ETV Bharat / sports

IPL 2026 ପୂର୍ବରୁ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରଣ; ମାତ୍ର ୧୪ ବଲ୍‌ରେ ଅର୍ଦ୍ଧଶତକ ମାରି ରଚିଲେ ଇତିହାସ!

Vaibhav Suryavanshi: ଡିଓ୍ୱାଇ ପାଟିଲ୍ ଟି-୨୦ କପ୍‌ରେ ବୈଭବଙ୍କ ବ୍ୟାଟ୍‌ରୁ ଏମିତି ଏକ ଇନିଂସ ଦେଖିବାକୁ ମିଳିଛି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

Vaibhav Suryavanshi 14 Balls Fifty
୧୪ ବଲ୍‌ରେ ଅର୍ଦ୍ଧଶତକ ମାରି ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ (File Photo: IANS)
author img

By ETV Bharat Sports Team

Published : February 26, 2026 at 7:45 PM IST

2 Min Read
Choose ETV Bharat

DY Patil T20 Cup 2026: ଆଇପିଏଲ୍ (IPL 2026) ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି, କିନ୍ତୁ ଏହା ପୂର୍ବରୁ ପଡ଼ିଆରେ ନିଆଁ ଲଗାଇଛନ୍ତି ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ। ଡିଓ୍ୱାଇ ପାଟିଲ୍ ଟି-୨୦ କପ୍‌ରେ ବୈଭବଙ୍କ ବ୍ୟାଟ୍‌ରୁ ଏମିତି ଏକ ଇନିଂସ ଦେଖିବାକୁ ମିଳିଛି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ମାତ୍ର ୧୪ ବଲ୍‌ରେ ୫୦ ରନ୍ ପୂରା କରି ଏହି ବାମହାତୀ ବ୍ୟାଟର ସମସ୍ତଙ୍କ ନଜର ନିଜ ଆଡ଼କୁ ଟାଣିଛନ୍ତି।

ଡିଓ୍ୱାଇ ପାଟିଲ୍ ଟୁର୍ଣ୍ଣାମେଣ୍ଟରେ ଚମକିଲେ ସୂର୍ଯ୍ୟବଂଶୀ

ଡିଓ୍ୱାଇ ପାଟିଲ୍ ବ୍ଲୁ ପକ୍ଷରୁ ଖେଳୁଥିବା ସୂର୍ଯ୍ୟବଂଶୀ, ଇଣ୍ଡିଆନ୍ ନେଭି ବିପକ୍ଷ ମ୍ୟାଚରେ ଏହି କମାଲ କରିଛନ୍ତି। ୨୨୦ ରନ୍‌ର ଏକ ବଡ଼ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବେଳେ ବୈଭବ ପ୍ରଥମ ବଲ୍‌ରୁ ହିଁ ଆକ୍ରମଣାତ୍ମକ ରୂପ ଧାରଣ କରିଥିଲେ। ସେ ମାତ୍ର ୧୯ ବଲ୍‌ରୁ ୬୩ ରନ୍‌ର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ, ଯେଉଁଥିରେ ୭ଟି ଚୌକା ଏବଂ ୫ଟି ଛକା ସାମିଲ ଥିଲା। ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ଥିଲା ୩୩୧.୫୮, ଯାହା ଟି-୨୦ କ୍ରିକେଟରେ ପ୍ରାୟ ଅସମ୍ଭବ ମନେହୁଏ।

ଅର୍ଜୁନ ତେନ୍ଦୁଲକରଙ୍କ ସାଥ୍ ଏବଂ ଦମଦାର ବିଜୟ

କେବଳ ବୈଭବ ନୁହଁନ୍ତି, ଏହି ମ୍ୟାଚରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମଧ୍ୟ ଜବରଦସ୍ତ ବ୍ୟାଟିଂ କରିଥିଲେ। ଅର୍ଜୁନ ୨୯ ବଲ୍‌ରୁ ୫୫ ରନ୍ କରି ବୈଭବଙ୍କୁ ଭରପୂର ସହଯୋଗ କରିଥିଲେ। ଏହି ଦୁଇ ଯୁବ ଖେଳାଳିଙ୍କ ଦମରେ ଡିଓ୍ୱାଇ ପାଟିଲ୍ ବ୍ଲୁ ୫ ବଲ୍ ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା।

