ETV Bharat / sports

ସଙ୍କଟରେ ରିଙ୍କୁ ସିଂହଙ୍କ ପରିବାର: ବାପା ଭେଣ୍ଟିଲେଟରରେ, ଦେଶ ପାଇଁ ପଡ଼ିଆକୁ ଫେରିବେ କି ଏହି ଷ୍ଟାର୍ ଫିନିସର?

ରିଙ୍କୁଙ୍କ ବାପା ଖାନଚନ୍ଦ୍ର ସିଂହ ‘ଲିଭର୍ କ୍ୟାନସର’ ଭଳି ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ହୋଇ ବର୍ତ୍ତମାନ ଗ୍ରେଟର ନୋଏଡାର ଏକ ହସ୍ପିଟାଲରେ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି।

Etv Bharat
Etv Bharat (Etv Bharat)
author img

By ETV Bharat Sports Team

Published : February 25, 2026 at 10:11 AM IST

2 Min Read
Choose ETV Bharat

Rinku Singh News: ଭାରତୀୟ କ୍ରିକେଟର ରିଙ୍କୁ ସିଂହଙ୍କ ପାଇଁ ବର୍ତ୍ତମାନର ସମୟ ଖୁବ୍ ସଂଘର୍ଷପୂର୍ଣ୍ଣ। ଗୋଟିଏ ପଟେ ଟି-୨୦ ବିଶ୍ୱକପ୍‌ର ଚାପ ଏବଂ ଅନ୍ୟପଟେ ବାପାଙ୍କ ଗୁରୁତର ଅସୁସ୍ଥତା। ଖବର ଅନୁଯାୟୀ ରିଙ୍କୁଙ୍କ ବାପା ଖାନଚନ୍ଦ୍ର ସିଂହ (Khanchandra Singh) ‘ଲିଭର୍ କ୍ୟାନସର’ ଭଳି ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ହୋଇ ବର୍ତ୍ତମାନ ଗ୍ରେଟର ନୋଏଡାର ଏକ ହସ୍ପିଟାଲରେ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି। ଏହାର ଖବର ପାଇବା ପରେ ରିଙ୍କୁ ଅଧା ବିଶ୍ୱକପ୍‌ରୁ ତୁରନ୍ତ ଘରକୁ ଫେରିଯାଇଥିଲେ।

କ’ଣ ଥିଲା ପୂରା ଘଟଣା?

ମଙ୍ଗଳବାର (ଫେବ୍ରୁଆରୀ ୨୪) ରିଙ୍କୁ ଚେନ୍ନାଇରୁ ଦିଲ୍ଲୀ ଦେଇ ନିଜ ବାପାଙ୍କ ପାଖକୁ ଧାଇଁ ଯାଇଥିଲେ। ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ସେ ପରିବାର ସହ ସମୟ ବିତାଇବା ଜରୁରୀ ଥିଲା। କିନ୍ତୁ ଜଣେ ଦକ୍ଷ ଖେଳାଳି ଭାବେ ସେ ନିଜର କର୍ତ୍ତବ୍ୟ ଭୁଲି ନାହାନ୍ତି। ରିପୋର୍ଟ ଅନୁଯାୟୀ, ଆଜି ଅର୍ଥାତ୍ ୨୫ ତାରିଖ (ବୁଧବାର) ସେ ପୁଣିଥରେ ଚେନ୍ନାଇ ଫେରି ଦଳ ସହ ଯୋଗ ଦେବେ। ଆସନ୍ତାକାଲି (ଫେବ୍ରୁଆରୀ ୨୬) ଜିମ୍ବାୱେ ବିପକ୍ଷରେ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ସୁପର-୮ ମ୍ୟାଚ୍ ରହିଛି। ଯେଉଁଥିରେ ରିଙ୍କୁଙ୍କୁ ଚୟନ ପାଇଁ ଉପଲବ୍ଧ ରଖାଯାଇଛି।

