WI vs SA: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଦକ୍ଷିଣ ଆଫ୍ରିକା; ଭାରତ ପାଇଁ ସହଜ ହେଲା ସେମିଫାଇନାଲ୍ ରାସ୍ତା
T20 World Cup 2026: ଟି-୨୦ ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଦକ୍ଷିଣ ଆଫ୍ରିକା ଦମଦାର ବିଜୟ ହାସଲ କରିଛି।

Published : February 26, 2026 at 6:38 PM IST
West Indies vs South Africa: ଟି-୨୦ ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଦକ୍ଷିଣ ଆଫ୍ରିକା ଦମଦାର ବିଜୟ ହାସଲ କରିଛି। ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ କାରିବିଆନ ଦଳକୁ ୯ ୱିକେଟରେ ହରାଇ ଆଫ୍ରିକା ସେମିଫାଇନାଲ ରେସ୍ ରେ ନିଜକୁ ଆହୁରି ମଜବୁତ କରିଛି। କେବଳ ଆଫ୍ରିକା ନୁହେଁ ବରଂ ଏହି ବିଜୟ ଭାରତୀୟ ପ୍ରଶଂସକଙ୍କ ମନରେ ମଧ୍ୟ ଖୁସି ଭରିଦେଇଛି, କାରଣ ଏହା ଦ୍ୱାରା ଟିମ୍ ଇଣ୍ଡିଆର ସେମିଫାଇନାଲ ରାସ୍ତା ଅପେକ୍ଷାକୃତ ସହଜ ହୋଇଯାଇଛି।
ଦକ୍ଷିଣ ଆଫ୍ରିକା ଅଧିନାୟକ ମାର୍କରମଙ୍କ ବିସ୍ଫୋରକ ବ୍ୟାଟିଂ
୧୭୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ଆରମ୍ଭରୁ ହିଁ ଆକ୍ରମଣାତ୍ମକ ରୂପ ଧାରଣ କରିଥିଲା। ଓପନର କ୍ୱିଣ୍ଟନ ଡି’କକ୍ ଓ ଅଧିନାୟକ ଏଡେନ୍ ମାର୍କରମ ପ୍ରଥମ ୱିକେଟ୍ ପାଇଁ ମାତ୍ର ୯ ୱିକେଟରେ ୯୫ ରନ୍ ଯୋଡ଼ି ଦଳ ପାଇଁ ବିଜୟର ମୂଳଦୁଆ ପକାଇଥିଲେ। ଡି’କକ୍ ୨୪ ବଲରୁ ୪୭ ରନ୍ କରି ଆଉଟ୍ ହୋଇଥିଲେ ମଧ୍ୟ ମାର୍କରମ କ୍ରିଜ୍ରେ ଜମି ରହିଥିଲେ। ସେ ମାତ୍ର ୪୬ ବଲରୁ ୮୨ ରନର ଏକ ଅପରାଜିତ ପାଳି ଖେଳିଥିଲେ। ଏହି ଇନିଂସରେ ତାଙ୍କର ୭ଟି ଚୌକା ଓ ୪ଟି ଛକା ସାମିଲ ଥିଲା। ମାର୍କରମଙ୍କୁ ରିୟାନ ରିକେଲଟନ ସାଥ୍ ଦେଇଥିଲେ, ଯିଏ କି ୪୫ ରନ୍ କରି ଅପରାଜିତ ରହିଥିଲେ।
The Proteas inch closer to a #T20WorldCup semi-final spot with a comprehensive win over the West Indies 👌
— ICC (@ICC) February 26, 2026
📝: https://t.co/7sIwZ3AL3T pic.twitter.com/00jaM4QsVT
ୱେଷ୍ଟଇଣ୍ଡିଜ୍ ଦଳକୁ ବିପର୍ଯ୍ୟୟରୁ ସମ୍ଭାଳିଥିଲେ ହୋଲ୍ଡର ଓ ଶେଫର୍ଡ
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କାଗିସୋ ରବାଡା ଏବଂ ଲୁଙ୍ଗି ଏନଗିଡିଙ୍କ ଘାତକ ବୋଲିଂ ଯୋଗୁଁ ଦଳ ମାତ୍ର ୪୩ ରନ୍ରେ ନିଜର ୪ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ହରାଇ ଦେଇଥିଲା। ତେବେ ସଙ୍କଟ ସମୟରେ ଜେସନ୍ ହୋଲ୍ଡର (୪୯) ଏବଂ ରୋମାରିଓ ଶେଫର୍ଡ (୫୨*) ଲଢୁଆ ବ୍ୟାଟିଂ କରିଥିଲେ। ଏହି ଦୁଇଜଣ ୮୯ ରନର ଭାଗିଦାରୀ କରି ଦଳୀୟ ସ୍କୋରକୁ ୧୭୬ରେ ପହଞ୍ଚାଇଥିଲେ।
Aiden Markram's dominant knock of 82* powered South Africa to a big win over the West Indies👊
— ICC (@ICC) February 26, 2026
He wins the @aramco POTM🏅
📝: https://t.co/7sIwZ3AL3T pic.twitter.com/c49fODQP4H
ଭାରତ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ଥିଲା ଏହି ମ୍ୟାଚ୍?
ଏହି ମ୍ୟାଚ୍ ଉପରେ କେବଳ ଦୁଇ ଦଳ ନୁହେଁ, ବରଂ ଭାରତୀୟ ପ୍ରଶଂସକଙ୍କ ନଜର ମଧ୍ୟ ରହିଥିଲା। ଯଦି ୱେଷ୍ଟଇଣ୍ଡିଜ୍ ଏହି ମ୍ୟାଚ୍ ଜିତିଥାନ୍ତା, ତେବେ ଭାରତ ପାଇଁ ସେମିଫାଇନାଲ ସମୀକରଣ କଷ୍ଟକର ହୋଇଥାନ୍ତା। କିନ୍ତୁ ଆଫ୍ରିକାର ଏହି ଏକପାଖିଆ ବିଜୟ ଭାରତ ପାଇଁ ରାସ୍ତା ସଫା କରିଦେଇଛି।
ଟି-୨୦ ବିଶ୍ୱକପ୍ ସେମିଫାଇନାଲ୍ରେ କିପରି ପହଞ୍ଚି ପାରିବ ଭାରତ?
ସେମିଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବା ପାଇଁ ଭାରତକୁ ଜିମ୍ବାୱେ ଏବଂ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବିଜୟୀ ହେବାକୁ ପଡିବ। ଯଦିଓ ସମୀକରଣର ଚିତ୍ର ମ୍ୟାଚ୍ ପରେ ପୂରା ସ୍ପଷ୍ଟ ହୋଇଯିବ।

