ETV Bharat / sports

SL vs ENG: ଶ୍ରୀଲଙ୍କା ବନାମ ଇଂଲଣ୍ଡ ମ୍ୟାଚ୍‌ରେ ବର୍ଷା ସାଜିବ କି ବାଧକ? ଜାଣନ୍ତୁ ତାଜା ଅପଡେଟ୍

SL vs ENG: ଚଳିତ ଟି-୨୦ ବିଶ୍ୱକପ୍‌ର 'ସୁପର-୮' ପର୍ଯ୍ୟାୟରେ ବର୍ଷାର କଳାବାଦଲ ଏବେ କ୍ରିକେଟ ପ୍ରେମୀଙ୍କ ଚିନ୍ତା ବଢ଼ାଇ ଦେଇଛି।

Rain threatens SL vs ENG match
ଶ୍ରୀଲଙ୍କା ବନାମ ଇଂଲଣ୍ଡ ମ୍ୟାଚ୍‌ରେ ବର୍ଷା ସାଜିବ କି ବାଧକ? (IANS)
author img

By ETV Bharat Sports Team

Published : February 22, 2026 at 1:07 PM IST

1 Min Read
Choose ETV Bharat

Sri Lanka vs England: ଚଳିତ ଟି-୨୦ ବିଶ୍ୱକପ୍‌ର 'ସୁପର-୮' ପର୍ଯ୍ୟାୟରେ ବର୍ଷାର କଳାବାଦଲ ଏବେ କ୍ରିକେଟ ପ୍ରେମୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଗତକାଲି (ଫେବ୍ରୁଆରୀ ୨୧) ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ଟି ବର୍ଷା ଯୋଗୁଁ ଧୋଇଯିବା ପରେ, ଆଜିର ଶ୍ରୀଲଙ୍କା-ଇଂଲଣ୍ଡ ମୁକାବିଲାକୁ ନେଇ ମଧ୍ୟ ସମାନ ଆଶଙ୍କା ଦେଖାଦେଇଛି।

ପାଲ୍ଲେକେଲେରେ ବର୍ଷା ଭୟ

ଆଜି ଅର୍ଥାତ ଫେବ୍ରୁଆରୀ ୨୨ ତାରିଖରେ ପାଲ୍ଲେକେଲେ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଏକ ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯିବାର ଅଛି। କିନ୍ତୁ ଶ୍ରୀଲଙ୍କା ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ଦିନସାରା ବର୍ଷା ହେବାର ସମ୍ଭାବନା ରହିଛି। ଯଦି ବର୍ଷା ଲାଗି ରହେ ତେବେ ପୂରା ୨୦ ଓଭରର ଖେଳ ହେବା ତ ଦୂରର କଥା, ମ୍ୟାଚ୍ ଆରମ୍ଭ ହେବା ମଧ୍ୟ କଷ୍ଟକର ହୋଇପାରେ।

କ’ଣ କହୁଛି ICC ନିୟମ?

ଆଇସିସି (ICC) ନିୟମ ଅନୁଯାୟୀ ସେମିଫାଇନାଲ ଏବଂ ଫାଇନାଲକୁ ଛାଡ଼ି ବିଶ୍ୱକପ୍‌ର ଅନ୍ୟ କୌଣସି ମ୍ୟାଚ୍ ପାଇଁ 'ରିଜର୍ଭ ଡେ' ବା ଅତିରିକ୍ତ ଦିନ ରଖାଯାଇ ନାହିଁ। ମ୍ୟାଚ୍‌ର ଫଳାଫଳ ବାହାରିବା ପାଇଁ ଅତିକମରେ ଉଭୟ ଦଳକୁ ୫ ଓଭର ଲେଖାଏଁ ଖେଳିବାକୁ ପଡ଼ିବ। ଯଦି ବର୍ଷା ଯୋଗୁଁ ଏତିକି ବି ସମ୍ଭବ ନହୁଏ, ତେବେ ମ୍ୟାଚ୍‌କୁ ରଦ୍ଦ କରାଯାଇ ଉଭୟ ଦଳକୁ ୧ ପଏଣ୍ଟ ଲେଖାଁଏ ମିଳିବ।

