ETV Bharat / sports

ତିଲକ ବର୍ମାଙ୍କ ବିସ୍ଫୋରକ ବ୍ୟାଟିଂ, ନର୍ଥ ଜୋନକୁ ହରାଇ ଦୁଲୀପ ଟ୍ରଫି ଫାଇନାଲରେ ସାଉଥ୍ ଜୋନ୍

ଦୁଲୀପ ଟ୍ରଫି ୨୦୨୬ ର ଫାଇନାଲ୍ ଖେଳିବାକୁ ଥିବା ଦୁଇଟି ଯାକ ଦଳର ନାମ ଚୂଡ଼ାନ୍ତ ହୋଇଯାଇଛି।

South Zone Crushes North Zone By 7 Wickets
ନର୍ଥ ଜୋନକୁ ହରାଇ ଦୁଲୀପ ଟ୍ରଫି ଫାଇନାଲରେ ସାଉଥ୍ ଜୋନ୍ (IANS)
author img

By ETV Bharat Sports Team

Published : September 2, 2026 at 3:31 PM IST

2 Min Read
Choose ETV Bharat

Duleep Trophy 2026: ଦୁଲୀପ ଟ୍ରଫି ୨୦୨୬ ର ଫାଇନାଲ୍ ଖେଳିବାକୁ ଥିବା ଦୁଇଟି ଯାକ ଦଳର ନାମ ଚୂଡ଼ାନ୍ତ ହୋଇଛି। ଇଷ୍ଟ ଜୋନ୍ ଦଳ ପ୍ରଥମ ସେମିଫାଇନାଲ୍‌ରେ ସେଣ୍ଟ୍ରାଲ୍ ଜୋନ୍‌କୁ ପରାସ୍ତ କରି ପୂର୍ବରୁ ହିଁ ଫାଇନାଲ୍‌ରେ ନିଜ ସ୍ଥାନ ପକ୍କା କରିସାରିଥିଲା। ବୁଧବାର (୨ ସେପ୍ଟେମ୍ୱର) ସାଉଥ୍ ଜୋନ୍ ଦଳ ନର୍ଥ ଜୋନକୁ ହରାଇ ଫାଇନାଲ୍ ଟିକେଟ୍ ହାସଲ କରିନେଇଛି। ଅର୍ଥାତ୍ ବର୍ତ୍ତମାନ ଫାଇନାଲ୍ ମ୍ୟାଚ୍‌ରେ ଇଶାନ କିଶନ ଏବଂ ତିଲକ ବର୍ମାଙ୍କ ଅଧିନାୟକତ୍ୱରେ ଗଠିତ ଦୁଇଟି ଶକ୍ତିଶାଳୀ ଦଳ ମଧ୍ୟରେ ମହାମୁକାବିଲା ଦେଖିବାକୁ ମିଳିବ।

ତିଲକ ବର୍ମାଙ୍କ ଅଧିନାୟକତ୍ୱରେ ଗଠିତ ସାଉଥ୍ ଜୋନ୍ ଦଳ ସେମିଫାଇନାଲ୍‌ରେ କହ୍ନେୟା ବାଧାୱନଙ୍କ ଅଧିନାୟକତ୍ୱରେ ଥିବା ନର୍ଥ ଜୋନ୍ ଦଳକୁ ୭ ୱିକେଟ୍‌ରେ ପରାସ୍ତ କରି ଦଲୀପ ଟ୍ରଫି ଫାଇନାଲ୍‌ରେ ନିଜ ସ୍ଥାନ ପକ୍କା କରିଛି। ବର୍ତ୍ତମାନ ଇଷ୍ଟ ଜୋନ୍ ଏବଂ ସାଉଥ୍ ଜୋନ୍ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ସେପ୍ଟେମ୍ବର ୬ ରୁ ଏମ୍.ଏ. ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ। ଦୁଇଟି ଯାକ ଦଳ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପହଞ୍ଚିଛନ୍ତି। ଏଭଳି ପରିସ୍ଥିତିରେ ଆଶା କରାଯାଉଛି ଯେ ଫାଇନାଲ୍ ମ୍ୟାଚ୍ ମଧ୍ୟ ବେଶ୍ ରୋମାଞ୍ଚକର ହେବ। ଯେଉଁ ଦଳ ଫାଇନାଲ୍ ମ୍ୟାଚରେ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବ, ସେହି ଦଳ ହିଁ ଚଳିତ ବର୍ଷ ଦୁଲୀପ ଟ୍ରଫି ବିଜେତା ହେବ।

