IND vs WI: ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମହାଲଢ଼େଇ; ଜିତିଲେ ସେମିଫାଇନାଲ୍, ହାରିଲେ ବିଦା!
ଟି-୨୦ ବିଶ୍ୱକପ୍ର ସୁପର-୮ ପର୍ଯ୍ୟାୟରେ ଆଜି ଦୁଇ ଶକ୍ତିଶାଳୀ ଦଳ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମୁହାଁମୁହିଁ ହେଉଛନ୍ତି।

Published : March 1, 2026 at 3:02 PM IST
India vs West Indies: ଆଜି କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ କ୍ରିକେଟର ଅସଲ ରୋମାଞ୍ଚ ଦେଖିବାକୁ ମିଳିବ। ଟି-୨୦ ବିଶ୍ୱକପ୍ର ସୁପର-୮ ପର୍ଯ୍ୟାୟରେ ଆଜି ଦୁଇ ଶକ୍ତିଶାଳୀ ଦଳ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମୁହାଁମୁହିଁ ହେଉଛନ୍ତି। ଆଜିର ଏହି ମ୍ୟାଚ୍ କେବଳ ଏକ ଖେଳ ନୁହେଁ ବରଂ ଏହା ଉଭୟ ଦଳ ପାଇଁ 'କର ବା ମର' ପରିସ୍ଥିତି। ଯେଉଁ ଦଳ ଜିତିବ, ସେ ସିଧା ସେମିଫାଇନାଲ୍ ଟିକେଟ୍ ପାଇବ।
ସନ୍ଧ୍ୟା ୭ଟାରେ ଆରମ୍ଭ ହେବ 'ଯୁଦ୍ଧ'
ରବିବାର ଛୁଟି ଦିନରେ ଭାରତୀୟ ପ୍ରଶଂସକଙ୍କ ପାଇଁ ଏହା ସବୁଠୁ ବଡ଼ ମନୋରଞ୍ଜନ। ସନ୍ଧ୍ୟା ୭ଟାରେ ମ୍ୟାଚ୍ ଆରମ୍ଭ ହେବାକୁ ଥିବାବେଳେ ୬:୩୦ରେ ଟସ୍ ପଡ଼ିବ। ଭାରତ ପାଇଁ ଅଭିଷେକ ଶର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟିଂ ବେଶ୍ ଗୁରୁତ୍ୱପୂର୍ଣ୍ଣ ହେବ। ଅନ୍ୟପଟେ ୱେଷ୍ଟଇଣ୍ଡିଜ୍ ଦଳ ଶାଇ ହୋପ୍ ଓ ରୋଭମାନ୍ ପାୱେଲଙ୍କ ବିସ୍ଫୋରକ ବ୍ୟାଟିଂ ଉପରେ ଭରସା ରଖିଛି। ଇଡେନ ଗାର୍ଡେନ୍ସର ସ୍ପିନ୍-ଫ୍ରେଣ୍ଡଲି ପିଚ୍ରେ ଉଭୟ ଦଳର ସ୍ପିନରମାନେ ବଡ଼ ଭୂମିକା ଗ୍ରହଣ କରିପାରନ୍ତି।
A #T20WorldCup semi-final spot for the winner as India and West Indies meet in Kolkata 💪
— ICC (@ICC) March 1, 2026
Tournament broadcast details 📲 https://t.co/NPykWM7qqY pic.twitter.com/wGZQQL2mno
ହେଡ୍-ଟୁ-ହେଡ୍ ରେକର୍ଡ: କାହାର ପଲା ଭାରି?
ବିଶ୍ୱକପ୍ ଇତିହାସକୁ ଦେଖିଲେ ୱେଷ୍ଟଇଣ୍ଡିଜ୍ର ପଲା ଟିକେ ଭାରି ରହିଛି। ଏପର୍ଯ୍ୟନ୍ତ ଟି-୨୦ ବିଶ୍ୱକପ୍ରେ ଦୁଇ ଦଳ ୪ ଥର ମୁହାଁମୁହିଁ ହୋଇଥିବା ବେଳେ ୱେଷ୍ଟଇଣ୍ଡିଜ୍ ୩ଟିରେ ବିଜୟୀ ହୋଇଛି ଏବଂ ଭାରତ ମାତ୍ର ଗୋଟିଏ (୨୦୧୪ରେ) ମ୍ୟାଚ୍ ଜିତିବାରେ ସଫଳ ହୋଇଛି। ତେବେ ଘରୋଇ ମାଟିରେ ଭାରତୀୟ ଦଳ ଏହି ରେକର୍ଡ ବଦଳାଇବାକୁ ପୂରା ଦମ୍ ଲଗାଇ ଦେବ।
ସେମିଫାଇନାଲ୍ ସମୀକରଣ: କେମିତି କ୍ୱାଲିଫାଇ କରିବ ଭାରତ?