ରିଙ୍କୁଙ୍କ ଖେଳିବା ନେଇ ସସପେନ୍ସ

ବାପାଙ୍କ ଅସୁସ୍ଥତା ଯୋଗୁଁ ରିଙ୍କୁ ନିକଟରେ ଅନୁଷ୍ଠିତ ଅଭ୍ୟାସ ଶିବିରରେ ଯୋଗ ଦେଇପାରି ନାହାନ୍ତି। ତେଣୁ ଜିମ୍ବାୱେ ବିପକ୍ଷରେ ସେ ଚୂଡ଼ାନ୍ତ ଏକାଦଶ (Playing XI)ରେ ରହିବେ କି ନାହିଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚଳିତ ବିଶ୍ୱକପ୍‌ରେ ରିଙ୍କୁଙ୍କ ବ୍ୟାଟ୍ ସେତେଟା ଗର୍ଜି ନାହିଁ। ୫ଟି ଇନିଂସରୁ ସେ ମାତ୍ର ୨୪ ରନ୍ ସଂଗ୍ରହ କରିଛନ୍ତି। ଯେଉଁଥିରେ ଗୋଟିଏ ଶୂନ ମଧ୍ୟ ସାମିଲ ଅଛି। ତାଙ୍କର ଷ୍ଟ୍ରାଇକ୍ ରେଟ୍ ମଧ୍ୟ ୧୦୦ ତଳକୁ ଖସି ଆସିଛି। ଟିମ୍ ମ୍ୟାନେଜମେଣ୍ଟ ଯଦି ରିଙ୍କୁଙ୍କୁ ବିଶ୍ରାମ ଦିଏ, ତେବେ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିପାରେ। ଏହାଦ୍ୱାରା ଦଳରେ ଡାହାଣହାତୀ ଓ ବାମହାତୀ ବ୍ୟାଟରଙ୍କ ସନ୍ତୁଳନ ଠିକ୍ ରହିବ।

କଠିନ ହୋଇ ପଡିଛି ଭାରତର ସେମିଫାଇନାଲ୍ ରାସ୍ତା

ଟିମ୍ ଇଣ୍ଡିଆ ବିଷୟରେ କହିବାକୁ ଗଲେ ସୂର୍ଯ୍ୟକୁମାର ଯାଦବଙ୍କ ଦଳ ଗ୍ରୁପ୍ ପର୍ଯ୍ୟାୟରେ ଲଗାତାର ଚାରୋଟି ମ୍ୟାଚ୍ ଜିତି ସୁପର ୮ରେ ସ୍ଥାନ ସୁରକ୍ଷିତ କରିଥିଲା। ଯଦିଓ ଦଳ ପ୍ରଥମ ସୁପର ୮ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭୬ ରନ୍‌ରେ ପରାସ୍ତ ହୋଇଥିଲେ। ବର୍ତ୍ତମାନ ଯଦି ଟିମ୍ ଇଣ୍ଡିଆକୁ ସେମିଫାଇନାଲ୍‌ରେ ପହଞ୍ଚିବାକୁ ହେଲେ ନିଜର ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଯେକୌଣସି ମୂଲ୍ୟରେ ଜିତିବାକୁ ପଡ଼ିବ। ଜିମ୍ବାୱେ ପରେ, ଟିମ୍ ଇଣ୍ଡିଆର ପରବର୍ତ୍ତୀ ମ୍ୟାଚ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ହେବ। ଏହା ସମେତ ଦକ୍ଷିଣ ଆଫ୍ରିକାକୁ ମଧ୍ୟ ସେମାନଙ୍କର ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଜିତିବାକୁ ପଡ଼ିବ। ଏହି ପରିସ୍ଥିତିରେ ଟିମ୍ ଇଣ୍ଡିଆ ସହଜରେ ସେମିଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିବ।

ଏଭଳି ସମୟରେ ରିଙ୍କୁ ପଡ଼ିଆକୁ ଫେରିବା ତାଙ୍କର ମାନସିକ ଦୃଢ଼ତାକୁ ଦର୍ଶାଉଛି। ତେବେ ଟିମ୍ ମ୍ୟାନେଜମେଣ୍ଟ ତାଙ୍କ ଉପରେ ଭରସା କରୁଛି କି ନାହିଁ, ତାହା ମ୍ୟାଚ୍ ଦିନ ହିଁ ସ୍ପଷ୍ଟ ହେବ।

ଏହା ମଧ୍ୟ ପଢ଼ନ୍ତୁ:

PAK vs ENG: ହ୍ୟାରି ବ୍ରୁକ୍‌ଙ୍କ ବିସ୍ଫୋରକ ଶତକ: ପାକିସ୍ତାନକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଇଂଲଣ୍ଡ

ଟିମ୍ ଇଣ୍ଡିଆର ପରାଜୟରେ ଖୁସି ରବି ଶାସ୍ତ୍ରୀ! କହିଲେ-'ଏହି ଶକ୍ତ ଧକ୍କା ନିହାତି ଦରକାର ଥିଲା'

Women’s T20 World Cup 2026: ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଦେଖନ୍ତୁ ସମ୍ପୂର୍ଣ୍ଣ ସିଡ୍ୟୁଲ୍