ଗ୍ରୁପ୍-୨ ସମୀକରଣ

ଆଜିର ମ୍ୟାଚ୍‌ ବି ଯଦି ବର୍ଷା ଯୋଗୁଁ ବାତିଲ ହୁଏ, ତେବେ ଗ୍ରୁପ୍-୨ର ଚିତ୍ର ବେଶ୍ ରୋଚକ ହୋଇଯିବ। ପୂର୍ବରୁ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ବର୍ଷା ପାଇଁ ପଏଣ୍ଟ ବାଣ୍ଟି ସାରିଥିବା ବେଳେ, ଶ୍ରୀଲଙ୍କା ଓ ଇଂଲଣ୍ଡ ମଧ୍ୟ ସମାନ ସ୍ଥିତିକୁ ଆସିଯିବେ। ଫଳରେ ଗ୍ରୁପ୍‌ର ସମସ୍ତ ୪ଟି ଯାକ ଦଳ ପ୍ରତ୍ୟେକ ୧ ପଏଣ୍ଟ ସହ ସମାନ ସ୍ତରରେ ରହିବେ। ଯାହା ଆଗାମୀ ମ୍ୟାଚ୍‌ଗୁଡ଼ିକୁ 'କର ବା ମର' ପରିସ୍ଥିତିକୁ ନେଇଯିବ।

ଉଭୟ ଦଳର ସମ୍ଭାବ୍ୟ ଏକାଦଶ:

ଇଂଲଣ୍ଡ: ଜୋସ୍ ବଟଲର (ୱିକେଟକିପର), ଫିଲ୍ ସଲ୍ଟ, ଜାକବ୍ ବେଥେଲ୍, ଟମ୍ ବାଣ୍ଟନ, ହ୍ୟାରି ବ୍ରୁକ୍ (ଅଧିନାୟକ), ସାମ କରନ, ୱିଲ୍ ଜାକ୍ସ, ଜାମି ଓଭରଟନ୍, ଜୋଫ୍ରା ଆର୍ଚ୍ଚର, ଲିଆମ ଡସନ, ଆଦିଲ ରଶିଦ।

ଶ୍ରୀଲଙ୍କା: ଦାସୁନ ଶନାକା (ଅଧିନାୟକ), ପଥୁମ ନିସାଙ୍କା, କୁସାଲ ପେରେରା, କୁଶାଲ ମେଣ୍ଡିସ (ୱିକେଟକିପର), ପୱନ ରତ୍ନାୟକେ, କାମିନ୍ଦୁ ମେଣ୍ଡିସ, ଦୁନିଥ୍ ୱେଲାଲାଗେ, ଦୁଶାନ୍ ହେମନ୍ତ, ଦୁଷ୍ମାନଥା କାମିରା, ମହୀଶ ଥିକ୍ଷଣା, ଦିଲସାନ ମଦୁଶଙ୍କା।

ବର୍ତ୍ତମାନ ସବୁ ନଜର ଆକାଶ ଉପରେ ରହିଛି। ଦେଖାବାକୁ ବାକି ରହିଲା ବର୍ଷା ପୁଣିଥରେ କ୍ରିକେଟ ପ୍ରେମୀଙ୍କୁ ନିରାଶ କରୁଛି ନା ମ୍ୟାଚ୍ ଠିକ୍ ସମୟରେ ମ୍ୟାଚ୍ ହୋଇପାରୁଛି!

ଏହା ମଧ୍ୟ ପଢ଼ନ୍ତୁ:

T20 World Cup 2026: ସୁପର-୮ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାଲଢ଼େଇ, ଜାଣନ୍ତୁ କାହାର ପଲା ଭାରି?

Jonathan Trott: ଆଫଗାନିସ୍ତାନ କ୍ରିକେଟର କାୟାପଲଟ କରିଥିଲେ ଏହି ‘ଇଂରେଜ’ କୋଚ୍‌; ବିଦାୟ ବେଳେ କାନ୍ଦି ପକାଇଲେ

ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଭାଙ୍ଗିଲା ସବୁ ରେକର୍ଡ; ଡିଜିଟାଲ୍ ମାଧ୍ୟମରେ ଦେଖିଲେ ୧୬୩ ମିଲିୟନ୍ ଦର୍ଶକ