ଟି-୨୦ ବିଶ୍ୱକପ୍ରେ ସିକନ୍ଦର ରାଜାଙ୍କ ଧମାକା; ଭାଙ୍ଗିଲେ ରୋହିତ ଶର୍ମାଙ୍କ ବଡ଼ ରେକର୍ଡ, ରଚିଲେ ନୂଆ ଇତିହାସ
କ୍ରିକେଟ୍ ପଡ଼ିଆରେ ବୟସ ଯେ କେବଳ ଏକ ସଂଖ୍ୟା ମାତ୍ର, ତାହା ପୁଣିଥରେ ପ୍ରମାଣ କରି ଦେଖାଇଛନ୍ତି ଜିମ୍ବାୱେ ଅଧିନାୟକ ସିକନ୍ଦର ରାଜା।

Published : February 20, 2026 at 9:46 AM IST
Oldest Captain POTM: କ୍ରିକେଟ୍ ପଡ଼ିଆରେ ବୟସ ଯେ କେବଳ ଏକ ସଂଖ୍ୟା ମାତ୍ର, ତାହା ପୁଣିଥରେ ପ୍ରମାଣ କରି ଦେଖାଇଛନ୍ତି ଜିମ୍ବାୱେ ଅଧିନାୟକ ସିକନ୍ଦର ରାଜା। ୨୦୨୬ ଟି-୨୦ ବିଶ୍ୱକପ୍ର ଏକ ରୋମାଞ୍ଚକର ମ୍ୟାଚ୍ରେ ଶ୍ରୀଲଙ୍କା ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରି ରାଜା କେବଳ ନିଜ ଦଳକୁ ଜିତାଇ ନାହାନ୍ତି, ବରଂ ଭାରତୀୟ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ଏକ ବଡ଼ ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛନ୍ତି।
ରୋହିତଙ୍କୁ ପଛରେ ପକାଇ ହେଲେ 'ଓଲ୍ଡେଷ୍ଟ' କ୍ୟାପଟେନ୍
ଏହି ମ୍ୟାଚ୍ରେ ସିକନ୍ଦର ରାଜା ମାତ୍ର ୨୬ ବଲ୍ରୁ ୪୫ ରନ୍ର ଏକ ଧୂଆଁଧାର ଇନିଂସ ଖେଳିଥିଲେ। ଯେଉଁଥିରେ ୪ଟି ଛକା ଓ ୨ଟି ଚୌକା ସାମିଲ ଥିଲା। ଏହି ପ୍ରଦର୍ଶନ ପାଇଁ ତାଙ୍କୁ 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ସମ୍ମାନରେ ସମ୍ମାନିତ କରାଯାଇଛି।
Sikandar Raza's brisk 45 made the difference as Zimbabwe beat Sri Lanka in the #T20WorldCup 2026 🙌
— ICC (@ICC) February 19, 2026
He wins the @aramco POTM🏅
📝: https://t.co/OdciG6vamS pic.twitter.com/aFRp2YyXce
ସିକନ୍ଦର ରାଜା ଏହି ପୁରସ୍କାର ପାଇବା ସହ ସେ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ୩୯ ବର୍ଷ ୩୦୧ ଦିନ ବୟସରେ ଜଣେ ଅଧିନାୟକ ଭାବେ ଆଇସିସି (ICC) ଟୁର୍ଣ୍ଣାମେଣ୍ଟରେ 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ଜିତିବାରେ ସେ ବିଶ୍ୱର ସବୁଠାରୁ ବୟସ୍କ ଖେଳାଳି ହୋଇଛନ୍ତି। ଏହାପୂର୍ବରୁ ଏହି ରେକର୍ଡ ରୋହିତ ଶର୍ମାଙ୍କ ନାମରେ ଥିଲା। ରୋହିତ ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ୩୭ ବର୍ଷ ୩୩୧ ଦିନ ବୟସରେ ଏହି ସଫଳତା ପାଇଥିଲେ।
