ETV Bharat / sports

'ଏମିତି କ୍ରିକେଟ୍ ଖେଳାଯାଏନି...'- ଟିମ୍ ଇଣ୍ଡିଆ ଉପରେ ବର୍ଷିଲେ ସୁନୀଲ ଗାଭାସ୍କର

T20 World Cup 2026: ସୁପର-୮ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାଠାରୁ ଭାରତର ଶୋଚନୀୟ ପରାଜୟକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପୂର୍ବତନ କ୍ରିକେଟ୍ ମହାରଥୀ ସୁନୀଲ ଗାଭାସ୍କର।

Gavaskar to Team India
ଟିମ୍ ଇଣ୍ଡିଆ ଉପରେ ବର୍ଷିଲେ ସୁନୀଲ ଗାଭାସ୍କର (IANS)
author img

By ETV Bharat Sports Team

Published : February 23, 2026 at 4:57 PM IST

1 Min Read
Choose ETV Bharat

Gavaskar to Team India: ଟି-୨୦ ବିଶ୍ୱକପ୍‌ ୨୦୨୬ ର ସୁପର-୮ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାଠାରୁ ଭାରତର ଶୋଚନୀୟ ପରାଜୟକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପୂର୍ବତନ କ୍ରିକେଟ୍ ମହାରଥୀ ସୁନୀଲ ଗାଭାସ୍କର। ୭୬ ରନର ଏହି ବଡ଼ ପରାଜୟ ପାଇଁ ସେ ଭାରତୀୟ ବ୍ୟାଟରମାନଙ୍କ "ଅତି-ଆତ୍ମବିଶ୍ୱାସ" ଏବଂ "ଅହଂକାର"କୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ, ପିଚ୍‌ର ସ୍ଥିତି ନବୁଝି ପ୍ରତିଟି ବଲ୍‌କୁ ବାଉଣ୍ଡ୍ରି ବାହାରକୁ ପଠାଇବା ଜିଦ୍ ଯୋଗୁଁ ହିଁ ଭାରତକୁ ଏହି ଦଶା ଭୋଗିବାକୁ ପଡ଼ିଲା।

ଅହଂକାର ଛାଡ଼ି ପରିସ୍ଥିତି ଅନୁସାରେ ଖେଳିବାକୁ ପରାମର୍ଶ

ଜି-ଷ୍ଟାର୍‌କୁ ଦେଇଥିବା ଏକ ସାକ୍ଷାତକାରରେ ଗାଭାସ୍କର ବେଶ୍ କ୍ଷୋଭର ସହ କହିଛନ୍ତି, "ଟି-୨୦ କ୍ରିକେଟ୍ ଏମିତି ଖେଳାଯାଏନି। ଭାରତୀୟ ବ୍ୟାଟରମାନେ ନିଜ ଅହଂକାର ଛାଡ଼ିବା ଦରକାର। ଦକ୍ଷିଣ ଆଫ୍ରିକାର ମିଲର ଏବଂ ବ୍ରେଭିସ୍ କିପରି ବ୍ୟାଟିଂ କଲେ, ସେଥିରୁ ଭାରତ କିଛି ଶିଖିବା ଉଚିତ ଥିଲା।"

କହି ରଖୁଛୁ ଯେ ମ୍ୟାଚ୍‌ର ଏକ ସମୟରେ ଦକ୍ଷିଣ ଆଫ୍ରିକା ୨୦ ରନ୍‌ରେ ୩ଟି ଉଇକେଟ୍ ହରାଇ ସଂକଟରେ ଥିଲା। କିନ୍ତୁ ମିଲର ଏବଂ ବ୍ରେଭିସ୍‌ଙ୍କ ୯୭ ରନର ଭାଗିଦାରୀ ବଳରେ ଦଳ ୧୮୭ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତୀୟ ଟିମ୍ ମାତ୍ର ୧୧୧ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା।

