ETV Bharat / sports

T20 World Cup 2026: ସୁପର-୮ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାଲଢ଼େଇ, ଜାଣନ୍ତୁ କାହାର ପଲା ଭାରି?

India vs South Africa: ଗ୍ରୁପ୍ ପର୍ଯ୍ୟାୟରେ ଦମଦାର ପ୍ରଦର୍ଶନ କରିବା ପରେ ଟିମ୍ ଇଣ୍ଡିଆ ବର୍ତ୍ତମାନ 'ସୁପର-୮' ପାଇଁ ପୂରା ପ୍ରସ୍ତୁତ।

T20 World Cup 2026 IND vs SA
ସୁପର-୮ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାଲଢ଼େଇ (IANS)
author img

By ETV Bharat Sports Team

Published : February 20, 2026 at 4:57 PM IST

2 Min Read
Choose ETV Bharat

T20 World Cup 2026 IND vs SA: ଟି-୨୦ ବିଶ୍ୱକପ୍ ୨୦୨୬ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଗ୍ରୁପ୍ ପର୍ଯ୍ୟାୟରେ ଦମଦାର ପ୍ରଦର୍ଶନ କରିବା ପରେ ଟିମ୍ ଇଣ୍ଡିଆ ବର୍ତ୍ତମାନ 'ସୁପର-୮' ପାଇଁ ପୂରା ପ୍ରସ୍ତୁତ। କିନ୍ତୁ ଏହି ପର୍ଯ୍ୟାୟର ପ୍ରଥମ ପରୀକ୍ଷା ହିଁ ସବୁଠୁ କଠିନ ହେବାକୁ ଯାଉଛି। ଆସନ୍ତା ଫେବ୍ରୁଆରୀ ୨୨ ତାରିଖରେ ଭାରତର ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ।

ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ 'ହାଇ-ଭୋଲ୍ଟେଜ୍' ମ୍ୟାଚ୍

ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ହାଇ ଭୋଲ୍ଟେଜ୍ ମୁକାବିଲା ଖେଳାଯିବ। ଭାରତ ପାଇଁ ଖୁସିର କଥା ହେଉଛି ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ ଟିମ୍ ଇଣ୍ଡିଆ ଏହି ପଡ଼ିଆରେ ଖେଳିଥିଲା। ତେଣୁ ଏଠାକାର ପିଚ୍ ଓ ପରିବେଶ ସହ ଭାରତୀୟ ଖେଳାଳିମାନେ ଭଲ ଭାବେ ପରିଚିତ। ତେବେ ଦକ୍ଷିଣ ଆଫ୍ରିକାକୁ ହାଲୁକା ଭାବେ ନେବା ମଧ୍ୟ ଦଳ ପାଇଁ ଭୁଲ୍ ହେବ। କାରଣ ଏହି ଦଳ ମଧ୍ଯ ଅପରାଜୟ ରହି ସୁପର-୮ରେ ପହଞ୍ଚିଛି।

କିପରି ରହିଛି ହେଡ୍-ଟୁ-ହେଡ୍ ରେକର୍ଡ?

ଆମେ ଯଦି ଦୁଇ ଦଳର ରେକର୍ଡ ଉପରେ ନଜର ପକାଇବା ତେବେ ଭାରତର ପଲା ସାମାନ୍ୟ ଭାରି ରହିଛି। ଉଭୟ ଟିମ୍ ମଧ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୩୫ଟି ଟି-୨୦ ମ୍ୟାଚ୍ ଖେଳାଯାଇଛି। ସେଥି ମଧ୍ୟରୁ ୨୧ଟି ମ୍ୟାଚ୍ ଭାରତ ଜିତିଥିବା ବେଳେ ଦକ୍ଷିଣ ଆଫ୍ରିକା ୧୩ଟି ମ୍ଯାଚ୍ ଜିତିବାରେ ସଫଳ ହୋଇଛି। ଟି-୨୦ ବିଶ୍ୱକପ୍‌ରେ ବିଷୟରେ କହିଲେ ଉଭୟ ଦଳ ମଧ୍ୟ ଏପର୍ଯ୍ୟନ୍ତ ମୋଟ ୭ଟି ମ୍ୟାଚରେ ମୁଁହାମୁଁହି ହୋଇଛନ୍ତି। ଯେଉଁଠାରେ ଭାରତ ୫ଟି ମ୍ୟାଚ୍ ଜିତିଥିବା ବେଳେ, ଦକ୍ଷିଣ ଆଫ୍ରିକା ୨ଟି ମ୍ୟାଚ୍ ଜିତିବାରେ ସଫଳ ହୋଇଛି।

