ଟି-୨୦ ବିଶ୍ୱକପ୍ ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ; କାହାର ପଲା ଭାରି?
T20 World Cup 2026: ଆଜି (୪ ମାର୍ଚ୍ଚ) କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ଖେଳାଯିବ ୨୦୨୬ ଟି-୨୦ ବିଶ୍ୱକପ୍ର ପ୍ରଥମ ସେମିଫାଇନାଲ୍।

Published : March 3, 2026 at 11:15 AM IST
SA vs NZ Semi Final: ଆଜି (୪ ମାର୍ଚ୍ଚ) କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ଖେଳାଯିବ ୨୦୨୬ ଟି-୨୦ ବିଶ୍ୱକପ୍ର ପ୍ରଥମ ସେମିଫାଇନାଲ୍। ଏହି ହାଇ ଭୋଲଟେଜ୍ ମ୍ୟାଚ୍ ରେ ଦୁଇ ଶକ୍ତିଶାଳୀ ଦଳ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ। କ୍ରିକେଟ୍ ପ୍ରେମୀଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ, କିଏ ମାରିବ ବାଜି? କିନ୍ତୁ ଯଦି ଆମେ ପରିସଂଖ୍ୟାନ ଏବଂ ଚଳିତ ଟୁର୍ଣ୍ଣାମେଣ୍ଟର ପ୍ରଦର୍ଶନକୁ ଦେଖିବା, ତେବେ ଦକ୍ଷିଣ ଆଫ୍ରିକାର ସ୍ଥିତି ବେଶ୍ ମଜଭୁତ ଜଣାପଡ଼ୁଛି।
ବିଶ୍ୱକପ୍ରେ ଦକ୍ଷିଣ ଆଫ୍ରିକାର ଦବଦବା
ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ ଯେ, ଟି-୨୦ ବିଶ୍ୱକପ୍ ଇତିହାସରେ ନ୍ୟୁଜିଲାଣ୍ଡ ଏପର୍ଯ୍ୟନ୍ତ କେବେବି ଦକ୍ଷିଣ ଆଫ୍ରିକାକୁ ହରାଇ ପାରିନାହିଁ। ୨୦୦୭ରୁ ଆଜି ଯାଏଁ ଦୁଇ ଦଳ ମଧ୍ୟରେ ୫ଟି ମୁକାବିଲା ହୋଇଛି ଏବଂ ସବୁଥିରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଛି। ଚଳିତ ବିଶ୍ୱକପ୍ର ଗ୍ରୁପ୍ ପର୍ଯ୍ୟାୟରେ ମଧ୍ୟ ପ୍ରୋଟିଆସ୍ ଦଳ କିୱିଙ୍କୁ ୭ ୱିକେଟରେ ସହଜରେ ପରାସ୍ତ କରିଥିଲା।
So many exciting matchups in the first semi-final of the #T20WorldCup as South Africa take on New Zealand in Kolkata 🤔
— ICC (@ICC) March 4, 2026
Details on how to watch the tournament 📺https://t.co/NPykWM7qqY pic.twitter.com/LvHtgcRrjh
ହେଡ୍-ଟୁ-ହେଡ୍ ରେକର୍ଡ
