ETV Bharat / sports

SRH vs PBKS: ପଞ୍ଜାବକୁ ମାତ୍ ଦେଲା ସନରାଇଜର୍ସ, ୩୩ ରନରେ ଜିତି ଟେବୁଲ ଟପ୍ପର ହେଲା ହାଇଦ୍ରାବାଦ

SRH vs PBKS: ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚକୁ ହାଇଦ୍ରାବାଦ ୩୩ ରନରେ ଜିତି ନେଇଛି।

SRH vs PBKS Highlights
ହାଇଦ୍ରାବାଦ ବନାମ ପଞ୍ଜାବ (IANS)
author img

By ETV Bharat Sports Team

Published : May 7, 2026 at 12:39 AM IST

2 Min Read
Choose ETV Bharat

SRH vs PBKS Highlights, ହାଇଦ୍ରାବାଦ: ଆଇପିଏଲ ୨୦୨୬ ର ୪୯ତମ ମ୍ୟାଚ୍ ବୁଧବାର (୬ ମଇ) ସନରାଇଜର୍ସ ହାଇଦ୍ରାବାଦ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯାଇଥିଲା। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚକୁ ହାଇଦ୍ରାବାଦ ୩୩ ରନରେ ଜିତି ନେଇଛି। ୨୩୬ ରନର ଏକ ବିଶାଳ ଲକ୍ଷ୍ୟର ପିଛା କରି ପଞ୍ଜାବ କିଙ୍ଗସ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ କେବଳ ୨୦୨ ରନ୍ କରିବାକୁ ସକ୍ଷମ ହୋଇଥିଲା।

ପଞ୍ଜାବ କିଙ୍ଗସର ଏହା କ୍ରମାଗତ ତୃତୀୟ ପରାଜୟ ଥିଲା। ଏହି ପରାଜୟ ସହ ପଞ୍ଜାବ କିଙ୍ଗସ ପଏଣ୍ଟସ୍ ଟେବୁଲରେ ୧୩ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନକୁ ଆସିଯାଇଛି। ଅନ୍ୟପଟେ ସନରାଇଜର୍ସ ହାଇଦ୍ରାବାଦର ଚଳିତ ସିଜନରେ ଏହା ୭ମ ବିଜୟ ଥିଲା। ଦଳ ବର୍ତ୍ତମାନ ୧୪ ପଏଣ୍ଟ ସହ ଟେବୁଲର ଶୀର୍ଷ ସ୍ଥାନକୁ ଚାଲିଆସିଛି।

ମ୍ୟାଚ୍ ବିଷୟରେ କହିଲେ ବୁଧବାର ଦିନ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ସନରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୨୩୫ ରନ୍ ସଂଗ୍ରହ କରିଥିଲା। ଦଳକୁ ଅଭିଷେକ ଶର୍ମା ଏବଂ ଟ୍ରାଭିସ୍ ହେଡ୍‌ଙ୍କ ଓପନିଂ ଯୋଡ଼ି ଏକ ଚମତ୍କାର ଆରମ୍ଭ ଦେଇଥିଲେ। ଉଭୟ ଖେଳାଳି ୩.୩ ଓଭରରେ ୫୪ ରନର ଭାଗିଦାରୀ କରିଥିଲେ। ଅଭିଷେକ ୧୩ଟି ବଲ୍‌ରେ ୪ଟି ଛକା ଏବଂ ୨ଟି ଚୌକା ସହ ୩୫ ରନ୍ କରି ପାଭିଲିୟନ ଫେରିଥିଲେ।

ଏହାପରେ ଟ୍ରାଭିସ୍ ହେଡ୍, ଇଶାନ କିଶନଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୧୯ଟି ବଲ୍‌ରେ ୩୦ ରନର ଭାଗିଦାରୀ କରିଥିଲେ। ଟ୍ରାଭିସ୍ ୧୯ଟି ବଲ୍‌ରେ ୩ଟି ଛକା ଏବଂ ୩ଟି ଚୌକା ସହ ୩୮ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ଇଶାନ କିଶନ ଓ ହେନ୍ରିକ୍ କ୍ଲାସେନ୍ ତୃତୀୟ ୱିକେଟ୍ ପାଇଁ ୪୮ଟି ବଲ୍‌ରେ ୮୮ ରନ୍ ଯୋଡ଼ି ହାଇଦ୍ରାବାଦକୁ ଏକ ଶକ୍ତିଶାଳୀ ସ୍ଥିତିରେ ପହଞ୍ଚାଇ ଦେଇଥିଲେ।

