୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଶିଖର ଧାୱନ; ଜାଣନ୍ତୁ କିଏ ତାଙ୍କ ଜୀବନସାଥୀ ସୋଫି ସାଇନ୍?
Shikhar Dhawan Marriage: ଟିମ୍ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ଓପନର ଶିଖର ଧାୱନ ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

Published : February 22, 2026 at 2:15 PM IST
Shikhar Dhawan second marriage: ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର। ଟିମ୍ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ଓପନର ଶିଖର ଧାୱନ ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନିଜର ଚମତ୍କାର ବ୍ୟାଟିଂ ଶୈଳୀ ପାଇଁ 'ଗବର' ଭାବେ ପରିଚିତ ଧାୱନ ଶନିବାର (ଫେବ୍ରୁଆରୀ ୨୧) ତାଙ୍କର ଦୀର୍ଘ ଦିନର ବାନ୍ଧବୀ ସୋଫି ସାଇନ୍ଙ୍କ ହାତ ଧରିଛନ୍ତି।
ଧାୱନ ନିଜେ ସୋସିଆଲ ମିଡିଆରେ ବିବାହର କିଛି ସୁନ୍ଦର ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି। ଫଟୋରେ ଏହି ନବଦମ୍ପତି ବେଶ୍ ଆକର୍ଷଣୀୟ ଦେଖାଯାଉଥିବା ବେଳେ, ଧାୱନ ଜଣାଇଛନ୍ତି ଯେ ତାଙ୍କର ଏହି ବିଶେଷ ଦିନର ପୋଷାକ ପ୍ରଖ୍ୟାତ ଡିଜାଇନର ମନୀଷ ମଲହୋତ୍ରାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା।
Mr. & Mrs. Dhawan ❤️ pic.twitter.com/paUVWSmwGf
— Shikhar Dhawan (@SDhawan25) February 22, 2026
କେମିତି ଆରମ୍ଭ ହୋଇଥିଲା ଧାୱନ ପ୍ରେମ କାହାଣୀ?
କୁହାଯାଉଛି ଯେ, ଶିଖର ଓ ସୋଫିଙ୍କ ପ୍ରେମ କାହାଣୀ କିଛି ବର୍ଷ ପୂର୍ବେ ଦୁବାଇରୁ ଆରମ୍ଭ ହୋଇଥିଲା। ଗତ ବର୍ଷ ମଇ ମାସରେ ଧୱନ ନିଜ ସମ୍ପର୍କ ବିଷୟରେ ସର୍ବସାଧାରଣରେ ସୂଚନା ଦେଇଥିଲେ ଏବଂ ଚଳିତ ବର୍ଷ ଜାନୁଆରୀରେ ଉଭୟଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା। ଦିଲ୍ଲୀ-ଏନସିଆର ଅଞ୍ଚଳରେ ଆୟୋଜିତ ଏହି ବାହାଘରରେ କେବଳ ପରିବାର ଓ ନିକଟତର ବନ୍ଧୁମାନେ ସାମିଲ ହୋଇଥିଲେ। ସୋସିଆଲ ମିଡିଆରେ ମଧ୍ୟ ଏହି ଯୋଡିଙ୍କ ମଜାଦାର ରୀଲ୍ସକୁ ପ୍ରଶଂସକମାନେ ବେଶ୍ ପସନ୍ଦ କରନ୍ତି।
କିଏ ଏହି ସୋଫି ସାଇନ୍?
