IND vs ZIM: ବର୍ଷା ଧୋଇନେବ କି ଭାରତ-ଜିମ୍ବାୱେ ମ୍ଯାଚ୍? ଜାଣନ୍ତୁ କ'ଣ କହୁଛି ପାଣିପାଗ ରିପୋର୍ଟ?
India vs Zimbabwe: ଭାରତ ପାଇଁ ଏହି ମ୍ୟାଚ୍ କେବଳ ଏକ ଲଢ଼େଇ ନୁହେଁ, ବରଂ ସେମିଫାଇନାଲରେ ପହଞ୍ଚିବା ପାଇଁ ଏକ 'କର ବା ମର' ପରିସ୍ଥିତି।

Published : February 26, 2026 at 2:18 PM IST
IND vs ZIM Chennai Weather: ଟି-୨୦ ବିଶ୍ୱକପ୍ ୨୦୨୬ ଏବେ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ବିଶେଷ କରି ଭାରତୀୟ ପ୍ରଶଂସକଙ୍କ ନଜର ଏବେ ଜିମ୍ବାୱେ ବିପକ୍ଷ ମ୍ୟାଚ୍ ଉପରେ। ସୁପର-୮ ପର୍ଯ୍ୟାୟର ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ଟି ଚେନ୍ନାଇର ଐତିହାସିକ ଏମ୍.ଏ. ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ। ଭାରତ ପାଇଁ ଏହି ମ୍ୟାଚ୍ କେବଳ ଏକ ଲଢ଼େଇ ନୁହେଁ, ବରଂ ସେମିଫାଇନାଲରେ ପହଞ୍ଚିବା ପାଇଁ ଏକ 'କର ବା ମର' ପରିସ୍ଥିତି।
ବର୍ଷା ହେଲେ ବିଗିଡ଼ିଯିବ କି ଭାରତର ଅଙ୍କ?
କ୍ରିକେଟ୍ ପ୍ରେମୀଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ- "ଯଦି ବର୍ଷା ହୁଏ, ତେବେ କଣ ହେବ?" ସମୀକରଣ କହୁଛି ଯେ, ସେମିଫାଇନାଲ୍ ରେସ୍ ରେ ରହିବାକୁ ହେଲେ ଭାରତକୁ ଏହି ମ୍ୟାଚ୍ କୌଣସି ପରିସ୍ଥିତିରେ ଜିତିବାକୁ ପଡ଼ିବ। ଯଦି ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ ହୁଏ, ତେବେ ଉଭୟ ଦଳକୁ ୧ ପଏଣ୍ଟ ଲେଖାଁଏ ମିଳିବ। ଏଭଳି ସ୍ଥିତିରେ ଭାରତର ସର୍ବାଧିକ ପଏଣ୍ଟ ୩ରେ ସୀମିତ ରହିଯିବ, ଯାହା ସେମିଫାଇନାଲ ଆଶାକୁ ପ୍ରାୟତଃ ଧୂଳିସାତ୍ କରିଦେବ।
Intrigue in Chennai as defending champions India and Zimbabwe fight to remain in semi-final contention 🏏
— ICC (@ICC) February 26, 2026
How to watch the #T20WorldCup 👉 https://t.co/NPykWM7qqY pic.twitter.com/FxTWYEFxTC
କଣ କହୁଛି ଚେନ୍ନାଇର ପାଣିପାଗ?
ଭାରତୀୟ ପ୍ରଶଂସକଙ୍କ ପାଇଁ ଏକ ଆଶ୍ଵସ୍ତିକର ଖବର ରହିଛି। ଆକ୍ୟୁୱେଦର (AccuWeather) ର ତାଜା ରିପୋର୍ଟ ଅନୁଯାୟୀ, ମ୍ୟାଚ୍ ଦିନ ଚେନ୍ନାଇ ଆକାଶ ନିର୍ମଳ ରହିବ।ତାପମାତ୍ରା ସକାଳେ ପ୍ରାୟ ୩୧ ଡିଗ୍ରୀ ସେଲସିୟସ୍ ରହିଥିବାବେଳେ ସନ୍ଧ୍ୟା ବେଳକୁ ଏହା ୨୭ ଡିଗ୍ରୀକୁ ଖସିପାରେ। ବର୍ଷା ସମ୍ଭାବନା ପୂର୍ବରୁ ୨୫ ପ୍ରତିଶତ ବର୍ଷାର ପୂର୍ବାନୁମାନ କରାଯାଇଥିଲେ ମଧ୍ୟ, ଏବେ ଏହି ସମ୍ଭାବନା ଶୂନକୁ ଖସି ଆସିଛି। ଅର୍ଥାତ୍ ମ୍ୟାଚ୍ରେ ବର୍ଷା ବାଧକ ସାଜିବାର କୌଣସି ଆଶଙ୍କା ନାହିଁ।
ଭାରତ ଏବଂ ଜିମ୍ବାୱେ ମଧ୍ୟରେ ହେଡ୍ ଟୁ ହେଡ୍ ରେକର୍ଡ
ଭାରତ ଏବଂ ଜିମ୍ବାୱେ ମଧ୍ୟରେ ମୋଟ ୧୩ଟି ଟି-୨୦ ମ୍ୟାଚ୍ ଖେଳାଯାଇଛି। ଯେଉଁଥିରେ ଜିମ୍ବାୱେ ତିନୋଟିରେ ବିଜୟୀ ହୋଇଛି, ଯେତେବେଳେ କି ଟିମ୍ ଇଣ୍ଡିଆ ୧୦ଟି ବିଜୟ ସହିତ ଟୁର୍ଣ୍ଣାମେଣ୍ଟରେ ପ୍ରାଧାନ୍ୟ ବିସ୍ତାର କରିଛି। ଟି-୨୦ ବିଶ୍ୱକପରେ ଭାରତ ଏବଂ ଜିମ୍ବାୱେ ଦ୍ୱିତୀୟ ମୁହାଁମୁହିଁ ହେବେ। ଶେଷଥର ୨୦୨୨ ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ଜିମ୍ବାୱେକୁ ୭୧ ରନରେ ପରାସ୍ତ କରିଥିଲା।
Must-win. Walk in with BELIEF! 🔥
— Star Sports (@StarSportsIndia) February 26, 2026
ICC Men's #T20WorldCup 👉 #INDvZIM | SUPER 8 | THU, 26th FEB, 6 PM pic.twitter.com/Fbh2IcLAsM
ଦୁଇ ଦଳର ସାମ୍ଭାବ୍ୟ ଏକାଦଶ:
ଭାରତ: ଅଭିଷେକ ଶର୍ମା, ସଞ୍ଜୁ ସାମସନ (ୱିକେଟ୍ କିପର), ଇଶାନ କିଶନ, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଅର୍ଶଦୀପ ସିଂ, ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମ୍ରା।
ଜିମ୍ବାୱେ: ବ୍ରାଏନ୍ ବେନେଟ୍, ତାଡିୱାନାଶେ ମରୁମାନି (ୱିକେଟ୍ କିପର୍), ଡିଅନ୍ ମାୟର୍ସ, ରିଆନ୍ ବର୍ଲ୍, ସିକନ୍ଦର ରାଜା (ଅଧିନାୟକ), ଟନି ମୁନିଙ୍ଗା, ତଶିଙ୍ଗା ମୁସେକିୱା, ବ୍ରାଡ ଇଭାନ୍ସ, ଗ୍ରାମ୍ କ୍ରେମର, ରିଚାର୍ଡ ନାଗରଭା, ବ୍ଲେସିଂ ମୁଜରବାନୀ।

