ETV Bharat / sports

ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଦୌଡ଼ରାଣୀ ଦୂତୀ, କହିଲେ 'ଗ୍ରାମାଞ୍ଚଳରେ କ୍ରୀଡ଼ା ବିକାଶ ଜରୁରୀ'

ଅନୁଗୋଳ ଆଠମଲ୍ଲିକରେ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ ସମାରୋହରେ ଯୋଗ ଦେଇଥିଲେ ଅର୍ଜୁନ ପୁରସ୍କାର ବିଜେତା ଦୌଡ଼ରାଣୀ ଦୂତୀ ଚାନ୍ଦ ।

International player Duti chand at state level football match at Angul
ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଦୂତୀ ଚାନ୍ଦ (ETV Bharat Odisha)
author img

By ETV Bharat Odisha Team

Published : December 30, 2025 at 1:07 PM IST

1 Min Read
Choose ETV Bharat

State Level Football Tournament Angul ଅନୁଗୋଳ: 'ରାଜ୍ୟରେ କ୍ରୀଡା ଭତ୍ତିଭୂମିର ବିକାଶ ଘଟିଛି । ହେଲେ ଗ୍ରାମାଞ୍ଚଳରେ କ୍ରୀଡା ବିକାଶ ଦିଗରେ ସେତିକି କାର୍ଯ୍ୟକ୍ଷମ ହୋଇନାହିଁ ଯାହା ହେବା କଥା ।' ଏପରି କିଛି କହିଛନ୍ତି ଧାବିକା ତଥା ଅର୍ଜୁନ ପୁରସ୍କାର ବିଜେତା ଦୂତୀ ଚାନ୍ଦ । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡର ପତାକାଠାରେ ଆୟୋଜିତ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ ପୁରସ୍କାର ସମାରୋହରେ ଯୋଗ ଦେଇଥିଲେ ଦୂତୀ ।

ଝାରସୁଗୁଡ଼ା କ୍ଳବ ଚାମ୍ପିଅନ:

ଟୁର୍ଣ୍ଣାମେଣ୍ଟ ଗତ ୨୨ ତାରିଖରୁ ଆରମ୍ଭ ହୋଇଥିଲା । ଫାଇନାଲ ମ୍ୟାଚ ଝାରସୁଗୁଡା ଓ ଅଷ୍ଟକୀଳା ଫୁଟବଲ କ୍ଳବ ମଧ୍ୟରେ ହୋଇଥିଲା । ଅଷ୍ଟକୀଳା ଦଳକୁ ୧-୦ ଗୋଲରେ ହରାଇ ଝାରସୁଗୁଡା କ୍ଳବ ଚାମ୍ପିଅନ ହୋଇଛି । ହଜାର ହଜାର ଦର୍ଶକ ଫାଇନାଲ ମ୍ୟାଚର ମଜା ନେଇଥିଲେ । ଗତ ୧୪ ବର୍ଷ ଧରି ଗ୍ରାମାଞ୍ଚଳରେ ଫୁଟବଲ ଖେଳର ପ୍ରସାର ସହ ଖେଳାଳୀ ତିଆରି କରିବା ଲକ୍ଷ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇ ଆସୁଛି ।

ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଦୂତୀ ଚାନ୍ଦ (ETV Bharat Odisha)

ଅର୍ଜୁନ ପୁରସ୍କାରପ୍ରାପ୍ତ ଖେଳାଳୀ ଦୌଡ଼ରାଣୀ ଦୂତୀ ଚାନ୍ଦ କହିଛନ୍ତି,"ଗ୍ରାମାଞ୍ଚଳରେ ଏପରି ପ୍ରତିଯୋଗିତାର ଆୟୋଜନ ନିଶ୍ଚିତ ରୂପେ ସ୍ବାଗତଯୋଗ୍ୟ । ସହରାଞ୍ଚଳରେ ଅନେକ ବଡ଼ ବଡ଼ ଖେଳ ପ୍ରତିଯୋଗିତାର ଆୟୋଜନ କରାଯାଇଥାଏ । ମାତ୍ର ଗ୍ରାମାଞ୍ଚଳରେ ଖେଳାଳୀମାନଙ୍କୁ ଉତ୍ସାହିତ କରିବାକୁ ହଜାର ହଜାର ସଂଖ୍ୟକ ଲୋକଙ୍କ ଭିଡ଼ ଜମୁଛି । ଏହା ନିଶ୍ଚୟ ଖେଳାଳୀଙ୍କୁ ଉତ୍ସାହିତ କରିବ । ଏପରି ପ୍ରତିଭା ଆଗାମୀ ଦିନରେ ବହୁ ଉଚ୍ଚସ୍ତରୀୟ ଖେଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରନ୍ତୁ ।"

International player Duti chand at state level football match at Angul
ଅନୁଗୋଳ ଆଠମଲ୍ଲିକରେ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ (ETV Bharat Odisha)

ଦର୍ଶକଙ୍କ ଭିଡ଼:

କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ଉପସଭାପତି ଅର୍ଜୁନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଖେଳର ବିକାଶ ପାଇଁ ତାଙ୍କ ସରକାର ସତତ ଚେଷ୍ଟିତ ଆଗାମୀ ଦିନରେ ଏଭଳି ଉପାନ୍ତ ଅଞ୍ଚଳରେ କିଭଳି କ୍ରୀଡା ପ୍ରତିଭା ସୃଷ୍ଟି କରାଯାଇ ପାରିବ, ସେଥିପାଇଁ ଉଦ୍ୟମ ଜାରି ରହିବ ବୋଲି ସେ କହିଛନ୍ତି ।

International player Duti chand at state level football match at Angul
ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଦୂତୀ ଚାନ୍ଦ (ETV Bharat Odisha)


ଅର୍ଜୁନ ସାହୁ କହିଛନ୍ତି,"ଏହା କେବଳ ଏକ ଖେଳ ନୁହେଁ । ଏହା ଭାଇଚାରାର ଉଦାହରଣ । ଏଠାକାର ଲୋକେ କେବଳ ଖେଳ ନୁହେଁ ବରଂ କଳା, ସାହିତ୍ୟ ଆଦି କ୍ଷେତ୍ରରେ ଅନେକ ନାମ କରିଛନ୍ତି । ଯୁବପିଢିଙ୍କୁ ନିଜର କଳା ପ୍ରଦର୍ଶନ କରିବା ପାଇଁ ଆବଶ୍ୟକ ପ୍ଲାଟଫର୍ମ ମିଳୁନାହିଁ । ଏହି ଟୁର୍ଣ୍ଣାମେଣ୍ଟ ଯୁବପିଢ଼ିଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଥିଲା ।"

ଦୁଇଟି ରାଉଣ୍ଡରେ ଖେଳ ହୋଇଥିଲା । ଆମେ ଗୋଲ ସ୍କୋର କରି ଦଳକୁ ଆଗକୁ ନେଇଯାଇଥିଲୁ । ଲୋକେ ବହୁତ ଉତ୍ସାହିତ କରୁଥିଲେ ।~ ବିଜେତା ଖେଳାଳୀ

ଏହା ମଧ୍ୟ ପଢନ୍ତୁ: ମାଣିକଯୋଡି-ଶରଧାପୁର ଦେଖିବ ପକ୍କା ସଡ଼କ, ୨୫ କୋଟିର ଭିତ୍ତିପ୍ରସ୍ତର ସ୍ଥାପନ କରିବେ କେନ୍ଦ୍ରମନ୍ତ୍ରୀ


ଇଟିଭି ଭାରତ, ଅନୁଗୋଳ