ରେକର୍ଡ ଭାରତ ସପକ୍ଷରେ ଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକାର ବର୍ତ୍ତମାନର ଫର୍ମ ଏବଂ ଅହମ୍ମଦାବାଦ ପଡ଼ିଆରେ ଦଳର ପୂର୍ବ ଅଭିଜ୍ଞତା ମ୍ୟାଚକୁ ସଂଘର୍ଷପୂର୍ଣ୍ଣ କରାଇବ ବୋଲି ଆଶାକରଯାଉଛି। ଏହି ମ୍ୟାଚ୍‌ର ଫଳାଫଳ ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମାନାଯାଉଛି। କାରଣ ଏହି ମ୍ୟାଚ୍ ଯିଏ ଜିତିବ ସେ ସେମିଫାଇନାଲ୍‌ ରେସରେ ଗୋଟିଏ ପାଦ ଆଗରେ ରହିବ। ପରାଜିତ ଦଳ ଉପରେ ଚାପ ବଢ଼ିଯିବ। ଯାହା ଫଳରେ ଆଗାମୀ ମ୍ୟାଚ୍‌ରେ ସେମାନଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରେ।

ଟିମ୍ ଇଣ୍ଡିଆ ସ୍କ୍ୱାଡ୍: ଇଶାନ କିଶାନ (ୱିକେଟ୍ କିପର୍), ଅଭିଷେକ ଶର୍ମା, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂ, ଅକ୍ଷର ପଟେଲ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମ୍ରା, ସଞ୍ଜୁ ସାମସନ, ମହମ୍ମଦ ସିରାଜ, ୱାଶିଂଟନ୍ ସୁନ୍ଦର, ଅର୍ଶଦୀପ ସିଂ।

ଦକ୍ଷିଣ ଆଫ୍ରିକା ସ୍କ୍ୱାଡ୍: କ୍ୱିଣ୍ଟନ୍ ଡି କକ୍ (ୱିକେଟ୍ କିପର), ଆଡେନ ମାର୍କ୍ରାମ (ଅଧିନାୟକ), ରିଆନ୍ ରିକେଲଟନ୍, ଡିୱାଲ୍ଡ ବ୍ରୁଇସ୍, ଡେଭିଡ ମିଲର, ଜସୋନ ସ୍ମିଥ, ମାର୍କୋ ଜନସେନ୍, କେଶବ ମହାରାଜ, କଗିସୋ ରବାଡା, ଅନ୍ରିଚ୍ ନୋର୍ଟଜେ, ଲୁଙ୍ଗି ନିଗିଡି, କର୍ବିନ ବୋଶ, ଜର୍ଜ ଲିଣ୍ଡେ, ଟ୍ରିଷ୍ଟାନ୍ ଷ୍ଟବ୍ସ, କ୍ୱେନା ମଫାକା।

ଏହା ମଧ୍ୟ ପଢ଼ନ୍ତୁ:

ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଭାଙ୍ଗିଲା ସବୁ ରେକର୍ଡ; ଡିଜିଟାଲ୍ ମାଧ୍ୟମରେ ଦେଖିଲେ ୧୬୩ ମିଲିୟନ୍ ଦର୍ଶକ

Jonathan Trott: ଆଫଗାନିସ୍ତାନ କ୍ରିକେଟର କାୟାପଲଟ କରିଥିଲେ ଏହି ‘ଇଂରେଜ’ କୋଚ୍‌; ବିଦାୟ ବେଳେ କାନ୍ଦି ପକାଇଲେ