ପାକିସ୍ତାନ ପାଇଁ ସେମିଫାଇନାଲ୍ ରାସ୍ତା କଷ୍ଟକର; ଜାଣନ୍ତୁ ଦଳକୁ କେମିତି ମିଳିପାରିବ ଟିକେଟ୍?
T20 World Cup 2026: ଇଂଲଣ୍ଡ ବିପକ୍ଷରେ ପରାଜୟ ପରେ ପାକିସ୍ତାନର ସେମିଫାଇନାଲ୍ ଆଶା ବର୍ତ୍ତମାନ ଅନ୍ୟ ଦଳର ପ୍ରଦର୍ଶନ ଏବଂ ଭାଗ୍ୟ ଉପରେ ନିର୍ଭର କରୁଛି।

Published : February 25, 2026 at 10:51 AM IST
Pakistan qualification scenario: ଟି-୨୦ ବିଶ୍ୱକପ୍ ୨୦୨୬ର ସୁପର-୮ ପର୍ଯ୍ୟାୟ ଏବେ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ବିଶେଷ କରି ପାକିସ୍ତାନ କ୍ରିକେଟ୍ ପ୍ରେମୀଙ୍କ ପାଇଁ ସମୟ ଟିକେ ଚିନ୍ତାଜନକ। ଇଂଲଣ୍ଡ ବିପକ୍ଷରେ ପରାଜୟ ପରେ ପାକିସ୍ତାନର ସେମିଫାଇନାଲ୍ ଆଶା ବର୍ତ୍ତମାନ ଅନ୍ୟ ଦଳର ପ୍ରଦର୍ଶନ ଏବଂ ଭାଗ୍ୟ ଉପରେ ନିର୍ଭର କରୁଛି। ତେବେ ପାକିସ୍ତାନ ଏବେ ବି ସେମିଫାଇନାଲ୍ ଦୌଡ଼ରୁ ସମ୍ପୂର୍ଣ୍ଣ ବାହାରି ନାହିଁ।
ପଏଣ୍ଟ ଟେବୁଲର କ’ଣ ରହିଛି ସ୍ଥିତି?
ଇଂଲଣ୍ଡ ଏପର୍ଯ୍ୟନ୍ତ ୨ଟି ମ୍ୟାଚ୍ରୁ ୪ ପଏଣ୍ଟ ପାଇ ସେମିଫାଇନାଲ୍ରେ ନିଜର ସ୍ଥାନ ପକ୍କା କରିସାରିଛି। ଅନ୍ୟପଟେ ପାକିସ୍ତାନ ୨ଟି ମ୍ୟାଚ୍ ଖେଳି ମାତ୍ର ୧ ପଏଣ୍ଟ (ବର୍ଷା ଯୋଗୁଁ ନ୍ୟୁଜିଲାଣ୍ଡ ସହ ମ୍ୟାଚ୍ ବାତିଲ ହେବାରୁ) ପାଇ ତାଲିକାର ତୃତୀୟ ସ୍ଥାନରେ ରହିଛି।
Three spots remain in the semi-finals at the #T20WorldCup, but who will make it? 🤔
— ICC (@ICC) February 25, 2026
More 👉 https://t.co/DAEHvrePfd pic.twitter.com/FFwmiSNGlC
ସେମିଫାଇନାଲ୍ ଯିବାକୁ ହେଲେ ପାକିସ୍ତାନ କ’ଣ କରିବାକୁ ହେବ?
