ସାମସନଙ୍କ ବିସ୍ଫୋରକ ବ୍ୟାଟିଂ ପଛର ରହସ୍ୟ କହିଲେ କୋଚ୍ ଗମ୍ଭୀର; ଜାଣନ୍ତୁ କାହିଁକି ଦଳରୁ ବାହାରେ ଥିଲେ?
IND vs WI: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସଞ୍ଜୁଙ୍କ ଧୂଆଁଧାର ୯୭ ରନର ଇନିଂସ ଭାରତକୁ ସେମିଫାଇନାଲରେ ପହଞ୍ଚାଇଛି। ମ୍ୟାଚ୍ ପରେ କୋଚ୍ ଗୌତମ ଗମ୍ଭୀର ସଞ୍ଜୁଙ୍କୁ ନେଇ କିଛି ବଡ଼ କଥା କହିଛନ୍ତି।

Published : March 2, 2026 at 2:58 PM IST
Gautam Gambhir On Sanju Samson: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ସଞ୍ଜୁ ସାମସନଙ୍କ ଜଲୱା ଦେଖିବାକୁ ମିଳିଛି। ତାଙ୍କର ଦମଦାର ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ୍ ୨୦୨୬ର ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଛି। ପ୍ରାୟ ୧୯୮ ଷ୍ଟ୍ରାଇକ୍ ରେଟରେ ବ୍ୟାଟିଂ କରି ସଞ୍ଜୁ ଅପରାଜିତ ୯୭ ରନ୍ ର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଯାହା ଫଳରେ ଭାରତ ୱେଷ୍ଟଇଣ୍ଡିଜକୁ ୫ ୱିକେଟରେ ମାତ୍ ଦେବାରେ ସଫଳ ହୋଇଥିଲା।
ସଞ୍ଜୁଙ୍କ ସଫଳତା ପଛର କ'ଣ ରହିଛି 'ସିକ୍ରେଟ୍'?
ମ୍ୟାଚ୍ ପରେ ଅନୁଷ୍ଠିତ ପ୍ରେସ୍ କନଫରେନ୍ସରେ ହେଡ୍ କୋଚ୍ ଗୌତମ ଗମ୍ଭୀର ବେଶ୍ ଖୁସି ଜଣାପଡ଼ୁଥିଲେ। ସଞ୍ଜୁଙ୍କ ପ୍ରଶଂସା କରି ସେ କହିଛନ୍ତି, "ସଞ୍ଜୁଙ୍କ ପାଖରେ କେତେ ପ୍ରତିଭା ଅଛି, ତାହା ଆମେ ସମସ୍ତେ ଜାଣୁ। ସେ ପୂର୍ବରୁ ଟି-୨୦ରେ ତିନୋଟି ଶତକ ମଧ୍ୟ ଲଗାଇଛନ୍ତି। ତେବେ ନ୍ୟୁଜିଲାଣ୍ଡ ସିରିଜରେ ସେ ଭଲ ଫର୍ମରେ ନଥିଲେ, ତେଣୁ ତାଙ୍କୁ ଟିକେ ମାନସିକ ବିଶ୍ରାମ ଦେବା ଜରୁରୀ ଥିଲା। ଆମେ ଜାଣିଥିଲୁ ଯେ ସେ ଜଣେ ୱାର୍ଲ୍ଡ କ୍ଲାସ୍ ଖେଳାଳି ଏବଂ ଦଳକୁ ଦରକାର ଥିବା ବେଳେ ସେ ନିଶ୍ଚୟ ବାଉନ୍ସ ବ୍ୟାକ୍ କରିବେ।"
Gambhir said " sanju samson has 3 t20i hundreds, we always knew his talent, he had a tough series vs new zealand sometimes it's important to give a break but we always knew, whenever we need him in the world cup game, he will come & deliver". pic.twitter.com/5wzgr0Z1pw
— Johns. (@CricCrazyJohns) March 1, 2026
ପୂର୍ବରୁ କାହିଁକି ମିଳୁନଥିଲା ସୁଯୋଗ?
