'ଭାରତ ଲଢ଼ିବ ଏବଂ ଜବାବ ଦେବ...', ଶ୍ରୀଲଙ୍କା ବୋଲରଙ୍କ ସହ ଝଗଡ଼ା ପରେ ଜୈସୱାଲ ଦେଲେ ବଡ଼ ବୟାନ
କ୍ରିକେଟ୍ ବିଶେଷଜ୍ଞ ତଥା ଦିଗ୍ଗଜ କମେଣ୍ଟେଟର ହର୍ଷା ଭୋଗଲେଙ୍କ ଭିଡିଓ ଉପରେ ଯଶସ୍ୱୀ ଜୈସୱାଲ କମେଣ୍ଟ କରି ଏକ ବଡ଼ ବୟାନ ଦେଇଛନ୍ତି।

Published : August 24, 2026 at 3:04 PM IST
Jaiswal Fernando Fight: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜ୍ର ଦ୍ୱିତୀୟ ମୁକାବିଲା କଲୋମ୍ବୋରେ ଖେଳାଯାଉଛି। ଟେଷ୍ଟର ପ୍ରଥମ ଦିନରେ ଯଶସ୍ୱୀ ଜୈସୱାଲ ଏବଂ ଅସିଥା ଫର୍ଣ୍ଣାଣ୍ଡୋଙ୍କ ମଧ୍ୟରେ ଜୋରଦାର ଯୁକ୍ତିତର୍କ ଦେଖିବାକୁ ମିଳିଥିଲା। ଯଶସ୍ୱୀଙ୍କୁ ଆଉଟ୍ କରିବା ପରେ ଫର୍ଣ୍ଣାଣ୍ଡୋ ଆକ୍ରାମକ ଶୈଳୀରେ ସେଲିବ୍ରେସନ ମନାଉଥିବାର ନଜର ଆସିଥିଲେ। ଏହି ସମୟରେ ସେ କିଛି କମେଣ୍ଟ ମଧ୍ୟ କରିଥିଲେ, ଯାହା ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କୁ ପସନ୍ଦ ଆସିନଥିଲା।
ଏହାପରେ ପେଭିଲିୟନ ଆଡ଼କୁ ଯାଉଥିବା ଯଶସ୍ୱୀ ଜୈସୱାଲ ପଛକୁ ଫେରିଆସିଥିଲେ ଏବଂ ଅସିଥା ଫର୍ଣ୍ଣାଣ୍ଡୋଙ୍କ ସାମ୍ନାରେ ଛିଡ଼ା ହୋଇ ଯୁକ୍ତିତର୍କ କରିବାକୁ ଲାଗିଥିଲେ। କେବଳ ଏତିକି ନୁହେଁ ଯଶସ୍ୱୀ ଶ୍ରୀଲଙ୍କାର ଏହି ଦ୍ରୁତ ବୋଲରଙ୍କୁ ମୁଣ୍ଡରେ ଧକ୍କା ଦେବାକୁ ମଧ୍ୟ ଚେଷ୍ଟା କରିଥିଲେ। ମାମଲା ବଢ଼ୁଥିବା ଦେଖି ଘରୋଇ ଦଳର ଅଧିନାୟିକ ଧନଞ୍ଜୟ ଡି ସିଲଭା ମଧ୍ୟସ୍ଥତା କରିଥିଲେ।
🥵 THINGS GET HEATED! 🥵
— Sony Sports Network (@SonySportsNetwk) August 23, 2026
Yashasvi Jaiswal and Asitha Fernando exchange words as tensions rise in the middle. 👀
Watch #SLvIND, 2nd Test, LIVE NOW on Sony Sports Network TV channels & Sony LIV.#SonySportsNetwork #SonyLIV #BeautifulGameOfTestCricket pic.twitter.com/7qJrORjx8V
କ୍ରିକେଟ୍ ବିଶେଷଜ୍ଞ ତଥା ଦିଗ୍ଗଜ କମେଣ୍ଟେଟର ହର୍ଷା ଭୋଗଲେଙ୍କ ଏକ ଭିଡିଓ କ୍ରିକବଜ୍ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛି। ଏଥିରେ ହର୍ଷା କହିଛନ୍ତି ଯେ ନିଶ୍ଚିତ ଭାବରେ ଉତ୍ତେଜିତ କରାଯାଇଥିଲା, କିନ୍ତୁ ଯଶସ୍ୱୀଙ୍କୁ ତାଙ୍କର ଏତେ ନିକଟକୁ ଯିବା ଉଚିତ୍ ନଥିଲା। ଗତ ମ୍ୟାଚ୍ରେ ଯଶସ୍ୱୀ ଶ୍ରୀଲଙ୍କାର ନିରୋଶନ ଡିକୱେଲାଙ୍କୁ ମଧ୍ୟ ସ୍ଲେଜ୍ କରିଥିଲେ। ହର୍ଷା ଭୋଗଲେ ପରାମର୍ଶ ଦେଇଛନ୍ତି ଯେ ଏଭଳି ପରିସ୍ଥିତିରେ ଚୁପଚାପ୍ ଚାଲିଯିବା ଉଚିତ୍।