ଆୟର୍ଲାଣ୍ଡର ମୂଳ ନିବାସୀ ସୋଫି ଜଣେ ବୃତ୍ତିଗତ ପ୍ରଡକ୍ଟ କନସଲଟାଣ୍ଟ। ସେ ଲିମେରିକ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଡିଗ୍ରୀ ହାସଲ କରିବା ସହ ମାର୍କେଟିଂ ଓ ମ୍ୟାନେଜମେଣ୍ଟରେ ମଧ୍ୟ ଶିକ୍ଷା ଗ୍ରହଣ କରିଛନ୍ତି। ପୂର୍ବରୁ ଆବୁଧାବିରେ କାମ କରୁଥିବା ସୋଫି ଏବେ ଧୱନଙ୍କ ବ୍ୟବସାୟ ସହ ସମ୍ପୂର୍ଣ୍ଣ ଜଡ଼ିତ। ସେ 'ଦି ୱାନ୍ ସ୍ପୋର୍ଟସ୍'ର COO ଭାବେ କାର୍ଯ୍ୟ କରିବା ସହ 'ଶିଖର ଧୱନ ଫାଉଣ୍ଡେସନ'ର ମୁଖ୍ୟ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି।
Yuzvendra Chahal dancing in Shikhar Dhawan's Baarat🤩#Cricket pic.twitter.com/oNRzU9kVoo
— CREX (@Crex_live) February 21, 2026
ଶିଖର ଧାୱନଙ୍କର ଦ୍ୱିତୀୟ ବିବାହ
କହି ରଖୁଛୁ ଯେ ଶିଖର ଧାୱନଙ୍କର ଏହା ଦ୍ୱିତୀୟ ବିବାହ। ୨୦୧୨ ମସିହାରେ ସେ ନିଜର ପ୍ରଥମ ପତ୍ନୀଙ୍କୁ ଆୟେଶା ମୁଖାର୍ଜୀଙ୍କୁ ବିବାହ କରିଥିଲେ। ବିବାହର ନଅ ବର୍ଷ ପରେ ୨୦୨୧ରେ ପ୍ରଥମ ବିବାହ ବିଚ୍ଛେଦ ହୋଇଥିଲା।। ଧାୱନ ଏବଂ ଆୟେଶାଙ୍କର ଏକ ପୁଅ (ଜୋରାବର) ମଧ୍ୟ ଅଛି। ଛାଡପତ୍ର ପରଠାରୁ ଧାୱନ ତାଙ୍କ ପୁଅ ଜୋରାବରଙ୍କୁ ଦେଖିପାରି ନାହାଁନ୍ତି। ଏଥିପାଇଁ ଦୁଃଖିତ ହୋଇ ଅନେକ ଥର ସୋସିଆଲ ମିଡିଆରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି।
शिखर धवन और Ayesha Mukherjee का तलाक 2023 में हो गया था....
— @dvika🩷 (@YaAadvik) February 22, 2026
और अब Shikhar Dhawan ने Sophie Sign से शादी कर लिए जो आयरलैंड की निवासी....so m pic.twitter.com/CWHFuz9ynp
ଶିଖର ଧାୱନଙ୍କ କ୍ରିକେଟ୍ କ୍ୟାରିୟର
ଟିମ୍ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ଓପନର ଶିଖର ଧାୱନ ୧୩ ବର୍ଷର ଏକ ଚମତ୍କାର ଅନ୍ତର୍ଜାତୀୟ କ୍ୟାରିୟର ପରେ ୨୪ ଅଗଷ୍ଟ ୨୦୨୪ରେ ସମସ୍ତ ପ୍ରକାରର କ୍ରିକେଟରୁ ଅବସର ନେଇଥିଲେ। ନିଜ କ୍ୟାରିୟର ସମୟରେ ଧାୱନ ୨୬୯ ଅନ୍ତର୍ଜାତୀୟ ମ୍ୟାଚ୍ ରେ ମୋଟ ୧୦,୮୬୭ ରନ୍ କରିଥିଲେ। ଯେଉଁଥିରେ ଏକଦିବସୀୟରେ ୧୭ଟି ଏବଂ ଟେଷ୍ଟରେ ୭ଟି ଶତକ ଅନ୍ତର୍ଭୁକ୍ତ। ସେ ୨୦୧୩ ଚାମ୍ପିଅନ୍ସ ଟ୍ରଫିରେ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ପୁରସ୍କାର ଜିତିଥିଲେ ଏବଂ ଟେଷ୍ଟ ଡେବ୍ୟୁରେ ଦ୍ରୁତତମ ଶତକ (୮୫ ବଲ୍) ପାଇଁ ବିଶ୍ୱ ରେକର୍ଡ କରିଥିଲେ।

