ଶୁବମନ ଗିଲ୍ଙ୍କ ବିସ୍ଫୋରକ ଶତକ; ରାଜସ୍ଥାନକୁ ହରାଇ ଆଇପିଏଲ୍ ୨୦୨୬ ଫାଇନାଲ୍ରେ ଗୁଜରାଟ ଟାଇଟନ୍ସ
GT vs RR: ଗୁଜରାଟ ବର୍ତ୍ତମାନ ରବିବାର ଦିନ (୩୧ ମଇ) ଖେଳାଯିବାକୁ ଥିବା ଫାଇନାଲ୍ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ।


Published : May 30, 2026 at 12:40 AM IST
IPL 2026 GT vs RR, ହାଇଦ୍ରାବାଦ: ଆଇପିଏଲ ୨୦୨୬ ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ପରସ୍ପରର ମୁହାଁମୁହିଁ ହୋଇଥିଲେ। ଶୁକ୍ରବାର (୨୯ ମଇ) ନ୍ୟୁ ଚଣ୍ଡୀଗଡ଼ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଗୁଜରାଟ ୭ ୱିକେଟ୍ରେ ବିଜୟୀ ହୋଇ ଫାଇନାଲ୍ରେ ପ୍ରବେଶ କରିଛି। ଏହି ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍ ହରାଇ ୨୧୪ ରନ୍ର ବିଶାଳ ସ୍କୋର ଛିଡ଼ା କରିଥିଲା। ଯାହାର ଜବାବରେ ଶୁବମନ ଗିଲ୍ଙ୍କ ବିସ୍ଫୋରକ ଶତକ ସହାୟତାରେ ଗୁଜରାଟ ୧୮.୪ ଓଭର୍ରେ ମାତ୍ର ୩ ୱିକେଟ୍ ହରାଇ ସହଜରେ ଏହି ଲକ୍ଷ୍ୟ ହାସଲ କରିନେଇଥିଲା। ଗୁଜରାଟ ବର୍ତ୍ତମାନ ରବିବାର ଦିନ ଖେଳାଯିବାକୁ ଥିବା ଫାଇନାଲ୍ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ।
ମ୍ୟାଚ୍ ବିଷୟରେ କହିବାକୁ ଗଲେ, ରାଜସ୍ଥାନର ଅଧିନାୟକ ରିୟାନ ପରାଗ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦଳ ପାଇଁ ୧୫ ବର୍ଷୀୟ ଓପନର୍ ବୈଭବ ସୂର୍ଯ୍ୟବଂଶୀ ଚମତ୍କାର ବ୍ୟାଟିଂ କରି ୪୭ ବଲ୍ରେ ୮ଟି ଚୌକା ଏବଂ ୭ଟି ଛକା ସହାୟତାରେ ୯୬ ରନ୍ର ଏକ ବିସ୍ଫୋରକ ପାଳି ଖେଳିଥିଲେ। ସୂର୍ଯ୍ୟବଂଶୀଙ୍କ ବ୍ୟତୀତ ରବୀନ୍ଦ୍ର ଜାଡେଜା ୪୫ ରନ୍ ସ୍କୋର କରିଥିଲେ। ଏମାନଙ୍କ ବ୍ୟତୀତ ଦଳର ବାକି ବ୍ୟାଟ୍ସମ୍ୟାନ୍ମାନେ କିଛି ଖାସ୍ ପ୍ରଦର୍ଶନ କରିପାରି ନଥିଲେ।
ONE. STEP. AWAY. 🏆
— Star Sports (@StarSportsIndia) May 29, 2026
After 73 matches, we have our two finalists! ⚔️
Next stop ➡️ Ahmedabad#TATAIPL 2026 FINAL 👉 #RCBvGT | SUN, 31st MAY, 6 PM pic.twitter.com/fHTpFPg97q