କେବଳ ବିଶ୍ୱକପ୍ ନୁହେଁ, ସାମଗ୍ରିକ ଟି-୨୦ ରେକର୍ଡରେ ମଧ୍ୟ ଦକ୍ଷିଣ ଆଫ୍ରିକା ଆଗରେ ଅଛି। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ୧୯ଟି ଆନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ମଧ୍ୟରୁ ଦକ୍ଷିଣ ଆଫ୍ରିକା ୧୨ଟି ଜିତିଥିବା ବେଳେ ନ୍ୟୁଜିଲାଣ୍ଡ ମାତ୍ର ୭ଟିରେ ସଫଳ ହୋଇଛି। ଏହି ସଂଖ୍ୟା ଗୁଡ଼ିକ ସ୍ପଷ୍ଟ ସୂଚନା ଦେଉଛି ଯେ ଆଡେନ ମାର୍କରମଙ୍କ ଦଳ ପାଇଁ ବିଜୟ ସହଜ ହୋଇପାରେ।
Can New Zealand finally break the duck against South Africa? 👀#SAvNZ #T20WorldCup #Semifinal #EdenGardens pic.twitter.com/wkqDHZAbyO
— Cricbuzz (@cricbuzz) March 3, 2026
ଚଳିତ ବିଶ୍ୱକପ୍ରେ ଦଳର ସ୍ଥିତି
ଚଳିଚ ଟି-୨୦ ବିଶ୍ୱକପରେ ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବରେ ନ୍ୟୁଜିଲାଣ୍ଡ ତୁଳନାରେ ଦକ୍ଷିଣ ଆଫ୍ରିକା ଭଲ ପ୍ରଦର୍ଶନ କରିଛି। ଦକ୍ଷିଣ ଆଫ୍ରିକା ଦଳ ଏପର୍ଯ୍ୟନ୍ତ ସମଗ୍ର ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଛି। ପ୍ରଥମେ ଏହି ଦଳ ଗ୍ରୁପ୍ ପର୍ଯ୍ୟାୟରେ ନିଜର ଚାରୋଟିଯାକ ମ୍ୟାଚ୍ ଜିତି ଶୀର୍ଷରେ ରହିଥିଲା ଏବଂ ଏହାପରେ ସୁପର-୮ ରେ ମଧ୍ୟ ନିଜର ଦବଦବା ବଜାୟ ରଖି ନିଜର ତିନୋଟିଯାକ ମ୍ୟାଚ୍ ଜିତିଛି।
It’s NOW or NEVER! 👊
— Star Sports (@StarSportsIndia) March 3, 2026
The semi-finals are locked in. Who will make it to the final? 🤔#T20WorldCup #SAvNZ #INDvENG pic.twitter.com/609sJiRPEf
ଅନ୍ୟପଟେ ନ୍ୟୁଜିଲାଣ୍ଡ କଥା କହିବାକୁ ଗଲେ, ଏହି ଦଳ ଗ୍ରୁପ୍-ଡି ରେ ଦ୍ୱିତୀୟ ସ୍ଥାନରେ ରହିଥିଲା। ସୁପର-୮ ରେ ପରିସ୍ଥିତି ଏପରି ହୋଇଥିଲା ଯେ ନ୍ୟୁଜିଲାଣ୍ଡ ବାଦ ପଡ଼ିବା ଅବସ୍ଥାରେ ଥିଲା, କିନ୍ତୁ ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନର ମାତ୍ର ୫ ରନର ବିଜୟ କାରଣରୁ ଯେନତେନ ପ୍ରକାରେ ସେମିଫାଇନାଲରେ ପ୍ରବେଶ କରିଛି। ଏପର୍ଯ୍ୟନ୍ତର ପ୍ରଦର୍ଶନକୁ ଦେଖିଲେ ଦକ୍ଷିଣ ଆଫ୍ରିକା ଦଳ ଅଧିକ ଭଲ ସ୍ଥିତିରେ ଥିବା ପରି ମନେହେଉଛି।
ଫର୍ମ ଏବଂ ଇତିହାସକୁ ଦେଖିଲେ ଦକ୍ଷିଣ ଆଫ୍ରିକା ଫାଇନାଲକୁ ଯିବାର ସମ୍ଭାବନା ଅଧିକ। ତଥାପି, କ୍ରିକେଟରେ କିଛି ବି ହୋଇପାରେ। ନ୍ୟୁଜିଲାଣ୍ଡ ନିଜର 'ଅଣ୍ଡରଡଗ୍' ମାନ୍ୟତା ସହ କମବ୍ୟାକ୍ କରିବାରେ ପାରଙ୍ଗମ।