Sikandar Raza is now the oldest captain to win the player of the match award in ICC Tournaments 🏆#ICC #SikandarRaza #RohitSharma #POTM #CricketTwitter pic.twitter.com/AOMLM3zIus
— InsideSport (@InsideSportIND) February 19, 2026
ICC ଟୁର୍ଣ୍ଣାମେଣ୍ଟରେ 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ଜିତିଥିବା ସବୁଠାରୁ ବୟସ୍କ ଅଧିନାୟକ
- ୩୯ ବର୍ଷ ୩୦୧ ଦିନ - ସିକନ୍ଦର ରାଜା (SL ବିପକ୍ଷରେ)*
- ୩୭ ବର୍ଷ ୩୩୧ ଦିନ - ରୋହିତ ଶର୍ମା (NZ ବିପକ୍ଷରେ)
- ୩୭ ବର୍ଷ ୫୫ ଦିନ - ରୋହିତ ଶର୍ମା (AUS ବିପକ୍ଷରେ)
ସୋଏବ ମଲିକଙ୍କୁ ଟପିଲେ, ବର୍ତ୍ତମାନ ନଜର ଜୟସୁରିୟାଙ୍କ ଉପରେ
କେବଳ ରୋହିତ ନୁହଁନ୍ତି ବରଂ ପାକିସ୍ତାନର ପୂର୍ବତନ ତାରକା ସୋଏବ ମଲିକଙ୍କୁ ମଧ୍ୟ ସିକନ୍ଦର ପଛରେ ପକାଇ ଦେଇଛନ୍ତି। ଟି-୨୦ ବିଶ୍ୱକପ୍ ଇତିହାସରେ ସେ ଏବେ ଦ୍ୱିତୀୟ ସବୁଠାରୁ ବୟସ୍କ 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ବିଜେତା। ଏହି ତାଲିକାରେ ଏବେ କେବଳ ଶ୍ରୀଲଙ୍କାର ଭେଟେରାନ୍ ସନତ ଜୟସୁରିୟା (୩୯ ବର୍ଷ ୩୪୫ ଦିନ) ତାଙ୍କ ଆଗରେ ଅଛନ୍ତି।
Zimbabwe remain unbeaten in the 2026 #T20WorldCup group stages with a brilliant victory over Sri Lanka 👏
— ICC (@ICC) February 19, 2026
📝: https://t.co/OdciG6vamS pic.twitter.com/ohy0w4Z2FZ
ଶ୍ରୀଲଙ୍କା ହାତରୁ ବିଜୟ ଛଡ଼ାଇ ନେଇଥିଲା ଜିମ୍ବାୱେ
ଗୁରୁବାର ଦିନ ଖେଳାଯାଇଥିବା ଟି-୨୦ ବିଶ୍ୱକପରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୮ ରନ୍ ସଂଗ୍ରହ କରିଥିଲା। ପଥୁମ ନିଶଙ୍କାଙ୍କ ୬୨ ରନ୍ର ଶାନଦାର ଇନିଂସ ବଳରେ ଦଳ ଏକ ସମ୍ମାନଜନକ ସ୍କୋର କରିଥିଲେ। ଏହାର ଜବାବରେ ଜିମ୍ବାୱେ ବ୍ୟାଟର ମାନେ ଚତ୍ମକାର ବ୍ୟାଟିଂ କରି ଏହି ଲକ୍ଷ୍ୟକୁ ୧୯.୩ ଓଭରରେ ହାସଲ କରିନେଇଥିଲା। ଜିମ୍ବାୱେ ପକ୍ଷରୁ ବ୍ରାଏନ ବେନେଟ୍ ୪୮ ବଲ୍ରେ ୬୩ ରନ୍ (ଅର୍ଦ୍ଧଶତକ), ସିକନ୍ଦର ରାଜା ୨୬ ବଲ୍ରେ ୪୫ ରନ୍ ଓ ରାୟନ୍ ବର୍ଲ ୧୨ ବଲ୍ରେ ୨୩ ରନ୍ କରିଥିଲେ।
ସିକନ୍ଦର ରାଜାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଜିମ୍ବାୱେ ଶେଷ ଓଭରରେ ବହୁତ ସହଜରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଏହି ବିଜୟ ସହ ସିକନ୍ଦର ରାଜା ନିଜ କ୍ୟାରିୟରରେ ଆଉ ଏକ ସୁବର୍ଣ୍ଣ ଅଧ୍ୟାୟ ଯୋଡ଼ିଛନ୍ତି।