ରାଜସ୍ଥାନ ରୟାଲ୍ସ ପାଇଁ ଖୁସି ଖବର

ବୈଭବଙ୍କର ଏହି ଫର୍ମ ଦେଖି ସବୁଠାରୁ ଅଧିକ ଖୁସି ନିଶ୍ଚିତ ଭାବେ ରାଜସ୍ଥାନ ରୟାଲ୍ସ ଫ୍ୟାନ୍ସମାନେ ହେବେ। କାରଣ ଆଇପିଏଲ୍ ୨୦୨୬ରେ ସେ ଏହି ଦଳର ଏକ ମୁଖ୍ୟ ଅସ୍ତ୍ର ସାଜିବାକୁ ଯାଉଛନ୍ତି।

କହି ରଖୁଛୁ ଯେ ଏହା ପ୍ରଥମ ଥର ନୁହେଁ, ୨୦୨୫ ଆଇପିଏଲ୍‌ରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୩୫ ବଲ୍‌ରେ ଶତକ ମାରି ସାରା ବିଶ୍ୱକୁ ଚକିତ କରିଦେଇଥିଲେ। ମାତ୍ର ୧୪ ବର୍ଷ ବୟସରେ ଏହି କୀର୍ତ୍ତିମାନ ସ୍ଥାପନ କରି ସେ ଆଇପିଏଲ୍ ଇତିହାସର ଦ୍ରୁତତମ ଭାରତୀୟ ସେଞ୍ଚୁରିଆନ୍ ହେବାର ଗୌରବ ଅର୍ଜନ କରିଛନ୍ତି।

ରେକର୍ଡର ରାଜକୁମାର ବୈଭବ

ସଦ୍ୟ ସମାପ୍ତ ୧୯ ବର୍ଷରୁ କମ୍ (U-19) ବିଶ୍ୱକପ୍‌ରେ ବୈଭବ ନିଜର ବ୍ୟାଟିଂରେ ସାରା ବିଶ୍ୱକୁ ଚକିତ କରିଦେଇଛନ୍ତି। ଭାରତକୁ ଚାମ୍ପିଅନ୍ କରିବାରେ ତାଙ୍କର ବଡ଼ ଅବଦାନ ରହିଛି। ସେ ଏହି ଟୁର୍ଣ୍ଣାମେଣ୍ଟରେ ସେ ୭ଟି ମ୍ୟାଚ୍‌ରୁ ୪୩୯ ରନ୍ ସଂଗ୍ରହ କରିଛନ୍ତି। ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୬୯.୪୯ ରହିଥିବା ବେଳେ ଏଥିରେ ଏକ ବିଶାଳ ୧୭୫ ରନ୍‌ର ଇନିଂସ ମଧ୍ୟ ସାମିଲ ଅଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ସେ ଗୋଟିଏ ସିଜିନରେ ୩୦ଟି ଛକା ମାରି ଦେୱାଲ୍ଡ ବ୍ରେଭିସଙ୍କ ରେକର୍ଡକୁ ଭାଙ୍ଗିଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ:

WI vs SA: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଦକ୍ଷିଣ ଆଫ୍ରିକା; ଭାରତ ପାଇଁ ସହଜ ହେଲା ସେମିଫାଇନାଲ୍ ରାସ୍ତା

ଟି-୨୦ ବିଶ୍ୱକପରୁ ବିଦା ହେଲା ଶ୍ରୀଲଙ୍କା; ଅଧିନାୟକ କହିଲେ-'ବାହାରର ନକାରାତ୍ମକତା ଆମକୁ ବୁଡ଼ାଇଲା'

T20 World Cup: ପାକିସ୍ତାନ ବର୍ତ୍ତମାନ ବି ପହଞ୍ଚିପାରିବ ସେମିଫାଇନାଲ; ଜାଣନ୍ତୁ କ'ଣ କହୁଛି ଗଣିତ?