ଦ୍ୱିତୀୟ ସେମିଫାଇନାଲର ପ୍ରଥମ ଇନିଂସରେ ନର୍ଥ ଜୋନ୍‌ ମାତ୍ର ୧୯୫ ରନ୍‌ରେ ଅଲ୍-ଆଉଟ୍ ହୋଇଯାଇଥିଲା। ଏହାର ଜବାବରେ ସାଉଥ୍ ଜୋନ୍ ୩୧୨ ରନ୍‌ର ସ୍କୋର କରିଥିଲା ଏବଂ ୧୧୭ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରି ନେଇଥିଲା। ଏହାପରେ ନର୍ଥ ଜୋନ୍ ନିଜର ଦ୍ୱିତୀୟ ଇନିଂସରେ କେବଳ ୨୯୭ ରନ୍ ପର୍ଯ୍ୟନ୍ତ ହିଁ ପହଞ୍ଚି ପାରିଥିଲା। ଏହିପରି ଭାବେ ସାଉଥ୍ ଜୋନ୍ ସାମ୍ନାରେ ୧୮୦ ରନ୍‌ର ଏକ ସହଜ ଲକ୍ଷ୍ୟ ରହିଥିଲା। ଯାହାକୁ ସାଉଥ୍ ଜୋନ୍ ୪୩.୧ ଓଭରରେ ମାତ୍ର ୩ଟି ୱିକେଟ୍ ହରାଇ ସହଜରେ ହାସଲ କରିନେଇଛି।

ସାଉଥ୍ ଜୋନ୍‌କୁ ଫାଇନାଲ୍ ପର୍ଯ୍ୟନ୍ତ ନେବାରେ ଦଳର ଅଧିନାୟକ ତିଲକ ବର୍ମାଙ୍କର ବଡ଼ ଭୂମିକା ରହିଥିଲା। ସେମିଫାଇନାଲ୍ ମ୍ୟାଚ୍‌ର ପ୍ରଥମ ଇନିଂସରେ ସେ ୧୬୬ ରନ୍‌ର ଏକ ଅପରାଜିତ ଶତକୀୟ ଇନିଂସ ଖେଳିଥିଲେ। ଏହାପରେ ଯେତେବେଳେ ସେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ, ସେତେବେଳେ ମଧ୍ୟ ୫୧ ରନ୍‌ର ଅପରାଜିତ ଇନିଂସ ଖେଳି ନିଜ ଦଳକୁ ଜିତାଇଥିଲେ।

କହି ରଖୁଛୁ ଯେ ଚଳିତ ବର୍ଷ ଦଲୀପ ଟ୍ରଫିର ଆରମ୍ଭ ଅଗଷ୍ଟ ୨୩ ତାରିଖରୁ ହୋଇଥିଲା। ବର୍ତ୍ତମାନ ଏହାର ଫାଇନାଲ୍ ଖେଳିବାକୁ ଥିବା ଦୁଇଟି ଯାକ ଦଳ ମିଳିସାରିଛନ୍ତି। ଇଶାନ କିଶନ ଏପର୍ଯ୍ୟନ୍ତ ନିଜ ଅଧିନାୟକତ୍ୱରେ ଗୋଟିଏ ହେଲେ ବି ଘରୋଇ ମ୍ୟାଚ୍ ହାରିନାହାନ୍ତି। ଏଭଳି ପରିସ୍ଥିତିରେ ସେ ଫାଇନାଲ୍ ଜିତିବାର ଜଣେ ଶକ୍ତିଶାଳୀ ଦାବିଦାର ମନେହେଉଛନ୍ତି। ଅନ୍ୟପଟେ ତିଲକ ବର୍ମା ଯେଉଁଭଳି ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି, ସେଥିରୁ ମନେହୁଏ ନାହିଁ ଯେ ସେ ଟ୍ରଫିକୁ ଏତେ ସହଜରେ ହାତଛଡ଼ା କରିବାକୁ ଦେବେ। ଅର୍ଥାତ୍ ଫାଇନାଲ୍ ମ୍ୟାଚ୍ ବେଶ୍ କଡ଼ାକଡ଼ି ଏବଂ ରୋମାଞ୍ଚକର ହେବ ବୋଲି ଆଶା କରାଯାଇପାରେ।

ଏହା ମଧ୍ୟ ପଢ଼ନ୍ତୁ:

ଚାଇନା ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରୁ ବାଦ୍ ପଡ଼ିଲେ ଲକ୍ଷ୍ୟ ସେନ୍; ବିଜୟ ସହ ଦ୍ୱିତୀୟ ରାଉଣ୍ଡରେ ଶ୍ରୀକାନ୍ତ

ସୂର୍ଯ୍ୟବଂଶୀ-ଇଶାନଙ୍କ ଚମତ୍କାର ବ୍ୟାଟିଂ; ସେଣ୍ଟ୍ରାଲ ଜୋନ୍‌କୁ ହରାଇ ଦୁଲୀପ ଟ୍ରଫି ଫାଇନାଲରେ ଇଷ୍ଟ ଜୋନ୍

ଆଫଗାନିସ୍ତାନ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା; ଏକାସଙ୍ଗେ ଦଳରୁ ବାଦ୍ ପଡ଼ିଲେ ୮ ଖେଳାଳି