଷ), ଭିନ୍ନି ସୁଜନ (୧.୧୦ ଲକ୍ଷ), ହରିକା (୭୦ ହଜାର), ହର୍ଷିତା (୫୦ ହଜାର), ସୃଷ୍ଟି ଶେଖର (୫୦ ହଜାର), ମହାଲକ୍ଷ୍ମୀ ମନୋଜ (୫୦ ହଜାର), ମେହର ଲହରୀ (୫୦ ହଜାର), ମେଘନା ରେଡ୍ଡୀ (୪୦ ହଜାର), ଅଞ୍ଜନା (୩୫ ହଜାର), ନିବେଦିତା (୩୫ ହଜାର), ବୈଷ୍ଣବୀ (୩୦ ହଜାର), ବନଜାକ୍ଷୀ (୩୦ ହଜାର), ଦୁର୍ଗା ଭବାନୀ (୩୦ ହଜାର), ରାଗଚୌଧୁରୀ (୩୦ ହଜାର) ଏବଂ ପି. ବୈଷ୍ଣବୀଙ୍କୁ (୩୦ ହଜାର) କିଣିଛି।

ଭିଜାଗ୍ ଫାୟାର ବାର୍ଡସ ଦଳ:

ଭିଜାଗ୍ ଫାୟାର ବାର୍ଡସ ଦଳ ଅଞ୍ଜଳି ଶରଭାନୀ (୩.୬୦ ଲକ୍ଷ), ଆୟଶା ସିଂ (୨.୪୦ ଲକ୍ଷ), ବିଦ୍ୟାଶ୍ରୀ (୧.୫୦ ଲକ୍ଷ), ଋଷିକୃଷ୍ଣନ (୧.୨୦ ଲକ୍ଷ), ସରୟୁ (୮୫ ହଜାର), ପୁଷ୍ପଲତା (୭୦ ହଜାର), ହାସିନୀ ଚୌଧୁରୀ (୭୦ ହଜାର), ଶରଣ୍ୟା ଗଢ଼ୱାଲ (୬୦ ହଜାର), ସୈଥନମୟୀ (୫୦ ହଜାର), ଅଞ୍ଜୁମ (୫୦ ହଜାର), ୟୁହାସିନୀ (୩୫ ହଜାର), ମଧୁରା ସଞ୍ଜନାପ୍ରିୟା (୩୦ ହଜାର), ଦିବ୍ୟାଶ୍ରୀ (୩୦ ହଜାର), ବିଶ୍ୱଶ୍ରୀ (୩୦ ହଜାର), ସାମନ୍ଥା (୩୦ ହଜାର), ନିୟାଥିରାଜ (୩୦ ହଜାର), ଯଶସ୍ୱିନୀ ମଣିବଲ୍ଲୀ (୩୦ ହଜାର) ଏବଂ ବିଷ୍ଣୁବର୍ତ୍ତିନୀଙ୍କୁ (୩୦ ହଜାର) କିଣିଛି।

ଏହା ମଧ୍ୟ ପଢ଼ନ୍ତୁ:

ଶ୍ରୀଲଙ୍କାକୁ ମିଳିଲା ନୂଆ ବ୍ୟାଟିଂ ଷ୍ଟାର; ସଚିନ ତେନ୍ଦୁଲକରଙ୍କ ସହ ତୁଳନା କଲେ ରାଜୀବ ଶୁକ୍ଲା

କ୍ରିକେଟରୁ ହଠାତ୍ ଅବସର ନେଲେ ୪ଟି ବିଶ୍ୱକପ୍ ଖେଳିଥିବା ଏହି ଷ୍ଟାର ଖେଳାଳି

ଅଷ୍ଟ୍ରେଲିଆ ସିରିଜ୍ ପାଇଁ ଅଣ୍ଡର-୧୯ ଟିମ୍ ଘୋଷଣା; ଭାରତୀୟ ଦଳରେ ସ୍ଥାନ ପାଇଲେ ସେହୱାଗ ଓ ଦ୍ରାବିଡଙ୍କ ପୁଅ