ଏହି ଦୁଇ ଜଣଙ୍କ ବ୍ୟତୀତ ଯଶସ୍ୱୀ ଜସୱାଲ ୧ ରନ୍, ଧ୍ରୁବ ଜୁରେଲ ୭ ରନ୍, ଅଧିନାୟକ ରିୟାନ ପରାଗ ୧୧ ରନ୍, ଦାସୁନ୍ ଶନକା ୩ ରନ୍ ଓ ଜୋଫ୍ରା ଆର୍ଚ୍ଚର ୭ ରନ୍ କରି ଆଉଟ୍ ହୋଇଥିବା ବେଳେ ଡୋନୋଭନ୍ ଫେରେରା ୧୧ ବଲ୍ରେ ୩୮ ରନ୍ କରି ଅପରାଜିତ ରହିଥିଲେ। ଫେରେରା ନିଜ ଇନିଂସରେ ୨ଟି ଚୌକା ଏବଂ ୪ଟି ଛକା ମାରିଥିଲା। ଏହିପରି ଭାବେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୨୧୪ ରନର ବିଶାଳ ସ୍କୋର କରିଥିଲା।
🎟️ to FINAL! ✅
— Star Sports (@StarSportsIndia) May 29, 2026
Highest run-chase in TATA IPL Playoffs! ✅#ShubmanGill leads from the front in absolute style as GT storm into the FINAL to set up a blockbuster clash against RCB! 🔥🤩❤️#TATAIPL #RRvsGT | #SaiSudharsan, #VaibhavSooryavanshi, #RashidKhan, #RiyanParag,… pic.twitter.com/IsOpYL2Kr7
ରାଜସ୍ଥାନର ୨୧୪ ରନର ଜବାବରେ ଗୁଜରାଟ ଚମତ୍କାର ଆରମ୍ଭ କରିଥିଲା। ଗିଲ୍ଙ୍କ ସହ ଓପନିଂ କରିବାକୁ ଆସିଥିବା ସାଇ ସୁଦର୍ଶନ ମଧ୍ୟ ଚମତ୍କାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୭୭ ବଲ୍ରେ ୧୬୭ ରନ୍ର ଭାଗିଦାରୀ କରି ଦଳର ବିଜୟକୁ ପ୍ରାୟ ନିଶ୍ଚିତ କରିଦେଇଥିଲେ। ସୁଦର୍ଶନ ୩୨ ବଲ୍ରେ ୮ଟି ଚୌକା ଏବଂ ଗୋଟିଏ ଛକା ସହାୟତାରେ ୫୮ ରନ୍ କରିଥିଲେ। କିନ୍ତୁ ଗତ ମ୍ୟାଚ୍ ଭଳି ଏହି ମ୍ୟାଚ୍ରେ ମଧ୍ୟ ସେ ହିଟ୍ ୱିକେଟ୍ ହୋଇ ଆଉଟ୍ ହୋଇଥିଲେ।
𝐔𝐍𝐑𝐄𝐀𝐋 𝐂𝐎𝐍𝐒𝐈𝐒𝐓𝐄𝐍𝐂𝐘 🙌
— Star Sports (@StarSportsIndia) May 29, 2026
The most successful opening pair in TATA IPL history already? 👀#TATAIPL Qualifier 2 👉 #GTvRR | LIVE NOW! pic.twitter.com/WjibcaOTUQ
ଏହି ଦୁହିଁଙ୍କ ୱିକେଟ୍ ପଡ଼ିବା ପରେ ବାକି କାମ ୱାଶିଂଟନ୍ ସୁନ୍ଦର, ଜୋସ୍ ବଟଲର୍ ଏବଂ ରାହୁଲ ତେୱାତିଆ ମିଶି ପୂରା କରିଥିଲେ। ସୁନ୍ଦର ୧୬ ରନ୍ କରି ଆଉଟ୍ ହୋଇଥିବା ବେଳେ ବଟଲର୍ ୯ ରନ୍ ଏବଂ ତେୱାତିଆ ୧୭ ରନ୍ କରି ଅପରାଜିତ ରହିଥିଲେ। ଏହିପରି ଭାବେ ଗୁଜରାଟ ୧୮.୪ ଓଭର୍ରେ ମାତ୍ର ୩ ୱିକେଟ୍ ହରାଇ ୨୧୫ ରନର ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରିନେଇଥିଲା।