କ୍ରିକେଟ୍ ପଡ଼ିଆରେ କାହାକୁ ମଧ୍ୟ ଶାରୀରିକ ଭାବେ ଆକ୍ରମଣ କରିବାର ଅନୁମତି ନଥାଏ। ଯଶସ୍ୱୀ ଜୈସୱାଲଙ୍କ ଉପରେ ବର୍ତ୍ତମାନ ବ୍ୟାନ୍ ହେବାର ବିପଦ ରହିଛି। ଏହା ସତ୍ତ୍ୱେ ସେ ନିଜର ଏହି କାର୍ଯ୍ୟକୁ ସମର୍ଥନ କରିଛନ୍ତି। ହର୍ଷା ଭୋଗଲେଙ୍କ ଭିଡିଓ ଉପରେ ଯଶସ୍ୱୀ କମେଣ୍ଟ କରି ଲେଖିଛନ୍ତି, "ଯଦି ଆପଣ ଜାଣିନାହାନ୍ତି ଯେ ସେ କଣ କହିଥିଲେ, ତେବେ ଦୟାକରି କୌଣସି ମତାମତ ଦିଅନ୍ତୁ ନାହିଁ। ଯଦି କେହି ସୀମା ପାର୍ କରେ, ତେବେ ଆମକୁ ତାଙ୍କୁ ଏହା ଜଣାଇବାକୁ ହେବ ଯେ ଭାରତ ଲଢ଼ିବ ଏବଂ ଜବାବ ଦେବ।"
Yashasvi Jaiswal's reply to the incident with Asitha Fernando 🗣️ pic.twitter.com/jXGFky75Za
— Johns. (@CricCrazyJohns) August 24, 2026
ଯଶସ୍ୱୀ ଜୈସୱାଲଙ୍କ ପାଇଁ ପଡ଼ିଆରେ ଏଭଳି ପରିସ୍ଥିତି ସୃଷ୍ଟି ହେବା ଏହା ପ୍ରଥମ ଘଟଣା ନୁହେଁ। ୨୦୨୨ ଦଲୀପ ଟ୍ରଫି ଫାଇନାଲ୍ ସମୟରେ ପ୍ରତିପକ୍ଷ ଦଳର ବ୍ୟାଟ୍ସମ୍ୟାନ୍ଙ୍କ ସହ ତାଙ୍କର ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଅମ୍ପାୟାର ଏବଂ ଅଧିନାୟକ ବୁଝାଇବା ପରେ ମଧ୍ୟ ସେ ମାନିନଥିଲେ। ଏହାପରେ ଅଧିନାୟକ ଅଜିଙ୍କ୍ୟ ରହାଣେ ତାଙ୍କୁ ପଡ଼ିଆରୁ ବାହାରକୁ ପଠାଇ ଦେଇଥିଲେ। ମ୍ୟାଚ୍ ରେଫରି ଯଶସ୍ୱୀଙ୍କ ଉପରେ ଚାରିଟି ମ୍ୟାଚ୍ର ବ୍ୟାନ୍ ଲଗାଇବା ପାଇଁ ଚିଠି ମଧ୍ୟ ପ୍ରସ୍ତୁତ କରିସାରିଥିଲେ। କିନ୍ତୁ ରହାଣେଙ୍କ ଯୋଗୁଁ ସେ ଏଥିରୁ ବଞ୍ଚିଯାଇଥିଲେ।
ଆଇସିସି ନିୟମ ଅନୁଯାୟୀ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ସମୟରେ ଶାରୀରିକ ଆକ୍ରମଣ କରି ଆହତ କରିବା କିମ୍ବା ହିଂସା ସୃଷ୍ଟି କରିବା (ଯେପରିକି ଲାତ ମାରିବା, ମୁକ୍କା ମାରିବା କିମ୍ବା ମାଡ଼ପିଟ୍-ଝଗଡ଼ା କରିବା) ଲେଭଲ୍-୪ ର ଅପରାଧ ଭାବେ ବିବେଚନା କରାଯାଏ। ଆଇସିସି ନିୟମ ଅନୁସାରେ ଲେଭଲ୍-୪ ର ଉଲ୍ଲଂଘନ ପାଇଁ ସବୁଠାରୁ କଠୋର ଦଣ୍ଡର ପ୍ରାବଧାନ ରହିଛି। ଲେଭଲ୍-୪ ଅପରାଧ ପାଇଁ ସମ୍ପୃକ୍ତ ଖେଳାଳି କିମ୍ବା ଅଫିସିଆଲ୍ଙ୍କ ଉପରେ ୫ଟି ଟେଷ୍ଟ ମ୍ୟାଚ୍ କିମ୍ବା ୧୦ଟି ଦିନିକିଆ ମ୍ୟାଚ୍ ବ୍ୟାନ୍ ଠାରୁ ଆରମ୍ଭ କରି ଆଜୀବନ ପ୍ରତିବନ୍ଧକ ଲଗାଇବା ପର୍ଯ୍ୟନ୍ତ ଦଣ୍ଡ ସାମିଲ ଅଛି।

