ETV Bharat / sports

SL vs ENG: ସୁପର-୮ ମ୍ୟାଚରେ ଶ୍ରୀଲଙ୍କାକୁ ୫୧ ରନରେ ପରାସ୍ତ କଲା ଇଂଲଣ୍ଡ

୨୦୨୬ ଟି-୨୦ ବିଶ୍ୱକପର ସୁପର-୮ ପର୍ଯ୍ୟାୟରେ ଏକ ରୋମାଞ୍ଚକର ମୁକାବିଲାରେ ଇଂଲଣ୍ଡ ୫୧ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି।

England vs Sri Lanka Match Highlights
ଶ୍ରୀଲଙ୍କାକୁ ୫୧ ରନରେ ପରାସ୍ତ କଲା ଇଂଲଣ୍ଡ (IANS)
author img

By ETV Bharat Sports Team

Published : February 22, 2026 at 6:58 PM IST

2 Min Read
Choose ETV Bharat

England vs Sri Lanka: କ୍ରିକେଟ୍ ପ୍ରେମୀଙ୍କ ପାଇଁ ବଡ଼ ଖବର। ଟି-୨୦ ବିଶ୍ୱକପ ୨୦୨୬ ର ସୁପର-୮ ପର୍ଯ୍ୟାୟରେ ଏକ ରୋମାଞ୍ଚକର ମୁକାବିଲାରେ ଇଂଲଣ୍ଡ ୫୧ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ପାଲେକେଲେ ଷ୍ଟାଡିୟମରେ ଖେଳାଯାଇଥିବା ଆଜିର ମ୍ୟାଚରେ ଇଂଲଣ୍ଡର ବୋଲରମାନେ ନିଜର ଦମଦାର ପ୍ରଦର୍ଶନ ବଳରେ ଶ୍ରୀଲଙ୍କାକୁ ମାତ୍ର ୯୫ ରନରେ ଅଲ୍ ଆଉଟ୍ କରିଦେଇଥିଲେ।

ମ୍ୟାଚ୍ ବିଷୟରେ କହାବାକୁ ଗଲେ ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡକୁ ଜସ୍ ବଟଲରଙ୍କ ରୂପରେ ପ୍ରଥମ ଝଟକା ଲାଗିଥିଲା। ବଟଲରଙ୍କ ଖରାପ ଫର୍ମ ଜାରି ରହିଛି। ବଟଲର୍ ୧୪ ବଲ୍ ରୁ ମାତ୍ର ୭ ରନ୍ କରିବାରେ ସକ୍ଷମ ହୋଇଥିଲେ। ତାଙ୍କ ଆଉଟ୍ ହେବା ପରେ ଇଂଲଣ୍ଡ ଲଗାତାର ୱିକେଟ୍ ହରାଇବାରେ ଲାଗିଥିଲା।

ଏହି ମ୍ୟାଚରେ ଇଂଲଣ୍ଡର ଏକମାତ୍ର ଅର୍ଦ୍ଧଶତକ ଫିଲ୍ପ ସଲ୍ଟଙ୍କ ବ୍ୟାଟରୁ ଆସିଥିଲା। ଯିଏ ୪୦ ବଲ୍ ରୁ ୬୨ ରନ୍ କରିଥିଲେ। ଯେଉଁଥିରେ ତାଙ୍କର ୬ଟି ଚୌକା ଏବଂ ଦୁଇଟି ବଡ଼ ଛକା ସାମିଲ ଥିଲା। ନିମ୍ନ କ୍ରମରେ ୱିଲ୍ ଜ୍ୟାକ୍ସ ୧୪ ବଲ୍ ରୁ ୨୧ ରନ୍ କରିଥିଲେ। ସମପରି ଦଳ ପାଇଁ ହ୍ୟାରି ବ୍ରୁକ୍ ୧୪, ସାମ୍ କରନ୍ ୧୧ ଏବଂ ଜେମି ଓଭରଟନ୍ ୧୦ ରନର ଯୋଗଦାନ କରିଥିଲେ। ଶ୍ରୀଲଙ୍କା ପାଇଁ ଡୁନିଥ୍ ୱେଲାଲେଜ୍ ସର୍ବାଧିକ ୩ଟି ୱିକେଟ୍ ନେବାର ସଫଳ ହୋଇଥିଲେ।