ଆଇସିସିର ନିୟମ ଅନୁଯାୟୀ ଗ୍ରୁପ୍-୧ର ସମୀକରଣ ବର୍ତ୍ତମାନ ବହୁତ ରୋମାଞ୍ଚକର ସ୍ଥିତିରେ ରହିଛି। ଏହି ମ୍ୟାଚ୍ ଭାରତ ଜିତିଲେ ସିଧାସଳଖ ୪ ପଏଣ୍ଟ ସହ ସେମିଫାଇନାଲକୁ ଯିବ। ଯଦି ଏହି ମ୍ୟାଚ୍ ଭାରତ ହାରିଯାଏ ତେବେ ବିଶ୍ୱକପ୍ ରେସ୍ ରୁ ବାଦ ପଡି଼ବ।
Locked in and ready 👊#TeamIndia are training hard ahead of their final Super 8 clash against West Indies, with their eyes on sealing a semi-final berth 🔥
— Star Sports (@StarSportsIndia) March 1, 2026
ICC Men’s #T20WorldCup SUPER 8 👉 #INDvWI | SUN, 1 MAR, 6 PM pic.twitter.com/EPHIq5KfEF
ଭାରତ ଯଦି ଦ୍ୱିତୀୟ ସ୍ଥାନରେ ରହି କ୍ୱାଲିଫାଇ କରେ, ତେବେ ସେମିଫାଇନାଲ୍ରେ ଶକ୍ତିଶାଳୀ ଇଂଲଣ୍ଡ ସହ ମୁକାବିଲା ହୋଇପାରେ। କିନ୍ତୁ ଯଦି ଦକ୍ଷିଣ ଆଫ୍ରିକା ଆଜି ଜିମ୍ବାୱେଠାରୁ ବଡ଼ ବ୍ୟବଧାନରେ ହାରିଯାଏ ଏବଂ ଭାରତ ବଡ଼ ବିଜୟ ହାସଲ କରେ, ତେବେ ଭାରତ ଟପ୍ରେ ରହି ନ୍ୟୁଜିଲାଣ୍ଡ ସହ ଲଢ଼ିବାର ସୁଯୋଗ ପାଇବ।
ବ୍ୟକ୍ତିଗତ ଦୁଃଖ ସତ୍ତ୍ୱେ ଦେଶ ପାଇଁ ଖେଳିବାକୁ ମଇଦାନକୁ ଫେରୁଛନ୍ତି ରିଙ୍କୁ ସିଂ। ପିତାଙ୍କ ପରଲୋକ ପରେ ଘରକୁ ଯାଇଥିବା ରିଙ୍କୁ ଶନିବାର ରାତିରେ ଦଳ ସହ ଯୋଗ ଦେଇଛନ୍ତି। ଆଜି ସେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ କି ନାହିଁ, ତାହା ଟସ୍ ସମୟରେ ହିଁ ଜଣାପଡ଼ିବ।
Fireworks loading in Kolkata. 🎆🔥
— Star Sports (@StarSportsIndia) March 1, 2026
India take on West Indies in a must-win showdown - the winner books a place in the semi-finals. 👊
ICC Men's T20 World Cup Super 8 👉 #INDvWI | Sun, 1 Mar, 6 PM pic.twitter.com/uC7aHXJjGo
ଦୁଇ ଦଳର ସାମ୍ଭାବ୍ୟ ଏକାଦଶ:
ଭାରତ: ସଞ୍ଜୁ ସାମସନ (ୱିକେଟ୍ କିପର୍), ଅଭିଷେକ ଶର୍ମା, ଇଶାନ କିଶାନ, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଶିବ ଦୁବେ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମ୍ରା, ଅର୍ଶଦୀପ ସିଂ।
ୱେଷ୍ଟଇଣ୍ଡିଜ୍: ବ୍ରେଣ୍ଡନ୍ କିଙ୍ଗ, ଶାଇ ହୋପ୍ (ଅଧିନାୟକ), ଶିମ୍ରନ୍ ହେଟମିୟର, ରୋଭମାନ ପାୱେଲ, ଶେରଫେନ ରୁଦରଫୋର୍ଡ, ରୋଷ୍ଟନ୍ ଚେଜ୍, ରୋମାରିଓ ଶେଫେର୍ଡ, ଜେସନ୍ ହୋଲ୍ଡର୍, ମାଥ୍ୟୁ ଫୋର୍ଡ / ଆକିଲ ହୋସେନ୍, ଗୁଦାକେଶ ମୋଟି, ଶାମର ଜୋସେଫ।
କୋଲକାତାରେ ଆଜି କ୍ରିକେଟ୍ର ଏହି 'ମହାଯୁଦ୍ଧ' ଦେଖିବାକୁ ପୂରା ଦେଶ ଅପେକ୍ଷା କରିଛି। ଆଶା କରାଯାଉଛି ଟିମ୍ ଇଣ୍ଡିଆ ଶୃଙ୍ଖଳିତ ପ୍ରଦର୍ଶନ କରି ସେମିଫାଇନାଲ୍ରେ ନିଜ ସ୍ଥାନ ପକ୍କା କରିବ।