୨୩୬ ରନର ଜବାବରେ ପଞ୍ଜାବ କିଙ୍ଗସର ଓପନର୍ ପ୍ରିୟାଂଶ ଆର୍ଯ୍ୟ (୧) ଏବଂ ପ୍ରଭସିମରନ୍ ସିଂହ (୩) ଶୀଘ୍ର ଆଉଟ୍ ହୋଇଯାଇଥିଲେ। ଅଧିନାୟକ ଶ୍ରେୟସ ଆୟର ମାତ୍ର ୫ ରନ୍ କରି ପାଭିଲିୟନ ଫେରିଥିଲେ। ଅଷ୍ଟ୍ରେଲିଆର କୁପର କୋନୋଲି ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ମଧ୍ୟ ନିଜ ଦଳକୁ ଜିତାଇ ପାରିନଥିଲେ। କୁପର କୋନୋଲି ଏକ ଦମଦାର ଶତକ ହାସଲ କରିଥିଲେ। ସେ ୫୯ ବଲରେ ଅପରାଜିତ ୧୦୭ ରନ୍ କରିଥିଲେ। ନିଜର ଏହି ପାଳିରେ ସେ ୭ଟି ଚୌକା ଏବଂ ୮ଟି ଛକା ମାରିଥିଲେ। କୁପରଙ୍କ ଷ୍ଟ୍ରାଇକ୍ ରେଟ୍ ୧୮୧.୩୬ ଥିଲା।

କୁପର କୋନୋଲିଙ୍କ ବ୍ୟତୀତ ମାର୍କସ ଷ୍ଟୋଇନିସ ୨୮ ରନ୍ ଏବଂ ସୂର୍ଯ୍ୟାଂଶ ଶେଡଗେ ୨୫ ରନ୍ କରିଥିଲେ। ମାର୍କୋ ୟାନସେନ ମଧ୍ୟ ୧୯ ରନ୍‌ର ଅବଦାନ ଦେଇଥିଲେ। ହାଇଦ୍ରାବାଦ ପକ୍ଷରୁ ପ୍ୟାଟ୍ କମିନ୍ସ ଏବଂ ଶିବାଙ୍ଗ କୁମାର ୨ଟି ଲେଖାଁଏ ୱିକେଟ୍ ଅକ୍ତିଆର କରିଥିବା ବେଳେ ନୀତିଶ ରେଡ୍ଡୀ, ଇଶାନ ମଲିଙ୍ଗା ଏବଂ ସାକିବ ହୁସେନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ଏହା ମଧ୍ୟ ପଢ଼ନ୍ତୁ:

'କେବଳ ଏକ ବିଦାୟୀ ମ୍ୟାଚ୍...' ଧୋନିଙ୍କ ଆଇପିଏଲ ଖେଳିବାକୁ ନେଇ ଅଶ୍ୱିନ କଲେ ବଡ଼ ଭବିଷ୍ୟବାଣୀ

ମୁମ୍ବାଇ ଇଣ୍ଡିଆନ୍ସ ଦଳରୁ ବାଦ ପଡ଼ିଲେ କି ହାର୍ଦ୍ଦିକ ପାଣ୍ଡ୍ୟା? ସାମ୍ନାକୁ ଆସିଲା ଚମକାଇଲା ଭଳି ରିପୋର୍ଟ

IPL 2026: ବିସିସିଆଇ ଘୋଷଣା କଲା ପ୍ଲେ-ଅଫ୍ ଭେନ୍ୟୁ; ଅହମ୍ମଦାବାଦରେ ଫାଇନାଲ୍, ଦେଖନ୍ତୁ ପୂରା ସୂଚୀ