ଅନେକ ପ୍ରଶଂସକଙ୍କ ମନରେ ପ୍ରଶ୍ନ ଥିଲା ଯେ ସଞ୍ଜୁଙ୍କୁ ଆରମ୍ଭରୁ ପ୍ଲେଇଂ-୧୧ରେ କାହିଁକି ରଖାଯାଇ ନଥିଲା? ଏହାର ଉତ୍ତର ରଖି ଗମ୍ଭୀର କହିଛନ୍ତି ଯେ, ବିଶ୍ୱକପ୍ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୫ଟି ମ୍ୟାଚରେ ସଞ୍ଜୁ ମାତ୍ର ୪୬ ରନ୍ କରିଥିଲେ। ତାଙ୍କ ବ୍ୟାଟ୍ ସମ୍ପୂର୍ଣ୍ଣ ଶାନ୍ତ ଥିଲା, ଯେଉଁଥିପାଇଁ ତାଙ୍କୁ ବିଶ୍ୱକପର ପ୍ରଥମ କିଛି ମ୍ୟାଚରେ ବାହାରେ ବସିବାକୁ ପଡ଼ିଥିଲା।
ସଞ୍ଜୁଙ୍କ କମ୍ବ୍ୟାକ୍ କାହାଣୀ:
ଅଭିଷେକ ଶର୍ମା ଅସୁସ୍ଥ ହେବା ପରେ ସଞ୍ଜୁ ସାମସନ ଆମେରିକା ବିପକ୍ଷରେ ସୁଯୋଗ ପାଇଥିଲେ। ଏହାପରେ ନାମିବ୍ୟା ଓ ଜିମ୍ବାୱେ ବିପକ୍ଷରେ ଖେଳିଥିଲେ। କିନ୍ତୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୯୭* ରନ୍ କରି ନିଜର ଶ୍ରେଷ୍ଠତ୍ୱ ପ୍ରମାଣ କରିଥିଲେ।
A huge performance from Sanju Samson when India needed it most 🌟
— ICC (@ICC) March 2, 2026
Check out his highlights 👉 https://t.co/Av2lFkYFWX#T20WorldCup pic.twitter.com/9AmEfMf9AY
ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ ପରେ 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ପୁରସ୍କାର ଗ୍ରହଣ କରିବା ସମୟରେ ସାମସନଙ୍କ ଆଖି ଛଳଛଳ ହୋଇଯାଇଥିଲା । ଏହି ସମୟରେ ସେ କହିଛନ୍ତି, "ଏହା ମୋ ପାଇଁ ସାରା ଦୁନିଆ ସମାନ । ଯେବେଠାରୁ କ୍ରିକେଟ୍ ଖେଳିବା ଆରମ୍ଭ କଲି, ଦେଶ ପାଇଁ ଖେଳିବାକୁ ସ୍ୱପ୍ନ ଦେଖିଥିଲି । ମୁଁ ଏହି ଦିନକୁ ଅପେକ୍ଷା କରିଥିଲି । ମୋ କ୍ୟାରିୟରରେ ଅନେକ ଉତ୍ଥାନ-ପତନ ଆସିଛି । ଅନେକ ଥର ନିଜକୁ ପ୍ରଶ୍ନ କରିଛି ଯେ କ’ଣ ମୁଁ ସଫଳ ହୋଇପାରିବି? କିନ୍ତୁ ବିଶ୍ୱାସ ହରାଇନଥିଲି । ଭଗବାନଙ୍କୁ ଧନ୍ୟବାଦ ଯେ ଆଜି ଏହି ଦିନ ଦେଖିବାକୁ ମୋତେ ସୁଯୋଗ ମିଳିଲା ।"
Take a bow, Sanju Samson 🙇♂️#TeamIndia | #T20WorldCup | #MenInBlue | #INDvWI | @IamSanjuSamson pic.twitter.com/8sDSdkiIWw
— BCCI (@BCCI) March 1, 2026
ସଞ୍ଜୁ ସାମସନ୍ ଚଳିତ ବିଶ୍ୱକପରେ ମାତ୍ର ୩ଟି ମ୍ୟାଚ୍ ଖେଳି ବର୍ତ୍ତମାନ ସୁଦ୍ଧା ୧୪୩ ରନ୍ କରିସାରିଲେଣି। ଏକଦା ଯେଉଁ ଖେଳାଳି ଟୁର୍ଣ୍ଣାମେଣ୍ଟ ଆରମ୍ଭରେ ଚୟନକର୍ତ୍ତାଙ୍କ ପ୍ରଥମ ପସନ୍ଦ ନଥିଲେ, ସେ ଆଜି ଭାରତ ପାଇଁ 'ମ୍ୟାଚ୍ ୱିନର' ସାଜିଛନ୍ତି।

