ETV Bharat / sports

କାହିଁକି ରାଗିଲେ ଶିଖର ଧାୱନ? ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ପୋଷ୍ଟକୁ ନେଇ ଦେଲେ କଡ଼ା ଜବାବ

Shikhar Dhawan: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଧୂଆଁଧାର ଓପନର ଶିଖର ଧାୱନ ବର୍ତ୍ତମାନ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି।

Shikhar Dhawan Slams Fake Post
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ପୋଷ୍ଟକୁ ନେଇ ଧାୱନଙ୍କ କଡ଼ା ଜବାବ (IANS)
author img

By ETV Bharat Sports Team

Published : February 24, 2026 at 11:26 AM IST

1 Min Read
Choose ETV Bharat

Shikhar Dhawan Slams Fake Post: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଧୂଆଁଧାର ଓପନର ଶିଖର ଧାୱନ ବର୍ତ୍ତମାନ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ଏଥର ଚର୍ଚ୍ଚାର କାରଣ ତାଙ୍କ ବ୍ୟାଟିଂ ନୁହେଁ, ବରଂ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସୋସିଆଲ ମିଡିଆରେ ଚାଲିଥିବା କିଛି ଗୁଜବ। ନିକଟରେ ଦ୍ୱିତୀୟ ବିବାହ କରିଥିବା ଧାୱନ ତାଙ୍କ ନାଁରେ ପ୍ରଚାର ହେଉଥିବା କିଛି ମିଥ୍ୟା ପୋଷ୍ଟକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

କ’ଣ ଏହି ପୂରା ମାମଲା?

ନିକଟରେ ଶିଖର ଧାୱନ ଆଇରିସ୍ ମହିଳା ସୋଫି ସାଇନ୍‌ଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ପ୍ରାୟ ଦେଢ଼ ବର୍ଷର ଡେଟିଂ ପରେ ଗତ ମାସରେ ସେମାନଙ୍କର ନିର୍ବନ୍ଧ ସମ୍ପନ୍ନ ହୋଇଥିଲା। ତେବେ ଏହି ଖୁସିର ସମୟରେ କିଛି ଲୋକ ସୋସିଆଲ ମିଡିଆରେ ଧାୱନଙ୍କ ନାଁ ବ୍ୟବହାର କରି ତାଙ୍କ ପୂର୍ବ ବିବାହ (ଆୟେଶା ମୁଖାର୍ଜୀ) ଏବଂ ବ୍ୟକ୍ତିଗତ ଜୀବନ ବିଷୟରେ କିଛି ମନଗଢ଼ା ତଥା ଅପମାନଜନକ କଥା ସେୟାର କରୁଛନ୍ତି। ଏହି 'କ୍ଲିକ୍‌ବେଟ୍' ପୋଷ୍ଟଗୁଡ଼ିକରେ ଧାୱନ ନିଜ ପ୍ରଥମ ପତ୍ନୀଙ୍କ ବିଷୟରେ କିଛି ଖରାପ କହୁଥିବା ଭଳି ଦର୍ଶାଯାଇଥିଲା, ଯାହା ସମ୍ପୂର୍ଣ୍ଣ ମିଥ୍ୟା।

ସୋସିଆଲ ମିଡିଆରେ ଧାୱନଙ୍କ କଡ଼ା ଜବାବ

ଏଭଳି ଗୁଜବରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ଧାୱନ ନିଜର ଏକ୍ସ (X) ହ୍ୟାଣ୍ଡେଲରେ ଏକ ଭାବପୂର୍ଣ୍ଣ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି,

"ମୋ ବ୍ୟକ୍ତିଗତ ଜୀବନକୁ ନେଇ ସୋସିଆଲ ମିଡିଆରେ କିଛି ନିରାଶାଜନକ ପୋଷ୍ଟ ମୋ ନଜରକୁ ଆସିଛି। ପଡ଼ିଆ ଭିତରେ ହେଉ ବା ବାହାରେ, ମୁଁ କେବେ ବି ଅତୀତକୁ ଧରି ବସି ରହିବାକୁ ଭଲ ପାଏନି। ମୁଁ ସକାରାତ୍ମକତାରେ ବିଶ୍ୱାସ କରେ ଏବଂ ମୋର ଅତୀତକୁ ସମ୍ମାନ ଦିଏ। ଏହା ମୋ ଜୀବନର ଏକ ନୂଆ ଅଧ୍ୟାୟ। ଦୟାକରି କେବଳ ଭ୍ୟୁ ପାଇବା ପାଇଁ ମୋ ନାଁରେ ମିଥ୍ୟା ପ୍ରଚାର କରନ୍ତୁ ନାହିଁ। ଆସନ୍ତୁ ସମସ୍ତେ ଭଲପାଇବା ଏବଂ ସକାରାତ୍ମକତା ବାଣ୍ଟିବା।"

କିଏ ଏହି ସୋଫି ସାଇନ୍?

ଆୟର୍ଲାଣ୍ଡର ବାସିନ୍ଦା ସୋଫି ସାଇନ୍ କେବଳ ଧାୱନଙ୍କ ପତ୍ନୀ ନୁହନ୍ତି, ସେ ଜଣେ ସଫଳ ମହିଳା ମଧ୍ୟ। ସେ ଆୟର୍ଲାଣ୍ଡର ଲିମେରିକ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ମାର୍କେଟିଂ ଏବଂ ମ୍ୟାନେଜମେଣ୍ଟରେ ଡିଗ୍ରୀ ହାସଲ କରିଛନ୍ତି। ବର୍ତ୍ତମାନ ସେ 'ଦା ୱାନ୍ ସ୍ପୋର୍ଟସ'ର ସିଓଓ (COO) ଏବଂ 'ଶିଖର ଧୱନ ଫାଉଣ୍ଡେସନ'ର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ସେ ବେଶ୍ କିଛି ଦିନ ହେବ ଭାରତରେ ରହି ଆସୁଛନ୍ତି।

କହି ରଖୁଛୁ ଯେ ଧାୱନଙ୍କର ପ୍ରଥମ ପତ୍ନୀ ଆୟେଶାଙ୍କ ସହ ୨୦୨୩ ଅକ୍ଟୋବରରେ ବିବାହ ବିଚ୍ଛେଦ ହୋଇଥିଲା। ନିଜ ପୁଅ ଜୋରାଭରଙ୍କୁ ସେ ବହୁତ ଭଲ ପାଉଥିଲେ ମଧ୍ୟ କୋର୍ଟଙ୍କ ନିଷ୍ପତ୍ତି ପରେ ସେ ତାଙ୍କ ପୁଅଠାରୁ ଦୂରେଇ ରହୁଛନ୍ତି। ଏସବୁ ସତ୍ତ୍ୱେ ଧାୱନ ସବୁବେଳେ ନିଜକୁ ଶାନ୍ତ ଏବଂ ହସଖୁସିରେ ରଖିବାକୁ ଚେଷ୍ଟା କରିଥାନ୍ତି।

ଏହା ମଧ୍ୟ ପଢ଼ନ୍ତୁ:

WI vs ZIM: ଜିମ୍ବାୱେକୁ ହରାଇଲା ୱେଷ୍ଟଇଣ୍ଡିଜ୍; କଷ୍ଟକର ହେଲା ଭାରତର ସେମିଫାଇନାଲ୍ ରାସ୍ତା

T20 World Cup: ପାଲେକେଲେରେ ଆଜି ହାଇଭୋଲ୍ଟେଜ୍ ଲଢ଼େଇ; ମୁହାଁମୁହିଁ ହେବେ ଇଂଲଣ୍ଡ ଓ ପାକିସ୍ତାନ