ଟପ୍ ଅର୍ଡର ଫେଲ୍: ତିଲକଙ୍କ ଉପରେ ନିରାଶା

ଭାରତର ତିନିଜଣ ଟପ୍ ଅର୍ଡର ବ୍ୟାଟର ଯଥା ଇଶାନ କିଶନ, ଅଭିଷେକ ଶର୍ମା ଓ ତିଲକ ବର୍ମା ପାୱାର-ପ୍ଲେ ମଧ୍ୟରେ ହିଁ ପାଭିଲିୟନ ଫେରିଯାଇଥିଲେ। ବିଶେଷ କରି ତିଲକ ବର୍ମାଙ୍କ ଉପରେ ଗାଭାସ୍କର ଅଧିକ ନିରାଶ ହୋଇଛନ୍ତି। ସେ କହିଛନ୍ତି, "ତିଲକ ଜଣେ ବୁଦ୍ଧିମାନ ଖେଳାଳି, କିନ୍ତୁ ସେ କ୍ରିଜ୍‌ରେ ସମୟ ବିତାଇ ପାର୍ଟନରସିପ୍ ଗଢ଼ିବାକୁ ଚେଷ୍ଟା କଲେ ନାହିଁ। ବ୍ୟାଟରମାନେ ମଇଦାନକୁ ଓହ୍ଲାଇବା ମାତ୍ରେ ପ୍ରତି ବଲ୍‌କୁ ଛକା-ଚୌକା ମାରିବାକୁ ଚେଷ୍ଟା କରି ନିଜ ୱିକେଟ୍ ଫିଙ୍ଗି ଦେଇ ଆସିଲେ।"

ଅକ୍ଷର ପଟେଲଙ୍କୁ ନେଇ ଏପରି କହିଲେ ଗାଭାସ୍କର

ଭାରତର ପରବର୍ତ୍ତୀ ମ୍ୟାଚ୍ ଜିମ୍ବାୱେ ବିପକ୍ଷରେ ହେବ ଏବଂ ଗାଭାସ୍କର କହିଛନ୍ତି ଯେ ସେ ଅକ୍ଷର ପଟେଲଙ୍କୁ ପ୍ଲେଇଂ ଏକାଦଶରେ ଦେଖିବାକୁ ଚାହାଁନ୍ତି। ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅକ୍ଷର ପଟେଲଙ୍କ ସ୍ଥାନରେ ୱାଶିଂଟନ ସୁନ୍ଦରଙ୍କୁ ଖେଳାଇଛି। ଗାଭାସ୍କର କହିଛନ୍ତି, "ଜିମ୍ବାୱେ ଦଳରେ ବାମହାତୀ ବ୍ୟାଟସମ୍ୟାନଙ୍କ ଅଭାବ ଅଛି, ତେଣୁ ମୁଁ ଅକ୍ଷର ପଟେଲଙ୍କୁ ପ୍ଲେଇଂ ଏକାଦଶକୁ ଫେରିବାକୁ ଚାହେଁ। ଆପଣ ତାଙ୍କୁ ଅର୍ଶଦୀପ ସିଂହଙ୍କ ସ୍ଥାନରେ ସାମିଲ କରିପାରିବେ। କିନ୍ତୁ ଅର୍ଶଦୀପ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭଲ ବୋଲିଂ କରିଥିଲେ, ତେଣୁ ଏହା ୱାଶିଂଟନଙ୍କୁ ବାହାରେ ବସିବାକୁ ପଡ଼ିବ।"

ଏହା ମଧ୍ୟ ପଢ଼ନ୍ତୁ:

ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ ସଙ୍କେତ; ଜିମ୍ବାୱେ ବିପକ୍ଷରେ ସଞ୍ଜୁ ସାମସନଙ୍କୁ ମିଳିବ କି ସୁଯୋଗ?

Jasprit Bumrah: ଟି-୨୦ ବିଶ୍ୱକପରେ ବୁମ୍ରାଙ୍କ ଜଲୱା; ଅଶ୍ୱିନ ଓ ଅର୍ଶଦୀପଙ୍କୁ ପଛରେ ପକାଇ ରଚିଲେ ଇତିହାସ

ZIM vs WI: ଆଜି ୱେଷ୍ଟଇଣ୍ଡିଜ୍ ସହ ଜିମ୍ବାୱେର ଲଢ଼େଇ; ଆଉ ଏକ ବିପର୍ଯ୍ୟୟ ଘଟାଇବ କି 'ରାଜା'ଙ୍କ ବାହିନୀ?