ପାକିସ୍ତାନ ପାଇଁ ସେମିଫାଇନାଲ୍ ଟିକେଟ୍ ପାଇବାକୁ ହେଲେ ନିମ୍ନଲିଖିତ ସମୀକରଣଗୁଡ଼ିକ ଠିକ୍ ହେବା ଜରୁରୀ:
- ଶ୍ରୀଲଙ୍କାକୁ ହରାଇବାକୁ ପଡ଼ିବ: ପାକିସ୍ତାନକୁ ଫେବ୍ରୁଆରୀ ୨୮ରେ ହେବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍କୁ ଯେକୌଣସି ପରିସ୍ଥିତିରେ ଜିତିବାକୁ ହେବ। ଏହା ଦ୍ୱାରା ଦଳ ପାଖରେ ମୋଟ ୩ ପଏଣ୍ଟ ହେବ।
- ନ୍ୟୁଜିଲାଣ୍ଡର ପରାଜୟ ଜରୁରୀ: କେବଳ ପାକିସ୍ତାନ ନିଜେ ଜିତିଲେ ହେବନି, ବରଂ ଏହି ଦଳକୁ ପ୍ରାର୍ଥନା କରିବାକୁ ହେବ ଯେ ନ୍ୟୁଜିଲାଣ୍ଡ ଯେପରି ଇଂଲଣ୍ଡ ଏବଂ ଶ୍ରୀଲଙ୍କା ବିପକ୍ଷରେ ଥିବା ନିଜର ଦୁଇଟି ଯାକ ମ୍ୟାଚ୍ ହାରିଯାଏ।
- ନେଟ୍ ରନ୍ ରେଟ୍ (NRR): ଯଦି ନ୍ୟୁଜିଲାଣ୍ଡ ଗୋଟିଏ ମ୍ୟାଚ୍ ଜିତିଯାଏ, ତେବେ ଉଭୟ ଦଳର ପଏଣ୍ଟ ସମାନ (୩-୩) ହୋଇଯିବ। ଏଭଳି ସ୍ଥିତିରେ କେଉଁ ଦଳ ସେମିଫାଇନାଲ୍ ଯିବ, ତାହା ନେଟ୍ ରନ୍ ରେଟ୍ ଆଧାରରେ ସ୍ଥିର କରାଯିବ। ତେଣୁ ଶ୍ରୀଲଙ୍କା ବିରୋଧରେ ପାକିସ୍ତାନକୁ ଏକ ବଡ଼ ବ୍ୟବଧାନରେ ବିଜୟ ହାସଲ କରିବାକୁ ପଡ଼ିବ।
ଏପରି ହେଲେ ସେମିଫାଇନାଲ୍ ରେସ୍ରୁ ବାଦ ପଡ଼ିବ ପାକିସ୍ତାନ
🚨 PAKISTAN'S BEST SEMI-FINAL QUALIFICATION SCENARIO 🚨
— Rayham (@RayhamUnplugged) February 24, 2026
- England beats New Zealand.
- Sri Lanka beats New Zealand.
- Pakistab win their match against Sri Lanka.
- If New Zealand win one match, then Pakistan needs to have a better NRR than New Zealand to qualify. pic.twitter.com/4XITNKxw5M
- ପାକିସ୍ତାନ ଯଦି ଶ୍ରୀଲଙ୍କାଠାରୁ ହାରିଯାଏ: ତେବେ ସିଧାସଳଖ ବିଶ୍ୱକପରୁ ବାହାର ହୋଇଯିବ।
- ଦଳର ଆଗାମୀ ମ୍ୟାଚ୍ ଯଦି ବର୍ଷା ଯୋଗୁଁ ଧୋଇଯାଏ: ତେବେ ପାକିସ୍ତାନର ସେମିଫାଇନାଲ୍ ଆଶା ଶେଷ ହୋଇଯିବ।
ସେମିଫାଇନରେ ପହଞ୍ଚିବାକୁ ପାକିସ୍ତାନ ପାଇଁ ସବୁଠୁ ସହଜ ରାସ୍ତା:
ନ୍ୟୁଜିଲାଣ୍ଡ ନଜର ବାକି ଦୁଇଟି ମ୍ୟାଚ୍ ହାରିବ ଏବଂ ପାକିସ୍ତାନ ଶ୍ରୀଲଙ୍କାକୁ ବଡ଼ ବ୍ୟବଧାନରେ ପରାସ୍ତ କରିବ।
England secured their spot at the #T20WorldCup semi-finals after a fantastic counter-attacking display from Harry Brook 🤩💪
— ICC (@ICC) February 24, 2026
Read more on the day's action 👉 https://t.co/4zrKd3I7Cx pic.twitter.com/4q59fTXbQe
ଆଗାମୀ ମ୍ୟାଚ୍ ଉପରେ ସମସ୍ତଙ୍କ ନଜର
ପରବର୍ତ୍ତୀ ଗ୍ରୁପ୍ ୨ ମ୍ୟାଚ୍ଗୁଡ଼ିକ ଏବେ ପାକିସ୍ତାନ ପାଇଁ ଗୁରୁତ୍ୱପୂର୍ଣ୍ଣ
- ଫେବ୍ରୁଆରୀ ୨୫: ନ୍ୟୁଜିଲାଣ୍ଡ ବନାମ ଶ୍ରୀଲଙ୍କା (କଲମ୍ବୋ)
- ଫେବ୍ରୁଆରୀ ୨୭: ଇଂଲଣ୍ଡ ବନାମ ନ୍ୟୁଜିଲାଣ୍ଡ (କଲମ୍ବୋ)
- ଫେବ୍ରୁଆରୀ ୨୮: ପାକିସ୍ତାନ ବନାମ ଶ୍ରୀଲଙ୍କା (ପାଲେକେଲ)
ମୋଟାମୋଟି ଭାବେ କହିବାକୁ ଗଲେ, ପାକିସ୍ତାନ ପାଇଁ ଏବେ "କର ବା ମର" ପରିସ୍ଥିତି। ଦଳକୁ ନିଜର ବିଜୟ ସହ ଭାଗ୍ୟର ମଧ୍ୟ ପୂର୍ଣ୍ଣ ସମର୍ଥନ ଆବଶ୍ୟକ।