ୱିଲ୍ ଜାକ୍ସଙ୍କ ଘାତକ ବୋଲିଂ ଆଗରେ ଆଣ୍ଠୁମାଡ଼ିଲା ଶ୍ରୀଲଙ୍କା

୧୪୭ ରନର ପିଛା କରୁଥିବା ଶ୍ରୀଲଙ୍କା ଦଳ ଇଂଲଣ୍ଡର ଘାତକ ବୋଲିଂ ଆଗରେ ଆତ୍ମସମର୍ପଣ କରିଥିଲା। ୱିଲ୍ ଜାକ୍ସ ମାତ୍ର ୨୨ ରନ୍ ଦେଇ ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇ ଶ୍ରୀଲଙ୍କା ବ୍ୟାଟିଂର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଶ୍ରୀଲଙ୍କାର ଓପନରମାନେ ମଧ୍ୟ ନିରାଶ କରିଥିଲେ। ଶ୍ରୀଲଙ୍କା ମଧ୍ୟ ମାତ୍ର ୩୪ ରନରେ ପାଞ୍ଚଟି ୱିକେଟ ହରାଇଥିଲା। ନିସାଙ୍କା ୯ ରନ, କାମିଲ ମିଶାରା ୬ ରନ ଓ କୁସାଲ ମେଣ୍ଡିସ୍ ୪ ରନ କରି ଆଉଟ୍ ହୋଇଥିଲେ। ପବନ ରତ୍ନାୟକେ ଖାତା ନ ଖୋଲି ଗୋଲଡେନ୍ ଡକ୍ ରେ ଆଉଟ୍ ହୋଇଥିଲେ।

ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଛନ୍ତି ୱିଲ୍ ଜ୍ୟାକ୍ସ

ଶ୍ରୀଲଙ୍କାର ତିନି ଜଣ ବ୍ୟାଟସମ୍ୟାନ୍ ଡୁନିଥ୍ ୱେଲାଲେଜ୍, କାମିନ୍ଦୁ ମେଣ୍ଡିସ୍ ଓ ଦାସୁନ୍ ଶନାକା ୧୦ କିମ୍ବା ତା’ଠାରୁ ଅଧିକ ରନ୍ କରିବାର ସକ୍ଷମ ହୋଇଥିଲେ। ଶ୍ରୀଲଙ୍କା ପାଇଁ ଶନାକା ୨୪ ବଲରୁ ସର୍ବାଧିକ ୩୦ ରନି କରିଥିଲେ। ଇଂଲଣ୍ଡ ପାଇଁ ୱିଲ୍ ଜ୍ୟାକ୍ସ ସର୍ବାଧିକ ୩ ୱିକେଟ୍ ନେଇଥିଲେ। ୱିଲ୍ ଜ୍ୟାକ୍ସଙ୍କ ବ୍ୟତୀତ ଜୋଫ୍ରା ଆର୍ଚର, ଲିଆମ୍ ଡସନ୍ ଓ ଆଦିଲ୍ ରଶିଦ୍ ପ୍ରତ୍ୟେକେ ଦୁଇଟି ଲେଖାଁଏ ୱିକେଟ୍ ନେଇଥିଲେ। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ୱିଲ୍ ଜ୍ୟାକ୍ସଙ୍କୁ ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।

ଏହି ବିଜୟ ସହ ଇଂଲଣ୍ଡ ସୁପର-୮ ଗ୍ରୁପ୍-୨ରେ ନିଜର ସ୍ଥିତି ମଜବୁତ କରିଛି। ଅନ୍ୟପଟେ ଘରୋଇ ମାଟିରେ ଖେଳୁଥିବା ଶ୍ରୀଲଙ୍କା ପାଇଁ ଆଗାମୀ ମ୍ୟାଚଗୁଡ଼ିକ ଏବେ 'କର ବା ମର' ପରିସ୍ଥିତି ସୃଷ୍ଟି କରିଛି।

ଏହା ମଧ୍ୟ ପଢ଼ନ୍ତୁ:

Women's Asia Cup: ଏସିଆ କପ୍‌ରେ ଭାରତୀୟ ମହିଳା ଦଳର ଜୟଯାତ୍ରା; ବାଂଲାଦେଶକୁ ହରାଇ ଚାମ୍ପିଅନ୍ ହେଲା ‘ଇଣ୍ଡିଆ-ଏ’

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଶିଖର ଧାୱନ; ଜାଣନ୍ତୁ କିଏ ତାଙ୍କ ଜୀବନସାଥୀ ସୋଫି ସାଇନ୍?